Smita Mohanty

Tragedy

3  

Smita Mohanty

Tragedy

ମୁଁ ମଲାପରେ

ମୁଁ ମଲାପରେ

4 mins
306


ଗୁନ୍ ଗୁନ୍ ଆଜି ମୁହଁ ଫୁଲେଇ ବସିଛି।ଲିପା ପଚାରିଲା କଣ ହୋଇଛି ମୁହଁ ଶୁଖାଇଛୁ କାହିଁକି।ଗୁନ୍ ଗୁନ୍ କହିଲା ଆଜି ମନଟା ଭଲ ଲାଗୁନି ମାମା କଥା ମନେ ପଡୁଛି,ସେତିକି ବେଳେ ଶକୁନ୍ତଳା ଆଣ୍ଟି ଡାକିଲେ ଆରେ ଗୁନ୍ ଗୁନ୍ ତୋ ପ୍ୟାରେଣ୍ଟ ଆସିଛନ୍ତି ଯାଆ ଦେଖା କରିବୁ ।ଗୁନ୍ ଗୁନ୍ ବହୁତ ଖୁସି ହୋଇ ଦୌଡ଼ି ଦୌଡ଼ି ଆସି ଦେଖେ ତ ମାମା ଆସିନି ନୀତୁ ଆଣ୍ଟି ଆସିଛନ୍ତି ,ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲା ଆରେ ଆଣ୍ଟି ତମେ ଶକୁନ୍ତଳା ଆଣ୍ଟି ବାଉଳାରେ ମୋତେ ଡାକି ଦେଲେ ତମେ ରୁହ ମୁଁ କିଟି ଦିଦି କୁ ଡାକୁଛି।ନୀତୁ କହିଲା ତୁ ଆଉ କିଟି ଦିଦି ମୋ ସହିତ ଘରକୁ ଚାଲ କିଛି କାମ ଅଛି । ଗୁନ୍ ଗୁନ୍ ବେଶୀ କିଛି ନ ପଚାରି କହିଲା ହଉ ଆମେ ଦରଖାସ୍ତ ଦେଇ ,ଗେଟ ପାସ ନେଇ ଆସୁଛୁ।କିଛି ସମୟ ପରେ ସେ ଦୁହିଁଙ୍କୁ ନେଇ କି ଆସିଲା।ବାଟରେ ଗାଡି ନେଇ ଆସିଲା ବେଳେ କିଟି ଗୁନ୍ ଗୁନ୍ କଥା ହୋଇ ଆସୁଛନ୍ତି ଯେ ଭଲ ହେଲା ଗୋଟେ ଦିନ ଛୁଟି ମିଳିଲା।ଗୁନ୍ ଗୁନ୍ ପଚାରିଲା ଆଣ୍ଟି ମାମା ଆସିଲାନି କାହିଁକି ।ନୀତୁ ସ୍ତବ୍ଦ ହୋଇ ନିସ୍ତେଜ ହୋଇ ଗାଡି ଚଲାଉଛି ତଥାପି ପ୍ରକୃତିସ୍ଥହୋଇ କହିଲା ମାମା ଦେହ ଭଲ ନାହିଁ ।ଚାହୁଁ ଚାହୁଁ ନୀତୁ ଗାଡି ଆସି ଧାଉଡିଆ ଗାଁ ଭିତରେ ପହଞ୍ଚି ଗଲା।କିଟି ଗୁନ୍ ଗୁନ୍ ଦୂରରୁ ଦେଖି ନିଜ ଭିତରେ କଥା ହେଉଛନ୍ତି ମାମା ଭୋଜି କରୁଛି ଆମକୁ ସର୍ପାଇଜ୍ ଦେବ ବୋଲି ଆଣ୍ଟି ମିଛ କହିଲେ।ସେ ଦୁଇ ଜଣ ଗାଡିରୁ ଓହ୍ଲାଇ ଘର ଆଡକୁ ଦୌଡ଼ି ଦୌଡ଼ି ପଳାଇ ଆସିଲେ ।ଘର ପାଖକୁ ଆସି ଦେଖିଲେ ଗାଁ ର ଅଧା ଲୋକ ଆସି ରୁଣ୍ଡ ହୋଇଛନ୍ତି।ଗୁନ୍ ଗୁନ୍ ଟିକେ ଆଶ୍ଚର୍ଯ୍ୟ ହୋଇ ଗଲା।କଟକ ରୁ ବୋଉ ବାପା,ଦିଦି,ପୂଜା ସ୍କୁଲ ର ସବୁ ଷ୍ଟାପ୍ ,ନାନୀ ବର୍ଷା ସମସ୍ତେ ।ବୋଉ ମୁଣ୍ଡ ପିଟି କାନ୍ଦୁଛି।ଅଶେଷ କୁ ଗୁନ୍ ଗୁନ୍ ଖୋଜୁଛି ହେଲେ ପାଉନି ଫିଜା କହିଲା ଆଣ୍ଟିର ଗାଡି ଧକ୍କା ହୋଇ ଯାଇଛି ଅଙ୍କଲ ଆଉ ଜୀଜୁ ମେଡିକାଲ ରୁ ତାଙ୍କୁ ନେଇ କି ଆସିବେ।ବର୍ଷା ଚୁପ୍ କି ଗୁନ୍ ଗୁନ୍ କୁ କହିଲା ତୋ ମାମାଙ୍କର ଡେଥ୍ ହୋଇ ଗଲା ,ଗୁନ୍ ଚିତ୍କାର କରି କାନ୍ଦି ବାକୁ ଲାଗିଛି, ଧିରେ ଧିରେ କଥାଟା ପ୍ରଚାର ହୋଇ ଯାଇଛି ଯେ ସ୍ମିତା ମହାନ୍ତି ଗାଡି ଧକ୍କା ରେ ଚାଲିଗଲେ।ସାହିତ୍ୟ ମହଲରେ ଚହଳ ପଡିଗଲା,ସୁଲେଖାର ସମ୍ପାଦକ ସଦାଶିବ ମିଶ୍ର, ନେପଥ୍ୟ ପରିଚୟର ରବୀନ୍ଦ୍ରନାଥ ପଟ୍ଟନାୟକ, ମହେନ୍ଦ୍ର ଦାଶ, ସୁଚିତ୍ରା ମାଡାମ ଆହୁରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଆସି ଘର ପାଖରେ।ଦିଲ୍ଲୀ ରୁ ରୋଜି ରୁନାଦିଦି ସମସ୍ତେ ଫୋନ କରି ବ୍ୟସ୍ତ।ବୋଉ ନୀତୁ କୁ ଧରି କାନ୍ଦି କାନ୍ଦି କହୁଛି ମାଆ ତୁ ତାକୁ ଟିକେ ଜଗିଲୁନି ମୋ ଛୁଆ(ଗୁନ୍ ଗୁନ୍) ଏବେ କେମିତି ରହିବ ,ମାଆ ବିନା ତା କଥା କିଏ ବୁଝିବ,ଗୁନ୍ ଗୁନ୍ ଦିଦିକୁ ଧରି କାନ୍ଦି କାନ୍ଦି କହୁଛି ମମି ମୋ ମାମାର କଣ ହେଇଛି ବାପା କାହାନ୍ତି।କିଛି ସମୟପରେ ଜଣାପଡିଲା ଯେ ସ୍ମିତା ମହାନ୍ତି ଗାଡି ନେଇ ଯାଉଥିଲା ବେଳେ ପଛରୁ ବଡ ଗାଡି ଆସି ବାଡେଇ ଦେଇଛି।ସେଇଠି ତାଙ୍କର ସ୍ପଟ୍ ରେ ଡେଥ୍ ହୋଇ ଯାଇଛି।ମୁନି ନୀତୁ କୁ ପଚାରି ବୁଝିଛି ସମସ୍ତେ ବ୍ୟସ୍ତ ବିବ୍ରତ ଏମିତି ଅଘଟଣ କେମିତି ହେଲା ଏବେ ଛୋଟ ପିଲାଟା କେମିତି ରହିବ।ପୋଷ୍ଟ ମଟମ ସରିଯାଇଛି।ଅଶେଷ ମଧ୍ୟ ମୁକ ପାଲଟି ଯାଇଛନ୍ତି । ଲାସ ଆଣି ଘରେ ପହଞ୍ଚିଲେ ।ଗୁନ୍ ଗୁନ୍ ଅଶେଷ କୁ ଧରି ବହୁତ କାନ୍ଦିଛି।ଅଶେଷ ଆଉ ନିଜକୁ ରୋକି ପାରିନି ସେ ମଧ୍ୟ ବହୁତ କାନ୍ଦି ଛନ୍ତି ।ଚାହୁଁ ଚାହୁଁ ଶେଷକୃତ୍ୟ ସରିଯାଇଛି।ଅଶେଷ ଗୁନ୍ ଗୁନ୍ କୁ ନେଇ ଗାଁ କୁ ଯାଇଛନ୍ତି ସବୁ କାମ ସରିଯାଇଛି। ଧିରେ ଧିରେ ସମସ୍ତେ ବୁଝି ଯାଇଛନ୍ତି ହେଲେ ନିଜ ଲୁହ ଲୁଚାଇ ଅଶେଷ ଗୁନ୍ ଗୁନ୍ କୁ ସମ୍ଭାଳିଛନ୍ତି।ଗୁନ୍ ଗୁନ୍ କିନ୍ତୁ ଆଗ ଭଳି ଆଉ ଖୁସି ନାହିଁ।ପ୍ରତି ଟି ଶବ୍ଦ ଭିତରେ ସେ ମାମାଧ ପାଉଜି ଶବ୍ଦ ଶୁଣୁଛି।ଅଶେଷ ତାକୁ ବହୁତ ବୁଝାଇଛନ୍ତି ହେଲେ ସେ କହିଛି ତମେ ତ ତମ କାମରେ ବ୍ୟସ୍ତ ଥାଅ ହଷ୍ଟେଲ ମୋତେ ଭେଟ କରି ବାକୁ ମାମା ଆସେ।ସେ ତ ନାହିଁ ମୁଁ ପାଠ ପଢିବିନି।ମୋ ମାମା ନାହିଁ ମୁଁ ଏ ଘର ଆଉ ତମକୁ ଏକା କରି ଯିବିନି। ବହୁତ ବୁଝାଇ ସୁଝାଇ ଅଶେଷ ଗୁନ୍ ଗୁନ୍ କୁ ହଷ୍ଟେଲରେ ଛାଡ଼ି ଛନ୍ତି।ନୀତୁ ଆଉ ଅଶେଷ ଦେଖାହୋଇ କଥା ହେଇଛନ୍ତି।ନୀତୁ କହିଛି ମୁଁ ତାକୁ ବହୁତ ବୁଝାଏ ହେଲେ ସବୁବେଳେ ତରତର ,ସମସ୍ତେ ନିଜ ନିଜ ଲୁହ ଦେଖାଇ ପାରିଲେ ଭାଇନା ହେଲେ ମୁଁ ଦେଖାଇ ପାରୁନି। ମୁଁ ତ ଏବେ ଏକା ।ଗୁନ୍ ଗୁନ୍ କୁ ସମୟ ଲାଗିବ ତମେ ଧୈର୍ଯ୍ୟ ରଖ ।ସମସ୍ତେ ସବୁ କହିଦେଲେ ଅଶେଷ କିନ୍ତୁ ତା ଭାବନା କାହା ଆଗରେ କହିପାରୁ ନ ଥିଲେ।ସେ ବହୁତ ଭଲପାଆନ୍ତି କିନ୍ତୁ କାନ୍ଦି ବାକୁ ଚାହିଁଲେ ବି ପାରୁ ନାହାଁନ୍ତି କାରଣ ଗୁନ୍ ଗୁନ୍ କୁ ସମ୍ଭାଳିବାର ଅଛି। ସ୍କୁଲ ଷ୍ଟାପ୍ଗ କଥା ହେଉଛନ୍ତି ବିଶ୍ୱାସ ହେଉନି ସ୍ମିତା ମିସ୍ ଆଉ ନାହାଁନ୍ତି ।ତାଙ୍କ ଚେୟାର ଦେଖିଲେ ଲାଗୁଛି ସେ ଏବେ ଆସିବେ।ବୋଉ କହୁଛି ମୋ ଝିଅ ଏବେ ଆସିବ ଝୁରି ଝୁରି ସେ ଅସୁସ୍ଥ ।ରବି ସାର କହିଲେ ସ୍ମିତା ଟା ଭଲପିଲା ଥିଲା ଏମିତି ହେବ ବୋଲି କେହି ଭାବି ନ ଥିଲେ।ଓଃ ଅଣନିଶ୍ଵାସି ଲାଗୁଛି, ନିଶ୍ୱାସ ବନ୍ଦ ହୋଇଗଲା ପରି ଲାଗୁଛି, ହଠାତ ନିଦ ଭାଙ୍ଗିଗଲା ଦେଖିଲା ବେଳକୁ ସମୟ ରାତି ଦୁଇଟା ଶେଯରୁ ଉଠିଲି ଟିକେ ପାଣି ପିଇଲି ।ଠାକୁରଙ୍କୁ ମୁଣ୍ଡିଆ ମାରି କହିଲି ପ୍ରଭୁ ମୋ ଝିଅ ବଡ ହୋଇ ଯାଉ ତା ପରେ ଯାହା ହେବ ନ ହେଲେ ସେ କଷ୍ଟ ପାଇବ ।ବିଶ୍ୱାସ ହେଉ ନ ଥିଲା ସେ ସ୍ବପ୍ନକୁ ।ସକାଳ ହେଲା ନିତ୍ୟ କର୍ମ ସାରି ଅଶେଷ କୁ ଫୋନ କଲି ,ବୋଉ କୁ ଫୋନ କଲି,ନୀତୁ ପାଖକୁ ଯାଇ ତାକୁ ଜୋରରେ ଆଲିଙ୍ଗନ କରି ପକେଇଲି।୩ ଟା ବେଳେ ହଷ୍ଟେଲ ଫୋନ କଲି ଗୁନ୍ ଗୁନ୍ ସହିତ କଥା ହେଲି ବହୁତ ଭଲ ଲାଗିଲା।ସେ କହିଲା ମାମା ମୁଁ କାଲି ସ୍ବପ୍ନ ଦେଖିଚି ତୁ ଆଉ ନାହୁଁ ।ଭଲହେଲା ଫୋନ କଲୁ ମୋ ମନ ଭଲ ଲାଗୁ ନ ଥିଲା।ମୁଁ କହିଲି ତୁ ବ୍ୟସ୍ତ ହଅନା ମାଆ ମୋତେ ଠାକୁରାଣୀ ଘଣ୍ଟ ଘୋଡେ଼ଇ ରଖିଛନ୍ତି ତୁ ତୋ ନିଜ ଗୋଡରେ ଠିଆ ନ ହେବା ଯାଏ ତମ ବାପ ଝିଅଙ୍କୁ ମୁଁ ଛାଡ଼ିକି ଯାଇପାରିବିନି। ଆଇ ଲଭ୍ ୟୁ ଡିଅର ।


Rate this content
Log in

Similar oriya story from Tragedy