କୁନି ପ୍ରେମିକ
କୁନି ପ୍ରେମିକ


ସେଦିନ ଥାଏ ରବିବାର |ସ୍କୁଲ ଛୁଟି ହେତୁ ଟିଉସନ ରୁ ଆସି ମୁଁ ଖେଳୁଥାଏ |ଖେଳୁ ଖେଳୁ ଦେଖିଲି ଆମ ଘର ଆଗରେ ଗୋଟେ ରିକ୍ସା ଆସି ଲାଗିଲା |ସେଥିରୁ ଜଣେ ଝିଅ ଓଲ୍ହାଇ ଆମ ଘରକୁ ଗଲେ |ମୁଁ ବି ତାଙ୍କ ପଛେ ପଛେ ଯାଉଥାଏ |ସେ ବୋଉଙ୍କୁ ମୁଣ୍ଡିଆ ମାରି ମୋ ଆଡକୁ ଅନାଇ ପଚାରିଲେ ଏ କିଏ |ବୋଉ ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ ସେ ବା ମୋ ପୁଅ ଗୁଡ଼ୁ |ସେ କହିଉଠିଲେ, ଆରେ ମୁଁ ଗୁଡ଼ୁ କୁ ପ୍ରଥମ ଜନ୍ମ ଦିନରେ ଦେଖିଥିଲି ଆଜି ଏତେ ବଡ ହୋଇ ସ୍କୁଲ ରେ ପଢ଼ିଲାଣି |ସାଙ୍ଗେ ସାଙ୍ଗେ ମୋ ଗାଲ କୁ ଚିପିଦେଇ ମୃଦୁ ହସ ହସ ମୁହଁରେ ମୋତେ ଚକୋଲେଟ ଦେଲେ |ଚକୋଲେଟ ପାଇ ମୁଁ ବହୁତ ଖୁସି ହୋଇ ମୁଁ ବାହାରକୁ ପଳାଇଲି |ହେଲେ ମୋ ମନ କୁ ତାଙ୍କ ହସ ବହୁତ ଭଲ ଳାଗିଲା |ତାଙ୍କର ଉପସ୍ଥିତି ଆମ ଘରେ ବହୁତ ଭଲ ଲାଗୁଥାଏ ମୋତେ |ଜାଣିବାକୁ ପାଇଲି ତାଙ୍କ ବାହାଘର ହେଉଥିବାରୁ ମା ତାଙ୍କୁ ତୋରାଣି ଖାଇବା ପାଇଁ ଡାକିଛନ୍ତି | ସେ ମୋର ଜଣେ ସମ୍ପର୍କୀୟ ଭାଉଜ ଙ୍କ ଭଉଣୀ |
ଖରାବେଳ ସମୟ ହେତୁ ବୋଉ ତାଙ୍କୁ ଡାକି ଖାଇବା ବଢିଲେ ଦହିପଖାଳ କୁ ନାନା ପ୍ରକାର ଭଜା କୁ ତରକାରୀ |ମୁଁ ମଧ୍ୟ ବସିଥାଏ ତାଙ୍କ ସହ ଖାଇବା ପାଇଁ |ଖାଇଲା ବେଳେ ବୋଉ ଙ୍କ ସହ କାଥା ହୋଇ ହୋଇ ସେ ଖାଉଥାନ୍ତି |ସେ ପଖାଳ କଂସାରେ ହାତ ବୁଡାଇ ଥିବା ବେଳେ ମୁଁ ହଟାତ କଂସା ଭିତରେ ହାତ ପୁରାଇ ତାଙ୍କ ହାତ କୁ ଟିକେ ଚୁମୁଡି ଦେଲେ |ସାଙ୍ଗେ ସାଙ୍ଗେ ସେ ମୋତେ ଅନାଇ କଣ ଭାବିଲେ କେଜାଣି ହସି ଦେଇ ମୋ ମୁଣ୍ଡରେ ହାତ ମାରି କହି ଉଠିଲେ ଗୁଡ଼ୁ ଟା ଆମର ଦୁଷ୍ଟ ହୋଇଗଲାଣି |ହେଲେ ମୋତେ ଡର ଲାଗୁଥାଏ କାଳେ ପାଟି କରିବେ |ଖାଇ ସରିଲା ପରେ ଆମେ ବସିକି ଟିଭି ଦେଖୁ ଥାଉ | ବାପା ଆସିବାରୁ ବୋଉ ଖାଇବାକୁ ଦେବା ପାଇଁ ପଳାଇଲେ | ମୁଁ ଭାବିଲି ସେ ଏଵେ ମୋତେ କାଳେ କଣ କହିବେ ମୁଁ ଡ଼ରିକି ଦୌଡ଼ି ପଳାଇଲି ଘରୁ ବାହାରକୁ ଓ ଖେଳରେ ମଜିଗଲି | ସନ୍ଧ୍ୟା ବେଳକୁ ଆସେ ତ ଦେଖିଲି ସେ ପଳାଇଛନ୍ତି | ଦୁଃଖ ଲାଗିଲା ହେଲେ ବୋଉ ଙ୍କ ମୁହଁରୁ ଶୁଣି ଖୁସି ହେଲା ତାଙ୍କ ବାହାଘର କୁ ଆମେ ଯିବୁ |ବାହାଘର ଦିନ ମୁଁ ପହଁଚିଲା ବେଳକୁ ସେ ବାହାଘର ମଣ୍ଡପ ରେ ତାଙ୍କ ପତି ଙ୍କ ସାଙ୍ଗରେ ବସିଛନ୍ତି |ମୋତେ ଡାକିଲେ ତାଙ୍କ ପାଖକୁ | ମୋତେ ଡର ଲାଗୁଥାଏ କାଳେ ସେଦିନ ବିଷୟରେ କିଛି ପଚାରିଦେବେ |ମୁଁ ଯିବାରୁ ସେ ମୋତେ ଆଲିଙ୍ଗନ କରି ତାଙ୍କ ପତି ଙ୍କୁ କହିଲେ ଏ ହଉଛି ମୋ "କୁନି ପ୍ରେମିକ "