Pratyush Das

Horror Thriller Others

3  

Pratyush Das

Horror Thriller Others

ଆରମ୍ଭ

ଆରମ୍ଭ

4 mins
143


ଆଉଚ କ୍ଷମା କରିବେ ଟିକେ ଅଧିକ ସମୟ ନେଇଗଲି l କଥା କଣ କି ଦୁଇବର୍ଷ ହବ Story Devil ର ଅଭିଶାପ ଯାଗୁଁ ଲେଖିପାରୁ ନଥିଲି l ଲେଖିବାକୁ ଗଲାବେଳକୁ କଣ ଲେଖିବି ଏହିପରି ଆଉ ଲେଖିପାରୁନଥିଲି କିନ୍ତୁ ଏବେ ଆଉ ଏମିତି ଅସୁବିଧା ହବନି ଆଉ ତାର କାରଣ ମୁଁ ଅଧ୍ୟାୟର ଶେଷରେ କହିବି l ତ ଆରମ୍ଭ କରିବା ଆଜିର କାହାଣୀ......


ହଇରେ ଟୋକା କେବେ ଆସିଲୁ ମନାଲି ଟ୍ରିପରୁ.....ପାନ ଦୋକାନରୁ ଡାକଟେ ପକେଇ ରାଘବ


ରବି - ହଁ କାଲି ରାତିରେ ଆସିଲି l


ରଘୁ ଆଉ ସୋମୁ - ହଉ ହଉ ଆସେ ଠକ, ଗାର୍ଲଫ୍ରେଣ୍ଡ ସହ ଏକା ଏକା ପଳେଇଲୁ ମନାଲି ଟ୍ରିପରେ ଆଉ ସବୁ ଭଲ ତ l


ରବି - ହଁ ସେମିତି l


ରାଘବ - କଣ କିରେ ମୁହଁଟା ଆଳୁ ଭଳିଆ କରିଛୁ l ଏପଟେ ପାନ ଦୋକାନୀକୁ କହିଲା ଭାଇ ତିନିଟା କଟିଙ୍ଗ ଦେଲ ଗରମ ଗରମ ମସଲା ପକେଇକି l


ରବି - ନାଇଁ କିଛି ନାଇଁ ଟିକେ କାମ ପ୍ରେସର ଆଉ l


ସୋମୁ - ତୁ କଉ ଦିନଠୁ ଜବରେ ଏତେ ସେରିଅସ ହେଲୁଣି l ଦେଖିଲୁ ଝିଅ ଆସୁ ଆସୁ ଲାଇଫରେ ଟୋକା ଆମର ବଡ ପିଲା ହେଲାଣି l


ରଘୁ - ହଁ ପା ଭୁଲିଗଲା ଆମକୁ l


ଚା ତିନୋଟି ଆଣି ପିଉଥିଲା ବେଳେ ରବିର ହାତ ରୁ ଚା ଗ୍ଲାସଟି ଖସିଗଲା l


ଏହା ଦେଖି ରଘୁ ସାଙ୍ଗେ ସାଙ୍ଗେ ଦୋକାନରୁ କନାଟେ ଆଣିକି ପୋଛିଦେଲା ଗରମ ଚାକୁ ରବି ଦେହରୁ, ଆଉ ପଚାରିଲା ଏଇ ସବୁ ଠିକ ଅଛି ତ ମନାଲିରୁ ଆସିଲା ପରଠୁ ଏମିତି କଣ ହଉଛୁ ତୁ l


ରବି - ନାଇଁ ଟିକେ ଥକି ଯାଇଛି ଟ୍ରେନରେ ଯିବା ଆସିବା କରିକି l ( ଏହା କହିକି ରବି ଉଠିପଡିକି କହିଲା ହଉ ପରେ ଦେଖା ହବା ଆଉ ଏତିକି କହିକି ପଳେଇଲା )


ରଘୁ ଆଉ ସୋମୁ ଏମିତି ରବିର ଅଦିନିଆ ଆଚରଣ ଦେଖିକି କଥା ହେଲେ - ରଘୁ - ହେଇ ଇଏ ଏମିତି କଣ ହଉଚି l

ସୋମୁ - ତୁ ଜାଣିଥିବୁ ତୋତେ କହିଁନିକି???


ରଘୁ - ବୋଧେ ଗାର୍ଲଫ୍ରେଣ୍ଡ ସହ World War - 3 ହେଇଚି l


ସୋମୁ - ହଁ ପା ମନା କରୁଛି କଉ ଅଜଣା ଝିଅର ଫ୍ରେଣ୍ଡ ରିକୁଏଷ୍ଟ ଆସେପ୍ଟ କରନି l ଏଇ କୋଉ ଶୁଣିବ l


ରଘୁ - ହଉ ଯିବା ଦୋକାନ ଖୋଲିବା ଟାଇମ ହେଲାଣି l କାଲି ରବିବାର ଅଛି କିଲେ ଚିକେନ ଆଣିକି ରାନ୍ଧିକି ଆମ ଟୋକାର ମାଇଣ୍ଡ ସେଟ କରିଦେବା ଆଉ l


ସୋମୁ- ହଁ କାଲି ଦେଖାହବା ତା ରୁମରେ l


ରବିବାର ଦିନ........


ରଘୁ ଆଉ ସୋମୁ ସନ୍ଧ୍ୟା 8 ଟାରେ ରବି ରୁମରେ ପହଁଚିଲେ ଚିକେନ ସହ.....


ରଘୁ ଏଇ ରବି ଶୁଣେ ଗ୍ୟାସ ଆଉ ଚୁଲାଟା ଉଠା ଛାତକୁ ଚାଲେ ସେଠି ରାନ୍ଧିକି ଖାଇକି ଶୋଇବା.....


ସୋମୁ ହଁ ରେ ସାଙ୍ଗ ଆସେ ତୁ ଚୁଲା ଧରେ ମୁ ଗ୍ୟାସ ଟେକୁଛି


ସବୁଉ ଉଠା ଉଠି କରିକି ରାତି ପ୍ରାୟ 9 ଟା ସୁଦ୍ଧା ଚିକେନ ରାନ୍ଧିକି 10 ଟା ରେ ଖାଇ ପି ତିନି ସାଙ୍ଗ ପାଲ ବିଛେଇକି ବସିଲେ......


ରଘୁ - ହଇରେ ତୋ ଦର ପୋଡା ଆଳୁ ମୁହଁ ପାଇଁ ଆମ ଦୁଇ ଜଣଙ୍କ 300 ଟଙ୍କା ଗଲା l ଏବେ କହ କଣ ହେଇଚି l


ସୋମୁ - ହଁ ସାଙ୍ଗ କହ ଭାଉଜ ଆମର କଣ କହିଲେ କି?


ରଘୁ - ହଁ ରେ ଭାଇ ତୋ ସେଟିଙ୍ଗ କଣ କହିଛିକି l କହୁନୁ ଆଉ ଲାଜ କରନି କହିଦେ l


ରବି - ନାଇଁରେ କିଛି ହେଇନି ସେମିତି


ସୋମୁ - ନା ତୁ କହ l ନ କହିଲେ ଆମେ ସେତେ ଯାଏ ପଚାରିବୁ ଯେତେ ଯାଏ ତୁ ନ କହିଚୁ l


ରବି - ହଉ ତାହେଲେ ଶୁଣ.......


ହେ ଅନ୍ଧକାର, ମୋ ଡାକର ଉତ୍ତର ଦିଅ ଆଉ ନ ଦେଖିପାରୁଥିବା ଆଖିକୁ ସେ ଅନ୍ଧାରର ଶକ୍ତି ଦେଖାଅ l


ଏହା କହିବା ମାତ୍ରେ ରଘୁ ଓ ସୋମୁ ଚମକି ପଡିଲେ ହାତ ଗୋଡ ତାଙ୍କର ଶୂନ ପଡିଗଲା ଡରରେ....


ରଘୁ - ଏଇ ରବି ତୋ ସାଇଡରେ କିଏ ବ...ବ.... ବସିଛି l


ସୋମୁ ବେହୋସ ହେଇଗଲା ଏତେ ମାତ୍ରାରେ ଡରିଗଲା ସେ କଳା ଛାଇଟିକୁ ଦେଖିକି କିଏ ଯେପରି ମୁଣ୍ଡ ଟିକେ ଦୁଇଫାଳ କରିଦେଇଛି ଆଉ ଆଖି ଯୋଡ଼େ କାଚ ବାଟି ଭଳି ଚମକୁ ଥିଲା......


ରବି - ସାଙ୍ଗମାନେ ଏଇ ସେ ଝିଅ ଯେ ମୋତେ ଭଲ ପାଇବାର ହାତ ବଢେଇକି ମୋ ଆତ୍ମାକୁ ବିକିଦେଇଛି ସୈତାନକୁ l


ରଘୁ - ସୋମୁ ମୁହଁରେ ପାଣି ମାରିବା ସହ, ରବିକୁ ପଚାରିଲା ଭାଇ କଣ କହୁଚୁ ଯେ ଆମେ ପା ସେ ଝିଅକୁ ଦେଖିଚୁ ସେଦିନ ଟ୍ରେନରେ ବସେଇଥିଲୁ ପା ତମ ଦୁଇଜଣଙ୍କୁ ମୁଁ ଆଉ ସୋମୁ, କେମିତି କଣ କହୁଛୁ ତୁ l


ଏପଟେ ସୋମୁକୁ ଯେତେ ପାଣି ମାରିଲେ ବି ସେ ଉଠୁନଥିଲା ଆଉ ରଘୁର ଦେହ ହାତ ଶିହରି ଉଠୁଥିଲା ଡରରେ ଆଉ ରବିର କଥା ଶୁଣିକି....


ରବି - ଯାହା ତମେ ମାନେ ଦେଖିଥିଲ ସେଟା ଭ୍ରମ ଥିଲା ସତ ହେଲାକି ଇଏ ଝିଅ ନୁହଁ ମଣିଷ ରୂପି ସୈତାନ ଏମିତି ସେ ସମସ୍ତଙ୍କୁ ମାରିକି ତାଙ୍କ ଆତ୍ମାର ସଉଦା କରେ...... ଆଉ ତା ମନ ଖୁସି ହେଲାନି ଯେ ସେ ଏବେ ତମ ମାନଙ୍କ ପଛରେ ପଡିଛି, ମନାଲି ନେବା ନାଁରେ ଜଙ୍ଗଲରେ ନେଇକି ମୋ ଉପରେ ବିଭିନ୍ନ ପ୍ରକାରର କଳା ଯାଦୁ କରିଛି ଓ ମୋ ଆତ୍ମା ଉପରେ ବସ କରିଛି ଆଉ କିଛି ସମୟରେ ମୋତେ ବଳିଦେବ ସେ l


ଆଉ ତମ ମାନଙ୍କ ବଞ୍ଚିବାବି ଅସମ୍ଭବ ଏବେ.....


ରଘୁ - କଣ ପାଇଁ କଣ କହୁଛୁ ତୁ ମୋ ଘରେ ମୋ ବୁଢ଼ୀ ମା ଅଛି ତାକୁ କିଏ ସମ୍ଭାଳିବ ତା ସହ ସୋମୁର ଆର ମାସ ବାହାଘର......


ରବି - ଭାଇ ସେ ମନ୍ତ୍ର ଶୁଣିଲୁ ନା ତୁ ସେଇଟା ଏଇ ସୈତାନକୁ ଡ଼ାକିବାର ମନ୍ତ୍ର ଆଉ ତାକୁ ଡାକିଲ ମାନେ ସେ ତମ ଜୀବନ ନ ନେବା ଯାଏ ପିଛା ଛାଡିବନି, ମୋତେ କ୍ଷମା କରିଦେ କିନ୍ତୁ ତମେ ମାନେ ଆଉ ବଞ୍ଚିପାରିବନି......


ରଘୁ ଏପଟେ ଭୟରେ ଥରୁଥିଲା ଆଉ ସୋମୁକୁ ଉଠେଇଲା ବେଳକୁ ଜାଣିଲା କି ସୋମୁ କେତେବେଳୁ ହିଁ ମରିସାରିଲେଣି.....

ରଘୁର ମୁଣ୍ଡ କାମ ଦେଲାନି ଏପଟେ ରବିର ବିକଳ କାନ୍ଦ ଆଉ ସେପଟେ ନିଜ ମୃତ୍ୟୁକୁ ନିକଟରୁ ଦେଖୁବା ସହ ସୋମୁର ମୃତ୍ୟୁ ରଘୁକୁ ହଇରାଣରେ ପକେଇଦେଲା......


ଠିକ 12 ଟା ବାଜିଗଲା ଘଣ୍ଟାରେ ଆଉ ରବି ସାଇଡରେ ବସିଥିବା ସେ କଳା ଛାଇଟି ରବିର ବେକକୁ ଚିପି ଚିପି ଛାତରୁ ପେଲିଦେଲା..... ଏହି ଦୃଶ୍ୟ ଦେଖି ରଘୁ ଭୟରେ ଥର ଥର ହେଇ ଦୌଡିବାକୁ ଲାଗିଲା......


ଦୌଡ଼ି ଦୌଡ଼ି ସେ ଘରୁ ବାହାରି ମେନ ରୋଡ଼ ଆଡକୁ ଯାଉଥିଲା ଆଉ ହଟାତ ଗୋଟେ ଗାଡି ସହ ଧକା ହେଇଗଲା.......


ସକାଳର ସୂର୍ଯ୍ୟ ଦେଖି ଉଠିପଡ଼ିଲା ରଘୁ ଦେଖେ ତ ମେନ ରୋଡ଼ରେ ପଡିଛି ଭାବିଲା କାଲି ରାତିରେ ବୋଧେ ସେ ବଞ୍ଚିଗଲା, ମନରେ ଟିକେ ଖୁସି ହେଲା ଆଉ ଆଗକୁ ଯାଇ ଦେଖେ ତ ତାରି ଶବ ପଡିଥିଲା ରାସ୍ତା ମଝିରେ...............


ହେସ ଆପଣମାନେ ବି ପଢିନେଲେ ନା ମନ୍ତ୍ରଟି ତ ସେ ଝିଅ ଏବେ ଆପଣଙ୍କ ପଛରେ ପଡିବ.......


ଆଉ ବାକି ରହିଲା ମୋ କଥା ମୁଁ Story Devil ସହ ଡିଲ କରିଛି ଭୟ ବଦଳରେ କାହାଣୀ ପାଇଁ......




Rate this content
Log in

Similar oriya story from Horror