Anuradha Nath

Tragedy

4  

Anuradha Nath

Tragedy

ଲୁହ ର ଫରକ

ଲୁହ ର ଫରକ

3 mins
299


 ସେଦିନ ରାତି ଵାରଟା ପାଖାପାଖି ସମୟ ଥିଲା। ରାସ୍ତା କଡ ଦୋକାନ ପିଣ୍ଡାରେ ଗୋଟିଏ ଏକୁଟିଆ ଝିଅ କୁ କାନ୍ଦୁଥିବାର ଦେଖି ରହିଗଲା ପାର୍ଥ। ପାର୍ଥ କୁ ଦେଖି ଆହୁରି ଭୋ ଭୋ ହୋଇ କାନ୍ଦିଲା ସେ ଝିଅ ଟି। ଦୁଇପାଦ ପଛକୁ ଘୁଞ୍ଚି ଗଲା ପାର୍ଥ ଆଉ ଧିର ସ୍ୱରରେ କହିଲା ରୁବିନା ତୁ

ପାର୍ଥ ଆଉ ରୁଵିନା ଗୋଟିଏ ଗାଁ ର। ପାର୍ଥ ରୁଵିନା କୁ ନିଜ ସାନ ଭଉଣୀ ପରି ଦେଖେ। ବୟସରେ ତାଠାରୁ ଛ ବର୍ଷ ସାନ। ରୁଵିନା ର ଦାଦା ପୁଅ ର ସାଙ୍ଗ ପାର୍ଥ। ଏଣୁ ପ୍ରାୟ ରୁଵିନା ପରିଵାର କୁ ପାର୍ଥ ଆସେ।

ଭାରି ଗେହ୍ଲା ରେ ଵଢିଛି ସେ। ପାଞ୍ଚ ଭାଇରେ ଗୋଟିଏ ଭଉଣୀ ,ଏଣୁ ସମସ୍ତେ ତାକୁ ଵହୁତ ଭଲ ପାଆନ୍ତି। ତାର ଛୋଟ ଛୋଟ ଜିଦ ପୂରଣ କରି ଦିଅନ୍ତି। କେହି ଜଦି ବଡ ପାଟିରେ କିଛି କହିଦିଅନ୍ତି ସେ କାନ୍ଦି ପକାଏ। ଆଉ ତାକୁ ମନାଇବା ରେ ଘର ଏକଜୁଟ ହୋଇଯାଏ।

ଏକୁଟିଆ ସେ କୁଆଡେ ଯାଏ ନାହିଁ। ଯେତେବେଳେ ତାର ଦରକାର ହୁଏ ତାର ପାଞ୍ଚ ଭାଇ ଦାଦା ଵାପା କେହି ନା କେହି ତା ସହିତ ଵାହାରି ପଡନ୍ତି। ଯଦି ସ୍କୁଲ୍ ରେ ଅଧିକ ହୋମୱାର୍କ ଦିଅନ୍ତି, କାଳେ ଟାଇମ ରେ ସାରି ପାରିଵନି ସେଇ ଭୟରେ କାନ୍ଦେ।

ଯଦି କୁକୁର ଟିଏ ତା ସାମ୍ନାରେ ତା ଛୁଆ ମାନଙ୍କୁ ଛାଡି କୌଣସି କାମରେ ଯାଏ, ସେଇ କୁକୁର ଛୁଆ ମାନଙ୍କୁ କୋଳେଇ ଵାହୁନି ଵାହୁନି କାନ୍ଦେ, ଆଉ କହେ ଛୁଏରେ ଯଦି ତମ ମାନଙ୍କ ମା ନ ଫେରେ ମୁଁ ତମ ମାନଙ୍କ ସେବା କରିଵି। ଆଉ ଯେତେବେଳେ କୁକୁର ଟି ଫେରିଆସେ, ସେ କୁକୁର ହାୟିତ୍ୱହୀନ ମା କହି କେତେ ଗାଳି ଦିଏ।

ଯଦି ଗାଁ କୁ ଗୁପଚୁପ ବାଲା ଆସେ, ତାଙ୍କ ସାହି କୁ ଆସିଲା ଵେଳକୁ ଯଦି ସରି ଯାଇଥାଏ, ତେଵେ କାନ୍ଦି ପକାଏ। ତାରି କାରଣରୁ ଗାଁ କୁ ଯେତେ ଗୁପଚୁପ, ଦହିଵରା ଆଇସ୍କ୍ରିମ ଵାଲା ଆସନ୍ତି ପ୍ରଥମେ ରୁଵିନା ଘରେ ଦେଇକି ଆସନ୍ତି, ତା ପରେ ଅନ୍ୟ ଘରକୁ ଯାଆନ୍ତି।

ରୁଵିନା ର ଏହି ପ୍ରକୃତି କାରଣ ରୁ ରୁଵିନା ର ଵାପା ଵିରକ୍ତ ହୋଇ ଯାଆନ୍ତି। କିନ୍ତୁ ପାର୍ଥ କୁହେ ମଉସା ଵ୍ୟସ୍ତ ହୁଅନ୍ତୁ ନାହିଁ, ରୁଵିନା ପିଲା ଲୋକ ସେଇଥିପାଇଁ କାନ୍ଦୁଛି। ଵୟସ ବଢିଲେ ସଵୁ ଜିନିଷ ଵିଷୟ ରେ ଅବଗତ ହୋଇଗଲେ ଆପେ ଆପେ ଵୁଝିଯିଵ । ଆଉ ଛୁଆ ଙ୍କ ପରି କାନ୍ଦିଵ ନାହିଁ।

କିନ୍ତୁ ଯେଉଁ ଦିନ ରୁଵିନା ର ଵାହାଘର ହେଲା ସମସ୍ତେ ଭାଵିଥିଲେ ଆଜି ରୁଵିନା ରାହା ଫିଟାଇ କାନ୍ଦିଵ। କିନ୍ତୁ ପ୍ରଥମ ଥର ପାଇଁ ସେ କାନ୍ଦି ନଥିଲା। କାରଣ ସେ ତା ନିଜ ପସନ୍ଦ ର ପିଲା କୁ ଵିଵାହ କରିଥିଲା।

ଆଉ ତା ଵିଵାହ ପରଠାରୁ ପାର୍ଥ ଆଉ ରୁଵିନା ର ଖବର ରଖି ନଥିଲା। ଆଜି ଏତେ ଦିନ ପରେ ଏକ ବଡ ସହରରେ ରୁଵିନା କୁ ଏକୁଟିଆ କାନ୍ଦିଵାର ଦେଖି ପାର୍ଥ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା , ଆଉ ତାକୁ ପଚାରିଥିଲା ତୁ ସେହି କାନ୍ଦୁରୀ ଝିଅ ତ।

ଏହାପରେ ରୁଵିନା ତା କାହାଣୀ କହିଥିଲା। ବିବାହ କିଛି ଦିନ ଯାଏଁ ସଵୁ ଠିକ ଥିଲା। କିନ୍ତୁ ପରେ ସେ ଜାଣିଲା ରୁଵିନା କୁ ଟଙ୍କା ପାଇଁ ଵିଵାହ କରାଇଛନ୍ତି। କାରଣ ରୁଵିନା ର ଭାଇ ମାନେ ଵହୁତ ଟଙ୍କାଵାଲା । ସେମାନେ ଟଙ୍କା ପାଇଁ ରୁଵିନା କୁ ଅତ୍ୟାଚାର କରୁଥିଲେ। କିନ୍ତୁ ଯେହେତୁ ନିଜ ଇଛା ରେ ସେ ଵାହା ହୋଇଛି ଏଣୁ ନିଜ ଦୁଃଖ କାହାଣୀ ପରିଵାର କୁ ଜଣାଉ ନଥିଲା।

ଆଉ ଶେଷରେ ରୁଵିନା କୁ ତା ଶାଶୁଘର ଲୋକ ଘରୁ ଵାହାର କରିଦେଲେ। ରୁଵିନା ତା ପିନ୍ଧା କାନଫୁଲ ଵିକି ଗୋଟିଏ ଭଡାଘର ନେଇ ଏକୁଟିଆ ରହୁଥିଲା। ଗୋଟିଏ ଚାକିରି ଵି ମିଳି ଯାଇଥିଲା। କିନ୍ତୁ ଯେଉଁ ଦିନ ଦରମା ମିଳିଥିଲା, ତା ସ୍ୱାମୀ ତା ହାତରୁ ଛଡାଇ ନେଇଗଲା। ଏଣୁ ସେ ଅସହାୟ ଅବସ୍ଥାରେ ରାସ୍ତା ରେ କାନ୍ଦୁଥିଲା। ତଥାପି ଘର ଲୋକଙ୍କୁ ଜଣାଇ ନଥିଲା।

ପାର୍ଥ ତାକୁ ଵୁଝାସୁଝା କଲା ସକାଳୁ ରୁଵିନା ର ପରିଵାର ଆସି ତା ପାଖରେ ଠିଆ ହେଲେ। ଆଉ ଝିଅ କୁ ସାହାସ ଦେଲେ ଅନ୍ୟାୟ କୁ ପ୍ରଶୟ ନ ଦେଵା ପାଇଁ । ଆଉ ଶେଷରେ ସେ ଶାଶୁଘରୁ ମୁକ୍ତି ପାଇଥିଲା। କିନ୍ତୁ ସେହି ଘଟଣା ତାକୁ ଶକ୍ତ କରିଦେଲା। ତଥାପି ନିଜକୁ ଏକୁଟିଆ ପାଇ ଵେଳେ ଵେଳେ ଆଜିବି ସେ କାନ୍ଦି ଦିଏ, କିନ୍ତୁ ସେ ଲୁହ ଆଉ ତା ପିଲା ଦିନର ଲୁହ ଭିତରେ ଵହୁତ ଫରକ। ସେତେବେଳେ ତା ପିଲାଳିଆମି ତାକୁ କନ୍ଦାଉ ଥିଲା ଆଉ ଏବେ ତା ପରିସ୍ଥିତି ।



Rate this content
Log in

Similar oriya story from Tragedy