STORYMIRROR

Binay Kumar Samal

Romance

3  

Binay Kumar Samal

Romance

କଥା କୁହା ତୁମ ଆଖି

କଥା କୁହା ତୁମ ଆଖି

1 min
199


ଆଗୋ ପ୍ରିତିଛନ୍ଦା ତୁମ ପ୍ରେମେ ବନ୍ଧା

ଭୁଲି ମୁ ପାରୁନି କେବେ,

ଶୟନେ ସପନେ ଅବା ଜାଗରଣେ

ମନେ ମୋ ଉତ୍କଣ୍ଠା ଜାଗେ

ଅନୁରାଗେ ଅନୁଭବେ।


ତୁମ କଥା କୁହା ଆଖି ଦେଖି ମୋର 

ମନ କ୍ଷଣେ ଯାଏ ଲାଖି,

ନିଶବଦେ ପ୍ରାଣ ହୁଏ ଆଲୋଡ଼ିତ

ନିସଂଗତା ହିଁ ମୋ ସାକ୍ଷୀ,

କହିବି ମୁ କାହା ଆଗେ,

ଅନୁରାଗେ ଅନୁଭବେ।


ତୁମ ଆଖି ଯାଦୁ ସରଜଇ ମଧୁ

ଲାଜୁଆ ଚାହାଣି ପୁଣି,

ମନ ଝରକାର ଫାଙ୍କେ ଲୁଚି ଲୁଚି

ଆସି ମନ ନିଅ କିଣି,

ମନ ପକ୍ଷୀ ଝୁରେ ଯେବେ, ଅନୁରାଗେ ଅନୁଭବେ।

ଲହୁଣୀ ପିତୁଳା ଅଙ୍ଗଲତା ତୁମ

ଗୋଧୂଳିର ଅସ୍ତରାଗେ,

ମନ ଆଇନାରେ ଝଲସି ଉଠଇ

ସ୍ୱଚ୍ଛ ପ୍ରତିବିମ୍ବ ଯେବେ,

ଅନୁରାଗେ ଅନୁଭବେ।


ଗୋଲାପି ଓଠରୁ ଝରିପଡେ ଆପେ

ମଧୁଝରା ସ୍ମିତ ହସ,

ଅଳପ ପ୍ରେମରେ ମନ ଜିଣି ପାର

ବଢାଇ ମୋ ଅବଶୋଷ

ଭୁଲିଯିବ ନାହିଁ କେବେ

ଅନୁରାଗେ ଅନୁଭବେ।


ତୁମ ଆଖି ଲୁହ ସହି ମୁ ପାରେନା

ମୋଟିଝରା ସେଇ ଲୁହ,

ପାରିବ ତ ଯଦି ଛାତି ଚିରି ଦେଖ

ମୋ ଛାତି ତଳର କୋହ, 

ନିକାଞ୍ଚନେ ଆସ ଯେବେ,

ଅନୁରାଗେ ଅନୁଭବେ ।


ରୂପ ରାଇଜର ସପନର ରାଣୀ

ତୁମ ପ୍ରେମ ମିଠା ଲାଗେ

କଥା କୁହା ଆଖି ବୁଝିକି ପାରେନା

ପରଶ ତୁମର ମାଗେ,

ଅନୁରାଗେ ଅନୁଭବେ  

 ବିନୟ କୁମାର ସାମଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance