Pratyush Das

Children Stories Horror Thriller

2  

Pratyush Das

Children Stories Horror Thriller

ଖେଳ

ଖେଳ

2 mins
39


ମା..... ଭୋକ ଲାଗିଲାଣି କଣ ଦେ ଖାଇବି.....

ରୋଷେଇ ଘରୁ ଡାକ ପକେଇ ମା କହିଲେ - ହଁ ଏବେ ଆସିଲୁ ସ୍କୁଲରୁ କି ଯା ଆଗ ଫ୍ରେସ ହୋ ମୁଁ ବଢୁଛି

ରାହୁଲ - ହଁ...

ରାହୁଲ ଖାଇଲା ପରେ ମା କହିଲେ - ଏଇ ଶୁଣେ ତୁ ନା ଜାଣି ଖେଳିବାକୁ ଆଉ ବାହାରକୁ ,ମୁଁ ଶୁଣିଚି ସେପଟ ସୋସାଇଟି ପିଲା ଭାରି ବଦମାସ l

ରାହୁଲ -ନାଇଁ ମା ସେମାନେ ବଡ଼ମାସ ନୁହଁ ଭଲ ଛୁଆ ଗୁଡା l

ମା - ହଉ ଜଲଦି ଆସିଯିବୁ l

ରାହୁଲ ଖେଳିବାକୁ ପଳେଇଲା......ଓ ମା ଷ୍ଟୋରୀମୀରର ଆପ୍ପରେ ଗଳ୍ପ ସବୁ ପଢିବାକୁ ବସିଗଲେ ଆଉ ଏମିତି ପଢୁ ପଢୁ ସନ୍ଧ୍ୟା ହେଇଗଲା ମା ଜାଣିପାରିଲେନି l 

ସେଦିନ ସନ୍ଧ୍ୟାରେ ରାହୁଲ ଘରକୁ ଆସେ ତ ତା ଗୋଡ଼ଟି ଖଣ୍ଡିଆ ହେଇଥାଏ ଓ ମା ଦେଖି ବିଚଳିତ ହେଇଗଲେ କେମିତି ହେଲା କିଏ କଲା ପଚାରିବା ସହ ରାହୁଲ ଗୋଡ଼ଟିକୁ ଧୋଇ ଫାଷ୍ଟଏଡ଼ କରିଲେ l

ରାହୁଲ - ସେଇ ଦୌଡୁ ଦୌଡୁ ପଡିଗଲି l

ମା - ହଉ ହଉ ଯା ଟିକେ ଶୋଇପଡ଼େ...

ଏମିତି ଦୁଇ ତିନି ଦିନ ବିତିଗଲା......

ରାହୁଲର ବାପା ଯିଏକି ଜଣେ କମ୍ପାନୀରେ ମ୍ୟାନେଜର ଥିଲେ ତାଙ୍କୁ ଟୁରରେ ଯିବାକୁ ପଡୁଥିଲା ଓ ସେ ଠିକ ରାହୁଲର ଖଣ୍ଡିଆ ହେବାର ପରଦିନ ଆସି ପହଞ୍ଚିଥିଲେ......

ବାପା କିନ୍ତୁ ରାହୁଲର ଏମିତି ସବୁବେଳେ ଚୁପ ରହିବା ଓ ନିଜ ରୁମରେ ସବୁବେଳେ ସମୟ ବିତେଇବାକୁ ଦେଖି ଟିକେ ବ୍ୟସ୍ତ ହୋଇପଡିଲେ କାରଣ ରାହୁଲ ପଢାକୁ ଛାଡି ସବୁ କରୁଥିଲା ଖେଳରେ ଭାରି ମାତିବା ଛୁଆଟା ଏମିତି ଏକଦମ ଗୁମ ହେଇଯିବା ଦେଖି ବାପା ମାଆଙ୍କ ମନ ତ ବିଚଳିତ ହେବ l

କିନ୍ତୁ ମା ଖୁସି ଥିଲେ ପୁଅ ଘରେ ରହୁଥିଲା ଯାଉ ସବୁବେଳେ l

ଦିନେ ବାପା ରାହୁଲକୁ ପଚାରିଲେ - ହଇରେ ଟୋକା କଣ ତୋ crush ରିଜେକ୍ଟ କରିଦେଲା କି ? ଏମିତି ରୁମରେ ପଶୁଛୁ ସବୁବେଳେ l

ରାହୁଲ - ବାପା କି କଥା କହୁଛ ତମେ l

ବାପା - ଆଉ ଏମିତି ଅଖଣ୍ଡ ସିଙ୍ଗିଲ ଭଳିଆ ହଉଛୁ l ସ୍କୁଲରୁ ଆସିଲା ମାନେ ସେଠି, ଟ୍ୟୁସନରୁ ଆସିଲା ମାନେ ସେଠି ପଶିଲୁ ଆଉ ପଚାରିବିନି ନା ଆଉ ଆଜି କାଲିର ଯୁଗ ଛୋଟ ଛୋଟ ଛୁଆ ଙ୍କର ବୟଫ୍ରେଣ୍ଡ,ଗାର୍ଲଫ୍ରେଣ୍ଡ କାଳେ ତୋତେ କିଏ ରିଜେକ୍ଟ କରିଥିବ l

ରାହୁଲ - ହଉ ଆଉ ମୋର ମଜାକ ନା ବନେଇକି ଯାଅ ମୁଁ ପଢ଼ିବି l

ବାପା - ତୁ ପୁଣି ପାଠ, ହେ ଭଗବାନ କଳିଯୁଗ ଶେଷ ହଉଛି ବୋଧେ ମୋ ପୁଣି ପାଠ ପଢିବ l

ରାହୁଲ - ବାପା ଜଲଦି ଯାଅ l ମୁଁ ପଢ଼ିବି.....

ବାପା ରୁମରୁ ବାହରିକି ମାଙ୍କୁ ଡାକିଲେ - ହେଇ ଶୁଣୁଛ ତମ ପୁଅ ପଢୁଛି.....

ମା - ଆଉ କଣ ତମ ଭଳିଆ ଖଞ୍ଜଣୀ ବାଡାନ୍ତା l

ବାପା - ମୁଁ ଭଲ ପଢ଼ୁଥିଲି ସ୍କୁଲରେ l

ମା - ହଁ ମୁଁ ବି ଥିଲି ସେଇ ସ୍କୁଲରେ ଆଉ ଦେଖିଛି ତମେ ଫାଷ୍ଟ ଆସ ତଳ ଆଡୁ l

ବାପା - ହଉ ମାତେ କ୍ଷମା ଦିଅ l

ଆଉ ସମସ୍ତେ ରାତିରେ ଖାଇକି ଶୋଇଲେ......

ପରଦିନ.............

ହେଇ ଉଠେ ଜଲଦି ତୋ ସ୍କୁଲ ବସ ପଳେଇବ.....

ରାହୁଲ - ହଁ ମା..... ଆଜି କାଇଁ ଦେହ ଭଲ ଲାଗୁନି ନିଦୁଆ ନିଦୁଆ ଲାଗୁଛି l

ମା - ହଉ ଆଜି ଟା ଯା କାଲି ଯିବୁନି l

ରାହୁଲ ରେଡି ହେଇକି ବାହାରିପଡିଲା ସ୍କୁଲ ପାଇଁ......

ଆଉ ଦେଖୁ ଦେଖୁ ସ୍କୁଲ ବସ ବି ଆସିଗଲା ତାକୁ ନେବା ପାଇଁ........

ମା ରାହୁଲକୁ ବସରେ ବସେଇ ଘରକୁ ଆସିଲେ.......

ଘରେ ପଶୁ ପଶୁ ଦେଖିଲେ ରାହୁଲ ବସିକି ଟିଭି ଦେଖୁଥିଲା.....

ମା - ତୁ ପା ବସରେ ବସିଲୁ ଏବେ ତ ଘରକୁ କେମିତି ଆସିଲୁ.....

ରାହୁଲ ସମ୍ପୂର୍ଣ୍ଣ ଚୁପ ରହିଲା......

ମା ଏପଟେ ବାପାଙ୍କୁ ଡାକିଲା ବେଳକୁ ଦେଖିଲେ କି ବାପା ନାହାନ୍ତି ପଡିଛି ତ କେବଳ ତାଙ୍କ ଡ୍ରେସ........

ଆଉ ରାହୁଲ ରୁପି ପିଲାଟା ଠିଆ ହେଇ କହିଲା....... ମା...... ଚାଲ ଖେଳିବା..........



Rate this content
Log in