STORYMIRROR

Akshay Ojha

Inspirational

4  

Akshay Ojha

Inspirational

ମାଟି ବୈକୁଣ୍ଠ

ମାଟି ବୈକୁଣ୍ଠ

2 mins
28.6K


  • ଅଳ୍ପ ଅଳ୍ପ ଗଳ୍ପ

    ମାଟି ବୈକୁଣ୍ଠ ----------------- ଭୁବନେଶ୍ବର ବୃଦ୍ଧାଶ୍ରମ ର ସିଡ଼ି ପାହାଚ ରେ ବସି ତୋ ବାଟ କୁ ଅନେଇ ବସିଛି ରେ ବିଜୟ । ମାସ ବିତି ଯାଉଛି ,ବର୍ଷ ବିତି ଯାଉଛି ।ତୋ ବାଟ କୁ ଚାହିଁ ଚାହିଁ ରାତି ହୁଏ ପୁଣି ସଖାଳ । ଆଖି ଲୁହରେ କାନି ଭିଜି ଯାଏ ।ମନ ଖାଲି ଖାଲି ହେଇ ଯାଏ ।ଉଦାସ ଅନ୍ଧକାର ମାଡ଼ିଆସେ ଆକ୍ଷି ଆଗରେ । କିନ୍ତୁ ତୁ ଆସୁନା ତୋ money order ଆସିଯାଏ । ଏ ଥର ପଇସା ନ ପଠା ,ତୁ ନିଜେ ଟିକେ ଆ । ମୋତେ ତୋ ସାଙ୍ଗରେ ତୋ ଘର କୁ ନେଇ ଯାଆ । ଯେ ପର୍ଯ୍ୟନ୍ତ ତୋ ବାପା ଥିଲେ ,ସମୟ କାଟି ଯାଉ ଥିଲା । ସିଏ ଏ ଆଶ୍ରମ ରେ ଶେଷ ନିଶ୍ୱାସ ନେଲା ପରେ ମୁଁ ଏକୁଟିଆ ହେଇ ଯାଇଛି ରେ ବିଜୟ ।ସେ ତୋ କଥା କହି କହି ପ୍ରାଣ ତ୍ୟାଗ କଲେ । ସେ ସବୁ ବେଳେ ତୋତେ ନେଇ ଗର୍ବ କରୁ ଥିଲେ । ତୋ ସାହବ ପଣିଆ କୁ ଖୁବ ପ୍ରଶଂସା କରୁ ଥିଲେ । ତୋ ନବାବି ଢଙ୍ଗ କୁ ଖୁବ ବଖାଣୁ ଥିଲେ । ସେ ପାଇଁ ବହୁତ ଥଟ୍ଟା ମଜାର ଶିକାର ହେଉ ଥିଲେ । ଅକାଳ ପଡି ଥିବା ସମୟ ରେ ତୋର ଜନ୍ମ ହେଇ ଥିଲା । ତୋ କ୍ଷୀର ପାଇଁ ଆମେ ଚାହା ପିଇବା ବନ୍ଦ କରି ଦେଇ ଥିଲୁ । କେତେ ବର୍ଷ ପର୍ଯ୍ୟନ୍ତ ଆମେ ଗୋଟିଏ କପଡା କୁ ଧୋଇ ଶୁଖେଇ ପିନ୍ଧିଛୁ କିନ୍ତୁ ତୋ ସ୍କୁଲ ବନ୍ଦ କରି ନାହୁଁ ।ତୁ ଏ ସବୁ ଜାଣି ଛୁ ଶୁଣିଛୁ । ସବୁ ଭୁଲି ଯା କିଛି କଥା ନାହିଁ ।କିନ୍ତୁ ତୁ ମୋତେ ଥରେ ତୋ ଘର କୁ ନେଇ ଯା ରେ ବିଜୟ । ଘରେ ମୁଁ ସବୁ କାମ କରିବି,କଂସା ବାସନ ମାଜିବି । ଝାଡ଼ୁ ପୋଛା କରିବି ,ପରିବାର ପାଇଁ ରୋଷେଇ କରିବି ,ନାତି ନାତୁଣୀ ଙ୍କୁ କୋଳେଇ କାଖେଇ ଗେଲ୍ହା କରିବି ।ତୁ ଚିନ୍ତା କରନା ମୁଁ ସେମାନଙ୍କୁ ଖୁବ ଯତ୍ନ ନେବି ସେମାନେ ପରା ମୋ ନାତି ନାତୁଣୀ ।,,,, ନହେଲେ ଚାକରାଣୀ ଭାବି ରଖି ନେ ତୋ ଘରେ ।ମୋର ଆଉ କେତେ ଦିନ ? ମୋ ଆକ୍ଷି ଥକି ଗଲାଣି ।ତୋ ବିନା ରହିବା ଅସମ୍ଭବ ଲାଗୁଚି ରେ ବିଜୟ ।ମୁଁ ଭୁଲି ପାରୁନି ତୋତେ । ତୋ ବିନା ମୁଁ ଅନାଥ । ଥରେ ଆସି ମା ବୋଲି କହିଯା । କିଛି ନହେଲେ ନାହିଁ ମୋତେ ଏ ଆଶ୍ରମ ରୁ ସମାଧି ପର୍ଯ୍ୟନ୍ତ ତୋ କାନ୍ଧରେ ନେଇଯା ।

    ଅକ୍ଷୟ ଓଝା Akshayika The smart educare convent school, Gurgaon

     
     
 
 
 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational