Madhu mita

Tragedy Inspirational

3  

Madhu mita

Tragedy Inspirational

ମୁଁ ଘାତକ କହୁଛି

ମୁଁ ଘାତକ କହୁଛି

3 mins
154


ହଁ..ମୁଁ ଘାତକ..

ଦୁନିଆର ସବୁଠାରୁ ନିଷ୍ଠୁର ହୃଦୟଧାରୀ..

ମମତାହୀନ ଆଉ..କର୍ତ୍ତବ୍ୟନିଷ୍ଠ..

ମୋ କାମ କେବଳ ଆଜ୍ଞା ପାଳନ କରିବା । ଯାହାକୁ ମୃତ୍ୟୁଦଣ୍ଡ ଦିଆ ଯାଇଥାଏ ତାକୁ କଳା କପଡା ପିନ୍ଧାଇ ମୁଖ ଲୁଚାଇ ନେଇ ଫାଶୀ ଖୁଣ୍ଟରେ ଝୁଲାଇବା ହିଁ ମୋର କାମ..ଅବଶ୍ୟ ଏହି କାମ ପାଇଁ ମୋତେ ପାରିଶ୍ରମିକ ମିଳେ । ଏଣୁ ଏ କାମ କରିବାରେ ନା ମୋର ଘୃଣା ଅଛି..ନା ଅଛି ଦ୍ଵନ୍ଦ୍ୱ..!!ନାହିଁ ଅବା ହେୟ ଜ୍ଞାନ କିମ୍ବା କୌଣସି ଅବଶୋଶ..!!କେହି ଅପରାଧୀ କେବେ ମଧ୍ୟ କ୍ଷମା ପ୍ରାର୍ଥୀ ନୁହନ୍ତି । ମୋ ହାତରୁ ମୃତ୍ୟୁ ପାଇବା ଅପରାଧୀ କଣ କେବେ ସାମାନ୍ୟ ହୋଇପାରେ..!!?? ପରିବାର ବନ୍ଧୁବାନ୍ଧବ ମୋତେ ଯାହା ବି କୁହନ୍ତୁ..ମୁଁ କିନ୍ତୁ ମୋ କାମ କରିବାରେ ସନ୍ତୁଷ୍ଟ । କାରଣ ପ୍ରତ୍ୟେକ ଦଣ୍ଡ ଏହି ଦଣ୍ଡ ଆଗରେ ହାର ମାନିଯାଏ.. ତେବେ ଆଜି..!!??

ଆଜି କାହିଁକି ମୋ ଆଖିରେ ଅଶ୍ରୁ ଆସିଛି..!!??

ଅଶ୍ରୁ..!!ପୁଣି ମୋ ପରି ଏକ ଘାତକ ଆଖିରେ..!!??

କଣ ଭୁଲ୍ ଥିଲା ସେ ନିରୀହ ଝିଅଟାର..!!??ପରିବାର ପୋଷିବାକୁ ସେ କେବଳ ଏକ ଚେଷ୍ଟା ହିଁ କରୁଥିଲା ନା!!??ଶୁଣିଛି ତା ମା ବାପାଙ୍କ ସେ ଏକମାତ୍ର ଭରସା । ଏକ ଘରୋଇ କମ୍ପାନୀରେ ଚାକିରୀ ମଧ୍ୟ କରୁଥିଲା..ତେବେ ତାର ଦୋଷ ବା କଣ ଥିଲା?ମୁଁ ତ ବୁଝି ପାରୁନି!!

ସେଦିନ ତା ବାପାଙ୍କୁ ଭୀଷଣ ଜ୍ଵର ହୋଇଥିଲା । ଅଫିସରୁ ଆସିବା ପରେ ଏହା ଦେଖି ସେ ପାଖ ମେଡିକାଲ୍ ଷ୍ଟୋରକୁ ଔଷଧ ଆଣିବା ପାଇଁ ଗଲା । କିନ୍ତୁ ସେ ଦୋକାନ ସେଦିନ ବନ୍ଦ ହୋଇଥିବାରୁ ଅଧ କିଲୋମିଟର ଦୂର ଏକ ଔଷଧ ଦୋକାନକୁ ଯିବାକୁ ହେଲା । ହଁ..ଏଇଟା ନିଚ୍ଛକ ସତ କଥା । ଗାଆଁ ଗହଳିରେ ସନ୍ଧ୍ୟା ସମୟ ଟିକେ ଶୁନଶାନ୍ ଲାଗେ । କିନ୍ତୁ..ଏତେ ବଡ଼ ସହରରେ..!!ଔଷଧ ଦୋକାନକୁ ଲାଗି ଏକ ମଦ ଦୋକାନ ଥିଲା । ଝିଅଟି ଔଷଧ ନେଇ ଆସିଗଲା । କିନ୍ତୁ କିଛି ପଶୁଙ୍କ ଲୋଲୁପ ଦୃଷ୍ଟି ଭିତରୁ ଖସି ଯାଇ ପାରିଲାନି..

ତିନିଦିନ ପରେ…

ତା ଗତିବିଧି ଉପରେ ନଜର ରଖିଥିବା ଚାରି ଜଣ ପିଶାଚ ତା ଘରକୁ ଆସିବା ରାସ୍ତାରେ ଅପେକ୍ଷା କରି ରହିଥିଲେ । ସୁଯୋଗ ଦେଖି…

ଓଃ..ମୃତ୍ୟୁ ସହିତ ପ୍ରତ୍ୟହ ନିଜ ହାତରେ ଖେଳୁଥିବା ମୋ ପରି ଏ ଘାତକ ବର୍ଣ୍ଣନା କରି ପାରୁନି ସେ ବିଭତ୍ସ ଘଟଣା..!!

