STORYMIRROR

Mamatamanjari Das

Tragedy

2  

Mamatamanjari Das

Tragedy

ମୋ ବୋଉ

ମୋ ବୋଉ

2 mins
14.2K


ଅଳକାଙ୍କର ମନ ସେଦିନ ସତେଯେପରି ଆକାଶରେ ଉଡୁଥିଲା, ଆଜି ବୋଉ ତାଙ୍କର ଆସିବ।ଏଇ ପଦିଏ କଥା ତାଙ୍କ କାନରେ ବାରମ୍ବାର ଗୁଞ୍ଜରଣ ସୃଷ୍ଟି କରୁଥିଲା ।ହୁଇଲ୍ ଚେୟାର ରେ ବସିମଧ୍ୟ ସେଦିନ ସେ ରୋଷେଇ ଶୀଘ୍ର ସାରି ଦେଇଥିଲେ।ମନରେ ଅନେକ ଉତ୍କଣ୍ଠା ବୋଉ କେତେବେଳେ ପହଞ୍ଚିବ।ବାର୍ ବାର୍ ଘଣ୍ଟାକୁ ଚାହୁଁ ଥିଲେ ସେ।ଲାଗୁଥିଲା ସତେ ଯେପରି ଘଣ୍ଟାକଣ୍ଟ ସ୍ଥିର ହୋଇଯାଇଛି ଆଜି।

ମଧ୍ୟବିତ ପରିବାରର ଝିଅ ସେ।ବାପା ଜଣେ ସ୍ୱଳ୍ପ ବେତନ ଭୋଗୀ ସରକାରୀ କର୍ମଚାରୀ।ପାଞ୍ଚ ଝିଅରେ ସେ ଥିଲେ ମଝିଆ ଅଭାବି ପରିବାର।ହେଲେ ବୋଉ ତାଙ୍କର ବାରିରେ ପନି ପରିବା କରି ଚଳେଇ ନିଅନ୍ତି।ଅଭାବର ଛାପ କେବେ ପଡିବାକୁ ଦିଅନ୍ତି ନାହିଁପିଲାଙ୍କ ଉପରେ।ରାତି ଦିନ କାମ ହିଁ କାମ,କେବେ ବସିବାର ଦେଖିନାହାନ୍ତି ବୋଉକୁ।ବୋଉର ବି ସେ ସେ ବହୁତ ପ୍ରିୟ ।ଛୋଟ ବେଳୁ ବୋଉର କାନିଧରି ବୁଲିବା ତାଙ୍କର ଅଭ୍ୟାସ।ଅନେକ ବାର ସେଥିପାଇଁ ମାଡ଼ ବି ଖାଇଛନ୍ତି ବୋଉଠୁ।ହେଲେ କିଛି ସମୟ ର ଅଭିମାନ ପରେ ପୁଣି ଭୁଲି ଯାଆନ୍ତି ସବୁ।ବଦଳାଇ ପାରନ୍ତିନାହିଁ ଅଭ୍ୟାସ।ବୋଉ ବିନା ଯେପରି ତାଙ୍କର ଯେପରି ସକାଳ ହୁଏନି।କାଠ ପାଶାଣର ମୂର୍ତ୍ତି ଭିତରେ ସେ କେବେବି ଭଗବାନ ଙ୍କୁ ଦେଖି ନାହାନ୍ତି ସତ,ହେଲେ ବୋଉ ଭିତରେ ସେ ଅନୁଭବ କରିଛନ୍ତି ଈଶ୍ୱରଙ୍କୁ। ତାଙ୍କର ଭଲଭାବେ ମନେ ଅଛି ଛୋଟବେଳେ ସେ ଟିକେ ଅଧିକ ତରକାରୀ ଖାଆନ୍ତି ବୋଲି ଅନ୍ୟ ଭଉଣୀମାନେ କଳି କରନ୍ତି,ହେଲେ ବୋଉ ତା'ଭାଗ ତରକାରୀ ଅଳକା ଙ୍କୁ ଦେଇ ନିଜେ ଶୁଖିଲା ଖାଇ ନିଅନ୍ତି।ବୁଝିବାର ବୟସ ହୋଇ ନଥାଏ ତେଣୁ ଅଳା ଖୁସିର ସହ ସବୁ ଖାଇ ନିଅନ୍ତି। ଏହା ଭିତରେ ସମୟ ଅତିକ୍ରାନ୍ତ ହୋଇଯାଏ, ଆଉ ଅଳକାଙ୍କର ବିବାହ ବି ସମ୍ପନ୍ନ ହୋଇଯାଏ।କିନ୍ତୁ ସୌଭାଗ୍ଯ କୁ ସେହି ଗୋଟିଏ ଗାଁରେ।ରାତି ପାହିଲେ ସେ ବୋଉକୁ ଦେଖି ପାରନ୍ତି ଆଉ ତାର ଭଲ ମନ୍ଦ ବି ବୁଝି ପାରନ୍ତି।ଘରକୁ ଯେତେବେଳେ ଯାଆନ୍ତି ବୋଉ ଟିକିଏ ଜିନିଷ ହେଲେବି ଲୁଚେଇ ରଖିଥାଏ ତାଙ୍କପାଇଁ।ସମୟ କାହାକୁ ଅପେକ୍ଷାକରେନି।ଏହା ଭିତରେ ଅଳକା ବି ମାଆ ହୋଇ ସାରିଥାନ୍ତି।ଆଉ ତାଙ୍କ ପିଲାଙ୍କୁ ମଣିଷ କରିବା ପାଇଁ ମାଆ ଆଉ ଜନ୍ମ ମାଟିକୁ ଛାଡ଼ି ସେ କଟକ ଚାଲି ଆସନ୍ତି।ହେଲେ ବୋଉକୁ ଦେଖିବା ପାଇଁ ସେ ପ୍ରତି ସପ୍ତାହରେ ଗାଁ କୁ ଧାଇଁ ଯାଆନ୍ତି।ହେଲେ ଏବେ ସେ ନଜେ କିଂକର୍ତବ୍ୟ ବିମୁଢ଼।ହୁଇଲ୍ ଚୟାର ହିଁ ତାଙ୍କର ସାଥି।ବହୁତ ମନେପଡେ ବୋଉ,ଆଉ ପିଲାବେଳର କଥା।ଇଛାହୁଏ ବୋଉର କାନିଧରି ବୁଲିବାକୁ,ତା କୋଳରେ ମୁଣ୍ଡ ରଖି ଟିକେ ଶାନ୍ତିରେ ଶୋଇ ଯିବାକୁ ।

