Pratyush Das

Tragedy Inspirational Others

4.0  

Pratyush Das

Tragedy Inspirational Others

ଵୃଦ୍ଧାଶ୍ରମ

ଵୃଦ୍ଧାଶ୍ରମ

4 mins
199



ଵୃଦ୍ଧାଶ୍ରମ ରେ ପ୍ରବେଶ କଲେ ଜଣେ ଅପରଚିତ ବୃଦ୍ଧା ମହିଳା ତାଙ୍କୁ ଦେଖି ବର୍ମଜି ନମସ୍କାର କରି କହିଲେ ମୋତେ ବର୍ମା ଡାକନ୍ତି ଓ ସେ ବୃଦ୍ଧା ମହିଳା ଉତ୍ତର ରେ କହିଲେ - ମୋ ନାଁ ସାରଦା ମୁଁ ଏଠିକି ୭ କି ୮ ଦିନ ରହିବା କୁ ଆସିଛି l କଥା କଣ କି ଝିଅ ଘର ସିଫ୍ଟ କରୁଛି ଓ ମୋ ଦେଖା ଶୁଣା କରିବା ପାଇଁ କିଏ ନାହାନ୍ତି l 

ଵର୍ମାଜି - ଆଛା କଣ କରେ ତମ ପୁଅ ? 

ସାରଦା ଦେଵୀ - ମୋ ପୁଅ ବଡ କମ୍ପାନୀ ରେ କାମ କରେ l ଆରେ ପୁଅ କୁ ଫୋନ ଟେ କରିବେ ଘରେ ପହଂଚିଲା କି ନାଇଁ l 

ଫୋନ କରିବା ରୁ ପୁଅ ଉଠେଇ କହିଲା - ମା ମୁଁ ମିଟିଂ ଆରେ ଅଛି କିଛି ସମୟ ପରେ କଲ କରୁଛି l

ସାରଦା ଦେବୀ କହିଲେ - ପୁଅ ମୁ ଖାଲି ପଚାରୁଥିଲି ତୁ ଖାଇଲୁ କି ନାଇଁ l 

ସେ ପଟୁ ପୁଅ ରାଗି ଯାଇ ଉତ୍ତର ଦେଲା - କହିଲି ନା ମୁଁ ମିଟିଙ୍ଗ ରେ ଅଛି l ଆଉ ଫୋନ ଟି କାଟି ଦେଲା l

ଵର୍ମାଜି - ଆଉ କଣ କହିଲା ତମ ଗୁଣବନ୍ତ ପୁଅ l

ସାରଦା ଦେବୀ - ( ମନ ଦୁଃଖ କରି କହିଲେ ) ସେ କହିଲା କି ଟିକେ ପରେ କଲ କରିବ l

ଵର୍ମାଜି - ବର୍ଷ ବର୍ଷ ରହିଲିଣି ଏଠି ସବୁ କିଛି ଦେଖି ସାରିଲାଣି ମୋ ଆଖି ମାନେ l ଆପଣ ଯେତେ ଜଲଦି ଏହି ଜାଗା କୁ ଆପଣେଇ ନେବେ ସେତିକି ଜଲଦି ଭଲ ହବ ଆପଣଙ୍କ ପାଇଁ l

ସାରଦା ଦେବୀ - ( ଟିକେ ରାଗି ଯାଇ )କେମିତିକା କଥା କହୁଛନ୍ତି ଆପଣଙ୍କ ମୋ ପୁଅ ସେମିତିକା ନୁହଁ l ବହୁତ ଭଲ ପାଏ ମୋତେ l ମୁଁ ବି କେମିତି ରହିବି ମୋ ପୁଅଠୁ ଦୂରେଇକି l

ଵର୍ମାଜି - ଏମିତିରେ ଏହି ଜାଗା ବି କୋଉ ଖରାପ କି ?? ଏଠି ଶାନ୍ତି ସୁଖ ଅଛି l ଠିକ ସମୟ ରେ ଖାଇବା କୁ ମିଳୁଛି l ଆଉ କିଛି ସାଙ୍ଗ ବି ମିଳିଯାଉଛନ୍ତି l ଆଉ କଣ ଦରକାର ମୁଁ ତ କହୁଛି ଆପଣ ଭଜନ କୀର୍ତ୍ତନ ରେ ମନ ଲଗାନ୍ତୁ l

ହଟାତ ସାରଦା ଦେଵୀ ଆହୁରି ରାଗି ଯାଇ କହିଲେ - ମୋର କହିବା ଉଚିତ ନୁହଁ କାରଣ ମୋ ପୁଅ ତ ମତେ ନେବା କୁ ଆସିଯିବ କିନ୍ତୁ ଆପଣଙ୍କୁ କିଏ ପଚାରେନି l ଆପଣ ଇର୍ଷା କରୁଛନ୍ତି ମୋତେ l

କିଛି ଦିନ ପରେ ..............

