STORYMIRROR

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଲୋଭ ମରଣର କାରଣ

ଲୋଭ ମରଣର କାରଣ

1 min
15K


ବହୁତ ଦିନ ତଳର କଥା, ଜଣେ ଚାଷିର ବହୁତ ଇଚ୍ଛା ହେଲା ବହୁତ ଜମିର ମାଲିକ ହେବା ପାଇଁ । ତେଣୁ ସେଥିପାଇଁ ସେ ଠାକୁରଙ୍କୁ ବହୁତ ପୂଜା କଲା । ବହୁତ ଦିନ ପୂଜା କରିବା ପରେ ଠାକୁର ଖୁସି ହୋଇ ସେ ଚାଷିକୁ ଗୋଟିଏ ବର ଦେଲେ “କାଲି ସକାଳଠାରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ତୁ ଯେତେ ଜମି ଉପରେ ଯାଇପାରିବୁ ସେ ସବୁତକ ଜମି ତୋର ହିଁ ହୋଇଯିବ ।”

ତା’ପରଦିନ ଭାରି ଖୁସି ହୋଇ ସେ ଚାଷି ସକାଳୁ ଉଠି ଜମି ଉପରେ ଚାଲିବା ଆରମ୍ଭ କଲା । ସେ ଚାଷି ଭାବିଲା ଯଦି ସେ ଦୌଡିବ ତେବେ ସେ ଅଧିକରୁ ଅଧିକ ଜମି ନିଶ୍ଚୟ ପାଇପାରିବ । ତେଣୁ ସେ ଚାଷି ଦୌଡି ଦୌଡି ବହୁତ ଜମି ଉପରକୁ ଯାଇପାରିଲା । ଏଣେ ସଂନ୍ଧ୍ୟା ତ ହୋଇ ଆସୁଛି, ଚାଷିଟି ଆଉ ଅଧିକ ଜମି ପାଇବା ଲୋଭରେ ଅଧିକ ଯୋର୍ରେ ଦୌଡିବାକୁ ଲାଗିଲା । କିନ୍ତୁ ସେ ଚାଷିଟି ଆଉ ସହ୍ୟ କରିପାରିଲା ନାହିଁ । ଏବଂ ଶେଷରେ ସେହି ଜମି ଉପରେ ପଡି ମରିଗଲା । ସେ ଚାଷିଟି ଠାକୁରଙ୍କ ବର ଅନୁସାରେ ଯେଉଁ ସବୁ ଜମି ପାଇଲା ମାତ୍ର ତାକୁ ଭୋଗ କରିବା ପାଇଁ ବଂଚି ରହିପାରିଲା ନାହିଁ ।

ଲୋଭ ହିଁ ଶେଷର କାରଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children