STORYMIRROR

Sitansu Jena

Romance Fantasy

4  

Sitansu Jena

Romance Fantasy

ମୁଁ କିଛି ଲୁଚାଇବି ନାହିଁ ତୁମକୁ

ମୁଁ କିଛି ଲୁଚାଇବି ନାହିଁ ତୁମକୁ

5 mins
10


ଅନେକ ଥର ଭାବିଚି ଅନେକ ଥର ନିଜକୁ ବୁଝେଇଛି ଆଉ ନିଜକୁ ପୁଣି ସାନ୍ତ୍ୱନା ଦେଇ ରହିଯାଇଛିl କେବେ ସେ ମୁହୂର୍ତ୍ତ ଆସିବ ଆଉ ମୋ ହୃଦୟର ନିଭୃତ କୋଠରୀରେ ଉଙ୍କି ମାରୁଥିବା ନିଚ୍ଛକ ସତ୍ୟ ଘଟଣା ଟିକୁ ମୁଁ ତୁମ ପସସ୍ତ ଉଦାର ବିଶାଳ ବୃକ୍ଷ ର ଶୀତଳ ଛାୟା ତଳେ ଆଶ୍ରୟ ନେଉଥିବା ବେଳେ ପ୍ରଶାନ୍ତି ର ତନ୍ମୟ ମନର କୁହେକିକା ଭରା କେତୋଟି କଥାକୁ କହିପକେଇବା ପାଇଁ ହେଲେ ସୁଯୋଗ ବାରମ୍ବାର ମୋ ହାତ ଛଡା କରେ ଆଉ ମୋ ଛାତି ଉପରେ ଜମି ରହିଥିବା ଆଗ୍ନେୟ ଉଦ୍ଗିରଣର ପରସ୍ତ ପରସ୍ତ ବହଳ ପଦାର୍ଥ ଗୁଡିକୁ ସଫା କରିଦେବା ପାଇଁ,ହେଲେ ମୁଁ ନିରୁପାୟ ହୁଏ ଯେମିତି କେଉଁ ଏକ ଅଦୃଷ୍ଟ ଶକ୍ତି ମୋ ପଥରୋଧ କରେ ଆଉ ମୁଁ ନିରୁପାୟ ଚପଳ ପିଲାଟି ପରି ଚୁପ ରହିଯାଏ ଆଉ ଥରର ସୁଯୋଗର ଅପେକ୍ଷା ରେ l


ତୁମ ସହ ସମ୍ପର୍କ ଏକ ଅଦ୍ଭୁତ ସମ୍ପର୍କ, କେମିତି ହେଲା କୋଉଠୁ ହେଲା କାହିଁକି ହେଲା କେଉଁ ସମ୍ମୋହିନୀ ଶକ୍ତିରେ ଆବିଷ୍ଠ ହୋଇ ଆମେ ଯେମିତି ଏକ ଆତ୍ମା ଏକ ମନ ଏକ ଚିନ୍ତା ଏକ ଚେତନା ଏକ ଐକି ବୋଧରେ ଆତ୍ମସ୍ଥ ହେଲା ଆମ ସମ୍ପର୍କର ମଧୁକ୍ଷ୍ୟର ମୁଁ ଜାଣିନି

