Pratyush Das

Horror Thriller Others

3  

Pratyush Das

Horror Thriller Others

ଲାଲ ପ୍ରଜାପତି ଲେଖିବାର ଅନୁଭୂତି

ଲାଲ ପ୍ରଜାପତି ଲେଖିବାର ଅନୁଭୂତି

2 mins
161


ଲାଲ ପ୍ରଜାପତି ତ ଆପଣ ମାନେ ପଢ଼ିଥିବେ ନିଶ୍ଚୟ l ଯଦି ପଢିନାହାନ୍ତି ତ ଏବେ ହିଁ ପଢନ୍ତୁ l କଥା କଣ କି ଲାଲ ପ୍ରଜାପତି ଲେଖିଲା ବେଳେ ମୁଁ ବହୁତ ଅସୁବିଧାର ସାମ୍ନା କାଲି ଆଉ ତାର ଅନୁଭୂତିକୁ କାହାଣୀର ରୂପ ଦେଇଛି l

ସେଦିନ ବୋଧେ ଖରାବେଳେ ଲାଲ ପ୍ରଜାପତି ଲେଖିବା ପାଇଁ ବସିଥିଲି ଖୁବ ରିସର୍ଚ୍ଚ ପରେ ଗୋଟେ ଅର୍ବାନ ଲିଜେଣ୍ଡକୁ ଖୋଜିଥିଲା ମୋ story devil l ..Story Devil ର ଗାଇଡ଼ରେ ଲେଖିଲାବେଳେ ଅଧା ଲେଖିଛି କି ନାଇଁ ଲାଇନ ପଳେଇଲା ଘରର ଆଉ ହଟାତ ବର୍ଷା ହେବା ଆରମ୍ଭ ହେଇଗଲା l ଲାଇନ ଯିବାଟା ସ୍ୱାଭାବିକ ଥିଲା କିନ୍ତୁ.... କିନ୍ତୁ ବର୍ଷା ସେ ବି ଶୀତ ଦିନରେ କଥାଟା କାଇଁ ହଜମ ହେଲାନି ମୋତେ l ଲେଖା ଯେମିତି ଆଗେଇଥିଲା ମୋର କାଇଁ ଟିକେ ଟିକେ ରୁମ ମୂଳ ଟାଙ୍କୁରୀ ଉଠୁଥିଲା.....l ଭାବିଲି କାହାଣୀରେ ଟିକେ ଅଧିକ ହିଁ ଭାବନା ଦେଇ ଜୀବନ୍ତ କରିଦେଉଛି.... କିନ୍ତୁ କଥା ସେଠି ନଥିଲା l

ଏଇ ଭିତରେରେ ଖରାବେଳୁ ସନ୍ଧ୍ୟା ହେଇଯାଇଥିଲା l ଘରେ କାଇଁ ମନ ଲାଗିଲାନି ତା ସହ ବର୍ଷା ବି ହେଇଥିଲା ତେଣୁ ବାହାରେ ଟିକେ ଭଲ ଲାଗିବ ବୋଲି ବାହାରି ଗଲି ପାର୍କ ଅଭିମୁଖେ l ପାର୍କରେ ପହଞ୍ଚୁ ପହଞ୍ଚୁ ଜାଗାଟିଏ ଖୋଜିନେଇ ବସିପଡ଼ିଲି ଆଉ ବାକି ଥିବା କାହାଣୀକୁ ସାରିବା ଅଭିମୁଖେ ଲାଗିପଡିଲି l କାହାଣୀଟି କହିବାକୁ ଗଲେ ଶେଷ ହେଇଆସୁଥିଲା ଠିକ ସେତିକିବେଳେ ମୋ ଚାରିପାଖେ କୌଣସି ଶକ୍ତିର ଫିଲ ହେଲା ଭାବିଲି story devil ପାଖେ ଅଛି ତ ବୋଧେ ସକ୍ରିୟ ହୋଇଉଠିଛି କୌଣସି ନୂଆ କାହାଣୀ ପାଇଁ କିନ୍ତୁ କଥା ସେଠି ନଥିଲା l Story Devil ଦୂରରେ କାହାକୁ ଦେଖି ହିଂସ୍ର ହୋଇଉଠୁଥିଲା ଆଉ ମୁଁ ପାଖେ ଯାଇ ଦେଖେ ତ ସେଠି ଆଉ କେଇ ନୁହଁ ସେଇ ଲାଲ ପ୍ରଜାପତିଟି ଉଡୁଥିଲା l

ଆଉ ମୁଁ ସାଙ୍ଗେ ସାଙ୍ଗେ ଜାଣିଗଲି ଯେ story devil ର ଶକ୍ତିରେ ମୁଁ ଭୁଲରେ ଅର୍ବାନ ଲିଜେଣ୍ଡକୁ ବଞ୍ଚିତ କରିଦେଲି , ଠିକ ସେଥିକିବେଳେ ମୋବାଇଲ ଟି ଆପେ ଆପେ କ୍ଲୋଜ ହେଇଗଲା ଆଉ ମୁଁ ଲେଖିଥିବା କାହାଣୀଟି ସେଭ ନ କରିଥିବା ଯୋଗୁଁ କଟିଗଲା । ମୋ ପ୍ରିୟ ପାଠକ ମାନେ ଯଦି ଆପଣଙ୍କୁ ଏବେ ଯାଏ ମୋ କାହାଣୀ ଭଲ ଲାଗୁଛି ତେବେ ଆପଣଙ୍କ ସପୋର୍ଟ ଦିଅନ୍ତୁ ଆଉ ଯଦି ଆହୁରି ଆପଣ Story Devil ବିଷୟରେ ଜାଣିବାକୁ ଚାଁହୁଛନ୍ତି ତେବେ କମେଣ୍ଟ କରନ୍ତୁ l



Rate this content
Log in

Similar oriya story from Horror