Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

ମୋ' ଭୂମୀ ମୋ କର୍ତ୍ତବ୍ୟ

ମୋ' ଭୂମୀ ମୋ କର୍ତ୍ତବ୍ୟ

4 mins 542 4 mins 542


    ଜାଣିଛୁ ଲୋ; ଲଖି ମା' ! ଏଥର ନଈ ବଢ଼ିପାଣିଟା ଆମକୁ ହଇରାଣ କରିଲା ଜାଣ, ସବୁ ସେଇ କଳା ସାଆନ୍ତର ଇଛା । 


         କାଦୁଅ ପଚ଼ ପଚ଼ ହାତରେ ଲଖି ବୋଉ ମେଞ୍ଚାଏଁ କାଦୁଅ ତା' ମରଦ ଉପରକୁ ଫୋପାଡ଼ି କହିଉଠିଲା ; କାଳିଆ ଏଠି କେଉଁଠି ଆସି ବଞ୍ଚାଇଲା ବା' ! ଆମ ସାତଖଣ୍ତ ଗାଁର ବି କିଛି ଅସୁବିଧା ହେବାକୁ ଦେଇନାହିଁ ତ ସେଇ ମାଷ୍ଟର ପୁଅ ଆଉ କିଛି ଭେଣ୍ଡିଆଙ୍କ ଯୋଗୁଁ , ଠାକୁରେ ତାଙ୍କୁ କୋଟିକୋଟି ପରମାୟୁ ଦିଅନ୍ତୁ ।


     ବର୍ଷାଋତୁର ଆରମ୍ଭ ହୋଇଯାଇଥାଏ । ଗାଁ ଟିର ସମସ୍ତ ଜମିରେ ଚାଷି ପରିବାର ମିଳିତ ଭାବେ ନିଜ ନିଜ କାମରେ ଲାଗି ପଡ଼ିଥାନ୍ତି । ଗତ ରାତିର ବର୍ଷାରେ ଚାଷିକୂଳ ହସୁଥାଏ । କାହିଁକି ଅବା ହସିବ ନାହିଁ , ପାଗ ଅନୁକୁଳକୁ ଗାଁ ପିଲାମାନଙ୍କର ବହୁତ ବୁଦ୍ଧିମାନ କାମ ମନକୁ ମୋହିଥିଲା । ଏହି ଖୁସିରେ ଗାଁର ସାଧୁ ପ୍ରଧାନ ତା' ଭାରିଜା ସହ ନିଜ ଜମିରେ ଖୁସିବାସ ହେଉଥିଲେ । ହଠାତ୍ ସାଧୁର ନଜର ପଡ଼ିଲା ଠେଙ୍ଗେଣୀ ବୁଢ଼ୀ ଉପରେ ! ଆଜି କାହାକୁ ପିଟିବ କେଜାଣି !


    ଜମି ହୁଡ଼ାକୁ ଡ଼େଇଁ ଡ଼େଇଁ ଖୁବ୍ ଯୋରରେ ଚାଲିଥାଏ ବୁଢ଼ୀ । ସେଇ ଗାଁ କେବଳ ନୁହେଁ ଆଖ ପାଖ ସବୁ ଗାଁ ବାସୀ ତାକୁ ଚିହ୍ନନ୍ତି । ଶହେ ପରେକୁ ବରଷ ହେଲେ ହେଁ ତା' ଶକ୍ତି ସାମର୍ଥ ଏବେ ବି ଅତୁଟ । ସାମାନ୍ୟ ଅଣ୍ଟା ନଇଁପଡ଼ିଲେ ବି ବାଡ଼ିର ଆଶ୍ରାରେ କ୍ଷିପ୍ରଗତିରେ ସେ ଚାଲେ ,ସବୁ କାମରେ ଖୋଜାଲୋଡ଼ା ପଡ଼େ, କାହାର ଆଈ ତ କାହାର ସେ ଜେଜେମା । ତା' ଗାଳି ଗୁଲଜରେ ବି ସମସ୍ତଙ୍କ ଲାଗେ ସ୍ନେହ ଭରି ରହିଥାଏ।


     -କିରେ ବେଲାଜୁକା ସାଧୁଆ..... ମାଇପ ସାଙ୍ଗରେ ଏଠି ଗେଲ ଗେଲ ହେଉଛୁ ଖାଲି ନା ମୋ' ସତିଆନାଶିଆକୁ ନଜର ପକାଉଛୁ ! ବେଳ ବୁଡ଼ିବାକୁ ହେଲାଣି , ସେଆଡ଼େ ତାକୁ କେହି ସହରରୁ ଡ଼ାକ ମାରୁଛି ଘରକୁ ଆସିବାର ନାଁ ଗନ୍ଧ ଟିକେ ନାହିଁ ! ସବୁବେଳେ ଗାଁ ଟୋକାଙ୍କ ସହ ମାତିଲା । କୁଆଡ଼େ ଗଲା କିରେ ଦେଖିଛୁ....? 