l କେତଥର ବସନ୍ତ ଆସିଛି ଆଉ ଆଉ ଯାଇଛି, କେତେଥର ବୁଲବୁଲ ଟା କିଚିରିମିଚିରି କାକଳି ରେ ମୋ ଧ୍ୟାନ ଭଗ୍ନ କରିଛି, କେତେଥର ଆଇନା ସାମ୍ନା କୁ ଯାଇ ମୁଁ ତୁମକୁ ସବୁ କହିଦେବାର ଅଭିନୟ କରିଛି ଆଉ ତୁମର ପ୍ରତିକ୍ରିୟା କଥା କୁ ବି ଏକକ ଅଭିନୟରେ ଏକା ଏକା ଉପସ୍ଥାପନା କରିଛି କିନ୍ତୁ ଗୋଟିଏ କଥା ମୁଁ ପୁଣି ଦୋହରେଇଛି ମୋ ଭାବାବେଗ ତୁମ ଭାବାବେଗ ସହ ଖାପ ଖାଇବ କି ନାହିଁ ମୁଁ ହଡ଼ବଡେଇ ଯାଇଛି ଆଉ ନିଜକୁ ପ୍ରଶ୍ନ କରିଛି କାଳେ ତୁମେ ମୋତେ ଭୁଲ ବୁଝିବନି ତ ମୋ ସୁନାର ସମ୍ପର୍କ ରେ ନିଆଁ ଲାଗିଯିବନି ତ ଏତେ ତ୍ୟାଗ, ଏତେ ତପସ୍ୟା, ଏତେ ତିତିକ୍ଷ୍ୟା, ଏତେ ନିଷ୍ଠା ସବୁ ମୋର ପାଣି ଫାଟିଯିବନି ତ...........


ଏବେ ଯେତେବେଳେ ସମୟ ଉପନୀତ ହୋଇଛି ମୁଁ ନିଶ୍ଚୟ ପ୍ରଗଲ୍ଭ ଅବୋଧ ଶିଶୁ ଟି ଭଳି କହିପକେଇବି ତୁମେ ମୋତେ ଭୁଲ ଭାବ କି ଠିକ ଭାବ, ଏ ଦୁନିଆଁ ମୋତେ ଆଙ୍ଗୁଳି ଉଠେଇବା ଆଗରୁ, ଏ ସମାଜ ମୋତେ ଧିକ୍କାର କରିବା ପୂର୍ବରୁ ଆଉ ତୁମେ ମୋତେ ସନ୍ଦେହ କରିବାର ଯଥେଷ୍ଟ ପୂର୍ବରୁ ମୁଁ ଆଜି ଯେଉଁ ଅଗ୍ନି ପରୀକ୍ଷା ଦେବାକୁ ଯାଉଛି ମୁଁ ଜାଣିନି ମୁଁ ସେ ଅଗ୍ନିରେ ପୋଡି ଜଳି ଭସ୍ମ ହେଇଯିବି କି ଜୀବନ ଯଜ୍ଞ ର କଷଟି ପଥର ଉପରେ ମୁଁ ମର୍ମର ପ୍ରସ୍ତର ମୂର୍ତ୍ତୀ ଟି ପରି ସବୁଦିନ ଚୁଆ ଚନ୍ଦନ ରେ ଗାଧୋଇ ଆଜାନୁ ଲମ୍ବିତ ଫୁଲ ହାର ପିନ୍ଧି ଆବାହାନ, ସଂସ୍ଥାପନ, ସନିଧ୍ୟାନ, ସକଳିକରଣ, ଅଵଗୁଣ୍ଠନ, ଧେନୁମୁଦ୍ରା, ମୂର୍ତ୍ତୀକରଣ, ପରୀକରଣ, ମହାମୁଦ୍ରାରେ ତର୍ପଣ, ଅର୍ଚ୍ଚନ, ବନ୍ଦନ, ପୂଜନ ରେ ଯୁଗ ଯୁଗ ପାଇଁ ପୂଜା ପାଇବି l

   

  ପୁଣି ଈତି ରୁ ଆରମ୍ଭ କରିବି ବୋଲି ମୋ ଜୀବନ ନାଟକ ମୁଁ ଏବେ ପୂର୍ଣ୍ଣ ପ୍ରସ୍ତୁତି ରେ ଆଉ ସେଇ ସତ୍ୟ ଘଟଣା ଉପରେ ଆଧାରିତ ଘଟିଯାଇଥିବା,ମଞ୍ଚସ୍ଥ ହୋଉଇଥିବା ମୋ ଅଙ୍ଗେ ଲିଭା କାହାଣୀ ମୋତେ ସବୁଦିନ ପାଇଁ ଆନନ୍ଦ ଦେବ କି ନିରାନନ୍ଦ ଦେବ ମୁଁ ଜାଣିନି ତଥାପି ନିଜକୁ ମୁଁ ପୂର୍ଣ୍ଣ ପ୍ରସ୍ତୁତି ର ଅର୍ଘ୍ୟ ଥାଳି ଧରି ଦଣ୍ଡାୟମାନ l


  ତୁମ ସହ ସମ୍ପର୍କ ର ଅନେକ ଦିନ ପୂର୍ବରୁ ମୋର ଦେଖା ହୁଏ ଏକ ଷ୍ଟେଜ ପ୍ରୋଗ୍ରାମ ରେ ପାଉଲ ସହ ନାଚି ନାଚି ବେଦମ ହେବା ପର୍ଯ୍ୟନ୍ତ ଆଉ ପାଦରୁ ରକ୍ତ ବୋହିବା ପର୍ଯ୍ୟନ୍ତ କାଉଲ ସେମିତି ନିରବଛିନ୍ନ ଭାବରେ ମନ୍ତ୍ରସ୍ତ ହୋଇ ପରିବେଷଣ କରିଚାଲିଥାଏ ତା ଅଭିନୟର ଫର୍ଦ୍ଧ ମୁଁ ସେଠି ବି ଗୋଟେ କଳାକାର ମଝିରେ କିଛି ସାହାଯ୍ୟ କଲେ ଅଡିଏନ୍ସ ବିରକ୍ତି ଅନୁଭବ କରିବେ ଆଉ ଧ୍ୟାନ ଭଗ୍ନ ହେବ ତଥାପି କାହିଁକି ମୋ ବିବେକ ମୋତେ ବାଧ୍ୟ କଲା କାଉଲକୁ ସାହାଯ୍ୟ କରିବା ପାଇଁ, ଯେତେବେଳେ କାଉଲ ଗ୍ରୀନ ରୁମ କୁ ଆସି ଚେତା ହରାଇ ପଡିଯାଏ ମୁଁ ସେତେବେଳେ ବେଳେ ମୋ ହାତରେ କାଉଲ କୁ ତୋଳି ନେଇ କିଛି ଥଣ୍ଡା ପାଣିରେ ତା ମୁହଁକୁ ଛିଞ୍ଚି ଆଉ କିଛି ପାଣି ପିଆଇ ତାର ଚେତା ଆଣିବା ପାଇଁ ଚେଷ୍ଟା ଅବ୍ୟାହତ ରଖିଥାଏ, ସବୁ ଚେଷ୍ଟା ମୋର ବିଫଳ ହେଲା କାଉଲ କୁ ଭ୍ୟାନ ଡାକି ହସ୍ପିଟାଲ ନେବା ପର୍ଯ୍ୟନ୍ତ ମୋତେ ସବୁ ବୁଝିବାକୁ ପଡିଲା ମୁରବୀ ଟିଏ ଭଳି, ହସ୍ପିଟାଲ ର ବେଡ଼ ର ଏକ ପାଖରେ କାଉଲ ଆଉ ଆର ପାଖରେ ମୁଁ ତା ପରଦିନ ଡାକ୍ତର ମାନଙ୍କ ବହୁ ଚେଷ୍ଟା ପରେ କାଉଲ ର ଚେତା ଫେରିଲା ଆଉ ତାର ପ୍ରଥମ ଦୃଷ୍ଟି ରେ ପଡିଲି ମୁଁ, ଧୀରେ ଧୀରେ କାଉଲ ଭଲ ହେଇ ଆସିଲା ଆଉ ତାଙ୍କ ପରିବାର ସହ ସେ ଫେରିଲା ସୁଦୂର ରାଉରକେଲା l



   କିଛିଦିନ ପରେ କାଉଲ ପାଖରୁ ପ୍ରଥମ ଚିଠି ଟି ଆସିଲା ଆଉ ତା ଦେହରେ ଲେଖା ଥିଲା ମୁଁ ତୁମକୁ ବହୁତ ଭଲ ପାଏ କରନ..........

ନୂଆ ଜୀବନ ଦେଇଥିବା ସେଇ ଅପରିଚିତ ଟି ହିଁ ମୋ ପ୍ରେମ ର ପ୍ରଥମ ସ୍ତବକ l


   କାଉଲ


ତା ପରେ କାଉଲ ର ପରିବାର ଭୁବନେଶ୍ୱର ଆସିଲେ ଅପୂର୍ଵ ଅରୁଣିମାର ଅନ୍ତର ଭେଦି କିରଣରେ ଉଦ୍ଭାସିତ ହେଲା ଆମ ଜୀବନର

ଅୟମାରମ୍ଭ କେତେ ବୁଲାବୁଲି, ଭାବ ଦିଆ ନିଆ ଅନେକ ଅନେକ ରଙ୍ଗର ଅନ୍ତହୀନ ପ୍ରକ୍ରିୟା କେବେ ଫଗୁଣର ଫଗୁ ବୋଳା ଦେହର ଗନ୍ଧ ତ କେବେ ଆଷାଢ଼ ର ୠତୁମତୀ ମାଟିର ବାସ୍ନା ରେ ବିମୋହିତ ମନ ଆଉ ଛିଟ ଛତା ତଳେ ଆମ ଦୁହିଁଙ୍କ ଏକ ତାଳରେ ଚାଲିବାର ମଜା ଆଉ କେବେ ମଧ୍ୟ ମାଘର ଶୀତରେ ଉଂହେଇ ଜଳା ନିଆଁରେ ରାତି ତମାମ ସେକିବାର କଥା ପୁଣି ପାନ୍ଥଶାଳା ରେ ବିତେଇଥିବା ସେଦିନର କଥା ଆଉ ଅତୃପ୍ତ ଆତ୍ମାର ଭୟରେ ମୋତେ ଜଡେଇ ଧରି ଶୋଇବାର ସ୍ବପ୍ନ ଭିଜା ରାତି ସବୁ ଯେମିତି କାଲି ପରି ଲାଗୁଚି l


 ଏମିତି ଅନେକ ଦିନ ବିତିଗଲା କାଉଲ ପୁଣି ଷ୍ଟେଜ ପ୍ରୋଗ୍ରାମ ରେ ମନ ଦେଲା ଡାକ୍ତର ଯେତେ କହିଲେବି କାଉଲ ଶୁଣିବାକୁ ନାରାଜ ଯେତେ ଯିଏ ବୁଝେଇଲେବି ସେ ମାନିବାକୁ ନ ଥାଏ କି ମେଡ଼ିସିନ କୋଂଟିନୁୱେ କରୁ ନ ଥାଏ ମୁଁ କେତେ ଆଉ ଯଗିଵି କେତେ ବୁଝେଇବି କେତେ ମନା କରିବି ହଠାତ ଦିନେ ତା ଜୀବନର ରଙ୍ଗ ମଞ୍ଚରେ କଳା ବାଦଲତା ଢାଙ୍କି ହେଇ ଆସିଲା ତା ସ୍ବପ୍ନ ର ସୌଧ ଟା ଭାଙ୍ଗିଗଲା ଆଚାନକ ମହା ବାତ୍ୟାର ପ୍ରାବଲ୍ୟ ରେ ସେ ଧରାସାୟୀ ହେଲା ତା ଜୀବନର ମହାଦୀପ ନିର୍ବାପିତ ହେଲା ସେଇ ମଞ୍ଚ ରେ ସେ ଇହଧାମ ତ୍ୟାଗ କଲା ଦେବଦାସୀ ବେଶରେ ପାଦରେ ସରୁ ଅଳତାର ଧାର, ଦଶନଖ ରକ୍ତ ବର୍ଣ୍ଣ, ଆଖିରେ କଜ୍ଵଳ ଲମ୍ବିତ ଟଣା ଟଣା ଲାଞ୍ଜି, ଅଗସ୍ତି କାଢ଼ିକା ଜିଣି ସୁନ୍ଦର ଅଧର,କପାଳରେ ସିନ୍ଦୁରର ଟିପା,ଚନ୍ଦନ ଚର୍ଚ୍ଚିତ ପାଟି ରେଖ,ଗଭାରେ ସୁବାସିତ ପୁଷ୍ପର ଟାହିଆ, ଅନେକ ଫୁଲର ବାଜୁବାନ୍ଧ, ଜୁଡ଼ା, କନକ କଙ୍କଣ, ଚନ୍ଦ୍ରାହାର, ଖଣ୍ଡୁଆ ପାଟ ରେ ଦୋପାଟ୍ଟୀ କୁଞ୍ଚ ମାଟିର କନ୍ୟା ଶେଷ ସମାପିକା ମୁଦ୍ରାରେ ସମର୍ପିତ ଶରୀରଟି ଲୋଟି ଯାଇଛି ନାଟକର ଶେଷ ଦୃଶ୍ୟ ସାଜି l



  ମୁଁ ପାଗଳ ହେଇଗଲି କିଛି ଭାବି ପାରିଲିନି କିଛି କହିପାରିନି ଏକ ପ୍ରକାର ସ୍ଥାଣୁ ପାଲଟିଗଲି, ମୋ ପାଠ ପଢ଼ାରେ ଡୋରି ବନ୍ଧା ହେଲା ମୋ ଯୌବନର ଉତ୍ତାଙ୍ଗ ଲହଡ଼ି ମାଳାରେ ଭଟ୍ଟା ପଡିଗଲା, ଅଚାନକ କେଉଁ ଧୁମ କେତୁ ଲଞ୍ଜା ତାରା ହେଇ ମୋ ଭାଗ୍ୟ ଆକାଶକୁ କବଳିତ କଲା ମୁଁ ଜଡ଼ ପାଲଟିଗଲି.... l



    ସେଦିନ ଦେବୀ ମଣ୍ଡପରେ ଚାଲିଥାଏ ଷୋଡଶ ଦିନାତ୍ମକ ପୂଜାର ମହା ସପ୍ତମୀ ଘଣ୍ଟ,ଘଣ୍ଟା, କଡ଼ା,

ଦାଉଣ୍ଡି, ମର୍ଦଳ ର ଝାଇଁ ଝାଇଁ ଶବ୍ଦ ହେଉଥାଏ ନବ ପତ୍ରିକା ପ୍ରବେଶ ମା ମୁଖ ରେ ତ୍ରିପଣ୍ଡ ସିନ୍ଦୁରର ଲେପ ଆଉ ସେଇ ମୁହଁର ବେଦୀପ୍ୟମାନ ଅଭାରେ ମୁଁ ଆବିଷ୍କାର କଲି ତୁମକୁ l


  ତୁମର ନବ ଜନ୍ମ ର ଉନ୍ମେଷ ହୋଇଛି ମୁଁ ପୁନର୍ଜନ୍ମ ପାଇଛି ଆଉ ଆଜି ଗୋଲାପ ର ସ୍ତବକଟିଏ ଦେଇ ମୋ ହଜିଲା ଛପିଲା ଲୁଚିଲା ଅତୀତକୁ ବଖାଣି ଦେଇଛି ଆଉ ନିଜକୁ ଉନ୍ମୁକ୍ତ କରି ଆନନ୍ଦର ଗୀତ ଗାଇ ତୁମକୁ ଦେଇଛି ବିଚାର ର ମନ୍ତ୍ର ।


Rate this content
Log in

Similar oriya story from Romance