STORYMIRROR

Pratyush Das

Horror Thriller

3  

Pratyush Das

Horror Thriller

ଦୀପାବଳିର ସେ ଭୟାନକ ରାତି

ଦୀପାବଳିର ସେ ଭୟାନକ ରାତି

3 mins
227

         ସମସ୍ତେ ଜାଣନ୍ତି ଦୀପାବଳି ଏକ ଆଲୋକର ଉତ୍ସବ କିନ୍ତୁ ବେଶୀ ଲୋକ ଜାଣନ୍ତି ନାହିଁ ଦୀପାବଳି ଅମାବାସ୍ୟାର ରାତି । ଆଉ ସବୁ ଅମାବାସ୍ୟାର ରାତିରେ ଭୌତିକ ଶକ୍ତି ସବୁଠୁ ଅଧିକ ଶକ୍ତିଶାଳୀ ହୋଇଯାନ୍ତି କିନ୍ତୁ ୧୯ ବର୍ଷର ସୁମିତ ଏସବୁ ବିଷୟରୁ ଅଜଣା ଥିଲା । ସେ ତା' ସାଙ୍ଗ ବିଜୟ ସହ ଦୀପାବଳିର ରାତିରେ ରାସ୍ତାରେ ବୁଲୁଥିଲା । ବୁଲୁଥିବା ବେଳେ ବିଜୟର ନଜର ମନ୍ଦିରର ପଛରେ ଥିବା ଶୂନଶାନ ଘର ଉପରେ ପଡିଲା , ସେଠି ଏକ ବହୁତ ସୁନ୍ଦର ଝିଅଟି ଲାଲ ଶାଢ଼ୀ ପିନ୍ଧି ଗୋଟେ ଦୀପ ଜଳାଉଥିଲ । ବିଜୟ ସୁମିତକୁ ନେଇ ସେଇ ଘର ପାଖକୁ ଗଲା । ଯେତେବେଳେ ଦୁଇଜଣ ଘର ପାଖରେ ପହଂଚିଲେ ସେମାନେ ଦେଖିଲେ କି ପୁରା ଘର ଦୀପରେ ସଜା ହେଇଥିଲା ଆଉ ବାଲକୋନୀରେ ଠିଆ ହେଇଥିବା ସେ ସୁନ୍ଦର ଝିଅଟି ସେମାନଙ୍କୁ ପୁଣି ନଜର ଆସିଲା । ସେ ଝିଅଟି ଏକ ମନଲୋଭା ହସଟେ ହସି ଦୁଇଜଣଙ୍କୁ ଭିତରକୁ ଆସିବାକୁ କହିଲା ।


       ଦୁଇଜଣ ଭିତରକୁ ଯାଇ ଦେଖିଲେ ଘର ଭିତରୁ ମଧ୍ୟ ବହୁତ ସୁନ୍ଦର ଭାବରେ ସଜା ହେଇଥିଲା ଯେମିତି ବାହାରୁ ହେଇଥିଲା । ଟେବୁଲ ଉପରେ ବିଭିନ୍ନ ପ୍ରକାର ମିଠା ମଧ୍ୟ ରଖା ହେଇଥିଲା । ସୁମିତ ଟେବୁଲ ଗୋଟେ ଲଡ଼ୁ ଉଠେଇ ଖାଇବାକୁ ଲାଗିଲା କିନ୍ତୁ ଲଡ଼ୁଟି ତା' ହାତରୁ ଭୁଲରେ ତଳେ ପଡିଗଲା । ଯେମିତି ସୁମିତ ଲଡ଼ୁ ଉଠେଇବା ପାଇଁ ତଳକୁ ନାଇଁଲା ସେ ଦେଖିଲା ଟେବୁଲ ତଳେ ଗୋଟେ ଭୟାନକ କଳା ଛାଇ ଥିଲା ଯିଏ ସୁମିତକୁ ଦେଖି ଉଭାନ ହେଇଗଲା । ସୁମିତ ଯେତେବେଳେ ବିଜୟକୁ ଏହା କହିବା ପାଇଁ ଉପରକୁ ଉଠିଲା ସେ ଦେଖିଲା ବିଜୟ ପାହାଚ ଚଢି ଉପର ରୁମକୁ ଯାଉଥିଲା । ସୁମିତ ବହୁତ ଡରିଯାଇଥିଲା ତା'କୁ ଅଚାନକ ଘରରେ ପାଉଁଜିର ଶବ୍ଦ ଶୁଭାଗଲା ଯେପରିକି ଜଣେ ଝିଅ ଗୋଟେ ରୁମରୁ ଅନ୍ୟ ଏକ ରୁମକୁ ଯାଉଛି । ସୁମିତ ସେ ଶବ୍ଦ ପଛେ ପଛେ ଉପର ରୁମକୁ ଚାଲିଗଲା କିନ୍ତୁ ଉପରକୁ ଗଲା ପରେ ତାକୁ ଗୋଟେ ରୁମର ପଙ୍ଖାରେ ଗୋଟେ ଲାସ ଓହୋଳିଥିବାର ଦେଖିଲା ଆଉ ସେ ଲାସକୁ ଦେଖି ଡରରେ ଥରିବାକୁ ଲାଗିଲା କାରଣ ସେ ଲାସ ଆଉ କାହାର ନୁହଁ ବରଂ ତାହା ବିଜୟର ଲାସ ଥିଲା , ସୁମିତ ଡରି ଡରି ପଛକୁ ବୁଲିଲା ତ ତା'ର ଠିକ ସାମ୍ନାରେ ସେହି ସୁନ୍ଦର ଝିଅଟି ଠିଆ ହେଇଥିଲା ଓ ତାକୁ ଦେଖି ହସୁଥିଲା କିନ୍ତୁ ଏଥର ସୁମିତକୁ ସେ ହସ ମନଲୋଭା ନୁହଁ ବରଂ ତାହା ଭୟାନକ ଲାଗୁଥିଲା ।


ଅଚାନକ ଘରର ସବୁ ଲାଇଟ୍ ବନ୍ଦ ହେଇଗଲା ଓ ସେ ଘର ଧୀରେ ଧୀରେ ଗୋଟେ ଭୂତିଆ ଘରରେ ବଦଳିଗଲା । ସେ ଝିଅ ଏବେ ଯାଏଁ ସୁମିତକୁ ଦେଖି ହସୁଥିଲା । ହଠାତ ଲାଲ ଶାଢ଼ୀ ପିନ୍ଧିଥିବା ସେ ଝିଅର ଚୁଟି ଧଳା ଓ ଲମ୍ବା ହେବାକୁ ଲାଗିଲା ଏବଂ ଆଖି ଏକଦମ ଲାଲ ପଡିବା ସହ ଚେହେରା ସମ୍ପୂର୍ଣ ଭୟାନକ ହେଇଗଲା । ସୁମିତ ତାକୁ ଦେଖି ପୁରା ଶୁନ ପଡିଗଲା । ସେ ଝିଅ ହାତରେ ଛୁରୀ ଧରି ତା' ଆଡକୁ ଆସୁଥିଲା , ସୁମିତ କେମିତି ହେଲେ ତା' ନିଜକୁ ସମ୍ଭାଳିଲା ଆଉ କିଛି ନ ଭାବି ସିଧା ସେ ଘରୁ ବାହାରକୁ ଦୌଡ଼ିଲା କିନ୍ତୁ ସେ ଭୟାନକ ଆତ୍ମା ତା' ପଛରେ ଆସୁଥିଲା ଓ ସୁମିତକୁ ମାରିବା ପାଇଁ ତା' ହାତ ସୁମିତ ଆଡକୁ ବଢ଼େଇଲା କିନ୍ତୁ ସୁମିତ ସେତେବେଳେ ବାହାରକୁ ଆସିଯାଇଥିଲା ଓ ସାଙ୍ଗେ ସାଙ୍ଗେ ସେ ଘରର କବାଟ ବନ୍ଦ କରିଦେଲା । ସେ ଝିଅ କିନ୍ତୁ କବାଟକୁ ଜୋରେ ଜୋରେ ପିଟୁଥିଲା ଓ ଜୋରେ ଚିତ୍କାର କରୁଥିଲା ଯେମିତି କି ସେ ସେଇ ଘର ଭିତରେ ବନ୍ଦୀ ହେଇଗଲା ।


          ସୁମିତ ସେଠୁ ପଳେଇଲା ଓ ତା' ଘରକୁ ଯାଇ ଚୁପଚାପ ଶୋଇଗଲା । ସେ ଯେତେବେଳେ ଉଠିଲା ତା' ମା ତାକୁ ଜଣେଇଲେ କି ତା'ର ସାଙ୍ଗ ବିଜୟ କାଲି ରାତିରୁ ନିଖୋଜ ଅଛି ବୋଲି , ସେତେବେଳ ସୁମିତ ସବୁକଥା ତା' ମାଙ୍କୁ କହିଲା । ମା ସବୁ ଶୁଣି ତାକୁ କହିଲେ - ବହୁତ ବର୍ଷ ପୂର୍ବେ ଦୀପାବଳିର ରାତିରେ ଜଣେ ଝିଅ ସେ ଘରେ ଆତ୍ମହତ୍ୟା କରିଥିଲା , ସେବେଠୁ ତା' ଆତ୍ମା ସେ ଘରେ ବାସ କରୁଛି । କାହାକୁ କେବେ ଜଣା ପଡିଲାନି ସେ ଝିଅଟି ଆତ୍ମହତ୍ୟା କଣ ପାଇଁ କରିଥିଲା ଓ ସେ ଘରକୁ କିଏବି ଯାଆନ୍ତି ନାହିଁ । ଏହି ସବୁ ଶୁଣି ସୁମିତ ବହୁତ ଡରିଗଲା , ସେ ବିଶ୍ୱାସ କରିବାକୁ ଚାଁହୁଥିଲା କି ଯାହା ସବୁ ତା ସାଙ୍ଗେ ଘଟିଗଲା ତାହା ଏକ ଭୟାନକ ସ୍ବପ୍ନ ଥିଲା । କିନ୍ତୁ ସେ ରାତି ପରଠୁ ତା' ସାଙ୍ଗ ବିଜୟ କେବେ ବି ଫେରିଲା ନାହିଁ । ଆଉ ସୁମିତକୁ ଆଜିବି ଦୀପାବଳିର ସେ ଭୟାନକ ରାତି ଓ ସେ ଝିଅର ଭୟାନକ ଚିତ୍କାର ଶୋଇବାକୁ ଦିଏନି । ଯେବେବି ସୁମିତ ରାତିରେ ଶୋଇବା ପାଇଁ ଚେଷ୍ଟା କରେ ସେ ଝିଅର ଭୟାନକ ଦୁଷ୍ଟ ଆତ୍ମା ତା' ତଣ୍ଟିକୁ ଚିପି ଧରେ...............

ଆପଣଙ୍କୁ କଣ ଲାଗୁଛି କିଏ ଥିଲା ସେ ଝିଅ ଓ କଣ ପାଇଁ ସୁମିତ ପଛରେ ପଡିଛି ???

              ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror