ବୈଦ୍ଯନାଥ ସାହୁ

Inspirational

3  

ବୈଦ୍ଯନାଥ ସାହୁ

Inspirational

ଏକ ଚେତନା।

ଏକ ଚେତନା।

4 mins
387


    ବଡ଼ ହିଁ ସୁଲଳିତ ସମ୍ବୋଧନେ ଚିହିଁକି ଉଠିଛି ପିନାକୀ! ସମ୍ମୁଖରେ ସ୍ୱୟଂ ନୀଳକଣ୍ଠଙ୍କ ଧୂମ୍ରାଭ ଛାୟା !! ଏକ ଚମତ୍କପ୍ରଦ ମହକ ।

    ପିନାକୀ ଆଶ୍ଚର୍ଯ୍ଯ

    ଜଗଦୀଶ୍ୱର ର କଳ୍ପରୂପ ଅବା' କିଭଳି ଦୃଷ୍ଟିଗୋଚର ହେବ? 

    ସେ' ତ ଅନନ୍ତ। ପ୍ରାର୍ଥନାର ଏକ ପ୍ରତୀକାତ୍ମକ ସୂଚକ। ମାନବ ଯେଉଁଠି ନିଜକୁ ସମର୍ପିତ କରି ତାହାର ଉପାସନା କରେ !

   ସତେ ଏକ ବ୍ଯତିକ୍ରମ

  ଏତଦବ୍ୟତୀତ; ସେ' ତ ନାସ୍ତିକ ! କେବଳ ମାଆଙ୍କ କଥାର ମାନ ଓ ଏକାନ୍ତ କିଛି ମୂହୁର୍ତ୍ତ ବିତାଇବାକୁ ଅବେଳାରେ ମନ୍ଦିରରେ ଉପସ୍ଥିତ। 

  ବାହାରିବା ସମୟକୁ ହଠାତ୍ ମୂଷଧାରାରେ ବର୍ଷା ଓ ସଦ୍ଯ ଯୋତା ହଳକର ନିଖୋଜ: ଯାହା ତାକୁ ଅଟକ ରଖିଥିଲା। ମନସ୍ତାପରୁ ଥମମାରି ପିଣ୍ଡାରେ ବସୁବସୁ ନିଦ୍ରା ।

   ଯାହା ଜ୍ଞାନଗମ୍ଯ ; ଏ ପୂର୍ଣ୍ଣ ଜ୍ଯୋତିଷ୍କେ ବିଧାତା କାହିଁକି ଅବା ତା' ପ୍ରାୟ ନିମିତ୍ତମାତ୍ର ଜୀବକୁ ସଦୟ ଦେବ

    ସେ ଯେ' ସମସ୍ତ କିଛିକୁ ସ୍ୱତଃସ୍ପୃତ କରାଇ ଛାଡିଛି।ଜନ୍ମକର୍ମର ଏହା ହେଉଅଛି ଏକ ଚକ୍ର। ତହିଁରୁ ହିଁ ସ୍ୱତଃସ୍ପୃତ ପ୍ରାପ୍ୟ। ଏଥିରେ ପ୍ରଖର ବିଶ୍ବାସ। ଏହା ଏକ କର୍ମଚକ୍ରର ଘୂର୍ଣ୍ଣନ ପିଣ୍ଡ।

    ତାମସିକ ଧୂପ'ଦୀପଦାନ, ପୁଷ୍ପ ଅର୍ପଣ, ଯାଚନା କିମ୍ବା ମାଗଣରେ ନିୟତା ଭଲା କିମ୍ପାଇଁ ବଂଶିଭୂତ ଯିବ

    ମନୁଷ୍ୟ ବ୍ଯତିରେକ ଅନ୍ୟ ଜୀବ ଏ ହାସ୍ୟାସ୍ପଦ ଛଳନା କରେନା

   ଅନେକ ଅସମାହିତ ପ୍ରଶ୍ନ ରୁ ନିସ୍ତାର ନିମନ୍ତେ ସେ' ଇଚ୍ଛା ପ୍ରକାଶ କରିଅଛି।

   ପିନାକୀ:- ପ୍ରଭୁ; ଆପଣ ତ ତ୍ରିକାଳଦର୍ଶୀ। ନିରାକାର ତଥା ରୂପଶୂନ୍ଯ, ତେବେ ଏ ବେଶଭୂଷା କାହିଁକି ? ଇହ ଜଗତର ଏ କାଳ୍ପନିକ ଅବତାର କିମ୍ପାଇଁ

