STORYMIRROR

Padmalaya Padhy

Tragedy

2  

Padmalaya Padhy

Tragedy

ମହାକାଳ ଫଳ

ମହାକାଳ ଫଳ

1 min
94

ପୁଅ ହେବାର ଆଶା ରେ ତିନି ବର୍ଷ ରେ ଲାଗ ଲାଗ ତିନୋଟି ଝିଅ ଜନ୍ମ କରି ଆଜୀବନ ନିଜ ଭାଗ୍ୟ କୁ ନିନ୍ଦୁ ଥିବା ତଥା ଝିଅ ମାନଙ୍କୁ ସବୁ କଥାରେ "ହିନ କପାଳି" ବୋଲି ଖୁଣ୍ଟା ଦେଉଥିବା ମାଳିନୀ ଦେବି ଯେତେ ବେଳେ ନିୟୁଜ ଚାନେଲ ରେ ପରିବାର ମଧ୍ୟରେ ପୁଅ ଝିଅ ଭିତରେ ପାର୍ଥକ୍ୟ ନ ଦେଖିବାକୁ ବାର୍ତା ଦେଉଥିଲେ ସେତେବେଳେ ଟିଭି ରେ ମା କୁ ଦେଖି ଝିଅ ମାନେ ଭାବୁଥିଲେ ସତରେ ଆମ ମା ବାହାରେ କେତେ ଦୟାଳୁ ! 


ଠିକ ସେଇ ସମୟରେ ସ୍କୁଲ ରେ ଝାଡୁ ପୋଛା କରୁଥିବା କୁମାରୀ ଭାବୁଥିଲା "ଭଗବାନ ମୋର ଜୀବନ ଯାକର ସବୁ ପୁଣ୍ୟ ବଦଳରେ ମୋତେ ଆର ଜନ୍ମରେ ଏଇ ମା ର ଝିଅ କରି ଜନ୍ମ ଦିଅ ଯେଉଁଠି ମୋତେ ଭରପୁର ସ୍ନେହ ମମତା ମିଳୁଥିବ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy