Suresh chandra Padhy

Tragedy

3  

Suresh chandra Padhy

Tragedy

କୁଆଁରି ଝିଅ

କୁଆଁରି ଝିଅ

3 mins
212



କାହାଣୀ ଟି ଗୋଟିଏ ଝିଅ କୁ ନେଇ, ଝିଅଟି ର ସ୍ବପ୍ନ ଅନେକ ଥାଏ, କିନ୍ତୁ ସବୁ ସ୍ୱପ୍ନ ବି ଭାଙ୍ଗି ଯାଏ ଜୀବନ ରେ। ସେ ଥିଲା ଚମ୍ପା ପୁର ଗାଁ ର ଝିଅ ସରିତା। ନାମ ଟି ଯେମିତି ସୁନ୍ଦର ରୂପରେ ଓ ଗୁଣରେ ବି ସେମିତି ବହୁତ ଭଲ । ବାପା ମନ୍ଦିର ରେ ପୂଜା କରନ୍ତି ସେ ବାପା ମା ର ଗୋଟିଏ ବୋଲି ଝିଅ ଭାରି ଅଲି ଅଳି ।ଗାଁ ସାଙ୍ଗ ସାଥି ଝିଅ ମାନେ ତାକୁ ଖୁବ ଭଲ ପାଆନ୍ତି।

ପିଲାଟି ବେଳେ ସେ ଈଶ୍ୱର ପ୍ରେମୀ, ସବୁ ବେଳେ ଠାକୁର ଙ୍କ ସେବା କରି ଶାନ୍ତି ପାଏ ।

ତାର ପାଠ ପଢା ଗାଁ ରେ ପ୍ରଥମେ ହେଲା । ତା ପରେ ସେ ପଢି ବାକୁ କଲେଜ ରେ ଇଚ୍ଛା କଲା । କିନ୍ତୁ ଘରେ ମା ଙ୍କୁ କାମ ରେ ସାହାଯ୍ୟ କରେ। ମା କହିଲେ ଝିଅ ତୁ ଆଉ ପଢି କଣ କରିବୁ ତୁ ତ ମୋର ସୁନା ଝିଅ ଆମେ ତୋ ବାହା ଘର କରିଦେବୁ। ହେଲେ ଝିଅ ଟି ଭାରି ଦୁଃଖରେ କହିଲା ମୋ ମୁ ବାହା ହେବିନି ,ପାଠ ପଢ଼ିବି ବାହାରକୁ ଯିବି। ଝିଅ ଟି ର ଆଗ୍ରହ ଦେଖି ବାପା ମା ତାକୁ ସହରକୁ ପଠାଇଲେ । ଗାଁ ଠାରୁ ସହର ଦଶ କିଲୋମିଟର।

ଝିଅଟି ସବୁ ଦିନ ଗାଡି ରେ ଯାଏ, ପୁଣି ସଂଧ୍ୟା ହେଲେ ଘରକୁ ଆସେ। ଏମିତି କିଛି ଦିନ ଭଲ ରେ ଚଲିଲା। ସେଇ ଗାଁ ର ଗୋଟିଏ ବାଳୁଙ୍ଗା ପିଲା ମଙ୍ଗୁ । ଗାଁ ଟି ଯାକର ଝିଅ, ବୋହୁ ଉପରେ ତାର ନଜର। ସରିତା ଉପରେ ତାର ଦିନେ ଆଖି 

ପଡିଲା।ସରିତା କଲେଜ୍ ଯିବା ରାସ୍ତା ରେ ସେ ଚାହଁ ରହି ଥାଏ।

ଦିନେ ବର୍ଷା ପବନରେ ପରୀକ୍ଷା ଦେବାକୁ ଯାଉ ଥାଏ ସରିତା।

ଗାଁ ଆର ପଟେ ଥାଏ ଏକ ଆମ୍ବ ବଗିଚା।ସେଇ ଜାଗାରେ ଲୁଚି ରହି ଥାଏ ମଙ୍ଗୁ।ସରିତା ସେ ଦିନ ଖୁବ ଖୁସି ମନ ରେ ଯାଉ ଥାଏ। ସରିତା କୁ ମଙ୍ଗୁ ପ୍ରଥମେ ପାଖକୁ ଡାକିଲା ହେଲେ ତାର ଗୁଣ ସେ ଆଗରୁ ଜାଣିଛି ଝିଅଟି ଗଲା ନାହିଁ। ମଙ୍ଗୁ ର ରାଗ ବଢିଲା ତାପରେ ସେ ତାକୁ ଟାଣି ଟାଣି ସେଇ ନିର୍ଜନ ଜାଗାରେ ତା ସହ ଦୁଷ୍କର୍ମ କରିଲା।

ସରିତା କାନ୍ଦି କାନ୍ଦି ଘର କୁ ଫେରି ଆସିଲା। ବାପା ମା ପ୍ରଥମେ କିଛି ବୁଝି ପାରିଲେ ନାହିଁ ।ଝିଅ ଟି ମନ ମାରି ସବୁ ଦିନ ରୁହେ।ଦିନେ ସେ ତା ମା ପାଖରେ କାନ୍ଦି କାନ୍ଦି ସବୁ କଥା କହିଲା।

ଏ କଥା ଶୁଣି ବାପା ମା ଙ୍କ ମୁଣ୍ଡରେ ବଜ୍ର ପଡିଲା ,ଗରିବ ଲୋକ ଏବେ କାହାକୁ ଏ କଥା କହିବେ,ଝିଅଟିର ଭବିଷ୍ୟତ କଣ ହେବ ଏଇ ଚିନ୍ତା ବାପା ମା ଙ୍କୁ ଘାରିଲା ।

ଗାଁ ସରପଞ୍ଚ ଆଗରେ ସବୁ କଥା କହିଲେ ହେଲେ ଗାଁ ରେ କଥାଟି ସମାଧାନ ହୋଇପରିଲା ନାହିଁ। କାରଣ ସରପଞ୍ଚ ବି ମଙ୍ଗୁର ନିଜ ଲୋକ ଥିଲେ। ଏ କଥା ଗାଁ ସାରା ବ୍ୟାପି ଗଲା, ଝିଅ ଟି କୁ କିଏ ଆଉ ବିବାହ କରିବ। ଏଇ ଚିନ୍ତା ରେ ମା ଦିନେ ଚାଲିଗଲେ

ଆର ପାରିକୁ।ବାପା ନିନ୍ଦା ଅପମାନ କୁ ସହି ନ ପାରି ଆତ୍ମହତ୍ୟା କଲେ। ଝିଅ ଟି ସବୁ ଘଟଣା କୁ ସହି ନ ପାରି ପାଗଳି ହୋଇଗଲା। ଘର ଛାଡି ଗାଁ ଗାଁ ବୁଲେ କିଏ ଖାଇବାକୁ ଦିଏ ତ ପୁଣି କିଏ ଢ଼େଲା ପଥର ମାରେ।

ମୁକୁନ୍ଦ ପୁର ଗାଁ ର ଗୋଟିଏ ବ୍ରାହ୍ମଣ ପିଲା ରାଜୁ ସେ ବି ପିଲାଟି ବେଳୁ ଅନାଥ ଥିଲା। ଦିନେ ଗାଁ ପିଲା ମାନେ ସରିତାକୁ ପାଗଳୀ କହି ପଥର ଫିଙ୍ଗିବା ବେଳେ ରାଜୁ ଝିଅଟି କୁ ଉଦ୍ଧାର କଲା। ଗାଁ ଲୋକେ ସରିତା ବିଷୟରେ ସବୁ କହିଲେ,ରାଜୁ ସ୍ଥିର କଲା ସେ ସରିତା କୁ ବିବାହ କରିବ ଶେଷରେ ବିବାହ ହେଲା ,ବିବାହ ପରେ ସରିତା ନୁଆଁ ସଂସାର କରି ଖୁସି ଥିଲା। ହେଲେ ସେ ଖୁସି ରେ ବି କାହା ନଜର ଲାଗିଗଲା।ସେ ଅଳ୍ପ ଦିନ ରେ ବିଧବା ହୋଇ ଗଲା। ନିଜ ସ୍ୱାମୀ କୁ ଝୁରି ଝୁରି ଦିନେ ପ୍ରାଣ ତ୍ୟାଗ କଲା ସରିତା ଚାଲିଗଲା ,ସଳିତା ପରି ଦୁଃଖ କଷ୍ଟର ନିଆଁ ରେ ଜଳି ଜଳି ପାଉଁଶ ହୋଇଗଲା।  


Rate this content
Log in

Similar oriya story from Tragedy