     ସାଧୁର ଭାରିଜା କହିଲା, ଆଈ ସେଇ ନଈ କୂଳରେ ସବୁ ବସି ଗୁଲିଗପ କରୁଥିବ ନିଘା ପକାଅ ଟିକେ। 

 

   ଏଥର ଠେଙ୍ଗେଣୀ ବୁଢ଼ୀ; ହଉ କହି ଯାଉଯାଉ କହିଲା, ଏଥର ଗେରସ୍ତ ସୁଆଗ ଛାଡ଼ି ଯା ତୋ ଘରକୁ , ତୋ ବାଳୁଙ୍ଗା କାହ୍ନା ଆମ ଦାଣ୍ଡରେ ବଡ଼ ଛୁଆଁ ଗୁଡ଼ାକ ସହ ଧୂଳି ରେ ଖେଳୁଛି, ମୁଠାଏ ଖାଇବାକୁ ଦେବୁ ।


     ଗାଁ ଟିଏ ର ଅବସ୍ଥା ଆଠ ନ ବରଷ ତଳେ ଏମିତି ନ ଥିଲା। ଚାରିଆଡ଼େ ନିସ୍ତବତା । ସବୁ ଜମି ପାଣିର ଅଭାବରୁ ସୁଖିଲା ପଡ଼ିଥିଲା। ବନ୍ଯା କଷ୍ଟ ପିଢ଼ି ପିଢ଼ି ଧରି ଭୋଗି ଆସୁଥିଲା । ଗାଁର ସଡ଼କ ଓ ବିଜୁଳି ଥିଲା ସ୍ୱପ୍ନ। ସେଇ ଗାଁର ଆଖପାଖ ଗାଁ ଗୁଡ଼ାକ ବି ସମ ଦଶା ଭୋଗୁଥିଲା , ଅନେକ ପ୍ରତିଶ୍ରୁତି ମିଳିଛି, କେବଳ କଥାରେ କିନ୍ତୁ କେହି ଦିନେ ଦୁଃଖ ଗୁହାରି ଶୁଣିବାକୁ ପରେ ଆସି ନ ଥିଲେ। ପିଲାମାନେ ଗାଁର ସ୍କୁଲକୁ ଅନିଛାର ସହ ପଢ଼ିବାକୁ ଯାଆନ୍ତି । ଘରର ପରିସ୍ଥିତି କିନ୍ତୁ ଅନୁମତି ଦେଉନଥିଲା । ଅନେକ କିଛି କିଛି ପାଠ ପଢ଼ି ସବୁ ଗାଁରୁ ସହରକୁ ବାହାରି ଯାଇଥିଲେ , ଆଉ ଲେଉଟିବାକୁ ଇଛା କରିନଥାନ୍ତି। ଦୈବୀ ଦୁର୍ବିପାକ ସମୟରେ ଗାଁ ମଶାଣି ସମାନ ଲାଗୁଥିଲା । ଖାଦ୍ୟାଭାବ ସହ ମନୁଷ୍ଯର ଜୀବନ ଯାପନର ମାନ ବହୁ ତଳେ ଥିଲା ।


      ସମୟ ବଦଳିଛି , ନୂଆ ସ୍ୱପ୍ନ ଦେଖିବା ଆରମ୍ଭ କରିଅଛି ଗାଁଟି, ଲୋକେ ଗାଁ ମୁଣ୍ଡରେ ନାମଫଳକ ଟିଏ ଲଗାଇଛନ୍ତି " ନରୋତ୍ତମ ପୁର"। ନାମଟି ଗାଁର ପ୍ରଧାନ ଆଚାର୍ଯ୍ଯଙ୍କର । ଏବେ ବି ସେ ସେଇ ବିଦ୍ଯାଳୟଟିକୁ ପରିଚାଳନା କରୁଛନ୍ତି। ତାଙ୍କରି ପୁଅ ସତ୍ୟବ୍ରତ ପ୍ରଧାନ ବୟସ ପାଖାପାଖି ତିରିଶ ପ୍ରାୟ । ମଧ୍ୟମ ଚେହେରା, ମୁଁହରେ ଛୋଟ ଛୋଟ ଦାଢ଼ି, ସହରର ଆଧୁନିକତାରେ ରହୁଥିଲେ ବି ଖୁବ ମିଷ୍ଠଭାଷୀ ଓ ପରିମାର୍ଜିତ।ପିଲାଟି ବେଳୁ ଅଧ୍ୟୟନରେ ସର୍ବଦା ପ୍ରଂଶସା ପାଇ ଆସିଥିଲା। ବାପାଙ୍କ ପ୍ରତିଛବି କହିଲେ ଅତ୍ୟୁକ୍ତି ହେବନାହିଁ।

 

     ସରକାରୀ ବିଦ୍ୟାଳୟଟିରେ ଛାତ୍ରଛାତ୍ରୀ ସଂଖ୍ୟା କମ ଥିଲା , ଆଜି ପରିସ୍ଥିତି ବଦଳିଛି। ଆଖପାଖ ଗାଁରୁ ବହୁତ ପିଲା ପଢ଼ିବାଲାଗି ଆସୁଛନ୍ତି । ଶ୍ରେଣୀକକ୍ଷ ବଢିଆ ସହ ଶିକ୍ଷକ ବି ନିଯୁକ୍ତି ପାଇଛନ୍ତି । 


     ବିଗତ ଦିନର ଚିତ୍ର ବଦଳାଇବାରେ ଗାଁର କିଛି ଯୁବକ ଯୋଗଦାନକୁ ସମସ୍ତେ ପ୍ରଶଂସା କରିଥାନ୍ତି। ବାହାର ସାହାଯ୍ୟ ବିନା ହିଁ ଶ୍ରମ ଯୋଗାଇ ବହୁତ ପରିବର୍ତ୍ତନ ଆଣିପାରିଥିଲେ । ଯାହା ଆଜି ସମସ୍ତଙ୍କ ମୁହଁରେ ହସ ଫୁଟାଇଛି । 


     ନଦୀବନ୍ଧକୁ ନିଜ ଉଦ୍ୟମରେ ମଜବୁତ କରିଛନ୍ତି, ଶତାଧିକ ଯୁବକ ନେତୃତ୍ଵ ନେଇ ସଫଳ ହୋଇପାରିଛନ୍ତି , ଗାଁ ସଡ଼କ, ବିଦ୍ଯୁତର ସୁବିଧା ସହ ଗାଁ ପାଖର ବ୍ଯାଙ୍କ ଶାଖାରୁ ସହାୟତା ରାଶି ଆଣି ଜଳ ସେଚନର ସୁବିଧା ଏବେ ଉପଲବ୍ଧ । 


      ସତ୍ଯବ୍ରତ ଏକ ସପ୍ଟୱର କମ୍ପାନୀରେ ଚାକିରି କରିଥାଏ । ଛୁଟି ସମୟ ବାହାର କରି ନିଜ ଗାଁ କଥାକୁ ଧ୍ଯାନ ଦେଇଥିଲା । ସୁଚିନ୍ତିତ ବ୍ଯବସ୍ଥା ଦ୍ୱାରା ବହୁତ କିଛି ସମାଧାନ କରାଇପାରିଥିଲା । ଆଖପାଖ ମୁରବୀମାନଙ୍କ ସହଯୋଗରେ ପ୍ରତିଟି ସମସ୍ୟା ସମ୍ପର୍କରେ ଆଲୋଚନାରେ ଭାଗ ନିଏ । 


     ଆଜି ଚାରିଆଡ଼େ ସବୁଜିମା । ଯୋଜନାଗୁଡ଼ିକୁ ସେ ସଭିଙ୍କୁ ବାଣ୍ଟି ଦେଇଥିଲା । ଯଦ୍ୱାରା ବ୍ଯକ୍ତିଗତ କାମ ସହ ସଭିଏଁ ନିଜ ନିଜ କାମରେ ସମୟ ବାହାର କରୁଥିଲେ । ଗାଁ ବାସୀ ନିଜ ନିଜ ଆୟ ବୃଦ୍ଧି ଦ୍ୱାରା ବାସସ୍ଥାନକୁ ସଜାଡ଼ି ନେଇଥାନ୍ତି। ସଭିଙ୍କ ମୁଖରେ ହସ। ପିଲାମାନେ ପାଠ ନ ପଢ଼ିଥିଲେ କ'ଣ ଏହା ସମ୍ଭବ ହୋଇଥାନ୍ତା , ସଭିଏଁ ଶତମୁଖ। 


    ସତ୍ଯବ୍ରତ ର ଜେଜେମା ଡ଼ାକ ପାରି ପାରି ଆଗକୁ ଧାଇଁଥାଏ । ନଈକୂଳରେ ସତକୁ ସତ ତା ସତ୍ଯାନାଶିଆକୁ ପାଇଲା । ହଇରେ ଟୋକା ,ତୋ ମା' ସେପାଖେ କେତେ ବେଳରୁ ଅପେକ୍ଷା କରିଛି , ବେଳ ତୋତେ ଜଣା ପଡ଼ୁନାହିଁ କିରେ ! ବୋପାଟାକୁ ସମୟ ବା କାହିଁ ? ଲାଗିଛି ପଞ୍ଜାଏଁ ଛୁଆଁଙ୍କୁ ମଣିଷ କରିବ ବୋଲି , ଖାଇବାକୁ ଡ଼ାକି ଡ଼ାକି ବୁଢ଼ୀଟାର ତଣ୍ଟି ପଡ଼ିଗଲାଣି। ଏ ବୟୁସରେ ମୋତେ କେତେ ଦଉଡ଼ାଇବୁ , ଚାଲ ଘରକୁ , ସହରରୁ ତୋ ଅଫିସରୁ ଫୋନ ଆସିଥିଲା , ଗଲେ କ'ଣ ସେ କହିବେ । ଚାଲ, ....। ଗାଁର ସବୁ ପିଲା ଜେଜେମାକୁ ମୁଣ୍ତିଆଟେ ମାରି ଯେ' ଯାହା ଘର ମୁହାଁ ହେଲେ । ଆଉ ସତ୍ଯାନନ୍ଦ ମଧ୍ୟ.......


     ଲ୍ଯାଣ୍ତ ଫୋନଟିରୁ ଫୋନଟିଏ କରି ସତ୍ଯାନନ୍ଦ ଆଶ୍ଚର୍ଯ୍ୟ ହୋଇ ଉଠିଲା, କାରଣ ତାହା ବିଶ୍ୱାସର ବାହାରେ ଥିଲା । ତା' ଜେଜେମାକୁ କୁଣ୍ଡାଇ ଧରି ଖୁସିରେ ଡ଼େଇଁଲା । ଅଗଣା ସାରା ନାଚି ଉଠିଲା। ସବୁ ଛୁଟି ଆସିଲେ , ଘଟଣା କ'ଣ ? 


   ବାପା ନରୋତ୍ତମ ପ୍ରଧାନ ହସହସ ମୁଖରେ ପଚାରି ବସିଛନ୍ତି, କଥାଟା ନ କହି ତୁ ନିଜେ ଖାଲି ଖୁସି ହେଲେ କିପରି ଚଳିବ କହିଲୁ ! ସମସ୍ତେ ଜାଣିବାକୁ ଅପେକ୍ଷା କରିଛନ୍ତି ଯେ ....।


    ସମସ୍ତଙ୍କୁ ଘରସାରା ମୁଣ୍ତିଆଟେ ମାରି ପକାଇ ଖୁବ ସହଜ ସରଳ ଭାବରେ ସେ କହିଉଠିଲା , ଆମ ପାଞ୍ଚ ଗାଁକୁ ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ଯାଳୟ ତରଫରୁ ଉନ୍ନତ ସବୁଜ ଗ୍ରାମରୂପରେ ଘୋଷଣା କରାଯାଇଛି । ଏଥିଲାଗି ପ୍ରତିଟି ଗାଁକୁ ପଚାଶ ଲକ୍ଷ ଅର୍ଥରାଶି ପୁରସ୍କାର ଘୋଷଣା କରାଯାଇଅଛି, ଏହାକୁ ଉନୟନ ମୂଳକ କାର୍ଯ୍ୟରେ ବିନିଯୋଗ କରିବା ନିମନ୍ତେ । ପରିବେଶର ସୁରକ୍ଷା ଲାଗି ମୋତେ ଆସନ୍ତା ସପ୍ତାହରେ " ଶ୍ରେଷ୍ଠ ସବୁଜ ସୁରକ୍ଷା " ମାନପତ୍ର ସମ୍ମାନ ଦିଆଯିବ। 


     ଜେଜେମା ତା' ନାତି ଟୋକାକୁ କୋଳାଗ୍ରତେ ଆନନ୍ଦର ଆଶ୍ରୁ ବହାଇ କହିଉଠିଲା ; ମୋ' ସତ୍ଯାନାଶିଆ ଗାଁର "ସୁନାପିଲା" ।।



Rate this content
Log in

More oriya story from ବୈଦ୍ଯନାଥ ସାହୁ

Similar oriya story from Inspirational