ଲୋଭରିପୁର ସଦୁପଯୋଗ
ଲୋଭରିପୁର ସଦୁପଯୋଗ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ବୀରଭଦ୍ରପୁରରେ ଦେବେନ୍ଦ୍ର ନାମକ ଜଣେ ବ୍ରାହ୍ମଣ ବାସ କରୁଥିଲେ l ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ l ସ୍ତ୍ରୀ ଜଣେ ସୁଗୃହିଣୀ l ଯଜମାନ କର୍ମ କର୍ମାଣୀ କରି ଯାହା ଉପାର୍ଜନ କରନ୍ତି ଘର ଖର୍ଚ୍ଚ ପାଇଁ ନିଅଣ୍ଟ ହୁଏ l ତେଣୁ ସେ ବାଧ୍ୟ ହୋଇ ଅନ୍ୟ ଆୟ ପନ୍ଥା ଖୋଜିବାକୁ ଲାଗିଲେ l ପିଲା ଛୁଆ ସ୍ତ୍ରୀଙ୍କ ପାଇଁ କର୍ତ୍ତବ୍ୟ ତଥା ନାବାଳକ ପୁଅ ଝିଅଙ୍କ ପଢ଼ା ଖର୍ଚ୍ଚର ଚାହିଦା ଦେବେନ୍ଦ୍ର ଭାଇନାଙ୍କୁ ଅଧିକ ଅର୍ଥ ଉପାର୍ଜନର ଲୋଭ ସୃଷ୍ଟି କଲା l ଖୋଜି ଖୋଜି ଜଣେ ମାରୱାଡିଙ୍କ ଗୋଦାମରେ ଗୁମାସ୍ତା ଚାକିରୀ ପାଇଲେ l କିଛି ବର୍ଷ ପରେ ବେଶ କିଛି ଅର୍ଥ ପୂଜାପୁଜି ବ୍ୟତିରେକ ରୋଜଗାର କଲେ l ସେଇ ଅର୍ଥରେ ନିଜର ଏକ ସିମେଣ୍ଟ ଗୋଦାମ କରି ପାଞ୍ଚ ବର୍ଷ ମଧ୍ୟରେ ଲକ୍ଷ ପତି ବନି ଗଲେ l ସମୟର ପରିବର୍ତ୍ତନ ଓ ଆଧୁନିକ ଯୁଗର ପ୍ରଭାବରେ ସେ ବ୍ୟତି ବ୍ୟସ୍ତ ହୋଇ ପଡ଼ିଲେ l କାରଣ ପିଲାମାନଙ୍କ ଉଚ୍ଚ ଶିକ୍ଷା ପାଇଁ ପ୍ରଚୁର ଅର୍ଥ ଆବଶ୍ୟକ l ଯେତିକି ଟଙ୍କା ସେ ଗଛିତ ରଖିଛନ୍ତି ସେତିକି ଯଥେଷ୍ଟ ନୁହେଁ ତେଣୁ ଆହୁରି ବେଶୀ ଅର୍ଥ ରୋଜଗାରର ଲୋଭ ଦେବେନ୍ଦ୍ର ବାବୁଙ୍କ ମନରେ ସୃଷ୍ଟି ହେଲା l ସେଥିପାଇଁ ସେ ଗୋଟିଏ ବଡ଼ ଢ଼ାବା ଜାତୀୟ ରାଜପଥ କଡ଼ରେ ନିର୍ମାଣ କରି ପ୍ରଚୁର ଅର୍ଥ ଉପାର୍ଜନ କରି ନିଜକୁ ଜଣେ ଧନୀ ବ୍ୟକ୍ତି ଭାବେ ପରିଚୟ ଦେଇ ପାରିଲେ l ତାଙ୍କର ପୈତୃକ ସମ୍ପତ୍ତି ଅଳ୍ପ କିଛି ଥିଲା l ତାଉପରେ ନିଜ ପରିବାର ପାଇଁ ଏକ ଶସ୍ତା ସୁନ୍ଦର ଓ ମଜବୁତ ଘର ତିଆରି କରି ସ୍ତ୍ରୀ ଓ ପିଲା ଛୁଆଙ୍କୁ ଖୁସି କରି ପାରିଲେ l ଦୁଇ ପୁଅ ଝିଅ ମେଧାବୀ ଛାତ୍ର l ସେମାନଙ୍କର ଗ୍ରାଜୁଏସନ ପରେ ସେମାନଙ୍କୁ ଆମେରିକା ପଢ଼ିବାକୁ ପଠେଇଲେ l ଢ଼ାବା ଓ ସିମେଣ୍ଟ ଗୋଦାମରୁ ମାସକୁ ସେ ପ୍ରାୟ ଦଶ ଲକ୍ଷ ଟଙ୍କା ରୋଜଗାର କଲେ l ପଢ଼ା ଖର୍ଚ୍ଚ ପାଇଁ ପ୍ରତି ମାସରେ ପିଲାଙ୍କ ପାଖକୁ ନିୟମିତ ବୋଡିଙ୍ଗ ଓ ପଢ଼ା ଖର୍ଚ୍ଚ ପଠାଇ ପିଲାଙ୍କର ମନରେ ତାଙ୍କ ପ୍ରତି ଅତି ଆଦର ଓ ଭକ୍ତି ସୃଷ୍ଟି କରି ପାରିଲେ l
ପ୍ରାୟ ସାତ ବର୍ଷ ପରେ ଦେବେନ୍ଦ
୍ର ବାବୁଙ୍କ ପୁଅ ଝିଅ ମାନେ ବିଦେଶରୁ ଉଚ୍ଚ ଶିକ୍ଷା ଲାଭ କରି ବୀରଭଦ୍ରପୂରକୁ ଫେରି ଆସିଲେ l ବଡ଼ ପୁଅ ମାରାଇନ ଇଞ୍ଜିନିଅର, ସାନ ପୁଅ ହାର୍ଟ ସର୍ଜନ ଓ ସାନ ଝିଅ ଗାଇନିକୋଲଜିଷ୍ଟ ଉପାଧି ଲାଭ କରି ନିଜର ପିତାମାତାଙ୍କ ଆତ୍ମମର୍ଯ୍ୟାଦା ଏବଂ ଆନ୍ତରିକ ପରିଶ୍ରମ ର ପ୍ରକୃଷ୍ଟ ମୂଲ୍ୟାଙ୍କନ କରି ପାରିଲେ l ନିଜ ଦେଶ ଭାରତରେ ଅତ୍ୟୁଚ ପଦବୀ ଯୁକ୍ତ ରାଜସେବାରେ ନିଯୁକ୍ତି ପାଇଲେ l ନିଜର ସନ୍ତାନଗଣ ଆୟକ୍ଷମ l ପାରିବାରିକ ଧର୍ମ ସାଧନ ବର୍ତ୍ତମାନ ଜରୁରୀ ଆବଶ୍ୟକ l ଦେବେନ୍ଦ୍ରବାବୁ ମନ ବଳେଇଲେ ପିଲାମାନଙ୍କ ହାତକୁ ଦିହାତ କରିଦେବା ପାଇଁ l ବାର୍ତ୍ତାପାଇ ଆସିଲା ଭଲ ଭଲ ପ୍ରସ୍ତାବ l ପ୍ରାୟ ଯୋଗାଡ଼ ଯନ୍ତ୍ର କରୁ ବିତିଗଲା ବର୍ଷେ l ତିନି ଜଣଙ୍କ ବିଭାଘର ବଡ଼ ଧୁମ ଧାମରେ ହେଲା ସଂଗଠିତ l ଜ୍ଞାତି କୁଟୁମ୍ବ ବନ୍ଧୁ ପରିଜନ ଜାତି ଭାଇ ଭଉଣୀ ସମସ୍ତଙ୍କ କଣ୍ଠରେ ଦେବେନ୍ଦ୍ର ବାବୁ ଓରଫ ଦେବ ନନାଙ୍କ ଭୁରି ଭୁରି ପ୍ରଶଂସା l ଭୋଜୀ ଭାତ ସରିଲା ପରେ ମାଧବ ନାମକ ଦେବେନ୍ଦ୍ର ବାବୁଙ୍କ ଜଣେ ଘନିଷ୍ଠ ବାଲ୍ୟ ବନ୍ଧୁ ତାଙ୍କୁ କହିଲେ, " ଦେବ! ତୋର ବୁଦ୍ଧି ଆଉ କର୍ମକୁ ମାନିବାକୁ ପଡ଼ିବ l ବ୍ରାହ୍ମଣ କୁଳରେ ଜନ୍ମି ନିଜର କୌଳିକ ବୃତ୍ତି ସହିତ ଯଥେଷ୍ଟ ଆୟ କରି ପାରିଛୁ l ନିଜର ପରିବାରବର୍ଗଙ୍କୁ ଉପଯୁକ୍ତ ସାମାଜିକ ମର୍ଯ୍ୟାଦା ଦେଇ ପାରିଛୁ l ସଚ୍ଚୋଟ ଉପାୟରେ ଆବଶ୍ୟକ ଅପେକ୍ଷା ଅଧିକ ଅର୍ଥ ଉପାର୍ଜନ କରିପାରିଛୁ l ଆଉମଧ୍ୟ ତୋର ନିଜର ପରିବାର ପାଇଁ ଅର୍ଥରୋଜଗାର ଲୋଭକୁ ତୁ ଠିକ ବାଟରେ ମଧ୍ୟ ଲଗେଇଛୁ ଅର୍ଥାତ ତୁ ଷଡ଼ ରିପୁ ମଧ୍ୟରେ ଲୋଭ ରିପୁର ସଦୁପଯୋଗ କରି ତୋ ଜୀବନକୁ ଧନ୍ୟ କରି ପିତୃପୁରୁଷଙ୍କ ଋଣ ସୁଝିଛୁ l ତେଣୁ ତତେ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା l " ତାପରେ ଦୁଇ ବାଲ୍ୟବନ୍ଧୁ ପରସ୍ପର ଆଲିଙ୍ଗନବଦ୍ଧ ହୋଇ ଭୋଜୀ ମଣ୍ଡପରୁ ପ୍ରସ୍ଥାନ କରି ନିଜ ନିଜ ଘରେ ହେଲେ ବିଶ୍ରାମ ରତ l