STORYMIRROR

Sambit Srikumar

Tragedy

3  

Sambit Srikumar

Tragedy

ମହିଳା ସଶକ୍ତିକରଣ

ମହିଳା ସଶକ୍ତିକରଣ

1 min
190


ସେହି ବର୍ଷ ନୂଆପଡ଼ା ଜିଲ୍ଲା ସଦରମହକୁମାରେ ପାଳନ କରାଯାଉଥିବା ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସରକାରଙ୍କ ଜନୈକ ବରିଷ୍ଠ ମନ୍ତ୍ରୀ। ବେଶ୍ କରିତକର୍ମା ନେତା ସେ। ତ୍ରିରଙ୍ଗା ପତାକା ଉତ୍ତୋଳନ କରି ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ଅନୁଷ୍ଠିତ ସାଧାରଣ ସଭାରେ ନିଜର ଭାଷଣରେ ମହିଳାମାନଙ୍କୁ ସ୍ବାବଲମ୍ବୀ, ସକ୍ଷମ ଏବଂ ସଶକ୍ତ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ଉପସ୍ଥିତ ସମବେତ ଜନତାର କରତାଳିରେ ପ୍ରକମ୍ପିତ ହୋଇ ଉଠିଲା ପରେଡ୍ ପଡ଼ିଆ। 


ପୂର୍ତ୍ତ ବିଭାଗର ସର୍କିଟ୍ ହାଉସ୍.ରେ ମନ୍ତ୍ରୀ ରାତ୍ରି ଯାପନ କରିବେ। ସେଥିପାଇଁ ବର୍ଣ୍ଣାଢ୍ଯ ଆୟୋଜନ କରାଯାଇଥିଲା। ସୁରା ସାକୀର ସୁରମ୍ୟ ବିପଣି ଖୋଲିଛି ସେଠି। ନୃତ୍ୟ ସଂଗୀତର ଆସର ଜମୁଛି। ଚେଲାଚାମୁଣ୍ଡା, ବରିଷ୍ଠ ଅଫିସର, ଠିକାଦାରମାନଙ୍କ ମେଳରେ ମନ୍ତ୍ରୀ ମହୋଦୟ ବେଶ୍ ଆମୋଦ ପ୍ରମୋଦରେ ମଗ୍ନ ଥିଲେ। ପଡୋଶୀ ରାଜ୍ୟରୁ ଆସିଥିବା ଅନିନ୍ଦ୍ୟ ସୁନ୍ଦରୀ ଷୋଡ଼ଶୀ ନର୍ତ୍ତକୀଟି ମତୁଆଲା ନୃତ୍ୟ ପରିବେଷଣ କରୁଥିଲା। ମାହୋଲ୍ ପୁରା ରଙ୍ଗୀନ୍। ଅଚାନକ ମନ୍ତ୍ରୀ ମହୋଦୟ ନର୍ତ୍ତକୀଟି ପ୍ରତି ଆକୃଷ୍ଟ ହୋଇ ଶୂନ୍ଯେ ଶୂନ୍ୟେ ତୋଳି ନେଲେ ତାକୁ ନିଜର ବଳିଷ୍ଠ ବାହୁରେ। ସଭିଙ୍କର ଦୃଷ୍ଟିରୁ ଦୂରେଇ ନେଇ ଚାଲିଗଲେ ନିଭୃତ ଶୟନକକ୍ଷକୁ। ଯିବା ବେଳେ ନର୍ତ୍ତକୀର ଝୀନ ପଣତ ଉଡୁଥିଲା ଫର ଫର ହୋଇ ତ୍ରିରଙ୍ଗା ପରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy