STORYMIRROR

ଓଡିଆ ଶିଶୁ ଗପ

Children Classics

2  

ଓଡିଆ ଶିଶୁ ଗପ

Children Classics

କୋଇଲିର ଉପଦେଶ

କୋଇଲିର ଉପଦେଶ

1 min
14.5K


ଜଣେ ଲୋକ ସବୁଦିନେ ତା’ର ବଗିଚାରେ କୋଇଲିର ଗୀତ ଗାଇବା ଶୁଣେ । କାହିଁକିନା କୋଇଲିର ସୁନ୍ଦର କୁହୁ କୁହୁ ଗୀତ ଗାଇବା ସେ ଲୋକକୁ ଭାରି ଭଲ ଲାଗେ । ତେଣୁ ସେ ଭାବିଲା କୋଇଲିକୁ ପିଞ୍ଜରାରେ ରଖିଦେଲେ ସେ ସବୁଦିନେ ତା’ର ଗୀତ ଶୁଣିପାରିବେ । ଏହିପରି ଭାବି ଦିନେ ସେ ଲୋକଟି କୋଇଲିକୁ ଧରି ପିଞ୍ଜରାରେ ରଖିଦେଲା । ଏହି ସବୁ ଘଟଣା ଦେଖି ସେ କୋଇଲି କହିଲା, “ମୋତେ ପିଞ୍ଜରାରେ ବନ୍ଦୀ କରି ରଖିଲେ ମୁଁ ଗୀତ ମୋଟେ ଗାଇ ପାରିବି ନାହିଁ ।” ଏପରି କଥା ଶୁଣି ଲୋକ ଜଣକ କହିଲା “ତୁ ଗୀତ ନ ବୋଲିଲେ ମୁଁ ତୋତେ ମାରି ଖାଇଦେବି ।” ଏହା ଶୁଣି ସେ କୋଇଲି କହିଲା, “ତୁମେ ମୋତେ ଛାଡିଦିଅ, ମୁଁ ତୁମକୁ ତିନୋଟି ମୂଲ୍ୟବାନ କଥା କହିବି, ଯାହାକି ତୁମର ବହୁତ କାମରେ ଲାଗିବ ।” ଏହା ଶୁଣି ସେ ଲୋକଟି କୋଇଲିକୁ ଛାଡିଦେଲା । ତାପରେ କୋଇଲି ସେ ତିନୋଟି ମୂଲ୍ୟବାନ କଥା କହିଲା ।

(୧) “ବନ୍ଦୀରେ ପଡିଥିବା ଲୋକର କଥା କେବେ ବି ଶୁଣିବ ନାହିଁ । (୨) ଯାହା ତୁମ ପାଖରେ ଅଛି ତାକୁ କଦାପି ଛାଡିବ ନାହିଁ ଏବଂ (୩) ଯଦି ତୁମ ପାଖରୁ କିଛି ଚାଲିଗଲା ସେଥିପାଇଁ କେବେବି ନିଜ ମନ ଦୁଃଖ କରିବ ନାହିଁ ।”

ବେଶି ପାଇବା ଆଶାରେ ପାଖରେ ଥିବା ଜିନିଷକୁ କେବେବି ଛାଡିବା ଉଚିତ୍ ନୁହେଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children