STORYMIRROR

Sunanda Mohanty

Tragedy Thriller

3  

Sunanda Mohanty

Tragedy Thriller

କଥା ଦେଇଥିଲି କାଳିଆଙ୍କୁ

କଥା ଦେଇଥିଲି କାଳିଆଙ୍କୁ

2 mins
173


 ରଥଯାତ୍ରା ପୁର୍ବରୁ ମୁଁ ଯେମିତି ହେଲେ ଫେରିବି। ମୋର ଜାଚଜ୍ଞା ଥିଲା ମାଆ, ମୁଁ କଥା ଦେଇଛି କାଳିଆ ଙ୍କୁ ଯେମିତି ହେଲେ ଏ ବର୍ଷ ରଥକୁ ପୁରୀ ଯିବି।


   ଝିଅ ବହୁ ଅଡ଼ୁଆରେ ପଡିଗଲା। ପ୍ରଥମତଃ ତାର ଛୁଟି ନାହିଁ। ଦ୍ୱିତୀୟରେ ଜୋଇଁ ବି ଯାଇପାରିବେ ନାହିଁ, ତାଙ୍କର ବି ଛୁଟି ନାହିଁ, ତୃତୀୟରେ, ଶାଶୂ ଶଶୁର ଗାଁ ରୁ ଫେରିଥିଲେ ଟିକି ଝିଅକୁ ଅନ୍ତତ ରଖିଦେଇଥାନ୍ତେ।ଚତୁର୍ଥ ରେ ଟିକି ଝିଅ ଆଈଙ୍କୁ ଗୋଟେ ମୁହୂର୍ତ୍ତ ଛାଡ଼ି ରହିବାକୁ ପ୍ରସ୍ତୁତ ନୁହେଁ। ଆଈ ଖୁଆଇଲେ ଖାଇବ, ଆଈ ଶୁଆଇଲେ ଶୋଇବ, ଆଈଙ୍କ ପାଖେ ବସି ଗପ ଶୁଣୁଥିବ, ଆଈଙ୍କ ଯିବା କଥା ଶୁଣି ସେବି କହୁଛି ଆଈଙ୍କ ସଙ୍ଗେ ଯିବ।


   ମାଆ ଯିବାର ଦୁଇଟି ଉପାୟ ଟ୍ରେନ୍ ନହେଲେ ବସ। ଆଗରୁ ଟ୍ରେନ୍ ଟିକେଟ ନକାଟି ଥିଲେ, ଏବେ ମିଳିବା ଅସମ୍ଭବ, ତେଣେ ରାତି ବସ ରେ ଛୋଟ ଝିଅକୁ ନେଇ କେମିତି ଯିବ ମାଆ। ଆଉ ସମୟ ବି ନାହିଁ ଯେ ବପା ଆସି ମାଆ କୁ ନେଇଯିବେ। ହଉ ଯାହା ହଉଛି ହଉ ମାଆ ଏକୁଟିଆ ଯାଉ। କିନ୍ତୁ ଟିକି ଝିଅର ଏକାଜିଦ ଆଇ ସଙ୍ଗେ ଯିବ।


   ସେଇଆ ହେଲା। ଝିଅକୁ ଛାଡି ବାପ ମାଆ ବ୍ୟସ୍ତ ହୋଇପଡିଲେ ହେଲେ ଥରକୁ ଥର ଭିଡିଓ କଲ କରି ଦେଖୁଥିଲେ ବାପା ମାଆ ଝିଅ ଖୁବ ଖୁସିରେ ଆଈଙ୍କ ହାତରୁ ସେରେଲାକ, ଲାକ୍ଟୋଜେନ୍ ଓ ଛତୁଆ ଥରକୁ ଥର ଠିକ ଠିକ ଖାଉଛି, ଆଉ ଆଈଙ୍କୁ ଜାବୁଡ଼ି ଶୋଇଛି।


  ଏତେସବୁ କଥା ମାନି କରିଯିବାର କାରଣ କିନ୍ତୁ ଗୋଟିଏ। ଆଇ ଆସିବା ଦିନଠାରୁ ଏଯାଏଁ ସବୁ ଦେଇଥିଲେ ବି ଯାହା ଦେଇନଥିଲେ, ସେଇଟି ଗୋଟିଏ ବଟୁଆ, ଆଉ ତା ଭିତରେ ପାନ ବଦଳରେ ଥିଲେ ଜଗନ୍ନାଥ୍ ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତୀ। ପିଲାଘର, ଠିକଠାକ ପୁଜା କରିନପାରି, ବଟୁଆରେ ଥିବା ଠାକୁର୍ ଙ୍କୁ ଟେକି ଦିଅନ୍ତି ଆଈ ଉପରକୁ, ଜୋଉଟା ପାଇବାକୁ, ତାଭିତରେ କଣ ଅଛି ଦେଖିବାକୁ ଲାଳାୟିତ ନାତୁଣୀ ,ବସରେ ସହଜରେ ପାଇଯାଇଛି ସେଇଟିକୁ, ଆଉ ଖୋଲିକି କହୁଛି ଠାକୁଲ ,, ଆଉ ମାରୁଛି ସାଷ୍ଟାଂଗ ପ୍ରଣିପାତ। ଆଉ କଥା ମାନି ଖାଉଛି ,ପିଉଛି ପାଣି ଓ ଶୋଉଛି କୋଳରେ। ତଥାପି ବାପାମାଆ ଦିଟା କାନ୍ଦି କାଟି ଫୋନ ପରେ ଫୋନ ଆଉ ଭିଡିଓ କଲ।


   ହଠାତ୍ ଫୋନ ଲାଗୁନି କି ଭିଡିଓ କଲ୍ ହୋଇପାରୁନି। ବାପାଙ୍କୁ ପଚାରିଲେ ସେ ବି କିଛି କହିପାରୁନାହାନ୍ତି, ତ ଉଦବେଗ ଉତ୍କଣ୍ଠା ବଢିଲା। ପ୍ରଥମେ ମାଆ କାଳେ ସୁଇଚ ଅଫ କରିଥିବ ଫୋନ ବା ନେଟ ପ୍ରୋବେଲେମ ଥିବ ଭାବୁଥିଲେ ବି ଢେର୍ ଥର ଫୋନ ନଲାଗିବାରୁ ବସ ମାଲିକ ନମ୍ବରକୁ ଫୋନ କରିବାରେ ଜଣା ପଡିଲା ବସ ଦୁର୍ଘଟଣା ଗ୍ରସ୍ତ।


   ମୁଣ୍ଡରେ ଆକାଶ ଛିଣ୍ଡି ପଡିଲା ଯେମିତି, ସେହି ରାତି ରାତି ଗାଡି ବାହାର କରି ଘାଟି ପରେ ଘାଟି ଡେଇଁ ଦୁର୍ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ପୋଲିସ, ସ୍ଥାନୀୟ ଲୋକ ସବୁ କ୍ଷତାକ୍ତ ଆହତ ଲୋକମାନଙ୍କୁ ହସ୍ପିଟାଲ ପଠାଇ, ମୃତ ଲୋକ ମାନଙ୍କୁ ଧାଡ଼ି ଧାଡ଼ି ଶୁଆଇ ରଖିଥିଲେ। ଝିଅ ମୂର୍ଚ୍ଛା ଯାଉଥିଲା, ଜୋଇଁ କିଂକର୍ତ୍ତବ୍ୟମୂଢ ହୋଇ ଖୋଜି ଚାଲିଥିଲେ ଆଇ ନାତୁଣୀଙ୍କୁ। କାଳେ ହସ୍ପିଟାଲ୍ ଯାଇଥିବେ ଭାବି ଯାଞ୍ଚ କଲାବେଳକୁ କୌଣସି ଛୋଟ ପିଲା ହସ୍ପିଟାଲ୍ ଯାଇନାହାନ୍ତି ଶୁଣି ,ଗଡିପଡ଼ିଥିବା ବସ ରୁ ତଥାପି ଲୋକଙ୍କୁ କଢ଼ା ଯାଉଥିବା ଦେଖି ଧର୍ଯ୍ୟ ସାହାସ ଶକ୍ତି ସଞ୍ଚୟ କରି ବାପା ମାଆ ଦିଟା କାନ୍ଦି କାନ୍ଦି ଉଠିଲେ ବସ ଭିତରକୁ, ଆଶ୍ଚର୍ଯ୍ୟର କଥା ସିଟ ତଳେ ଆଈ ନାତୁଣୀ। ନାଡ଼ି ଚାଲୁଛି। କଷ୍ଟ କରି ଅନ୍ୟର ସାହାଯ୍ୟ ନେଇ ଦୁହିଁଙ୍କୁ ବାହାରକୁ ଆଣିଲେ। ଦୁହେଁ ବଞ୍ଚିଥିଲେ। ଟିକି ଝିଅ ହାତରେ ରହିଥିଲା ବଟୁଆ, ଯୋଉଥିରେ ଚତୁର୍ଦ୍ଧାଙ୍କ ଭିତରୁ ବଳଭଦ୍ରଙ୍କ ହାତ ଭାଙ୍ଗିଯାଇଥିଲା। ପିଳାକୁ କୋଳକୁ ନେଇ ଝିଅ କାନ୍ଦୁଥିଲା ଖୁବ୍ କିନ୍ତୁ ଆଈଙ୍କ ହାତ ଭାଙ୍ଗିଯାଇଥିଲା। ଟିକି ଝିଅ ଠିକ୍ ଠାକ୍ ଥିଲା। ଆଇକୁ ହସ୍ପିଟାଲ୍ ନେଇ ହାତ ବ୍ୟାଣ୍ଡେଜ୍ କରୁ କରୁ ବାପା ,ମାନେ ଟିକି ଝିଅର ଅଜା ଆସି ପହଞ୍ଚି ନାତୁଣୀକୁ କୁଣ୍ଢେଇ ପକେଇଥିଲେ। ନାତୁଣୀ କିନ୍ତୁ ବଟୁଆ ଛାଡ଼ୁନଥିଲା। ରଥ ପୁର୍ବରୁ ଆଇଙ୍କ ହାତ ବି ଠିକ୍ ହେଇଯାଇଥିଲା।



Rate this content
Log in

Similar oriya story from Tragedy