STORYMIRROR

Gitanjali Pujapanda

Tragedy Inspirational

3  

Gitanjali Pujapanda

Tragedy Inspirational

ମୁଁ କରୋନା ପଜେଟିଭ

ମୁଁ କରୋନା ପଜେଟିଭ

8 mins
189

......ତୁମ କୁ ଛୁଇଁବା ମନା ??କାହିଁକି??କଣ ହେଲା ମତେ ଏମିତି କାହିଁକି ??କହୁଛ ମୁଁ କିଛି ପାପ କରିଛି ,,ନା ମତେ ଅଛୁଆଁ ରୋଗ ହୋଇଛି ତୁମେ କିଛି ଛୁଇଁ ପାରିବନି ,,ତୁମ କୁ କରୋନା ହେଇଛି "ୟୁ ଆର କରୋନା ପଜିଟିଭ",।ଏସବୁ ଶୁଣି ସୁଶ୍ରୀ ର ଆଖି ରେ ଲୁହ ସହିତ ମନ ଏକ ପ୍ରକାର ଦୁଃଖ ର ବନ୍ୟା ,,ଆଉ ସେ ଦୁଃଖ ବେଳେବେଳେ ନିଜ କୁ ,,ଏକ ଶକ୍ତି ଦବା ସହିତ ସାହସ ମଧ୍ୟ ଦିଏ ଯେବେ ନିଜ ଲୋକ ତୁମ କୁ କଟୁ କଥା କହି ନିଜ ଠାରୁ ଆଉ ତୁମର ପ୍ରିୟଜନ ଙ୍କର ଠାରୁ ତୁମର କୁ ଦୁରେଇ ଯିବାକୁ କହିଥାନ୍ତି ଏଥିରେ କିଛି ଭାବି ବାକୁ ନ ଥାଏ ।କାରଣ ସମସ୍ତେ ପ୍ରଥମେ ତାଙ୍କର ସେଫ୍ଟି କଥା ଚିନ୍ତା କରନ୍ତିଆଉ ସେ ,,ଚିନ୍ତା ରେ ବହୁତ ଦିନେ ଭଲ ପାଉଛି ବୋଲି କହୁଥିବା ବ୍ୟକ୍ତି କୁ ବି ନିଜ ଠାରୁ କଟୁ କଥା କହି ଦୁରେଇ ଦିଅନ୍ତି ।ଖାଲି ଗୋଟେ ରୋଗ ର ଦୁହାଇ ଦେଇ ସୁଶ୍ରୀ କଣ ହେଲେ ,,ହଁ ମୁଁ କରୋନା ପିଜେଟିବ ,,କାରଣ ଭୁତାଣୁ ଟା ତ ବ୍ୟାପୁଛି ,,ହେଲେ ମୋ ପାଇଁ ନୁହେଁ ତୁମ ମାନଙ୍କର ପରି କିଛି ଅମାନିଆ ଲୋକ ଙ୍କର ପାଇଁ କାରଣ ଲକଡାଉନ ହେବା,,ଠାରୁ ମୁଁ କେବେ ବାହାର କୁ ଯାଏନି ,,ଆଉ ଯଦି ଯାଇଛି ,,ମାସ୍କ ପିନ୍ଧି ଆଉ ହାତ କୁ ସାନିଟାଇଜ କରି ସବୁ ପ୍ରିକୁଏସନ ମାନିଛି ହେଲେ ,,ମତେ କାହିଁକି??ହେଲା କାରଣ ତୁମର ଏମିନୁଏଟି କମ ,,ଓଃ !ମୁଁ ଜାଣି ନ ଥିଲି ବିବାହ ର ଏତେ ବର୍ଷ ପରେ ମୁଁ ନିଜର ଯତ୍ନ ନେଇ ପାରିନି ତୁମର ମାନଙ୍କର ଯତ୍ନ କରି ମୁଁ ନିଜେ କୁ ଭୁଲି ଯାଇଛି ।

ହଁ ତୁମେ ଏତେ ମତେ କିଛିବି କୁହନି ଆଜି ଠାରୁ ଚଉଦ ପନ୍ଦର ଦିନ ତୁମେ କୁଆଡ଼େ ରୁମ ରୁ ବାହାରି ବନି ଏ ରୁମ ରୁ ତା ଭିତରେ ଖାଇବା ପିଇବା ସବୁ ତୁମକୁ ଦିଆ ଯିବ ହେଲେ ମୋର ଆଜିକୁ ପାଞ୍ଚ ଦିନି ଜର ହେଲାଣି ଆଉ ତିନି ଦିନ ପରେ ରିପୋର୍ଟ ଆସିଲା ।ମୋ ସହିତ ତୁମେ ତ ଟେଷ୍ଟ କରିବାକୁ ଯାଇଥିଲ ନା ,,ତୁମ ରିପୋର୍ଟ କଣ ଆସିଲା ,,ମୋର ନେଗେଟିଭି ଆସିଛି କେମିତି ମୁଁ ତ ସେ ଜର ରେ ରନ୍ଧା ବଢା କରିବା ସହ ତୁମ କୁ ତୁମ ପିଲା ମାନକୁ ସବୁ ଖାଇବା ପିଇବା ଆଉ ଅନ୍ୟାନ୍ୟ କାମ କରୁଥିଲି ।ଏବେ ଯଦି ତୁମେ ମୋର ରିପୋର୍ଟ ପଜେଟିଭ ଦେଖିଲ ତୁମର ନେଗେଟିଭ ଆସିଲା ।ତା""ହେଲେ ତୁମ ସୁଶ୍ରୀ କୁ ତୁମେ ଦୂରେଇଯିବାକୁ କହୁଛି ,,ସୋହମ ,,ହଁ କହୁଛି କାରଣ ତୁମର କରୋନା ହେଇଛି ।ଆଉ ଘରେ ମୋର ବୃଦ୍ଧ ବାପ ମାଆ ଆଉ ପିଲା ମାନେ ଅଛନ୍ତି ଆଉ ବଡ଼ ଭାଇ ଭାଉଜ ବି ହଁ ଅଛନ୍ତି ,,ମୁଁ ବି ଜାଣିଛି ।ତୁମକୁ ମୁଁ ଏସବୁ ପଚାରୁନିବିବାହ ର ଏତେ ବର୍ଷ ଭିତରେ କେତେ ରୋଗ ମତେ ହେଇଛି ସବୁ ତୁମ ଯୋଗୁଁ ରୋଗ ର କଣ "ମୁଁ ତୁମ କୁ ଲିଷ୍ଟ ଦେବି,,ମାଇଗ୍ରେନ ଦେଲ ବିବାହ ର ଦୁଇବର୍ଷ ରେ ଝିଅ ଟିଏ ହେଲା ବୋଲି କେତେ କଥା ମତେ କହିଛ ।।ଆଉ ସେ କଥା ମୁଁ ହସିହସି ସହିଛି ତୁମ ସହିତ ତୁମ ଘର ଲୋକ ଙ୍କର କଥା ବି ତାକୁ ଶୁଣି ମୁଁ ରାତି ରାତି ଶୋଇନି ହଁ ମୁଁ ମାନୁଛି ,,ମୁଁ ତୁମ କୁ ବିବାହ ର ପ୍ରଥମ ଦେଖା ରୁ ହିଁ,, ଭଲପାଇବସିଥିଲି ।ସେଥିପାଇଁ ତୁମ ପାଖେ, ମୁଁ ନିଜେ କୁ ସମର୍ପଣ କରି ଦେଇଥିଲି ତୁମେ ମତେ ଭଲ ପାଅ କି? ନ ପାଅ ମୁଁ କିନ୍ତୁ ମୋ କର୍ତ୍ତବ୍ୟ ରେ କେବେ ଅବହେଳା କରି ନି କିନ୍ତୁ ନିଜ କୁ କରିଛି,,କାରଣ ଯଦି ତୁମ କୁ ଅବହେଳା କରିଥାନ୍ତି ମୁଁ ନିଜେ ନିଜେ କୁ କେବେ କ୍ଷମା କରି ପାରି ନ ଥାନ୍ତି ।ନିଜ ଆଖି ସହ ଆଖି ମିଶେଇ ପାରି ନ ଥାନ୍ତିକାରଣ ବିବାହ ର ଏତେ ବର୍ଷ ପରେ ମୁଁ ସେମିତି ତୁମ କୁ ଭଲ ପାଉଛି ଯେମିତି ବିବାହ ବେଳେ ମାତ୍ର ତୁମ ପାଇଁ ମୁଁ କାଲି ଯାହା ଥିଲି ଗୋଟେ ରକ୍ତ ମାଂସ ର ଶରୀର ଆଜିବି ସେଇଆ,ବୋଧେ ଯାହା ବି ହଉ ମୁଁ ମୋ କର୍ତବ୍ୟ କରିଛି ସେଥିପାଇଁ ମୁଁ ନିଜ ଆଖି ସହ ଆଖି ମିଶେଇ ପାରୁଛି ।ହଉ ଯଦି ତୁମେ କହୁଛ ମୁଁ ହୋମ କ୍ୱାରେଣ୍ଟିଂନ ରେ ରହିବି ତେବେ ରହି ଯାଉଛି ମୋ ପିଲାମାନଙ୍କର କିଛି ଯେମିତି ଅସୁବିଧା ନ ହୁଏ ।କାରଣ ମୁଁ ଯେତେ ରୋଗ ରେ ସଢୁ ଥିବି ପଛେ ସେମାନଙ୍କର କିଛି ବି ଅସୁବିଧା ନ ହେବ ବୋଲି ସେ କଷ୍ଟ ରେ ମଧ୍ୟ ତାଙ୍କର ଯତ୍ନ ନିଏ କାରଣ ମୁଁ ଗୋଟେ ମାଆ।

ଏତେ କିଛି ଆଉ କୁହନି ତୁମେ ସୁଶ୍ରୀ ନା ମୁଁ କଣ କିଛି କହିଛି ଆଉ କହିଁକି କହିବି ??ମୁଁ ଖାଇ ସାରିଲାଣି ପିଲାମାନଙ୍କୁ ବି ଖାଇବାକୁ ଦେଇସାରିଲିଣିମୁଁ ତା''ହେଲେ ଯାଉଛି ଗେଷ୍ଟରୁମ କୁ ମୋ ଲୁଗା ପଟା ତୁମେ ଦବ ନା ମୁଁ ନେଇ ନେବି ଥରେ କହିଲି ''କିଛି ଛୁଆଁନି ହଉ ଠିକ ଅଛି ,,ସୁଶ୍ରୀ କାନ୍ଦି କାନ୍ଦି ଗେଷ୍ଟ ରୁମ କୁ ଚାଲିଯାଏ ,,ଆଉ ନିଜ ଭିତରେ ହେଉଥିବା କୋହ କୁ ଶାନ୍ତ କରିବାକୁ ଚେଷ୍ଟା କରି ମାତ୍ର ଚେଷ୍ଟା ରେ ସେ ସଫଳ ହୁଅନି କାରଣ ସେ ଜାଣି ନିଏ ଏ ସଂସାର ବଡ଼ ସ୍ୱାର୍ଥପର ସହିତ ନିଜ କୁ ଭଲ ପାଉଥିବା ମଣିଷ ରେ ଭରପୂର,,ହେଲେ ଏବେ ସେ କଣ?କରିବ ଏକୁଟିଆ ତାକୁ ରହିବାକୁ ଡର ତ ଲାଗେ ତାକୁ ପୁଣି ଗେଷ୍ଟ ରୁମ ରେ ରାତି ରେ ଭୀଷଣ ଡର ତାକୁ ଆଜି ସେ ସମ୍ପର୍କରେ ସଂପୂଣ୍ଣ ଅଲଗା କଷ୍ଟେ ମଷ୍ଟେ ଶୋଇବା ଚେଷ୍ଟା କରି ଆଖି ବନ୍ଦ କରିବା କ୍ଷଣି ସବୁ କିଛି ଅନ୍ଧାର ଲାଗୁଥାଏ ।,ମନ ରେ ସମ୍ପର୍କ ର କାଚ ଆଇନା ଟି ଆଜି ହଠାତ ମଳିବସିବା ପରି ଲାଗୁଥାଏ ମନେ ମନେ ଭାବେ କେମିତି ହେଲା ତାକୁ ଏ ରୋଗ ସେ ତ କୁଆଡେ ଯାଏନି ,।କାହା ଠାରୁ ତାକୁ ଆସିଲା କହିବା କଷ୍ଟ କି କାହାକୁ ଦୋଷ ଦେଵ ଯାହାକୁ ଦୋଷ ଦେଵ ଖାଲି ସମ୍ପର୍କରେ ରେ ଫାଟ ସୃଷ୍ଟି ହେବ ଆଉ କିଛି ଲାଭ ହେବନି ଭାବି ଚୁପ ରହିଯାଏ ।ଆଉ ଭାବି ବା ଛଡା କିଛି ତା ପାଖ ରେ ବିକଳ୍ପ ନ ଥାଏ ""ତାର କଣ ସତରେ ଏତେ ଇମିଉ ନିଟି କମ ?ସୋହାମ କହିବା ଅନୁସାରେ ହେଇଥିବ ଦୁଇ ଥର ସି-ସେକ୍ସନ ସହିତ ଗୋଟେ ଥର ଆପେଣ୍ଡିସାଇଡ଼ ,,ଆଉ ମାଇଗ୍ରେଂନ ,,ଖାଇବା ପିଇବା ର କେବେ ଠିକ ଠିକଣା ନ ଥାଏ ତାର କାରଣ ସେ ନିଜ କୁ କେବେ ଏତ ପ୍ରଧାନ୍ୟ ଦେଇନି ନିଜ କୁ କେବେ କମଫଟ ଜୋନ ରେ ରଖି କିଛି ବି କାମ ନିଜ ପାଇଁ କରିନି ।ସବୁ ବେଳେ ଅନ୍ୟ ମାନଙ୍କର କଥା ଭାବିଛି ଆଗ ତାକୁ ଏବେ ନିଜ କଥା ଭାବିବାକୁ ପଡିବ କାରଣ ନିଜ ଭଲ ରହିଲେ ଦୁନିଆଁ ସହିତ ତାଳ ମିଶାଇ ଚଳିପାରିବ ନିଜ ଭିତରେ ସଂଘର୍ଷ ଅହରହ ଚାଲିଥାଏ ,ତା ହୃଦୟରେ ଫୋନ ଯୋଗେ ସମସ୍ତେ ସିମ୍ପାଥି ଦେଉଥାନ୍ତି ।।ଯାହା ତାକୁ ସବୁ ସତ ବୋଲି ଲାଗୁଥାଏ ତା ସହିତ କାହା ପାଖ କୁ ଯିବୁନି ,,କିଛି ଛୁଇଁବୁନି,ଇତ୍ୟାଦି ଇତ୍ୟାଦି ।

ପିଲାମାନଙ୍କୁ ତା 'କଥା ରେ ସୋହାମ ବହୁତ ନ ହେଲେ ଠିକ ଯତ୍ନ ନେଉଛନ୍ତି କାରଣ ତାଙ୍କୁ ଛାଡି ଆଉ ସମସ୍ତର ଘରେ କରୋନା ପଜେଟିଭ ମାନେ ଘରେ ଟି ହୋମ କ୍ୱାରେଣ୍ଟିନେ ରେ ବଦଳି ଯାଇଛି ,,ସମାଜ ସାହି ରୁ ସମ୍ପୂର୍ଣ୍ଣ ଅଲଗା ,,ଅତି ନିଜ ଲୋକ ମାନେ ମଧ୍ୟ କାହାର ସାହାଯ୍ୟ ର ହାତ ନାହିଁ ।।ଖାଲି ଫୋନ ଯୋଗେ ସିମ୍ପାଥି ଦେବା ଆଉ ଅନୁ ଶାସନ କରିବା ଛଡା ଆଉ ଯାହାର ଘରେ ଜଣଙ୍କର ନେଗେଟିଭ ଥାଇ ଅନ୍ୟମାନ ଙ୍କର ପଜେଟିଭ ଅଛି ତାକୁ ମଧ୍ୟ ସନ୍ଦେହ ଦୁଷ୍ଟି ରେ ଦେଖିବେ ଅତି ନିଜ ଲୋକ ମାନେ।

ହଠାତ ଫୋନ ଆସେ ତା ବାବା ଘରୁ ବୋଉ ଙ୍କୁ ତାର ଜର ଆଜିକୁ ତିନି ଦିନ ହେବ ପ୍ରଥମେ ବାପା ଙ୍କୁ ଜର ହେଇଥିଲା ।ତାଙ୍କୁ ଛାଡି ଏବେ ବୋଉ କୁ ,,102 ରୁ 103 ଜର ରହୁଛି ସେମାନେ ବି ଆଜି କି ଆଠ ମାସେ ହେବ ବାହାରକୁ ଯାଇ ନାହାନ୍ତି ହେଲେ ସତେ କ'ଣ?କରୋନା ରୂପୀ ଭୁତାଣୁ ମାତିଛି ସୁଶ୍ରୀ ଅନୁଭବ କରିଛି ,,ଭୁତାଣୁ ଟି ଦେହ ରେ ରହିବା ଦୂରା କି କି ସମସ୍ୟା ର ସାମ୍ନା ତୁମ ଦେହ ସହିତ ମନ କୁ କରିବାକୁ ପଡେ ।ଆଉ ସେ ସମସ୍ୟା ଆଜି ତା ବାପ ମାଆ ଭୋଗୁଛନ୍ତି କୁଆଡେ ନ ଯାଇ ମଧ୍ୟତାର ଯାହା ସିମ ଟମିସ ଥିଲା ତା ବୋଉ ଆଉ ବାପା ଙ୍କର ମଧ୍ୟ ଅଛି ବାପା ଙ୍କର ଜର କମିଯାଇଛି ଦୁଇ ତିନି ଦିନ ମଧ୍ୟ ରେ ମାତ୍ର ସେ ବୋଉ ର ଦେହ ଖରାପଯୋଗୁଁ ,,ନିଜେ ମେଡ଼ିସିନ ଖାଉ ନାହାନ୍ତି ।କିଛି ଖାଦ୍ୟ ବି ଖାଉ ନାହାନ୍ତି ।ପାଖ ରେ କେହି ବୋଲି କେହି ନାହାନ୍ତି କାରଣ ସବୁ ପିଲା ମାନେ ବାହା ହେବା ସହ ନିଜ ନିଜ ଜୀବନ ରେ ବ୍ୟସ୍ତ ,,ଆଉ ଯିଏ ତାଙ୍କର ଯତ୍ନ ନେଉଛି ସେ ବି ପାଖ କୁ ଆସିବାକୁ ଡରୁଛି କାଳେ ଜର ତାକୁ ଡେଂଇ ଯିବପଛ ରେ ବହୁତ ସିମ୍ପାଥି କେବଳ ବ୍ୟାଟ୍ସଅପ ମେସେଜ ରେ ,, ।

ଫୋନ ଯୋଗେ କଥା ହୁଏ ,ସେମାନଙ୍କ ସହ ମାତ୍ରତାର ମନ ବୁଝେନି ।ତା ମନ ବିଚଳିତ ହୁଏ ଆଉ ସେ ଚାଲିଯାଏ ତା ଙ୍କୁ ଦୂର ରୁ ଦେଖା କରିବାକୁ ।ଆଉ ତା ବାପା ମାଆ ସହିତ ଦେଖା ତାକୁ ବହୁତ ମହଙ୍ଗା ପଡେ ସେ ଯିବା ପୂର୍ବ ରୁ ତା ଭାଇ ଭଉଣୀ ଙ୍କର ପରାମର୍ଶ ନିଏ ।ସମସ୍ତେ ମନା କରନ୍ତି ଯିବାକୁ ସେ କୁହେ ମୁଁ ଯଦି ଯାଇପାରିବିନି ,ତୁମେ ସବୁ ଯାଇ ଦେଖି ଆସ କଣ ହେଇଛି ।।ଆଉ ଯଦି ଭଲ ନ ହେଉଛି ,,ତା ହେଲେ ଟେଷ୍ଟ କରି ନେବା ସହିତ ଭଲ ଡାକ୍ତର କୁ ଦେଖାଇବା ।

କେହି ,,ତା କଥା ଶୁଣି ନ ଶୁଣିଲା ପରି ରହିଯାନ୍ତି ତାଙ୍କୁ ଭୟ ଥାଏ କାଳେ କରୋନା ଆମକୁ ଡେଇଁଯିବ ବାପା ମାଆ ଙ୍କର ପାଖ କୁ ଗଲେ ।ବୃଦ୍ଧ ବାପା ମାଆ ରୋଗ ରେ ପଡିଥିବେ ଆଉ ପିଲାମାନେ ରୋଗ ଡେଇଁ ଯିବ ବୋଲି ତାଙ୍କ ପାଖ କୁ ଯିବନି ସେ କୁହେ ହଉ ତୁମେ ନଯାଇ ରୁହ ମୁଁ ଯାଉଛି କେହି ସାମ୍ନା ରେ ପ୍ରତିବାଦ କରନ୍ତିନି ସେଥିପାଇଁ ସୁଶ୍ରୀ ନିଜ ବାପ ଘର କୁ ଯିବା କୁ ଅନୁମତି ନେଇ ଯାଏ ।ଘର ଟା ଯେହେତୁ ପାଖ ରେ ସେଥିପାଇଁ ଶୀଘ୍ର ପହଞ୍ଚିଯାଏ ସେ ।

ସୁଶ୍ରୀ କୁ ଦେଖି ତା ବାପା ଙ୍କର ଆଖି ର ଅଶ୍ରୁ ରାହେନାହିଁ କାରଣ ସେ ଯେତେବେଳେ ଶୁଣିଲେ ,,ଯେ ସୁଶ୍ରୀ କୁ କରୋନା ହେଇଛି ତାଙ୍କ ମନ ବହୁତ ଦୁଃଖ ଥିଲା ।।ଆଉ ତାକୁ ପାଖ ରେ ପାଇ ସେ ବିଶ୍ୱାସ କରି ପାରି ନ'ଥିଲେ ।ଯେ ସେ ତାଙ୍କ ପାଖ ରେ ଛିଡା ହୋଇଛି ବୋଲି । ଘର ଭଲ ଅବସ୍ଥା ରେ ନ ଥିଲା ।ଚାରି ପାଞ୍ଚ ଦିନ ହେବ ଝାଡୁ ହେଇ ନ ଥିଲା ।ଆଉ ଗୋଟେ ଅପରିଷ୍କାର ପରିବେଶ ଲାଗୁଥିଲା ।ଯାହା ରୋଗି ମାନଙ୍କର ପାଇଁ ବିଶେଷ ଭଲ ନୁହେଁ ।ତାପରେ ,,,ଭାଇ ଭଉଣୀ ଙ୍କର ଫୋନ ଉପରେ ଫୋନ ,,,,,,,।

ସୁଶ୍ରୀ ଫୋନ ଋଷିଭ କରେ ,,,,ତତେ କିଏ କହିଲା ,,,ଏଠିକି ଆସିବାକୁ ,,,ତୁ ଗୋଟେ କରୋନା ରୋଗୀ ଆଉ ତୁ ଯାହା ଧରିବୁ ,,ସେଥିରେ ଜୀବାଣୁ ଆସିବ ବାହାର ଘରୁ ଶୀଘ୍ର ଯାଆ ଭାରି ଶୀଘ୍ର ଏଠୁ ,,ଫୋନ ରେ ଏସବୁ ଶୁଣୁ ଥାଏ ,,ସେ ଯାହା ଠାରୁ ଏସବୁ ଶୁଣେ ,, ବହୁତ ସାନ ଭଉଣୀ ଟି ତାକୁ କହୁଥାଏ ।ସେ ସୁଶ୍ରୀ କଥା ଶୁଣିବାକୁ ନାରାଜ ,,ଖାଲି କହିଚାଲିଥାଏ ।ସୁଶ୍ରୀ ରାଗ ରେ କହିଦେଲା ,,ଏତେ କଥା କୁହନି ,,ମୁଁ ଶୁଣିପାରିବିନି ।ଆଉ ମୁଁ ଏଠି ରହିବାକୁ ଆସିନି କି ,,କରୋନା ବାଣ୍ଟି ବାକୁ ଖାଲି ଆସିଛି ବାପମାଆ ଦୁଇଜଣ କୁ ଦେଖିବାକୁ ମନେ ମନେ ଭାବେ ହେଲେ ଏସବୁ ଶୁଣି ତାକୁ ରାଗ ଲାଗେ ଆଉ ସେ ତା ସାନ ଭଉଣୀ କୁ ଗାଳି କରି ଫୋନ କାଟି ଦିଏ ।

ତାର ରୋଗ ହୋଇ ଦେହ ଦୁର୍ବଳ ଲାଗେ ମାତ୍ର ସେ ସବୁ ଘର ସଫା କରି। ସାନିଟାଇଜ କରେ ଆଉ କିଛି କଥା କରୋନା ବିଷୟ ରେ କହି ତା ବାପା ଙ୍କୁ ବିଶେଷ କରି ବୁଝେଇ ଚାଲି ଆସେ ଶାଶୁ ଘର କୁ ଆଉ ହୁଅସଅପ ଯିଏ ସିମ୍ପାଥି ଦେଖାଇ ବହୁତ କଥା କହୁଥିଲେ ,,ତା ବାପା ମାଆ ବିଷୟ ରେ ତାକୁ ଗାଳି କରେ ଦୁଇ ଦିନ ବିତିଯାଏ ଇତି ମଧ୍ୟ ରେ ।ହେଲେ ତା ମାଆ ର ଜର କମେନି ସେଥିପାଇଁ ବହୁତ କଷ୍ଟ ରେ ସେ ଆଡ଼ମିଶନ ନିଅନ୍ତି ହସ୍ପିଟାଲ ରେ ,,ଆଉ ଟେଷ୍ଟ ମଧ୍ୟ କରନ୍ତି ।।

ଆଉ ଟେଷ୍ଟ ରେ କରୋନା ନେଗେଟିଭ ଆସେ ହେଲେ ଏକ୍ସରେ ରେ ଛାତି ରେ କଫ ଜମି କରୋନା ପଜେଟିଭ ଆସେ।

କାରଣ ତିନି ଦିନ ଠାରୁ ଅଧିକ ହେଲେ corona ଭୁତାଣୁ ଶ୍ୱାସ ନାଳି ରୁ ଛାତି କୁ ଚାଲିଯାନ୍ତି ସୁଶ୍ରୀ ବାପା ଯାହା ଙ୍କର ସୁଶ୍ରୀ ହାତ ଧରି ଥିଲା ,ଆଉ ଲୁହ ପୋଛି ଥିଲା ।ତାଙ୍କର ନେଗେ ଟିଭ ଆସେ ।

ସୁଶ୍ରୀ ର ଭଉଣୀ ଭାଇ ରାଗିକି ବହୁତ କଥା ତାକୁ କହିଥିଲେ ,

ସେ ,ଜାଣିଛି ସେ ତା ବାପ ମାଆ କୁ କେତେ ଭଲ ପାଏ ସେ ଭଲ ପାଇବାର ପ୍ରମାଣ ସେ କାହାକୁ ଦେବାକୁ ଚାହେଁ ନି ।

ମଣିଷ ମାନେ ସତେରେ ବହୁତ ସ୍ୱାର୍ଥପର ନିଜ ଉପରେ ପଡିଲେ ସେମାନେ ନିଜର  ରକ୍ତସମ୍ପର୍କ କୁ ଭାଙ୍ଗିବା କୁ ବି ପଛନ୍ତି ନାହିଁ ।।ଏ ଭୂତାଣୁ ମାତିଛି କେବଳ ମଣିଷ ସମାଜ ର ସ୍ୱାର୍ଥପର ମନୋଭାଵ ଯୋଗୁ ।ଗୋଟେ କରୋନା ରୋଗୀ କି କିଏ ସାହାଯ୍ୟ ସହଯୋଗ କରିବା ତ ଦୂର କଥା ତାକୁ ଛି ଛାକର କରିବାକୁ ପଛାଉ ନାହାନ୍ତି ।

ଆଉ ଯେଉଁମାନେ ବାହାର କୁ ଯାଉଛନ୍ତି ସେ ମାନଙ୍କର ଖାମଖିଆଳି ମନୋଭାବ ଯୋଗୁଁ ଆଉ ସ୍ୱାର୍ଥପରତା ଗୁଣ ଯୋଗୁଁ ,ମତେ ହେଇଛି ଅନ୍ୟ ମାନକୁ ହେଉ ଏ ପ୍ରକାର ଚିନ୍ତାଧାରା ମଧ୍ୟ ରହୁଛି ମାସ୍କ ର ବ୍ୟବହାର ନ କରିବା ଏଠି ସେଠି ହାତ ମାରିବା ଇତ୍ୟାଦି ଇତ୍ୟାଦି

ଏ କାହାଣୀ ରେ ସୁଶ୍ରୀ ଗୋଟେ ବାର ଦିନ ରୋଗୀ ହୋଇ ମଧ୍ୟ ଯାଇଥିଲା ତା ବାପମାଆ ଙ୍କୁ ଦୂର ରୁ ଦେଖିବାକୁ ହେଲେ ମାଆ ତାର ଭାଇ ଭଉଣୀ ଙ୍କର କଥା ରେ ଟିକେ ଦୁରେଇ ରହିଥିଲେ ହେଁ ବାପା ପାଖ କୁ ଆସି ହାତ ଧରି ତା ଭଲମନ୍ଦ ବୁଝି ନିଜ କଥା କହିଥିଲେ ।

ହେଲେ ପରେ ଟେଷ୍ଟ ରେ ଜଣା ପଡିଲା ,,ମାଆ ପଜେଟିଭ ବାପା ନେଗେଟିଭ ବର୍ତ୍ତମାନ ସମାଜ ରେ ଭୂତାଣୁ ମାତିବା ସହିତ ଲୋକ ମାନଙ୍କର ମନ ରେ ଏକ ବିକୃତ ମାନସିକତା ମାତିଛି,ଯାହା ସବୁ ଲୋକ ମାନଙ୍କର ମୁହଁ ରେ ଥିବା ଖୋଳପା କୁ ନିଜ ଲୋକ ମାନଙ୍କର ଆଗେ ଖୋଲିଦେଉଛି ।ଆଉ ସେ ବିକୃତ ମାନସିକତା ରେ ବହୁତ ମୂଲ୍ୟବାନ ସମ୍ପର୍କ ବିନା ଦ୍ଵଧା ରେ ଲୋକ ଭାଙ୍ଗିବାକୁ ବି ପଛାଉ ନାହାଁନ୍ତି।



Rate this content
Log in

Similar oriya story from Tragedy