ସ୍ୱାମୀ ଙ୍କ ଡାକରେ ହଠାତ୍ ଭାବନା ରାଜ୍ୟ ରୁ ଫେରି ଆସିଲେ ଅଳକା।ନିଜଆଖିକୁ ନିଜେ ବିଶ୍ୱାସ କରି ପାରୁନଥିଲେ,ସାମ୍ନାରେ ଲୁହ ଛଳ ଛଳ ଆଖିରେ ଛିଡ଼ାହୋଇଥିଲା ବୋଉ।ଅଳକାର ଆଲୁରା ନୁଖୁରା ମୁଣ୍ଡରେ ହାତ ବୁଲାଉ ବୁଲାଉ ତା'ର ଚିରା ଚରିତ ଗାଳିରେ କହୁଥିଲା"ଛତରି ଟୋକି ସମସ୍ତଙ୍କ କଥା ବୁଝୁ ବୁଝୁ ଦେଖୁନ ଆଜି ନିଜେ କେମିତି ପଡିଛି ??ଲୁହ ଆଉ ବାଧା ମାନୁ ନଥିଲା ଅଳକାଙ୍କର,ବୋଉର ଅମୃତ ଛୁଆଁ ରେ ସେ ସମସ୍ତ ଯନ୍ତ୍ରଣା ଭୁଲିଯାଇଥିଲେ।ଆଉ ଭାବୁଥିଲେ ଯାହାର ମୁଣ୍ଡ ଉପରେ ବୋଉର ହାତ ଅଛି ତା'ର ବା ଆଉ ଦୁଃଖ କଣ ??

ମମତା ମଞ୍ଜରୀଦାସ,ବାଲିସାହି,ମଧୁପାଟଣା,କଟକ,୯୭୭୭୪୭୩୨୭୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy