Himalini Hota

Tragedy

3  

Himalini Hota

Tragedy

ମଗ୍ନ

ମଗ୍ନ

4 mins
372


ଆରେ ରୁପା ତୁ ଏଠି !!! ବିଶାଖାପାଟଣାର ଏକ ଲଜରେ ରୂପାଲି ସହ ଏମିତି ଦେଖାହେଇଯିବ ବୋଲି ମୁଁ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି।

ହଁ ଦିଦି କହି ରୁପା ମତେ ଭିଡି ଧରିଲା ।ଆଖିରୁ ତାର ଲୋତକର ଧାର ଠିକ ଶ୍ରାବଣର ବାରିଧାରା ପରି ।

ମୁଁ ମଧ୍ୟ କାନ୍ଦି ପକେଇଥିଲି ତାର ଏପରି ଦୟନୀୟ ଚେହେରା ଦେଖି ।ହୋଟେଲ ମେନେଜରର ଡାକରେ ପ୍ରକୃତିସ୍ଥ ହୋଇ ସେ ମୋଠୁ ବିଦାୟ ନେଲା ପରେ କଥା ହେବାର ପ୍ରତିଶ୍ରୁତିରେ।

ସନ୍ଧ୍ୟା ବେଳେ ପୁଣି ଥରେ ଦେଖା ହୋଇଥିଲା ତା ସହ।

ମେଡ଼ିକାଲ କାମରେ ମୁଁ ଯାଇଥିଲି ବିଶାଖାପାଟଣା, ସେଠାରେ ଗୋଟିଏ ଲଜରେ ଅବସ୍ଥାନ କରିଥିବା ସମୟରେ ଦୈବାତ ଦେଖା ହୋଇଥିଲା ରୂପାଲି ସହ।ଲଜର ସରଭେଣ୍ଟ କ୍ୱାର୍ଟରରେ ରହୁଥିଲା ସେ।

ତାର ଶୂନ୍ୟ ସୀମାନ୍ତ ଓ ଶୂନ୍ୟ ହାତକୁ ଦେଖି ମୋ ମନରେ ନାନା ପ୍ରଶ୍ନ ଉଙ୍କି ମାରୁଥିଲା।ମୋ ଶୁଣିବାରେ ରୂପାଲିର ବାହାଘର ସରିଥିଲା ।

ଗୋଟିଏ ଭଲ ଛାତ୍ରୀ ତା ସହ ଗୋଟିଏ ଭଲ ପରିବାରରୁ ଆସିଥିଲା ରୂପାଲି।କଲେଜ ବେଳର ସେ ଥିଲା ମୋର ଭଲ ସାଙ୍ଗ ଭିତରୁ ଜଣେ, (ଆମେ ଦୁହେଁ ଗୋଟିଏ ଗାଁର ପିଲା ଥିଲୁ।) ଅବଶ୍ୟ ସେ ମୋ ଠାରୁ ଗୋଟିଏ ବର୍ଷ ଜୁନିୟର ଥିଲା। ପାଠ ପଢ଼ା, ଗୀତ, ନାଚ ସବୁଥିରେ ସେ ଥିଲା ଆଗୁଆ ।ବାପା ଥିଲେ ତାର ଶିକ୍ଷକ ।

ଏତେ ଭଲ ଘରର ପିଲା ଆଜି ଯେ ସେରଭେଣ୍ଟ କ୍ଵାଟର ରେ।  ------ ଚିନ୍ତାରେ ମଗ୍ନ ହୋଇ ପଡ଼ିଥିଲି ମୁଁ।

ମୋ ଭାବନାରେ ଅନ୍ତ ଘଟାଇ ସେ ଆରମ୍ଭ କଲା ତା ନିଜ ଜୀବନରେ ଘଟି ଯାଇଥିବା କଥା।PG ସରିବା ପରେ ସେ Phd କରିଥିଲା, ସେଠାରେ ତାର ଜଣେ ସହପାଠିନୀର ଭାଇଙ୍କ ସହ ତାର ବନ୍ଧୁତା ହୋଇଯାଇଥିଲା।ବନ୍ଧୁତାରୁ ପ୍ରେମ, ପ୍ରେମରୁ ବିବାହ।ଉଭୟ ପରିବାର କିନ୍ତୁ ଏ ବିବାହରେ ଅସମ୍ମତି ପ୍ରକାଶ କରିଥିଲେ କାରଣ ଥିଲା ଜାତି ପ୍ରଥା।ବେଶି ଆକଟ କରିବାରୁ ସେ ପରିବାର ଓ ବଂଶ ମର୍ଯ୍ୟାଦାକୁ ପଛରେ ପକାଇ ଘରୁ ସୁନା ରୁପା ଏବଂ ଟଙ୍କା ଧରି ଚାଲିଯାଇଥିଲା ଉକ୍ତ ଯୁବକ ସହ।

ଯୁବକଟି ତାଙ୍କୁ ବଡ଼ ଚାକିରୀ କରୁଥିବାର ପ୍ରଲୋଭନ ଦେଖେଇଥିଲେ।ଏବଂ ତାଙ୍କ ସହ ଗଲା ପରେ ବହୁତ ଖୁସିରେ ରଖିବାର ପ୍ରତିଶ୍ରୁତ ମଧ୍ୟ ଦେଇ ଥିଲେ।

ଏଇଟା ହେଉଛି ରୂପାଲି ଜୀବନର ମସ୍ତ ବଡ଼ ଭୁଲ । ଜଣେ ଲୋକକୁ ଭଲ ସେ ନ ଜାଣି ପରିବାରର ଅସହମତିରେ ଏମିତି କଦମ ଉଠାଇ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଥିଲା ରୂପାଲି।ମନ୍ଦିରରେ ବିବାହ ପରେ ନିଜ ଚାକିରୀ ଜାଗା ଗୌହାଟୀକୁ ନେଇଯାଇଥିଲେ ଯୁବକ ଜଣକ ।ଏବଂ ଗୋଟିଏ ବହୁତ ସୁନ୍ଦର ଘରେ ରଖିଥିଲେ ତାକୁ।ପ୍ରାୟ ପନ୍ଦର ଦିନ ବହୁତ ଖୁସୀରେ ରହିଥିଲେ ଉଭୟେ।ମାଟିରେ ଗୋଡ଼ ଲାଗେଇଦେଉ ନଥିଲେ ତାର ।ତାଙ୍କୁ ପାଇ ଜୀବନରେ ସବୁ ଖୁସୀ ପାଇଛି ଅନୁଭବ କରୁଥିଲା ରୂପାଲି।ସାଙ୍ଗରେ ନେଇଥିବା ସୁନା, ରୁପା,ଟଙ୍କା ପଇସା ବିନା ଦ୍ୱିଧାରେ ହସ୍ତାନ୍ତର କରିଥିଲା ସ୍ୱାମୀ ବୋଲାଉଥିବା ନର ରାକ୍ଷସ ହାତ କୁ।ଏଥର ଧୀରେ ଧୀରେ ତାଙ୍କ ଅସଲି ପରିଚୟ ଦେଖେଇବା ଆରମ୍ଭ କରିଥିଲେ ସ୍ୱାମୀ ଜଣକ।

କୌଣସି ଉଚ୍ଚପଦବୀରେ ଚାକିରୀ କରୁନଥିଲେ ସେ।ବିବାହ ପାଇଁ ମିଥ୍ୟା ପ୍ରଲୋଭନ ଦେଖେଇ ଥିଲେ କେବଳ।ଧୀରେ ଧୀରେ ନେଇଥିବା ଟଙ୍କା ପଇସା ମଧ୍ୟ ସରି ଆସିଥିଲା ।ଚାକିରୀ ବିଷୟରେ ପଚାରିବାରୁ ବିଭିନ୍ନ କାରଣ ଦର୍ଶାଇ ଏଡେଇ ଆସୁଥିଲେ ସ୍ୱାମୀ ଜଣକ।ଟଙ୍କା ପଇସା ସରିବା ପରେ ଗୋଟିଏ ସେକ୍ସ ରେକଟକୁ ବିକ୍ରୀ କରିଦେବାର ଯୋଜନା କରୁଥିଲେ ସେ।ଏ କଥାର ଅଗୋଚର ରୂପାଲି କିନ୍ତୁ ବହୁତ ଭଲ ପାଇ ବସିଥିଲା ଏବଂ ତାଙ୍କ ଛଳନାକୁ ମଧ୍ୟ ପ୍ରେମ ଭାବି ଆଖି ବୁଜି ବିଶ୍ୱାସ କରୁଥିଲା।

ଦିନେ ସନ୍ଧ୍ୟାରେ ସ୍ୱାମୀ ଜଣକ ରୂପାଲି ଙ୍କୁ କହିଥିଲେ ଆଜି ରାତିରେ ମୋର ୪ ଜଣ ସାଙ୍ଗଙ୍କୁ ଖାଇବାକୁ ଡାକିଛି ଭଲ ଭାବେ ରୋଷେଇ କରିବା ସହ ସୁନ୍ଦର ଭାବେ ସଜେଇ ହୋଇ ରହିଥିବ।

ଆଜି ଫୁଲ ଗୋଟିଏ ପାର୍ଟି ହେବ ଘରେ।ମନ ଦେଇ ରୋଷେଇ କରିଥିଲା ରୂପାଲି ।ଠିକ ରାତି ଆଠଟାରେ ସ୍ୱାମୀଙ୍କ ସାଙ୍ଗ ଓରଫ ସେକ୍ସ ରେକେଟର ଚାରି ଜଣ ସଦସ୍ୟ ଆସିଥିଲେ।ସେମାନଙ୍କୁ ଦେଖି କେମିତି ଗୋଟେ ଅଲଗା ଅନୁଭବ ହୋଇଥିଲା ରୂପାଲିର।କାରଣ ସେମାନେ ଲାଗୁଥିଲେ ଅସଭ୍ୟ ଓ ଅସାମାଜିକ।

ସ୍ୱାମୀଙ୍କ ଇସାରାରେ ସ୍ୱାଗତ ଜଣେଇଥିଲା ସେମାନଙ୍କୁ।କିନ୍ତୁ ସନ୍ଦେହର ଘନ କୁହୁଡିର ଅସ୍ତରଣ ଖେଳି ଯାଇଥିଲା ମନ ଭିତରେ ତାର ।ତାକୁ ବଢ଼ା ବଢି କରିବାକୁ ଆଦେଶ ଦେଇ ସ୍ୱାମୀ ଜଣକ ଚାଲି ଯାଇଥିଲେ ଛଦ୍ମ ବେଶି ସାଙ୍ଗମାନଙ୍କ ସହ ପାଖ କୋଠରୀକୁ।ସନ୍ଦେହବଶତଃ ରୁପା ମଧ୍ୟ ସର୍ବତ ଦେବା ବାହାନାରେ କୋଠରୀ ପାଖକୁ ଅଗ୍ରସର ହେଲା ଉଦେଶ୍ୟ ଥିଲା ସେମାନେ କଣ ଆଲୋଚନା କରୁଛନ୍ତି ଶୁଣିବା ।ସେମାନଙ୍କର ବାର୍ତ୍ତାଲାପ ଶୁଣିବା ପରେ ପାଦ ତଳୁ ମାଟି ଖସି ଯାଇଥିଲା ରୂପାଲିର ଏକ ବୃହତ୍ତ ଷଡ଼ଯନ୍ତ୍ରର ଚକ୍ରବ୍ୟୁହରେ ଫସିବାକୁ ଯାଉଥିଲା ସେ । ତା ଖାଦ୍ୟରେ ନିଶା ମିଶା ଯାଇ ତାକୁ ଅପହରଣ କରିନେବାକୁ ଯୋଜନା କରୁଥିଲେ ସେମାନେ।ହଠାତ ସେ କଣ କରିବ କିଛି ବି ଭାବି ପାରିନଥିଲା ସେ ।ବିପଦ ବେଳେ ସାହସ ହରାଇବା ବୁଦ୍ଧିମାନର କାର୍ଯ୍ୟ ନୁହେଁ, ଧୈର୍ଯ୍ୟହରା ନ ହୋଇ ତୁରନ୍ତ କିଛି ଟଙ୍କା ଧରି ଯେମିତି ଥିଲା ସେ ଅବସ୍ଥାରେରେ ହି ବାଡି ପଟ ରାସ୍ତା ଦେଇ ଦୌଡ଼ିବାକୁ ଲାଗିଥିଲା ସେ।ଦୌଡ଼ି ଦୌଡ଼ି ଅନ୍ଧାରିଆ ରାସ୍ତାରେ ଯାଉ ଯାଉ ଗୋଟିଏ ଅଟୋଵାଲାର ସହାୟତାରେ ଷ୍ଟେସନ ପାଖରେ ପହଂଚି ଟ୍ରେନରେ ବସିପଡିଥିଲା ସେ ( କୋ ଟ୍ରେନ କୁଆଡେ ଯାଉଛି କିଛି ନ ଜାଣି) ସେକ୍ସ ରେକଟର ଲୋକମାନେ ତା ପଛରେ ପଡିଯାଇଥିଲେ କିନ୍ତୁ ଭାଗ୍ୟ ଦେବୀଙ୍କ କୃପାରୁ ସେ ସେମାନଙ୍କ ନଜରରୁ ବର୍ତ୍ତି ଯାଇ ପାରିଥିଲା ।ଟ୍ରେନରେ ଜଣେ ଭଦ୍ର ବ୍ୟକ୍ତି ତାର ସମସ୍ତ ବୃତ୍ତାନ୍ତ ଶୁଣିବା ପରେ ସହାୟତାର ହାତ ବଢାଇଥିଲେ ।ଏବଂ

