STORYMIRROR

Sunanda Mohanty

Tragedy Classics Thriller

4  

Sunanda Mohanty

Tragedy Classics Thriller

ମାଟିଆ ଲଫାପା

ମାଟିଆ ଲଫାପା

3 mins
248


  ଦୀପାବଳୀ ସନ୍ଧ୍ୟାରେ ବାଣ ଫୁଟା,କାଉଁରିଆ କାଠି ଜଳା,ଚଉରା ପୂଜା, ଏଲି ଉଡ଼ା, ଭୋଗ ଖିଆ ପରେ ବି ଜେଜେ ଜେଜେମାଙ୍କ ପାଖରେ ମୁନାକୁ ନିଦ ଆସୁନଥିଲା । ମୁନା କହୁଥିଲା ଗୋଟେ ଗପ କୁହନା ଜେଜେମା. ଜେଜେମାଆଙ୍କ ଆଖିପତା ମୁଦି ହୋଇ ଆସୁଥିଲା ତ ସେ କହିଲେ ଆଜି ଜେଜେ ଗପ କହିବେ. ଜେଜେ ସେତେବେଳକୁ କଣ ଗୋଟେ କାଗଜ ଲଫାପା ଭିତରେ ରଖୁଥିଲେ ତ ମୁନା ଦଉଡିଗଲା ଜେଜେଙ୍କ ପାଖକୁ କହିଲା କି କାଗଜ ରଖୁଛ ଜେଜେ?ଆରେ ମୁନା ସେଇଟା ମୋର ଅଙ୍ଗ ଦାନ କାଗଜ. ଅଙ୍ଗ ଦାନ କାଗଜ କଣ ଜେଜେ? ଜେଜେ ବୁଝେଇ ଦେଲେ ମଣିଷ ଜନ୍ମ ହେଲେ ନିଶ୍ଚୟ ମରିବ ଦିନେ. ମଣିଷ ମରିଗଲା ପରେ ତା ଆତ୍ମା ସିନା ଚାଲିଯାଏ କିନ୍ତୁ ଶରୀରର ଅଙ୍ଗ ପ୍ରତ୍ୟେଙ୍ଗ କିଛି ସମୟ ପାଇଁ କ୍ରିୟାଶୀଳ ବା ସକ୍ରିୟ ରହିଥାଏ. ତାହାକୁ ଯଦି ଅନ୍ୟ କୌଣସି ଦିବ୍ୟାଙ୍ଗ ଲୋକଙ୍କୁ ଦିଆଯାଏ ତ ସେହି ଲୋକ ଯଦି ଅନ୍ଧ ହୋଇଥିବ, ଦେଖିପାରିବ ଦୁନିଆଁ, ଛୋଟା ହୋଇଥିଲେ ଚାଲିପାରିବ ବାଟ, କାଲା ହୋଇଥିଲେ ଶୁଣି ପାରିବ କଥା . ମୁନା କହିଲା ହଁ ଜେଜେ,ଏକଥା ଆମ ସାର ଓ ଗୁରୁମା ମଧ୍ୟ କହୁଥିଲେ. ମାଆ ମଧ୍ୟ ମାଛ କି ଚୁଙ୍ଗୁଡ଼ି କେଳେଇ ସାରି ଭାଜିବାକୁ ଗଲା ବେଳେ ତାର ଦେହ ମୋଡି ହୋଇଯାଉଥିଲା ବେଳେ ବେଳେ. କିଛି ସମୟ ଛଟପଟ ହେଉଥିବା ଦେଖି ମୁଁ ମାଆଙ୍କୁ ଏ ବିଷୟରେ ପଚାରିଥିଲି. ସେ ମଧ୍ୟ ମତେ ବୁଝେଇ ଦେଇଥିଲେ କି ଜୀବନ୍ତ ପ୍ରାଣୀ ମରିଗଲା ପରେ ତାର ଅଙ୍ଗ ପ୍ରତ୍ୟେଙ୍ଗ ଆଉ କିଛି ସମୟ ବଞ୍ଚି ରହିଥାଏ.ସେଇଥିପାଇଁ ମୁଁ ଆମିଷ ଖାଉନି ପରା. ଏବେ ମୁଁ ସବୁ ବୁଝିଗଲି.ଜେଜେ କହିଲେ ଆମିଷ ନଖାଇବା ନିଷ୍ପତ୍ତି ଖୁବ ଭଲ. ସବୁଜ ପନିପରିବା ଖାଇଲେ ଶରୀର ଓ ମସ୍ତିଷ୍କ ଉଭୟ ସୁସ୍ଥ ରହିବ.।



