ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ମାଠିଆରୁ ପାଣି କୁଆ ପିଇଲା

ମାଠିଆରୁ ପାଣି କୁଆ ପିଇଲା

1 min
7.3K


ଦିନେ ଖରାବେଳେ କୁଆକୁ ପାଣି ପିଇବାକୁ କେଉଁଠି ବି ମିଳିଲା ନାହିଁ । ମାତ୍ର କିଛି ଦୂର ଗଲାପରେ ସେ କୁଆ ଦେଖିଲା ଗୋଟିଏ ମାଠିଆରେ କିଛି ପାଣି ଅଛି । କିନ୍ତୁ ପାଣି ବହୁତ କମ୍ ଥିବାରୁ ସେ କୁଆ ତାକୁ ମୋଟେ ପିଇ ପାରିଲା ନାହିଁ । ପିଇବା ଲାଗି ସେ କୁଆଟି ବହୁତ ଚେଷ୍ଟା କଲା, ଏପରିକି ମାଠିଆକୁ ଗଡେଇକି ପିଇବାକୁ ଚେଷ୍ଟା କଲା, କିନ୍ତୁ କୁଆ ପାରିଲା ନାହିଁ ।

ଶେଷରେ ବହୁତ ଭାବି ଭାବି ସେ କୁଆ ଗୋଟିଏ ଉପାୟ ପାଇଲା । ଛୋଟ ଛୋଟ ଗୋଡି ଆଣି ସେ ମାଠିଆରେ ପକାଇଲା ଓ ସେଥିରେ ଥିବା ପାଣି ଉପରକୁ ଧୀରେ ଧୀରେ ଉଠିଲା । ଯେତେବେଳେ ପାଣି ପୁରା ଉପରକୁ ଉଠି ଆସିଲା, କୁଆ ଆରାମରେ ପାଣି ପିଇପାରିଲା ।

ବୁଦ୍ଧି ଓ କୌଶଳ ଦ୍ୱାରାହିଁ ସବୁ କାମ ହୋଇଥାଏ ।


Rate this content
Log in

Similar oriya story from Children