ତାକୁ ଆଣି ଏ ଲଜରେ ଚାକିରୀ ଖଣ୍ଡେ କରାଇ ଦେଇ ।ଦେଇଥିଲେ।ତାଙ୍କରି କୃପାରୁ ସେ ଏବେ ଏହି ଲଜରେ ଆତ୍ମଗୋପନ କରି ରହିଅଛି।

         ତା ଠାରୁ ସମସ୍ତ କଥା ଶୁଣିବା ପରେ ମୁଁ ତାକୁ ଅଭୟ ବାଣୀ ଦେଇ ମୋ ସହିତ ନିଜ ହୋମ ଟାଉନକୁ ଫେରିଯିବା ପାଇଁ ପ୍ରସ୍ତାବ ରଖିଥିଲି କିନ୍ତୁ ସେ ଅରାଜି ହେଲା ମୋ କଥାରେ।କାରଣ ସେ ଯେଉଁ କାମ କରିଛି ତାହା କେବେ ବି କ୍ଷମା ପଦ ବାଚ୍ୟ ନୁହେଁ ।ଦେବତା ସମାନ ବାପା, ମାଙ୍କ ମୁହଁରେ ଚୂନ କାଳି ବୋଳି ରାସ୍ତାରେ ଠିଆ କରେଇ ଦେଇ ଆସିଥିଲା କ୍ଷଣିକ ସୁଖ ପାଇଁ।ଏବେ କେଉଁ ମୁହଁରେ ଯାଇ ସେମାନଙ୍କ ସାମ୍ନାରେ ଠିଆ ହେବ।

ମୁଁ ଏଇ ସେରଭେଣ୍ଟ କ୍ଵାର୍ଟର୍ସରେ ହିଁ ଠିକ ଅଛି କହିଥିଲା ସେ।ଏବଂ ମତେ ମୁଣ୍ଡ ଛୁଆଁଇ ଶପଥ କରାଇ କହିଥିଲା ଏ ସବୁ ବିଷୟ କାହାକୁ ନ ଜଣାଇବା ପାଇଁ ଅର୍ଥାତ ତାଙ୍କ ପରିବାର ବର୍ଗଙ୍କୁ ନ ଜଣାଇବା ପାଇଁ।

ଏତେ ସବୁ କଥାକୁ ଲୁଚେଇ ରଖିବାର ସାମର୍ଥ୍ୟ କିନ୍ତୁ ମୋ ପାଖରେ ନ ଥିଲା।ମୋ ଆଖି ଆଗରେ ଏକ ସରଳ ନିରୀହ ଝିଅର ଜୀବନ ନଷ୍ଟ ହେଇଯିବ ଏକଥା ମୁଂ କେବେ ହେବାକୁ ଦେବି ନାହିଁ ବୋଲି ଶପଥ ନେଇଥିଲି ମୁଁ।ପୁଣି ଏତେ ବଡ଼ ଅପରାଧ କରି ଆରାମରେ ଖୋଲାରେ ବୁଲୁଥିଲା ଅପରାଧୀ

ରୂପାଲିର କୌଣସି କଥାକୁ ନ ରଖି ତା ବାପା, ମାଆଙ୍କୁ ବୁଝାଇ ତାଙ୍କ ସହାୟତାରେ ରୂପାଲିକୁ ସେ ଲଜରୁ ଉଦ୍ଧାର କରି ତା ସ୍ବାମୀ ନାରେ କେସ ଫାଇଲ କରି 10 ବର୍ଷ ଜେଲ ଦଣ୍ଡାଦେଶ ଦେବା ପରେ ହିଁ ଶାନ୍ତି ମିଳିଥିଲା ମତେ।



Rate this content
Log in

Similar oriya story from Tragedy