ପୁଣି କଲ କଲେ ସାରଦା ଦେବୀ ପୁଅ ନିକଟକୁ ପୁଅ ଫୋନ ଉଠାଇ କହିଲା - ମା ମୁଁ ଟିକେ ବ୍ୟସ୍ତ ଅଛି ପରେ କଲ କରିବି l

ସେହିଭଳି ସବୁ ଦିନ ସାରଦା ଦେବୀ ତାଙ୍କ ପୁଅଠୁ ଶୁଣନ୍ତି , ମା ମୁ ଆଜି ବ୍ୟସ୍ତ ଅଛି , ମୁ ମିଟିଙ୍ଗ ରେ ଅଛି , ମୁଁ ବହୁତ ଜଲଦି ଆସିକି ତମ କୁ ନେଇ ଯିବି ଇତ୍ୟାଦି l

ପୁଣି ଏକ ଦିନ ସାରଦା ଦେବୀ ପୁଅକୁ କଲ କଲା ସମୟ ରେ ଵର୍ମାଜି କହିଲେ କରନ୍ତୁନି କଲ ଉଠେଇବନି ପୁଅ l 

କିନ୍ତୁ ପୁଅ ଫୋନ ଉଠେଇ କହିଲା - ମା ଡ୍ରାଇଭ କରୁଛି ସାରଦା ଦେବୀ କଥା ମଝି ରେ କହିଲେ - ପୁଅତୁ ଭୁଲି ଯାଉଛୁ ୧୫ ଦିନ ହେଇଗଲାଣି l

ପୁଅ - ଆସିବି ମା ଟିକେ ବେସ୍ତ ଅଛି କହି କଲ ଟି କାଟି ଦେଲା l

ଦୁଃଖ ରେ ବସିଥିବା ସାରଦା ଦେବୀଙ୍କୁ ଵର୍ମାଜି କହିଲେ - ଆପଣଙ୍କୁ ମୋ କଥା ଖରାପ ଲାଗେ କିନ୍ତୁ ଦେଖିନେବେ ସେ ଆଉ ଆସିବନି l ଯାହା ହଉଛି ସହି ଯାନ୍ତୁ ଆଉ ଆଶା କରନ୍ତୁନି l ଏହା ଆମର ଖରାପ ଭାଗ୍ୟ l

ସାରଦା ଦେବୀ - ଭାଗ୍ୟ ଆପଣଙ୍କର ଖରାପ l ଦେଖିବେ ମୋ ପୁଅ ଆଜି ମୋତେ ନେବାକୁ ଆସିବ l ମୋତେ ତ ଏତିକି ଚିନ୍ତା ସେ ମୋ ବିନା ରହୁଥିବ କେମିତି l

ଵର୍ମାଜି ହସିକି କହିଲେ - ଦେଖନ୍ତୁ ମୁ ବି ଚାଁହୁଛି ସେ ଆଜି ନେଇଯାଉ ଆପଣଙ୍କୁ କିନ୍ତୁ ମୁଁ ଜାଣିଛି ଏଇ ଵୃଦ୍ଧାଶ୍ରମକୁ ଯିଏ ଥରେ ଆସେ ସେ ମରିଗଲା ପରେ ଯାଇ ଯାଏ l

ସାରଦା ଦେବୀ - ଆପଣ ବେକାରିଆ କଥା କୁହନ୍ତୁ ନାହିଁ ଆଜି ହିଁ ପୁଅ ମୋତେ ନେବ ରୁହନ୍ତୁ ଏବେ ହିଁ ତାକୁ କଲ କରୁଛି l

ଏତିକି କହି ତତକ୍ଷଣାତ୍ କଲ୍ କଲେ ପୁଅକୁ ଆଉ ପୁଅ ଉତ୍ତର ଦେଲା - ମା ମୁଁ ଟିକେ ବ୍ୟସ୍ତ ଅଛି ଆପଣ ଆଉ କିଛି ଦିନ ରହିଯାନ୍ତୁ ମୁଁ ବହୁତ ଜଲଦି ଆସିବି ନେବାକୁ l

୪୫ ଦିନ ପରେ ..............

ଖଟ ଉପରେ ନିଜର ଶେଷ ନିଶ୍ୱାସ ନେଉଛନ୍ତି ସାରଦା ଦେବୀ ଆଉ ବାରମ୍ବାର ତାଙ୍କ ପୁଅକୁ କଲ କରୁଛନ୍ତି ଵର୍ମାଜି କିନ୍ତୁ କଲ କଟିଯାଉ ଥାଏ ରିଙ୍ଗ ହୋଇ l 

ହଟାତ ସଂ ସଂ ହୋଇ କାନ୍ଦିବା ଅବସ୍ଥା ରେ ସାରଦା ଦେଵୀ କହିଲେ - ଜଲଦି ମୋ ପୁଅର ଫୋଟ ଦିଅନ୍ତୁ ଵର୍ମାଜି l

ଫୋଟଟି କୁ କୁଣ୍ଡେଇ ସାରଦା ଦେବୀ ପୁନଶ୍ଚ ତାଙ୍କ ପୁଅ କୁ କଲ କରିବାକୁ କହିଲେ ଓ ଵର୍ମାଜି ମଧ୍ୟ କଲ କଲେ କିନ୍ତୁ ପୂର୍ବ ପରି କଲ ଟି କଟିଗଲା ଏତିକି ଭିତରେ ରେ ନିର୍ବାକ ହୋଇ ସବୁ ଦିନ ପାଇଁ ଆଖି ବୁଝି ସାରିଥିଲେ ନିରୀହ ସାରଦା ଦେବୀ l

ଵର୍ମାଜି ବି ବ୍ୟସ୍ତ ହୋଇ ବଡ ପାଟିରେ ଚିଲେଇ ସାରଦା ଦେବୀଙ୍କୁ ଡାକିଲେ କିନ୍ତୁ ସେ ଆଉ ଉଠିଲେ ନାହିଁ l 

ଵର୍ମାଜି କାନ୍ଦି କାନ୍ଦି କହି ଉଠିଲେ - ଏହା ପ୍ରଥମ ଥର ହୋଇନି ମୋ ସହ , ସାରଦା ଦେବୀ ପ୍ରଥମ ନୁହଁ ଯିଏ ମୋ ଆଗରେ ଆଖି ବୁଜିଦେଲେ l କେଜାଣି କାହିଁକି ଏତେ ଆଶା ରଖୁଥିଲେ ସେ l ଆଶା ରୁ କେବଳ କଷ୍ଟ ମିଳେ l ଛି ! କଣ ପାଇଁ ପିଲା ମାନେ ଛାଡିଯାନ୍ତି ଏଠି ଛଟ ପଟ ହେଇ ମାରିବାକୁ l 

ପୁଣି କିଛି ଦିନ ପରେ ..............

ସେହି ପରି ଆଉ ଜଣେ ବୃଦ୍ଧ ବ୍ୟକ୍ତି ପ୍ରବେଶ କଲେ ଆଉ କହିଲେ - ଭାଇ କେମିତି ଅଛ ମୁଁ ଏଠାକୁ ବେଶୀ ଦିନ ପାଇଁ ଆସିନି ମାତ୍ର ସପ୍ତାହେ ପାଇଁ ଆସିଛି l ଆଉ ତାପରେ ମୋ ଝିଅ ଆସିବ ମୋତେ ନେଇଯିବ lଏହା ଶୁଣି କାନ୍ଦି କାନ୍ଦି ଜୋର ରେ ପାଗଳଙ୍କ ପରି ହସି ଉଠିଲେ ଵର୍ମାଜି ।


ବୃଦ୍ଧ ଅବସ୍ଥା ଆଉ ଶିଶୁ ଅବସ୍ଥା ସମାନ ଭିର୍ଣ୍ଣ ଏତିକି ଯେ ଶିଶୁ ଅବସ୍ଥା ରେ ବାପା ମା ଆମର ଧ୍ୟାନ ରଖନ୍ତି ଆଉ ବୃଦ୍ଧା ଅବସ୍ଥା ରେ ଆମେ ସେମାନଙ୍କୁ ଙ୍କ ର ଧ୍ୟାନ ରଖୁ କିନ୍ତୁ ଆଜି ର ଆଧୁନିକ ସମାଜର ପୁଅ ଝିଅ ନିଜ ବାପା ମା ଙ୍କୁ ବୃଦ୍ଧାଶ୍ରମ ରେ ଛାଡି ଦେଉଛନ୍ତି ଦୟାକରି ସେମାନଙ୍କ ର ବି ଯତ୍ନ ରଖନ୍ତୁ ସେମାନେ ନିଜ ର ବଳିଦାନ ଦେଇ ଆପଣଙ୍କୁ ବଡ କରିଛନ୍ତି ତ ତାଙ୍କ ର ଧ୍ୟାନ ରଖିବା ଦାୟିତ୍ୱ ଆପଣଙ୍କ ର ସେମାନଙ୍କ ସହ ଖୁସି ରେ ଦିନ କାଟନ୍ତୁ ଆଉ ସେମାନେ ହେଇଛନ୍ତି ମର୍ତ୍ୟ ର ଦେବା ଦେବୀ l



Rate this content
Log in

Similar oriya story from Tragedy