   ଅନ୍ତତଃ; ମୋ' ଲାଗେ ଏ ଦର୍ଶନ ତ ଅନାବଶ୍ୟକ ଥିଲା। 

  ଏହା ବାଦ; ଏ ଅଧମ ତ ସ୍ୱୀୟଂ ଚିନ୍ତନ ସମ୍ପର୍କେ ଆପଣଙ୍କୁ ତିଳେହେଁ ଅବଗତ କରାଇ ନାହିଁ। ମୋତେ ଜଣା; ଆପଣଙ୍କ ପକ୍ଷେ ସମୟ ଅତ୍ୟନ୍ତ ମୂଲ୍ଯବାନ, ହେଲେ ଆପଣ ବ୍ରହ୍ମାଣ୍ଡ ସଞ୍ଚାଳକ ମୋ' ପ୍ରତି କାହିଁକି କୃପାକିଞ୍ଚନ ଢାଳିଲେ ?

     ସନ୍ଦେହ ମୋଚନ କରନ୍ତେ ଯଦି କୃତାର୍ଥ ହୋଇପାରନ୍ତି।

   ଈଷଦ୍ଦାସ୍ଯ ସହକାରେ ଜଗଦୀଶ୍ୱର କହିଲେ -ହେ' ବତ୍ସ; ମୁଁ ତ୍ରିକାଳଦର୍ଶୀ, ସମସ୍ତ ଜ୍ଞାତ ରଖେ। ଏ ଶୂନ୍ୟର ପ୍ରତିଟି ସୁକ୍ଷ୍ମସତ୍ତାରେ ମୁଁ ବିରାଜିତ। ବିଚିତ୍ର ଏ ମାନବାତାର ; ସ୍ୱ ଅଭିସନ୍ଧିର-ପ୍ରାପ୍ତାର୍ଥେ ନାମକଳ୍ପ ରୂପ ଦେଇ ମୋତେ ଗଢିବାକୁ ଚାହିଁଛି ! ସକ୍ଷମ ହେଲାନି।

   ତଦନନ୍ତରେ ଜଗଦୀଶ୍ୱର କହିଲେ - ତୁମେ ବାସ୍ତବେ; ସ୍ୱାର୍ଥରହିତ । ଆଜି ବି ଈଶ୍ବରଙ୍କ ଚରଣରେ ନୁହେଁ; ଜନନୀର ଆଜ୍ଞାବହ। ଏ ଅମୃତ ସମ ହୃଦୟ ସଭିଙ୍କ ପାଶେ ଉପଲବ୍ଧ ନୁହେଁ। ଆଗାମୀ ସମୟେ ମଧ୍ୟ ତୁମେ ଏହାର ଦ୍ୱାରସ୍ଥ ଯିବନା' ବୋଲି; ଜାଣେ।

   ପିନାକୀ:- ଆଶ୍ଚର୍ଯ୍ୟ! ମୋ' ସମ୍ପର୍କରେ ସମସ୍ତ ଅବଗତ ସତ୍ତ୍ୱେ ଏ ଅଧମକୁ ଦର୍ଶନ ଦେଇଛନ୍ତି!! କିଛି ତ ରହସ୍ୟ ! ଉଦ୍ଦେଶ୍ୟ ଖୋଲିବେ ନାହିଁ ?

   ଜଗଦୀଶ୍ୱର :- ଅବଶ୍ୟ

   -ବତ୍ସ;ବର୍ତ୍ତମାନ ତୁମେ ଅବଚେତନ ମୁଦ୍ରାରେ। ମୁଁ ତୁମ ନିଦ୍ରାରେ ଉପସ୍ଥିତ। ତୁମେ ମୋ' ଇଚ୍ଛିତେ ଆଶ୍ରିତ। ତୁମ ମନର ଲୁକ୍କାୟିତ ପ୍ରଶ୍ନରାଜିର ଦ୍ଵିବିଧା ଦୂରୀଭୁତ ନିମନ୍ତେ ମୋ'ଦ୍ବାରା ସ୍ୱସଂଯୋଜିତ ଏକ ବାରିପାତ । 

   ଜଗଦୀଶ୍ୱର- ତୁମେ ତୁମକୁ ନାସ୍ତିକ ବିଚାର ରଖୁଅଛ ! ହେଲେ ମୁଁ ନୁହେଁ। ତୁମେ ଏକ ସମର୍ଥ ଜନ୍ମ, ନିସ୍ୱାର୍ଥୀ। ବିଧାନର ସୁକର୍ମା।

   ... ଯେ' କୁହେ ଆସ୍ତିକ ; ତା' ଯାଚଜ୍ଞାର ପ୍ରଚ୍ଛଦପଟେ ଅଭିପ୍ସା ପାରେ ! ଆସ୍ଥା ବଦଳାଏ, ଭିନ୍ନଭିନ୍ନ ଧର୍ମପ୍ରାଙ୍ଗଣକୁ ଧାବମାନ ହୁଏ ! ତା' ମନରେ ବିଷୟ ଲାଳସା ପୁଞ୍ଜିଭୂତ। ଅନନ୍ତକୁ ନାମକରଣେ ସ୍ମରଣ କରେ, ଆଶ୍ରୟ ଖୋଜେ। ପଞ୍ଚଭୂତରେ ଲୀନ ଯିବାକୁ ଭୟପାରେ! ମୁଁ କଦାପି ବାହ୍ଯ ଭକ୍ତିରେ ତୁଷ୍ଟ ଯାଏନା ।

  ଯେଉଁ ମନୁଷ୍ୟ ଶୁଦ୍ଧ କର୍ମପୁଞ୍ଜକୁ ଅବହେଳା କରେ, ସେ ଭାଗ୍ୟଦ୍ରୋହୀ । ମୋ' ଆଜ୍ଞା'ର ଦ୍ରୋହୀ। ସେ କ୍ଷଣିକେ ନିଜକୁ ଏ ସଚରାଚରକୁ ପ୍ରେରିତ କର୍ମକାର ବୋଲି ବିଚାର ରଖେନା! 

   ଅଜ୍ଞାତେ ହେଉ କିନ୍ତୁ ତୁମେ ମୋତେ ଏକଶତ ବାର ପରିକ୍ରମା କରିଅଛ। 

   ପିନାକୀ ହତ୍ ଚକିତ୍

   ସମ୍ଯକ ବିଗତ ସ୍ମୃତିଚାରଣ ପରେ ପିନାକୀ କହିଅଛି:- ତାହାର ତ କୌଣସି ଅଭିସନ୍ଧି ନ ଥିଲା। 

   ପ୍ରଭୁ କହିଅଛନ୍ତି:- ଏଇ ତ ହେଉଛି ବାସ୍ତବ ପ୍ରକ୍ରିୟା। ଯାହାକୁ ନିୟତା ସଶ୍ରଦ୍ଧ ଗ୍ରହଣକରେ। ଯେ' ଉଦ୍ଦେଶ୍ୟମୂଳକ ସ୍ମୃତିଚାର କରିଥାଏ, ସେ ସ୍ୱାର୍ଥୀ କିନ୍ତୁ ତୁମେ ଅଭିପ୍ରାୟ ରଖିନା, ନିବେଦନ କରିନା, ଆଜି ବି କେବଳ ଦର୍ଶନ କରିଅଛ। ଆଶ°ସା ରଖିନ।      

   ଅସୁବିଧାରେ ଅଛ,ଅଥଚ ନିବେଦନ ଶୂନ୍ୟ। ଏଷଣାରୁ ମୁଁ କଦାପି ସନ୍ତୁଷ୍ଟ ଯାଏନା। ନିଜ ମଧ୍ୟରେ ତ୍ରୁଟିକୁ ବିଚାରି ସଂଶୋଧନ ମାର୍ଗେ ପାଦ ବଢାଇବା ହିଁ ଜୀବନ। ଏହା ହିଁ ପ୍ରତିଟି ଜୀବର ସ୍ୱଭାବ ହେବା ଉଚିତ।

   କର୍ମଫଳ ଭୋଗୀହେବା ଭୟେ ଯେ, ଅନ୍ତର ମଧ୍ୟରେ କଳୁଷିତ ଚେତନାକୁ ଅବଦମିତ କରି ରଖେ; ସେ ଆହୁରି କପଟୀ।ଏକ ଧ୍ୱଜିକ। ସେ ପାପ ତ କରେନା; ଅନ୍ତରରେ ବିଚାର ପୋଷଣ କରେ। ସେ' ମହାପାପୀ।

   କୌଣସି ଘଟନା ସ୍ୱତଃସ୍ପୃତ ସମ୍ମୁଖସ୍ଥ ହେବା ହୁଏନା, ପ୍ରଚ୍ଛଦେ ତୁମରି କ୍ରିୟା ଜୁଟାଏ।

   ଯାହା ଆଜି ତୁମେ ସମ୍ମୁଖୀନ ହେଲ; ତାହାର ସମ୍ଯକ ଧାରଣା ଦେବି। ସାମାନ୍ୟ ଆତ୍ମ ପ୍ରଦର୍ଶନ କରିବାକୁ ଇଚ୍ଛା କରିବାରୁ ତୁମ ପାଦତ୍ରାଣ ଟି ନିଖୋଜ। ଆଗତ ସମୟର ଏହା ପୂର୍ବାଭାସ। ଅନେକ ତୁମ ଜୀବନରୁ ଅପସରି ଯିବ, ଏଭଳି ଅଚାନକ ଅନେକ ସମ୍ମୁଖୀନ ଯିବ। ନରୋତ୍ତମ ପାଖେ ଏହା ଶୋଭା ଦିଏନା।

    ଯେ' ପାଦତ୍ରାଣଟିକୁ ନେଇଅଛି ସେ ମଧ୍ୟ ମୋ' ପରମ ଭକ୍ତ। ସମସ୍ତ କଷ୍ଟ ବହନ କରୁଥିବା ସତ୍ତ୍ୱେ ଆଜି ବି ମଧ୍ୟ ମାଗଣ କରିନି। ସେ କେବଳ ବିଗତେ ଧାରଣ କରିଥିବା ସମପ୍ରାୟ ପାଦତ୍ରାଣଟିକୁ ଦେଖି ବିଭୋର ଓ ଉଛୁଣିକା ପ୍ରାଙ୍ଗଣରେ ଉପବିଷ୍ଟ। କିଛି କ୍ଷଣ ଉତାରେ ତାହାକୁ ଯଥାସ୍ଥାନେ ରଖିଦେବ ଓ ତା' ବର୍ତ୍ତମାନକୁ ଯଥୌଚିତ୍ ସମ୍ମାନ ଜଣାଇ ଗନ୍ତବ୍ଯ ପଥ ଧରିବ।

     ଯେଉଁ ଜରାଜୀର୍ଣ୍ଣ ସମ ପାଦତ୍ରାଣଟି ତାହା ପ୍ରତିବଦଳେ ଦେଖିଅଛ; ତାହା ତା' ବର୍ତ୍ତମାନର ଚିତ୍ର,ସେ ମଧ୍ୟ ମୋ ଅତିବ ପ୍ରିୟ ଭକ୍ତଟିର, ଆଗକୁ ତୁମକୁ ମଧ୍ୟ ଏ ଭୋଗ୍ଯ ହେବ। ତୁମ ପରିହିତ ପାଦତ୍ରାଣ ସମଦଶା ଲାଭ କରିବ। ଏହା ହିଁ ଈକ୍ଷଣ।

  ହେ' ମୋ ପ୍ରିୟ; ଏକେଶ୍ୱରବାଦୀ, ବର୍ତ୍ତମାନ ତୁମେ ଅଭିଅଡା, କର୍ତ୍ତବ୍ୟର ପ୍ରଥମ ଚରଣରେ ପାଦ ଥାପିଅଛ। ତୁମଠାରୁ ଏ ବ୍ରହ୍ମାଣ୍ଡ ଅନେକ ସେବାପ୍ରାପ୍ତ କରିବାକୁ ପ୍ରତୀକ୍ଷା କରିଅଛି।

     ଆଗତ ସମୟର ଚିତ୍ରରେଖ ଭିନ୍ନ ହେବ। ବର୍ତ୍ତମାନ ଓ ଆଗତ ମଧ୍ୟରେ ମଧ୍ୟ ତୁମର ଏକ ପାର୍ଥକ୍ୟ ଆସି ଛିଡ଼ା ହେବ। ଦାୟିତ୍ୱ ବହନ କରିବ, ସାମର୍ଥ୍ୟ ଜୁଟାଅ। 

   ତୁମେ ଯେଉଁ ଚିନ୍ତନରେ ଡୁବି ରହିଅଛ, ଅପର ପାଶ୍ୱରେ ବାମାଙ୍ଗୀ ମଧ୍ୟ ପ୍ରତୀକ୍ଷାରତ। ଯଥୋଚିତ ସମୟେ ଦୁହେଁ ବନ୍ଧନଋଜୁରେ ଆବଦ୍ଧ ଯିବ।

   ହଠାତ୍ କାହାର ହସ୍ତସ୍ପର୍ଶରେ ପିନାକୀର ନିଦ୍ରା ଭଙ୍ଗ ଯାଇଛି। ଜଗଦୀଶ୍ୱର ଅନ୍ତର୍ଦ୍ଧାନ ପିନାକୀ ପ୍ରକୃତିସ୍ଥ ହେଲା।

   ମନ୍ଦିରର ପୂଜକ ଇଙ୍ଗିତ ଦେଲେ; ଏଥର ଯାଅ ପୁତ୍ର, ବାହାରେ ବର୍ଷା ଥମିଲାଣି। 

   ଲେଉଟାଣ ସମୟେ ପିନାକୀ ମୁହଁରେ ଥିଲା;ଏକ ଅପୂର୍ବ ଜ୍ଯୋତିଃ।

  


Rate this content
Log in

Similar oriya story from Inspirational