ଲାଲ ପ୍ରଜାପତି
ଲାଲ ପ୍ରଜାପତି
ଝିଅ ଲୋ ଉଠେ ଟିକେ ଜଲଦି ସ୍କୁଲ ଯିବୁ ।
ରିମି - ନାଇଁ ମା ମୁ ଯିବିନି ଆଜି ସ୍କୁଲ ଇଚ୍ଛା ନାଇଁ ଜମା ।
ମା - ହଉ ଆଜି ଟା ଯା କାଲି ଆମେ ଛୁଟି ନେଇ ବଟାନିକାଲ ଗାର୍ଡେନ ଯିବା ଲ ।
ରିମି ସାଙ୍ଗେ ସାଙ୍ଗେ ଉଠିପଡ଼ି ରେଡି ହେବାକୁ ପଳେଇଲା ।
( କଥା କଣ କି ରିମି ଜନ୍ମ ହେବାର ମାସଟେ ଭିତରେ ରିମିର ବାପା ଆର ପାରିକୁ ପଳେଇଲେ ସବୁ ଦାୟିତ୍ୱ ରିମିର ମା ଉପରେ ଦେଇ, ତ ଶାନ୍ତିଦେବି ଝିଅକୁ ଟିକେ ଭଲ ପାଇବାରେ ବଢ଼େଇଛନ୍ତି, ତା ସବୁ ଅଳିରେ ହଁ ଭରିଦିଅନ୍ତି )
ରିମିକୁ ସ୍କୁଲ ଯିବା ପାଇଁ ବସରେ ବସେଇଦେଇ ଶାନ୍ତିଦେବି ଟିକେ ଫ୍ରି ହେଲେ, ଆଉ ଫ୍ରି ହେଲା ମାନେ ଷ୍ଟୋରୀ ମୀରରର ଆପ୍ପଟି ଖୋଲା ହବ ତାଙ୍କର ଆଉ ଆଗ ପଢିବସିବେ ଲେଖକ ଲେଖିକାଙ୍କ କାହାଣୀ , ଖୁବ ସୁନ୍ଦର ଭାବେ ଲେଖା ହୋଇଛି ଗଳ୍ପ ଗୁଡିକ ଓ ପଢୁ ପଢୁ କେତେବେଳେ ରିମି ଆସିପହଞ୍ଚିଯାଏ ଜଣା ହିଁ ପଡ଼େନି l
ଆଉ କଥା ମୁତାବକ ପରଦିନ ସକାଳେ ଶାନ୍ତିଦେବି ରିମିକୁ ବଟାନିକାଲ ଗାର୍ଡେନ ନେଇକି ଗଲେ ।
ବଟାନିକାଲ ଗାର୍ଡେନରେ ପହଂଚିଲା ମାନେ ରିମି ଦେଖି ବହୁତ ଖୁସି ହେଇଗଲା ।
ଶାନ୍ତିଦେବି କିନ୍ତୁ ରିମିର ହାତ ଧରି କହିଲେ ଦେଖେ ରିମି ଯାହା କରୁଛୁ କରେ କିନ୍ତୁ ନାଲି ପ୍ରଜାପତି ପଛେ ଭୁଲରେ ବି ଗୋଡ଼େଇବୁନି ।
ରିମି ମା ର ଏମିତି ସେରିୟସ ରୂପ ଦେଖି ଆଉ ଏମିତି ତାଗିତ ଶୁଣି ଡରରେ ହଁ ମାରିଦେଲା ।
କିନ୍ତୁ ଭିତରକୁ ଯାଉ ଯାଉ ଆଗ ନାଲି ପ୍ରଜାପତି ପଛେ ଗୋଡ଼େଇବା ଆରମ୍ଭ କରିଦେଲା ।
ଶାନ୍ତିଦେବି ଏହା ଦେଖୁ ଦେଖୁ ତାଙ୍କ ମୁଣ୍ଡ କଣ ହେଇଗଲା...... ସେ ସାଙ୍ଗେ ସାଙ୍ଗେ ଯାଇକି ରିମିକୁ ଧରିଲେ ଆଉ ଘରକୁ ପଳେଇ ଆସିଲେ ।
ରିମି ମାଙ୍କ ଏମିତି ବ୍ୟବହାର ଦେଖି ଟିକେ ହଇରାଣରେ ପଡିଗଲା କିନ୍ତୁ ଛୋଟ ଛୁଆ ୫ ମିନିଟରେ ଭୁଲିକି ଖେଳିବାକୁ ଲାଗିଲା । ତା ରୁମରେ ସେଦିନ ରାତିରେ ରିମିକୁ ଶାନ୍ତିଦେବି ତାଙ୍କ ରୁମରେ ଶୋଇବାକୁ ଦେଲେ ଆଉ ତାକୁ ତାଗିତ କରି କହିଲେ - ଦେଖେ ରିମି ଯାହା ବି ହେଇଯାଉ ତୁ ଖଟରୁ ଓଲ୍ହେଇବୁନି ଆଉ ଯିଏ ବି ଡାକିଲେ କୁଆଡେ ଯିବୁନି ।
ମା'ଙ୍କ ଏମିତି କଥା ଶୁଣି ରିମି ଟିକେ ଡରିଗଲା, କାରଣ ମା ଏମିତି କେବେ ବି କହିନଥିଲେ ଆଉ ଏମିତି ହଟାତ ବ୍ୟବହାରରେ ପରିବର୍ତ୍ତନ ରିମିକୁ ଟିକେ ହଇରାଣରେ ପକେଇଦେଲା ।
ଆଉ ରାତି ଯେମିତି ବଢିଲା ମା ଝିଅ ମିଶିକି ଶୋଇଲେ ।
ଆଉ ଠିକ ରାତି ୧ ଟେ ପାଖା ପାଖି ରିମି ଶୁଣିବାକୁ ପାଇଲା ଝରକାରେ ଖଟ ଖଟ ଶବ୍ଦ ସେ କିଛି ସମୟ ପାଇଁ ତ ନ ଶୁଣିବାର ଅଭିନୟ କଲା କିନ୍ତୁ....କେତେ ବି ସମ୍ଭାଳିବ ନିଜକୁ ଉଠିପଡ଼ିଲା ଖଟରୁ ଆଉ ଯାଇକି ଦେଖିଲା ଝରକାକୁ ଆଉ ଯାହା ଦେଖିଲା ସେ ଡରରେ ଥରିବାକୁ ଲାଗିଲା ।
ରିମି ଝରକାରେ ଦେଖିଲା ସେଇ ନାଲି ପ୍ରଜାପତିଟି ବସିଥିଲା ଝରକାରେ ଆଉ ଆଉ ପ୍ରଜାପତିର ପରରେ ମଣିଷ ରୁପି ଆଖି ଦୁଇଟା ଥିଲା ।
ଆଉ ପ୍ରଜାପତିକୁ ଦେଖୁ ଦେଖୁ ରିମିକୁ ସବୁ ।
( କଣ ହେଲା ରିମିର ଆଉ ସେଇ ନାଲି ପ୍ରଜାପତି ପଛରେ ଗୋଡ଼େଇବା ପାଇଁ ଶାନ୍ତିଦେବି କଣ ପାଇଁ ମନାକରୁଥିଲେ.....)