ଖୀନଭିନ କରି ପାଦରେ ଦଳି ଦେବା ପରେ ମଧ୍ୟ..ସେ ଚାରିଜଣ ନିର୍ଦ୍ଵନ୍ଦରେ ବୁଲିଲେ ରାଜରାସ୍ତାରେ..ପ୍ରମାଣ ଅଭାବ..!!?? ବୃଦ୍ଧ ମାତାପିତାଙ୍କ ପାଖରେ ନା ସମ୍ବଳ ଥିଲା ନା ଜନବଳ..ଝିଅର ମୃତ୍ୟୁକୁ ନେଇ ଜଳାପୋଡା ହେଲା । ବନ୍ଦ ଡାକରା ବି ଦିଆଗଲା । ପରିସ୍ଥିତି ଜଟିଳ ହେବା ପରେ ତଦନ୍ତ କରାଗଲା । ଦୈବୀ ଦୂତ ପରି ନୂଆ କରି ଆସିଥିବା ପୋଲିସ ଅଫିସର ଏକ ଅସମ୍ଭବକୁ ସମ୍ଭବ କରି ଦେଖାଇଲେ । ଏକ ନାରୀ ହୋଇ ସେ ଅନ୍ୟ ନାରୀ ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେଲେ । ସେହି ଚାରିଜଣଙ୍କ ବିରୋଧରେ ମୋକଦ୍ଦମା କରି ଶେଷରେ ମୃତ୍ୟୁଦଣ୍ଡ ବିଧାନ କରେଇବାରେ ସକ୍ଷମ ହେଲେ..

ଆଉ ଘଣ୍ଟାଏ ପରେ ମୁଁ..ଘାତକ... ସେ ଚାରି ଜଣଙ୍କୁ ଫାଶୀ ଦେବି । କିନ୍ତୁ..ନୃଶଂସ ସେ ପଶୁମାନଙ୍କୁ ଏ ଦଣ୍ଡଦେବା ଆଗରୁ ମୋ ମନ କେମିତି ଭାରାକ୍ରାନ୍ତ ହୋଇ ଉଠୁଛି । ମୁଁ ଘାତକ..କିନ୍ତୁ ଯାହାକୁ ଆଜି ଦଣ୍ଡ ଦେବି ସେ କଣ ଆଉ ବଞ୍ଚି ରହିଛି?? ନିଷ୍ପାପ ପ୍ରାଣକୁ କନ୍ଦାଇ କନ୍ଦାଇ ମାରିବା ପରେ ତା ଭିତରେ ଆଉ କଣ ପ୍ରାଣ ଅଛି ଯେ ମୁଁ ତା ପ୍ରାଣକୁ ହରିବି?? ସେହି କୋମଳ ଝିଅଟି କେତେ କାକୁତି ମିନତି ହୋଇଥିବ..!!ତାକୁ ଦଳି ମକଚି ରକ୍ତାକ୍ତ କରି ମାରିଲା ପରେ ତା ଆତ୍ମାର ଯେଉଁ କରୁଣ ବିଳାପ ଶୁଭିଥିବ..ତାହା ମୋତେ ଅଥୟ କରୁଛି । ତା ମାଆ ବାପା ବଞ୍ଚି ଥାଉ ଥାଉ ଯେପରି ମୃତବତ୍ ହୋଇଥିବେ..ତାହା ଭାବି ମୁଁ ଆଜି ବିଚଳିତ..!!ଏମାନେ ତଥାପି ଉନ୍ମୁକ୍ତ ହୋଇ ବୁଲୁଥିଲା ବେଳେ ସେ ଝିଅଟି କଣ ମୁକ୍ତି ପାଇ ପାରିଥିବ..!!??

ଆଜି ମୋ ଦୁଃଖ..ମୋ ଘୃଣା..ମୋ କିଂକର୍ତ୍ତବ୍ୟବିମୁଢ଼ ଘାତକ ପଣିଆ ମୋତେ ଧିକ୍ କରୁଛି । ହାତ ଯୋଡ଼ି ଏତିକି ଶକ୍ତି ମାଗୁଛି ଯେପରି ଏମାନଙ୍କୁ ମୁଁ ତିନି ତିନି ଥର ମାରି ପାରିବି । ସେ ଝିଅ ଆଉ ତା ମା ବାବାଙ୍କ ଜୀବନ ସହ ଖେଳୁଥିବା ଏ ପାପୀମାନଙ୍କୁ ମୁଁ ଥରେ ମାତ୍ର ଫାଶୀ ଦେଇ କିପରି ସନ୍ତୁଷ୍ଟ ହେବି…!!

ଓଃ..କ୍ରୋଧରେ ମୁଁ ପ୍ରାୟ କାନ୍ଦି ପକାଇଲିଣି । ହେ ଈଶ୍ୱର!! ଆସି ଗଲେଣି ସେ ପାପୀଗଣ!!ମୋ ବାହୁରେ ସେ ଶକ୍ତି ଦିଅ..ଆଜି ଗୋଟିଏ ଗୋଟିଏ ପ୍ରାଣକୁ ତିନି ତିନି ଥର ନେବି । ନ ହେଲେ ଏ ଘାତକ ତା କାମରେ ସନ୍ତୁଷ୍ଟ କିପରି ହେବ ପ୍ରଭୁ..!!??କେମିତି ...କେମିତି...!!??



Rate this content
Log in

Similar oriya story from Tragedy