STORYMIRROR

shibaram dalai

Tragedy Crime

4  

shibaram dalai

Tragedy Crime

ଲାଲ ସଲାମ

ଲାଲ ସଲାମ

2 mins
559


  ରାତି ପାହିଲେ ସ୍ୱାଧୀନତା ଦିବସ । ଚାରିଆଡେ ମାଓବାଦୀଙ୍କ ଧମକ ଭରା ପୋଷ୍ଟର । ପୋଷ୍ଟରରେ ସ୍ୱାଧୀନତା ଦିବସ ନ ପାଳିବାକୁ ଧମକ ।ଏଥର କଡା ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ଦ୍ବିଗୁଣିତ କରାଯାଇଛି।ସ୍ୱାଧୀନତା ଦିବସରେ କୌଣସି ସ୍ଥାନରେ କିଛି ଯେପରି ଅଘଟଣ ନ ଘଟେ ସେଥିପାଇଁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ।ସୀମାରୁ ଆରମ୍ଭ କରି ରାସ୍ତା ଘାଟ ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ସଜାଗ ।ନେତା ମନ୍ତ୍ରୀ ବିଭିନ୍ନ ସ୍ଥାନକୁ ଯାଇ ପତାକା ଉତ୍ତୋଳନ ସହ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି।ଏପଟେ ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ସଢ଼ଯନ୍ତ୍ରର ମାୟାଜାଲ ବିଛେଇଥାନ୍ତି । ସବୁ ଠିକଠାକ ଭିତରେ ହଠାତ ସୁରକ୍ଷାକର୍ମୀ ଜାଣିବାକୁ ପାଇଲେ ମନ୍ତ୍ରୀ ମହୋଦୟଙ୍କ ଭାଷଣ ଦେବା ସ୍ଥାନରେ ଗୋଳାବାରୁଦ ଖଞ୍ଜା ଯାଇଛି ।ମନ୍ତ୍ରୀ ମହୋଦୟଙ୍କ କାଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସୁରକ୍ଷାକର୍ମୀ ସେହି ସ୍ଥାନକୁ ଟିକନିକ କରି ଛାନଭିନ କରିଚାଲିଲେ ।ଶେଷରେ ସୁରକ୍ଷା କର୍ମୀ ମନ୍ତ୍ରୀ ମହୋଦୟଙ୍କ ଭାଷଣ ଦେବା ମଞ୍ଚ ଠାରୁ କିଛି ଦୂରରେ (ଜନ ସମାଗମ ସ୍ଥାନରେ) ଗୋଳାବାରୁଦର ସନ୍ଧାନ କଲେ। ଏହି ଷଢଯନ୍ତ୍ରର ତଦନ୍ତ ଆରମ୍ଭ ହେଇ ଆଗକୁ ଆଗକୁ ବଢି ଚାଲିଲା।ଗୋଟିଏ ପରେ ଗୋଟିଏ ତଥ୍ୟ ପୋଲିସକୁ ହସ୍ତଗତ ହେବାର ଲାଗିଥାଏ । ଦିନକୁ ଦିନ ରହସ୍ୟଟା ଜଟିଳତା ଆଡ଼କୁ ଗତି କରୁଥାଏ ।


     ନିଜକୁ ଷଢଯନ୍ତ୍ରର ମାଷ୍ଟର ମାଇଣ୍ଡ ଜଣାଇ କରୁଣାକର ଆତ୍ମସମର୍ପଣ କଲା ।ସେ ଏବେ ଜେଲର ଚାରିକାନ୍ଥ ଭିତରେ ।ସମସ୍ତଙ୍କ ମନରୁ ଭୟ ଦୂରେଇ ଗଲା।କରୁଣାକର ଜଣେ ସାଧାରଣ ଦିନ ମଜୁରିଆ ଭାବେ ସମସ୍ତେ ଜାଣନ୍ତି।ତାହାର ପରିବାର ରେ ଅନ୍ଧୁଣି ମାଆ,ରୋଗିଣା ସ୍ତ୍ରୀ ସାଙ୍ଗକୁ ଚାରି ଚାରିଟା ଝିଅ ।କେହି କେହି ଭାବନ୍ତି ଏତେ ସାଧାରଣ ଲୋକ ଟା କଣ ଏପରି ଭିଆଣ ଘଟେଇ ଥିବ ?ଆଉ କେହି କେହି ଭାବନ୍ତି ଆଜିକାଲି ସବୁ ସମ୍ଭବ"ଯେପରି ପଙ୍କରୁ ପଦ୍ମ, ପର୍ବତ ଶିଖରରେ କଇଁ ଫୁଟିବା ସମ୍ଭବ" ତେବେ ଏ ଘଟଣା ବି ନିଶ୍ଚିତ ସତ୍ୟ । କରୁଣାକର ଘରେ ରୋଜଗାରିଆ ବୋଲି ସେହି ଜଣଙ୍କ ଥିଲା ।ସେ ଜେଲ ଚାଲିଯିବା ପରେ ତାହାର ମାଆ ଚିନ୍ତା ଚିନ୍ତାରେ ଆର ପାରିରେ ।କିଛି ଦିନ ପରେ କରୁଣାକର ଝିଅର ବିବାହ ହେବାର ଥିଲା ।ସେମାନେ ବି ଏସବୁ ଜାଣିଲା ପରେ ବିବାହ ପାଇଁ ସଫାସଫା ମନା କରିଦେଲେ ।ଏଣେ ଝିଅ ବାହାଘର ପାଇଁ ଅର୍ଥ ବାଧକ ସାଜୁଥିଲା ତେଣେ ବୋଝ ଉପରେ ନଳିତା ବିଡା ପରି ଗୋଟିଏ ପରେ ଗୋଟିଏ ଦୁଃଖ ତା ଘର ଉପରେ ମାଡି ବସୁଥାଏ ।କରୁଣାକର ଟଙ୍କା ଲୋଭରେ ଅନ୍ୟ କଥାରେ ନିଜକୁ ସିନା ଷଢଯନ୍ତ୍ରର ମାଷ୍ଟର ମାଇଣ୍ଡ ବନେଇ ଦେଲା ହେଲେ ଆଜିଯାଏ ତା ପରିବାର ଟଙ୍କାଟିଏ ପାଇଲେ ନାହିଁ ।ଏତେ ସବୁ ଦୁଃଖରେ ତାହାର ସ୍ତ୍ରୀ(ରୁକୁଣା)ଭାଙ୍ଗିପଡି ବେକରେ ରଶି ଲଗେଇ ଚିର ନିଦ୍ରାରେ ଶୋଇଗଲା ।


     କରୁଣାକର ଆଜି ବି ଜେଲର ଚାରି କାନ୍ଥ ଭିତରେ ନିଜ ମୃତ୍ୟୁର ଦିନ ଗୁଡିକୁ ଗଣି ଚାଲିଛି । ଏ ପୋଲିସ ପ୍ରଶାସନ ଆଉ ଚାରି ଦିନ ପରେ ତାକୁ ଶୂଳିରେ ଚଢାଇ ଦେବ ।ଗୋଟିଏ ନୀରିହ ବ୍ୟକ୍ତି ମାଓବାଦୀ ନାଁରେ ଏ ସଂସାରରୁ ଚାଲିଯିବ ସତ କିନ୍ତୁ ପ୍ରକୃତରେ ସେହି ଷଢଯନ୍ତ୍ରର ମାଷ୍ଟର ମାଇଣ୍ଡ ତଥା ପ୍ରକୃତ ମାଓବାଦୀ ଆଜି ଏ ସମାଜରେ ବିଖ୍ୟାତ ସମାଜ ସେବୀ ନାଁରେ ଖ୍ୟାତି ଅର୍ଜନ କରୁଛି ।



రచనకు రేటింగ్ ఇవ్వండి
లాగిన్

Similar oriya story from Tragedy