STORYMIRROR

KSHIRADRI SAHU

Inspirational Children

4  

KSHIRADRI SAHU

Inspirational Children

ମୋ ଭୂମି ମୋ କର୍ତ୍ତବ୍ୟ

ମୋ ଭୂମି ମୋ କର୍ତ୍ତବ୍ୟ

4 mins
176

ଜାଣିଛୁ ଲୋ ଲଖି ମା' ,ଏଥର ନଈ ବଢ଼ିପାଣିଟା ଆମକୁ ହଇରାଣ କରିଲା ନାହିଁ, ସବୁ ସେଇ କଳା ସାଆନ୍ତର ଇଛା । 

      କାଦୁଅ ପଚ଼ ପଚ଼ ହାତରେ ଲଖି ବୋଉ ମେଛାଏଁ କାଦୁଅ ତା' ମରଦ ଉପରକୁ ଫୋପାଡ଼ି କହିଉଠିଲା ; କାଳିଆ ଏଠି କେଉଁଠି ଆସି ବଞ୍ଚାଇଲା ବା' ! ଆମ ସାତଖଣ୍ତ ଗାଁର ବି କିଛି ଅସୁବିଧା ହେବାକୁ ଦେଇନାହିଁ ତ ସେଇ ମାଷ୍ଟର ପୁଅ ଆଉ କିଛି ଭେଣ୍ଡିଆଙ୍କ ଯୋଗୁଁ , ଠାକୁରେ ତାଙ୍କୁ କୋଟିକୋଟି ପରମାୟୁ ଦିଅନ୍ତୁ । ବର୍ଷାଋତୁର ଆରମ୍ଭ ହୋଇଯାଇଥାଏ । ଗାଁ ଟିର ସମସ୍ତ ଜମିରେ ଚାଷି ପରିବାର ମିଳିତ ଭାବେ ନିଜ ନିଜ କାମରେ ଲାଗି ପଡ଼ିଥାନ୍ତି । ଗତ ରାତିର ବର୍ଷାରେ ଚାଷିକୂଳ ହସୁଥାଏ । କାହିଁକି ଅବା ହସିବ ନାହିଁ , ପାଗ ଅନୁକୁଳକୁ ଗାଁ ପିଲାମାନଙ୍କର ବହୁତ ବୁଦ୍ଧିମାନ କାମ ମନକୁ ମୋହିଥିଲା । ଏହି ଖୁସିରେ ଗାଁର ସାଧୁ ପ୍ରଧାନ ତା' ଭାରିଜା ସହ ନିଜ ଜମିରେ ଖୁସିବାସ ହେଉଥିଲେ । ହଠାତ୍ ସାଧୁ ର ନଜର ପଡ଼ିଲା ଠେଙ୍ଗେଣୀ ବୁଢ଼ୀ ଉପରେ ! ଆଜି କାହାକୁ ପିଟିବ କେଜାଣି  ଜମି ହୁଡ଼ାକୁ ଡ଼େଇଁ ଡ଼େଇଁ ଖୁବ୍ ଯୋରରେ ଚାଲିଥାଏ ବୁଢ଼ୀ । ସେଇ ଗାଁ କେବଳ ନୁହେଁ ଆଖ ପାଖ ସବୁ ଗାଁ ବାସୀ ତାକୁ ଚିହ୍ନନ୍ତି । ଶହେ ପରେକୁ ବରଷ ହେଲେ ହେଁ ତା' ଶକ୍ତି ସାମର୍ଥ ଏବେ ବି ଅତୁଟ । ସାମାନ୍ୟ ଅଣ୍ଟା ନଇଁପଡ଼ିଲେ ବି ବାଡ଼ିର ଆଶ୍ରାରେ କ୍ଷିପ୍ରଗତିରେ ସେ ଚାଲେ ,ସବୁ କାମରେ ଖୋଜାଲୋଡ଼ା ପଡ଼େ, କାହାର ଆଈ ତ କାହାର ସେ ଜେଜେମା । ତା' ଗାଳି ଗୁଲଜରେ ବି ସମସ୍ତଙ୍କୁ ସ୍ନେହ ରହିଥାଏ  କିରେ ବେଲାଜୁକା ସାଧୁଆ ମାଇପ ସାଙ୍ଗରେ ଏଠି ଗେଲ ଗେଲ ହେଉଛୁ ଖାଲି ନା' ମୋ ସତିଆନାଶିଆକୁ ନଜର ପକାଉଛୁ । ବେଳ ବୁଡ଼ିବାକୁ ହେଲାଣି , ସେଆଡ଼େ ତାକୁ କେହି ସହରରୁ ଡ଼ାକ ମାରୁଛି ,ଘରକୁ ଆସିବାର ନାଁ ଗନ୍ଧ ଟିକେ ନାହିଁ ! ସବୁବେଳେ ଗାଁ ଟୋକାଙ୍କ ସହ ମାତିଲା । କୁଆଡ଼େ ଗଲା କିରେ ଦେଖିଛି  ସାଧୁର ଭାରିଜା' କହିଲା, ଆଈ' ସେଇ ନଈ କୂଳରେ ସବୁ ବସି ଗୁଲିଗପ କରୁଥିବ, ନିଘା ପକାଅ ଟିକେ। ଏଥର ଠେଙ୍ଗେଣୀ ବୁଢ଼ୀ ହଉ କହି ଯାଉଯାଉ କହିଲା, ଏଥର ଗେରସ୍ତ ସୁଆଗ ଛାଡ଼ି ଯା' ଘରକୁ , ତୋ ବାଳୁଙ୍ଗା କାହ୍ନା ଆମ ଦାଣ୍ଡରେ ବଡ଼ ଛୁଆଁ ଗୁଡ଼ାକ ସହ ଖେଳୁଛି, ମୁଠାଏ ଖାଇବାକୁ ଦେବୁ ।ଗାଁ ଟିଏ ର ଅବସ୍ଥା ଆଠ ନ ବରଷ ତଳେ ଏମିତି ନ ଥିଲା। ଚାରିଆଡ଼େ ନିସ୍ତବତା । ସବୁ ଜମି ପାଣିର ଅଭାବରୁ ସୁଖିଲା ପଡ଼ିଥିଲା। ବନ୍ଯା କଷ୍ଟ ପିଢ଼ି ପିଢ଼ି ଧରି ଭୋଗି ଆସୁଥିଲା । ଗାଁର ସଡ଼କ ଓ ବିଜୁଳି ଥିଲା ସ୍ୱପ୍ନ। ସେଇ ଗାଁର ଆଖପାଖ ଗାଁ ଗୁଡ଼ାକ ବି ସମ ଦଶା ଭୋଗୁଥିଲା , ଅନେକ ପ୍ରତିଶ୍ରୁତି ମିଳିଛି, କେବଳ କଥାରେ କିନ୍ତୁ କେହି ଦିନେ ଦୁଃଖ ଗୁହାରି ଶୁଣିବାକୁ ପରେ ଆସି ନ ଥିଲେ। ପିଲାମାନେ ଗାଁର ସ୍କୁଲକୁ ଅନିଛାର ସହ ପଢ଼ିବାକୁ ଯାଆନ୍ତି । ଘରର ପରିସ୍ଥିତି କିନ୍ତୁ ଅନୁମତି ଦେଉନଥିଲା । ଅନେକ କିଛି କିଛି ପାଠ ପଢ଼ି ସବୁ ଗାଁରୁ ସହରକୁ ବାହାରି ଯାଇଥିଲେ , ଆଉ ଲେଉଟିବାକୁ ଇଛା କରିନଥାନ୍ତି। ଦୈବୀ ଦୁର୍ବିପାକ ସମୟରେ ଗାଁ ମଶାଣି ସମାନ ଲାଗୁଥିଲା । ଖାଦ୍ୟାଭାବ ସହ ମନୁଷ୍ଯର ଜୀବନ ଯାପନର ମାନ ବହୁ ତଳେ ଥିଲା ।  ସମୟ ବଦଳିଛି , ନୂଆ ସ୍ୱପ୍ନ ଦେଖିବା ଆରମ୍ଭ କରିଅଛି ଗାଁଟି, ଲୋକେ ଗାଁ ମୁଣ୍ଡରେ ନାମଫଳକ ଟିଏ ଲଗାଇଛନ୍ତି " ନରୋତ୍ତମ ପୁର"। ନାମଟି ଗାଁର ପ୍ରଧାନ ଆଚାର୍ଯ୍ଯଙ୍କର । ଏବେ ବି ସେ ସେଇ ବିଦ୍ଯାଳୟଟିକୁ ପରିଚାଳନା କରୁଛନ୍ତି। ତାଙ୍କରି ପୁଅ ସତ୍ୟବ୍ରତ ପ୍ରଧାନ ବୟସ ପାଖାପାଖି ତିରିଶ ପ୍ରାୟ । ମଧ୍ୟମ ଚେହେରା, ମୁଁହରେ ଛୋଟ ଛୋଟ ଦାଢ଼ି, ସହରର ଆଧୁନିକତାରେ  ରହୁଥିଲେ ବି ଖୁବ ମିଷ୍ଠଭାଷୀ ଓ ପରିମାର୍ଜିତ।ପିଲାଟି ବେଳୁ ଅଧ୍ୟୟନରେ ସର୍ବଦା ପ୍ରଂଶସା ପାଇ ଆସିଥିଲା। ବାପାଙ୍କ ପ୍ରତିଛବି କହିଲେ ଅତ୍ୟୁକ୍ତି ହେବନାହିଁ  ସରକାରୀ ବିଦ୍ୟାଳୟଟିରେ ଛାତ୍ରଛାତ୍ରୀ ସଂଖ୍ୟା କମ ଥିଲା , ଆଜି ପରିସ୍ଥିତି ବଦଳିଛି। ଆଖପାଖ ଗାଁରୁ ବହୁତ ପିଲା ପଢ଼ିବାଲାଗି ଆସୁଛନ୍ତି । ଶ୍ରେଣୀକକ୍ଷ ବଢିଆ ସହ ଶିକ୍ଷକ ବି ନିଯୁକ୍ତି ପାଇଛନ୍ତି । ବିଗତ ଦିନର ଚିତ୍ର ବଦଳାଇବାରେ ଗାଁର କିଛି ଯୁବକ ଯୋଗଦାନକୁ ସମସ୍ତେ ପ୍ରଶଂସା କରିଥାନ୍ତି। ବାହାର ସାହାଯ୍ୟ ବିନା ହିଁ ଶ୍ରମ ଯୋଗାଇ ବହୁତ ପରିବର୍ତ୍ତନ ଆଣିପାରିଥିଲେ । ଯାହା ଆଜି ସମସ୍ତଙ୍କ ମୁହଁରେ ହସ ଫୁଟାଇଛି । ନଦୀବନ୍ଧକୁ ନିଜ ଉଦ୍ୟମରେ ମଜବୁତ କରିଛନ୍ତି, ଶତାଧିକ ଯୁବକ ନେତୃତ୍ଵ ନେଇ ସଫଳ ହୋଇପାରିଛନ୍ତି , ଗାଁ ସଡ଼କ, ବିଦ୍ଯୁତର ସୁବିଧା ସହ ଗାଁ ପାଖର ବ୍ଯାଙ୍କ ଶାଖାରୁ ସହାୟତା ରାଶି ଆଣି ଜଳ ସେଚନର ସୁବିଧା ଏବେ ଉପଲବ୍ଧ   ସତ୍ଯବ୍ରତ ଏକ ସପ୍ଟୱର କମ୍ପାନୀରେ ଚାକିରି କରିଥାଏ । ଛୁଟି ସମୟ ବାହାର କରି ନିଜ ଗାଁ କଥାକୁ ଧ୍ଯାନ ଦେଇଥିଲା । ସୁଚିନ୍ତିତ ବ୍ଯବସ୍ଥା ଦ୍ୱାରା ବହୁତ କିଛି ସମାଧାନ କରାଇପାରିଥିଲା । ଆଖପାଖ ମୁରବୀମାନଙ୍କ ସହଯୋଗରେ ପ୍ରତିଟି ସମସ୍ୟା ସମ୍ପର୍କରେ ଆଲୋଚନାରେ ଭାଗ ନିଏ ।  ଚାରିଆଡ଼େ ସବୁଜିମା । ଯୋଜନାଗୁଡ଼ିକୁ ସେ ସଭିଙ୍କୁ ବାଣ୍ଟି ଦେଇଥିଲା । ଯଦ୍ୱାରା ବ୍ଯକ୍ତିଗତ କାମ ସହ ସଭିଏଁ ନିଜ ନିଜ କାମରେ ସମୟ ବାହାର କରୁଥିଲେ । ଗାଁ ବାସୀ ନିଜ ନିଜ ଆୟ ବୃଦ୍ଧି ଦ୍ୱାରା ବାସସ୍ଥାନକୁ ସଜାଡ଼ି ନେଇଥାନ୍ତି। ସଭିଙ୍କ ମୁଖରେ ହସ। ପିଲାମାନେ ପାଠ ନ ପଢ଼ିଥିଲେ କ'ଣ ଏହା ସମ୍ଭବ ହୋଇଥାନ୍ତା , ସଭିଏଁ ଶତମୁଖ। 

       ସତ୍ଯବ୍ରତ ର ଜେଜେମା' ଡ଼ାକ ପାରି ପାରି ଆଗକୁ ଧାଇଁଥାଏ । ନଈକୂଳରେ ସତକୁ ସତ ତା' ସତ୍ଯାନାଶିଆକୁ ପାଇଲା । ହଇରେ ଟୋକା' ,ତୋ' ମା ସେପାଖେ କେତେ ବେଳରୁ ଅପେକ୍ଷା କରିଛି , ବେଳ ତୋତେ ଜଣା ପଡ଼ୁନାହିଁ କିରେ ! ବୋପାଟାକୁ ସମୟ ବା' କାହିଁ ? ଲାଗିଛି ପଞ୍ଜାଏଁ ଛୁଆଁଙ୍କୁ ମଣିଷ କରିବ ବୋଲି , ଖାଇବାକୁ ଡ଼ାକି ଡ଼ାକି ବୁଢ଼ୀଟାର ତଣ୍ଟି ପଡ଼ିଗଲାଣି। ଏ ବୟୁସରେ ମୋତେ କେତେ ଦଉଡ଼ାଇବୁ , ଚାଲ ଘରକୁ , ସହରରୁ ତୋ ଅଫିସରୁ ଫୋନ ଆସିଥିଲା , ଗଲେ କ'ଣ ସେ କହିବେ । ଚାଲ, । ଗାଁର ସବୁ ପିଲା ଜେଜେମାକୁ ମୁଣ୍ତିଆଟେ ମାରି ଯେ ଯାହା ଘର ମୁହାଁ ହେଲେ । ଆଉ ସତ୍ଯାନନ୍ଦ ଲ୍ଯାଣ୍ତ ଫୋନଟିରୁ ଫୋନଟିଏ କରି' ସତ୍ଯାନନ୍ଦ ଆଶ୍ଚର୍ଯ୍ୟ ହୋଇ ଉଠିଲା, କାରଣ ତାହା ବିଶ୍ୱାସର ବାହାରେ ଥିଲା । ତା' ଜେଜେମାକୁ କୁଣ୍ଡାଇ ଧରି ଖୁସିରେ ଡ଼େଇଁଲା । ଅଗଣା ସାରା ନାଚି ଉଠିଲା। ସବୁ ଛୁଟି ଆସିଲେ , ଘଟଣ  କ'ଣ  ବାପା ନରୋତ୍ତମ ପ୍ରଧାନ ହସହସ ମୁଖରେ ପଚାରି ବସିଛନ୍ତି, କଥାଟା ନ କହି ତୁ ନିଜେ ଖାଲି ଖୁସି ହେଲେ କିପରି ଚଳିବ କହିଲୁ ! ସମସ୍ତେ ଜାଣିବାକୁ ଅପେକ୍ଷା ସମସ୍ତଙ୍କୁ ଘରସାରା ମୁଣ୍ତିଆଟେ ମାରି ପକାଇ ଖୁବ ସହଜ ସରଳ ଭାବରେ ସେ କହିଉଠିଲା , ଆମ ପାଞ୍ଚ ଗାଁକୁ ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ଯାଳୟ ତରଫରୁ ଉନ୍ନତ ସବୁଜ ଗ୍ରାମରୂପରେ ଘୋଷଣା କରାଯାଇଛି । ଏଥିଲାଗି ପ୍ରତିଟି ଗାଁକୁ ପଚାଶ ଲକ୍ଷ ଅର୍ଥରାଶି ପୁରସ୍କାର ଘୋଷଣା କରାଯାଇଅଛି, ଏହାକୁ ଉନୟନ ମୂଳକ କାର୍ଯ୍ୟରେ ବିନିଯୋଗ କରିବା ନିମନ୍ତେ । ପରିବେଶର ସୁରକ୍ଷା ଲାଗି ମୋତେ ଆସନ୍ତା ସପ୍ତାହରେ " ଶ୍ରେଷ୍ଠ ସବୁଜ ସୁରକ୍ଷା " ମାନପତ୍ର ସମ୍ମାନ ଦିଆଯିବ। 

 ଜେଜେମା' ତା' ନାତି ଟୋକାକୁ କୋଳାଗ୍ରତେ ଆନନ୍ଦର ଅଶ୍ରୁ ବହାଇ କହିଉଠିଲା ; ମୋ' ସତ୍ଯାନାଶିଆ ଗାଁର "ସୁନାପିଲା"।

                                                                     


Rate this content
Log in

Similar oriya story from Inspirational