  ଜେଜେ ପୁଣି କହୁଥିଲେ ନିଜ ପରିବାର ଲୋକ ମାନେ ନିଜ ଆତ୍ମୀୟମାନଙ୍କ ମୃତ ଶରୀରର ଅଙ୍ଗ ଦେବାକୁ ସହଜେ ରାଜି ହୁଅନ୍ତି ନାହିଁ କିନ୍ତୁ ଆଗରୁ ଅଙ୍ଗଦାନ ଅଫିସରେ ରେଜେଷ୍ଟ୍ରି କରିଥିଲେ, ପରିବାର ଲୋକ ଆଉ ମନା କରିପାରିବେ ନାହିଁ.ସେଇଥିପାଇଁ ମୋ ଅଙ୍ଗ ଦାନ କାଗଜ ପତ୍ର ମୁଁ ସଜାଡି ରଖିଛି ଏହି ମାଟିଆ ଖାମରେ. ମୁନା କହିଲା ମୋର ଗୋଟେ ଦିବ୍ୟାଙ୍ଗ ସାଙ୍ଗ ଅଛି ଜେଜେ. ସେ କିଛି ଦେଖିପାରେନା. ସେମାନେ ଗରୀବ ହୋଇଥିବାରୁ, ସେ ଅନ୍ଧ ମୂକ ବଧିର ସ୍କୁଲରେ ନପଢି ଆମ ସରକାରୀ ବିଦ୍ୟାଳୟରେ ମୋ ସହ ପଢେ. ଶୁଣି ଶୁଣି ସେ ନଦେଖି ଏମିତି ସୁନ୍ଦର ଅକ୍ଷର ଲେଖେ ତୁମେ ନଦେଖିଲେ ବିଶ୍ୱାସ କରିବ ନାହିଁ. ତାର ମଧ୍ୟ ଖୁବ ଭଲ ସ୍ମରଣଶକ୍ତି. ସବୁ ମନେରଖେ. ଜେଜେ କହିଲେ ଏହା ମଧ୍ୟ ଏକ ବିଜ୍ଞାନ ଭିତ୍ତିକ ଖବର ମୁନା. ଯେଉଁମାନେ ଦିବ୍ୟାଙ୍ଗ ତାଙ୍କର ସ୍ମରଣଶକ୍ତି ଖୁବ ପ୍ରଖର. ଏଥର ମୁନା ପୁଣି କହୁଥିଲା ମୋର ସେହି ସାଙ୍ଗ ଯଦି କୌଣସି ମୃତ ବ୍ୟକ୍ତିର ଚକ୍ଷୁ ଦାନ ସ୍ୱରୂପ ପାଇପାରନ୍ତା ତେବେ ସେ ଦୁନିଆଁ ଦେଖି ପାରନ୍ତା. ହଉ ମୁନା ତୋ ବାପା ନିଜେ ଡାକ୍ତର. ସେ ହିଁ ଆମକୁ ଏ ବିଷୟରେ ସାହାଯ୍ୟ କରିପାରିବ. ଜେଜେମା ଡାକୁଥିଲେ ରାତି ବହୁତ ହେଲାଣି ମୁନା ଏଥର ମାଆ କାଳୀଙ୍କୁ ମୁଣ୍ଡିଆ ମାରି ଶୋଇବୁ ଆସ, ଯେମିତି ତୋ ସ୍ବପ୍ନ ପୁରଣ କରିବେ ମାଆ ମହାକାଳୀ କିନ୍ତୁ ଏତିକି ମାଆକୁ ମାଗିବୁ ଯେ ମୃତ ବ୍ୟକ୍ତି ସର୍ବଦା ବୟସର ଶେଷ ପାହାଚରୁ ଆସିଥାଉ. ଜେଜେ କହୁଥିଲେ ଦେଖିଲୁ ମୁନା ତୋ ଜେଜେମାଆର ମରଣକୁ କେତେ ଭୟ. ମୁନା କହୁଥିଲା ମୋ ଜେଜେମାଆ ବଞ୍ଚିଥିଲେ ପକ୍ଷୀମାନଙ୍କୁ ଖାଇବାକୁ ଦେବ. ଜେଜେ ମୁଣ୍ଡ ଟୁଙ୍ଗାରି କହୁଥିଲେ କଥାରେ ଅଛି ଚଢେଇ ପେଟ ଚିନ୍ହିବା ଲୋକ ଖୁବ କମ. ହଉ ହଉ ଶୋଇପଡ ଜେଜେମାଆ ନାତି. ସକାଳୁ ଖବରୀ ଚଢେଇ ଖାଦ୍ୟ ପାଇଁ ଆସିଯିବ ଯେ.ମୁନା ଶୋଇ ଶୋଇ ତା ଅନ୍ଧ ସାଙ୍ଗ କଥା ଭାବୁଥିଲା ଆଉ ଡାକୁଥିଲା ମା କାଳୀ ମୋ ସାଙ୍ଗ ଏ ଦୁନିଆଁ ଦେଖିବା ବ୍ୟବସ୍ଥା କରିଦିଅ ମାଆ.ଜେଜେମାଆ କହିଲେ ବ୍ୟସ୍ତ ହୁଅନା ମୁନା ତୋ ଇଛା ନିଶ୍ଚୟ ପୁରଣ ହେବ.।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy