ବୈଦ୍ଯନାଥ ସାହୁ

Tragedy Inspirational

3  

ବୈଦ୍ଯନାଥ ସାହୁ

Tragedy Inspirational

ଏକ ଅତୁଟ ବନ୍ଧନ

ଏକ ଅତୁଟ ବନ୍ଧନ

4 mins
450



     ଦିଓଟି ଅସାମଞ୍ଜସ୍ୟ ଦୀପର ଅଦ୍ଭୁତ ଭାବେ ଏକ ସଙ୍ଗେ ଲିଭିଯିବାକୁ । ସମଗ୍ର ଅଞ୍ଚଳବାସୀ ସ୍ତବ୍ଧୀଭୂତ ହୋଇ ଚାହିଁ ରହିଥିଲା ସମସ୍ତ ଘଟଣାଟି ହିଁ ଅସାମାନ୍ୟ ଥିଲା । ଜୀବନର ଅନେକ ଆଦର୍ଶକୁ ଭିଡ଼ି ଧରି ଢାଉଁ ଢାଉଁ ପିଟୁଥିବା' ସମାଜଟା ଯାହା' ବିସ୍ମୟପୂର୍ଣ୍ଣ ଚାହିଁ ରହିଥିଲା ! କାରଣଟେ ବଡ଼ ବିଚିତ୍ର ବୋଲି ସମଗ୍ର ଅଞ୍ଚଳ ଦେଖୁଥିଲା , ହୁଏତ ଏକ ସଂଯୋଗ ହୋଇ ପାରିଥାଏ କିନ୍ତୁ ଯେ ନ ଦେଖିଥିବ ଏପରି ଭାବିବାଟା ସ୍ୱଭାବିକ ... 

 

  ନାତି ଟୋକା ଦୌଡ଼ି ଆସି କହିବାକୁ ଚାହିଁଛି ଜେଜ... ଜେଜ...ଜାଣିଛ ଜାଣିଛ ! ବଗିଚାରେ ବି ଜେଜୁଣୀ ମରିଗଲା ! ଜେଜେ ନାତିକୁ କୋଳକୁ ଭିଡ଼ି ନେଇ କହିଛନ୍ତି, ସେପରି କହିବୁ ନାହିଁ କହିବୁ ଈଶ୍ବରଙ୍କ ପ୍ରାପ୍ତି ହୋଇଗଲା ।


       ବିଚିତ୍ରକୁ ଦେଖୁଥିବା କେତେକଙ୍କୁ ବୟୋଜ୍ୟେଷ୍ଠ ବୁଝାଇବାକୁ ପ୍ରଯତ୍ନ କରୁଥାନ୍ତି ! କିଛି ଆଶ୍ଚର୍ଯ୍ୟ ଘଟଣା ଏହା ନୁହେଁ.... । ଦୁହିଁଙ୍କ ମଧ୍ୟରେ ନିବିଡ଼ତା ଖୁବ୍ ଚମତ୍କାର ଥିଲା।ଏକ ସଙ୍ଗେ ମୁକ୍ତି ପ୍ରାପ୍ତ ଗଲେ ।   

 

   "ଜ୍ଯୋତି" ବଧୂ ହୋଇ ଆସିବା ଦିନ ହିଁ ତାକୁ ସଙ୍ଗରେ ଘେନି ଆସିଥିଲା । ଆଉ ନିଜର ପ୍ରଥମ କର୍ତ୍ତବ୍ୟ ସମ ସେ ଧାଇଁ ଯାଇଥିଲା ତା' ମା ଆଞ୍ଜୁଳାରୁ ଘେନି ଆସିଥିବା ସେଇ ସ୍ନେହଟିକୁ ଯଥାସ୍ଥାନେ ରୋପଣ କରିବାକୁ । ନବବଧୂର ସେହି ଚପଳତା ଦେଖି ସବୁ ସମ୍ପର୍କୀୟଙ୍କ ସହ ପତି ମହାଶୟ ମଧ୍ୟ ହସି ଉଠିଥିଲେ । ନିରୋଳାରେ ସେଇ ଚାପଲ୍ଯ ତାତ୍ସଲ୍ୟ ଲାଗି ତାଙ୍କୁ ଅଭିମାନର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିଥିଲା । ତା' ପର ଠାରୁ ଜ୍ଯୋତି ଗଛଟିର ସମ୍ପୂର୍ଣ୍ଣ ଯତ୍ନ ନେଇ ଚାଲିଥିଲା ।


