ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ମଲ ମଲିଆ ଭୁତ

ମଲ ମଲିଆ ଭୁତ

2 mins
7.4K


ପ୍ରତାପ କୁମାର ଦ୍ଵିବେଦୀ

ଛଅ ବରଷର କୁନି ଝିଅଟିଏ ଡଲିଆ l ବାପା ମା’ ସହିତ ମାମୁଁ ଘରକୁ ଯାଇଥାଏ l ମାମୁଁ ଘରକୁ ଯାଇଛି ବୋଲି ତା’ ପାଦ ତଳେ ପଡୁ ନଥାଏ l କେତେ ରକମର ମାଇଁଙ୍କ ହାତରନ୍ଧା ପିଠା ପଣା ତା’ ମନ କିଣି ନେଉଥାଏ l ଠିକ୍ ତା’ ପର ଦିନ ଉପର ବେଳ କଥା l ସଞ୍ଜବେଳ ଡଲିଆ ଅଙ୍ଗୁର ସବୁ ସଫା ପାଣିରେ ଧୋଇ ଖାଇବାକୁ ଲାଗିଲା l ଖାଇସାରି ଯାହା ବଳିଲା ପଲିଥିନ ମୁହଁ ବାନ୍ଧି ଥୋଇ ଦେଲା l ଅଙ୍ଗୁର ଖାଇ ତା’ ଖୁସି କହିଲେ ନସରେ l ରାତିରେ ଖୁସି ହୋଇ ସବୁ ଖାଇପିଇ ଶୋଇଲେ l ରାତି ୩ଟା ହୋଇଛି କି ନାହିଁ କୁନି ଡଲିଆର ନିଦ ଭାଙ୍ଗିଗଲା l ବାପା ମା’ ସହିତ ଟର୍ଚ୍ଚ ଧରି ପଦାକୁ ଆସିଲେ l ଡଲିଆ ଘର ଭିତରୁ ବାହାରୁ ତାର ମା’କୁ କଟମଟ କରି ଜାବୁଡି ଧରିଲା l ଆଉ ମାଲମଲିଆ ଭୂତ ଭୂତ କହି ବଡ ପାଟି କରି ଉଠିଲା l ତା’ର ପାଟି ଶୁଣି ଘରେ ସଭିଏଁ ଛାନିଆ ହୋଇଗଲେ l ଆଉ କାହାକୁ ନିଦ ହେଲା ନାହିଁ ଶୋଇବେ ବା କ’ଣ ? ତାକୂ ବୁଝାଇ ସମସ୍ତେ ଠୋ ଠୋ ହୋଇ ହସୁଥାନ୍ତି l

ସକାଳ ହେଲା l ବାପା ତାକୁ କାଖରେ ଧରି ଘର ବାହାରକୁ ବାହାରୁ ବାହାରୁ ପୁଣି ସେମିତି ଭୂତ ଭୂତ ମଲମଲିଆ ଭୂତ କହି ପାଟି କଲା l ବାପା ଚାରି ଆଡକୁ ଆଖି ବୁଲାଇ ଆଣିଲେ ହେଲେ କାହିଁ ତ କିଛି ନାହିଁ l କେବଳ ଅଙ୍ଗୁର ପଲିଥିନିରେ ଜୁଳୁ ଜୁଳିଆ ପୋକ ପସିଛି l ତା’କୁ ସେମିତି ବାନ୍ଧି ଦେଲେ l ପୁଣି ସଞ୍ଜ ଆସିଲା l ଡଲିଆର ମଲମଲିଆ ଭୂତ ଡର ମନରେ ସେମିତି ରହିଥାଏ l ମା’ ତାକୁ କୋଳେଇ ଧରି ବାପାଙ୍କ ସାଥିରେ ସେଇ ପଲିଥିନ ଜାରି ପାଖକୁ ଗଲେ l ଡଲିଆ କାନ୍ଦି କାନ୍ଦି ଜୋରରେ ରଡିଛାଡୁଥାଏ l ଖାଲି କହୁଥାଏ ମଲମଲିଆ ଭୂତ l କାମୁଡି ଦେବ ବାପା ଅଙ୍ଗୁର ପଲିଥିନଟି ଖୋଲିଲେ l ସଭିଏଁ ଦେଖିଲେ ଜୁଳୁଜୁଳିଆ ପୋକଟିଏ ପଲିଥିନିଟି ଖୋଲି ଦେବାରୁ ସେମିତି ମଲମଲ୍ କରି ଫୁର୍ କରି ଉଡିଗଲା l ଡ଼ଲିଆ ସେମିତି ଅନାଇ ଥାଏ l ଭୂତ ନୁହେଁ ବୋଲି ଯେତେ ବୁଝାଇଲେ ମଧ୍ୟ ଆଗରୁ ବୁଝି ନଥିଲା l ଏବେ ନିଜ ଆଖିରେ ଦେଖିଲା l ମଲମଲିଆ ଭୂତଟିକୁ ଦେଖି ସମସ୍ତେ ଠୋ ଠୋ ହୋଇ ହସି ଉଠିଲେ l ଟିକି ଡଲିଆକୁ କୋଳେଇ ନେଇ ସଭିଏଁ ଗେଲାଟିଏ କଲେ l ଆଉ କହିଲେ ଦେଖିଲୁ ମା’ କେମିତି ମଲମଲିଆ ଭୂତ ଆମ ଘରେ ପଶିଥିଲା l ଟିକି ଡଲିଆ ମଧ୍ୟ ତାଲିମାରି ଠୋ ଠୋ ହୋଇ ହସି ଉଠିଲା l ନିଜେ ଯେତେବେଳେ ଜାଣିଲା ଯେ ଭୂତ ନୁହେଁ ଜୁଳୁ ଜୁଳିଆ ପୋକ l ସେ ଆଉ କ’ଣ ଡରିଛି l ସଭିଏଁ ତଥା ମାମୁଁ ମାଇଁ କୋଳେଇ ନେଇ କହିଲେ ହଇଲେ ଡଲି ତୁ ଏଡ଼େ ଡରକୁଳିଟିଏ ସଭିଏଁ ହସି ହସି ଡଲିଆକୁ ଧରି ଖାଇବାକୁ ଗଲେ l ଡଲିଆ ଖାଇଲା ବେଳେ ମଲମଲିଆ ଭୂତ କାମୁଡି ଦେବ କହି ସମସ୍ତଙ୍କୁ ହସାଇ ହସାଇ ଗଡାଇ ଦେଉଥାଏ l


Rate this content
Log in

Similar oriya story from Classics