      ସେ ଅଭୁଲା ଅତୀତର ବାସ୍ନା ହିଁ ଥିଲା ସ୍ୱତନ୍ତ୍ର । ଅମୂଲ୍ୟ କୁମାରଙ୍କର ଜଣେ ଶିକ୍ଷକ ହିସାବରେ ସେ ଅଞ୍ଚଳରେ ପ୍ରବଳ ଖ୍ଯାତି । ଆଜି ସିନା ଅବସର ପ୍ରାପ୍ତ କିନ୍ତୁ କୌଣସି ସମସ୍ୟାରେ ସେ' ସମସ୍ତଙ୍କ କାନ୍ଧରେ କାନ୍ଧ ମିଶାଇ ଆଗକୁ ବାହାରି ପଡ଼ିଥାନ୍ତି । ତାଙ୍କର ସହଧର୍ମିଣୀ ଜ୍ଯୋତି ; ଏକ ସୁଗୃହିଣୀଟେ ପରି ସମଗ୍ର ଘରଟିକୁ ସମ୍ଭାଳି ନେଇଥିଲେ । କେହିବି ଦୂରରୁ ଛୁଟି ଆସୁ ଆଗ ଜ୍ଯୋତିକୁ ଖୋଜା । ଅଞ୍ଚଳର ସବୁ ପରିବାର କୌଣସି ସମସ୍ୟାରେ ତାଙ୍କ ଧର୍ମପତ୍ନୀ ପାଶେ ହାଜର । ଆଉ ଅମୂଲ୍ୟ ବାବୁ ଜ୍ଯୋତି କଥାକୁ ଆଡ଼େଇ ଦେଇ ପାରନ୍ତି ନାହିଁ ।


      ସାରା ଅଞ୍ଚଳବାସୀ ଦୁଃଖିତ । ଜଣେ ସ୍ନେହଶୀଳ ମହୀୟସୀ ମହିଳାଙ୍କୁ ଚୀରଦିନ ହରାଇ ବସିଲେ ସବୁଠାରୁ ବେଶି ଭାଙ୍ଗି ପଡ଼ିବା ଦିଶୁଥାନ୍ତି , ଅମୂଲ୍ୟ ବାବୁ । ଅନ୍ତିମ ନିଷ୍ପତ୍ତି ଗଣ୍ଡାକ ତାଙ୍କର ଠିକ୍ ନ ଥିଲା । 


      ନିଜ କର୍ମ ଦିଗକୁ ନିର୍ଦ୍ଧାରିତ ସମୟରେ ବାହାରି ଯିବା ପରେ ଜ୍ଯୋତି ସମସ୍ତ ଘର କାର୍ଯ୍ୟ ସମ୍ପାଦନ କରି ବଗିଚାର ସେଇ ସ୍ନେହର ପିଜୁଳି ଗଛଟି ପାଖକୁ କିଛି ସମୟ କଟାଏ । ପିତୃ ପୁରୁଷର ଘରଟିକୁ ଜ୍ଯୋତି ଆସିବା ଦିନଠୁଁ ବିଭିନ୍ନ କାମମାନ କରାଇ, ବହୁତ ସୁନ୍ଦର କରି ଦେଇଛି । ଘର ସାମ୍ନାର ନାମ ଫଳକରେ ସେଥିପାଇଁ ଅମୂଲ୍ୟ ବାବୁ ଲେଖିଥିଲେ " ଜ୍ଯୋତି ନିବାସ" । ସମ୍ପୂର୍ଣ୍ଣ ଅଞ୍ଚଳରେ ବାରି ହୋଇ ପଡ଼ୁଥିଲା ତାଙ୍କର ସେହି ଦୁଇ ମହଲା ଘରଟି । ମାଳତି ଲଟାସବୁ ଘର ଚାରିପାଖର ସବୁ କାନ୍ଥକୁ ଆକର୍ଷଣୀୟ କରୁଥିଲା । ଏ ସବୁ ଜ୍ଯୋତିର ହିଁ ପରିଶ୍ରମ । ମାଳିଟିଏକୁ ମଝିରେ ମଝିରେ ଡକାଇ ଏ ସବୁ ଯତ୍ନପୂର୍ବକ ସଜାଡ଼ି ଥିଲା। କିନ୍ତୁ ତା' ମା' ଠାରୁ ଆଞ୍ଜୁଳା ମୁଠାରେ ଆଣିଥିବା ସେ ପିଜୁଳିର ଚାରା ଗଛଟି ଥିଲା, ତାହାର ଥିଲା ଏକ ଅଭିନ୍ନ ଅଙ୍ଗ ।


        ଘର ପଛ ବଗିଚାରେ ସମସ୍ତ ପ୍ରକାରର ଗଛକୁ ଛାଡ଼ି ଜ୍ଯୋତି  ଏକ ସିମେଣ୍ଟର ବେଞ୍ଚଟେ ତିଆରି କରାଇଥିଲା । ଏଇ ଅବସର ସମୟଠାରୁ ଦୁହେଁ ଅଧିକାଂଶ ସମୟ ସେଇଠାରେ ହିଁ ସମୟ ଅତିବାହିତ କରୁଥିଲେ । ଭରପୁର ପିଜୁଳି ହୋଇଥାଏ ପଛ ପାଶ୍ୱର କିଛି କାନ୍ଥକୁ ସେଇ ଭଳି ମୁକୁଳା ରଖିବାକୁ ବାରମ୍ବାର କହୁଥିଲେ, ପାଖଆଖର ସବୁ ପିଲାମାନେ ନିୟମିତ ଅବାଧରେ ପିଜୁଳି ଖାଇଥାନ୍ତି।ଜ୍ଯୋତି କାହାରିକୁ ଆକଟ କରୁ ନ ଥିଲେ।ତେଣୁ ସବୁ ପିଲା ତାକୁ ବହୁତ ଆଦର କରୁଥିଲେ। ଗଛଟି ଆଜକୁ ୩୫ ବର୍ଷ ଧରି କେବେ ହେଁ ଫଳ ଦେବା ବନ୍ଦ କରି ନ ଥିଲା । ଅନ୍ଯ ପିଜୁଳି ଗଛମାନ ସବୁ ଦେଖି ଥିଲେ କିନ୍ତୁ ତାଙ୍କର ପିଜୁଳି ଗଛଟି ଖୁବ୍ ହୃଷ୍ଟପୃଷ୍ଟ ଥିଲା । 


     ଅନ୍ଯ ଦିନ ଭଳି ତାଙ୍କର ମନେ ପଡେ' ସେ ଦିନଟି ହୁଏ ତ ଥିଲା ନିଷ୍ଠୁର । ଜ୍ଯୋତିଙ୍କ ଘର ପାଇଟି ଶେଷ କରି ଆସିବାର ବିଳମ୍ବତା ମଧ୍ୟରେ କିଛି ସ୍ୱାଦିଷ୍ଠ ପିଜୁଳି  ନିଜ ପସନ୍ଦ ମୁତାବକ ତୋଳି ଆଣି ବେଞ୍ଚ ଉପରେ ଅପେକ୍ଷା କରିଥିଲେ । ହାତରେ ଥିଲା ସେ ଦିନର ସମାଜ ଖଣ୍ଡିକ । ହଠାତ୍ ଅନୁମାନ ଲଗାଇ ଥିଲେ; କିଛି ପିଲା ତାଙ୍କର ପସନ୍ଦର ପିଜୁଳି ଗୁଡ଼ିକ ଉଠାଇ ନେଇ ଦୌଡ଼ିବାର। ଭିଷଣ ରାଗି ଉଠିଥିଲେ  ଅମୂଲ୍ୟ ବାବୁ । ଜ୍ଯୋତି ଆସିବାର କିଛି ସମୟ ପରେ ଏକ ଭିନ୍ନ ଶୈଳୀରେ ସେ' ଏକ ଅନୁମତି ମାଗି ବସିଥିଲେ । ସେଇ ପ୍ରତିଶ୍ରୃତିରେ ଜ୍ଯୋତି ମୌନ ପ୍ରାୟ ହୋଇ ଉଠିଥିଲେ । 

 

     ଆଜି ମୃତ୍ଯୁ ଶଯ୍ୟା ନିକଟରେ ବସି ସେଇ ମୁହୂର୍ତ୍ତର ଭୁଲ ଖଣ୍ଡିକକୁ ଏଭଳି ତ୍ଯାଗ ଦେବାକୁ ପଡ଼ିଥାଏ ଦେଖି ମ୍ରିୟମାଣ , ଅନୁତାପରେ ସମୟ ଲେଉଟି ଆସିନପାରେ ! ହୁଏ ତ ପୁଣି ଦୋହରାଇବାକୁ ଆଉ ଚାହିଁବେ ନାହିଁ କିନ୍ତୁ ହଜାଇ ଦେବାର କୋହକୁ ଚାପି ପାରୁନଥିଲେ । ଭୋ ଭୋ କାନ୍ଦି ଉଠିଛନ୍ତି , ଆତ୍ମିୟ ବୁଝାଇଛି ...। ଆଘାତ ଯାହାକୁ ଲାଗିଛି ସେ କ'ଣ ଏ ଆଶ୍ୱାସନାରେ ନିଜ ମନକୁ ପ୍ରଶମନ କରାଇ ପାରିବ । ଏତେ ନିବିଡ଼ତା ମଧ୍ୟରେ ସେ ତଥାପି ତାଙ୍କ ପତ୍ନୀଙ୍କର ହୃଦୟରେ ଥିବା ଜିଜ୍ଞାସାକୁ ସଠିକତାର ସହ ଅନୁଶୀଳନ କରିପାରିନଥିଲେ। ଏ ସମ୍ପର୍କକୁ ଅବା ତାଙ୍କର ପୁତ୍ରବଧୂ ବନ୍ଧୁ ସ୍ୱଜନ କିଭଳି ଭାବେ ଠଉରାଇ ପାରିବେ । ସତେ କି କାଳ ସବୁ କିଛି ତାଙ୍କ ଠାରୁ ଛଡାଇ ନେଇଥିଲା ।

   

ଅମୂଲ୍ୟ ବାବୁ ବୁଝି ପାରିଥିଲେ; ଜ୍ଯୋତି ସେଇ ପିଜୁଳି ଗଛଟି ମଧ୍ୟରେ ତା' ମାଆର ଉପସ୍ଥିତକୁ ଅନୁଭବ କରୁଥିଲା ।ଯାହାକୁ ତାଙ୍କର ନାତିଟୋକା ଜେଜୁଣୀ... ଜେଜୁଣୀ ଡ଼ାକେ , ସେଇ ଅମୃତିୟ ପିଜୁଳି ଗଛଟେ । ଆଉ ମାଆ କେବେ ହେଁ ତା' ସନ୍ତାନକୁ ନିରାଶ କରିନଥାଏ । ଯେବେଠାରୁ ବଗିଚାରେ ସମ୍ପୂର୍ଣ୍ଣ କାନ୍ଥ ନିବୁଜ କରି ଦେଇଥିଲେ, ସେବେଠାରୁ ଗଛଟି ଫଳ ଦେବା ବନ୍ଦ କରି ଦେଇଥିଲା । ସେ ଦିନଠାରୁ ତାଙ୍କ ଜ୍ଯୋତି ଅସୁସ୍ଥ ହେବା ଦେଖା ଦେଇଥିଲା , ସେତେବେଳେ ଏ ଦିଗ ପ୍ରତି ଦୃଷ୍ଟି ଆଦୌ ଆସିଲା ନାହିଁ । 


    ଶୂନ୍ଯକୁ କିଛି ମୁହୂର୍ତ୍ତ ସେ ଚାହିଁଲେ, ବିଧାତାର ଅପୂର୍ବ ବିଚାରକୁ ଦେଖି । ସମୟ ଅତିକ୍ରାନ୍ତ କରିଛି । ତାଙ୍କର ସହଧର୍ମିଣୀ ସଧବା ହୋଇ ଚାଲିଗଲେ। ସବୁ ଶବ୍ଦ, ସବୁ ସ୍ମୃତି ସେ ଛାଡ଼ି ଦେଇଗଲେ ।ଏବେ ଏକୁଟିଆ ବେଞ୍ଚ ପାଖରେ ସମୟ ଗଡ଼ାଉଛନ୍ତି । ଅନୁଭବ କରନ୍ତି ତାଙ୍କର ପ୍ରିୟତମା ଜ୍ଯୋତି ଏବେ ମଧ୍ୟ ତାଙ୍କ ପାଖରେ ଅଛନ୍ତି । 


     ନିଦ୍ଧିଷ୍ଟ କାନ୍ଥ ପାର୍ଶ୍ଵଟିକୁ ସେ ପତ୍ନୀଙ୍କ ଇଛା ମତେ ପୁନଃ ଖୋଲାଇ ଦେଲେ, ଆଉ ନିକଟରେ ଅନ୍ଯ ଗୋଟିଏ ଚାରାଟେ ଆଣି ଅମୂଲ୍ୟ ବାବୁ ତହିଁ ଠାରେ ରୋପଣ କରାଇଛନ୍ତି । ଅପେକ୍ଷା, କେଉଁଦିନ ଫଳ ଆସିବ ଓ ପାଖଆଖ ପିଲାମାନଙ୍କର ସେଇ ଗହଳିକୁ ଦେଖିବାକୁ ପାଇବେ ।।  


Rate this content
Log in

Similar oriya story from Tragedy