Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Banasmita Panda

Tragedy

3  

Banasmita Panda

Tragedy

କିଛି ଅଳନ୍ଦୁ

କିଛି ଅଳନ୍ଦୁ

6 mins
467


ନୂଆ ନୂଆ ସମୀରଙ୍କ ଟ୍ରାନ୍ସଫର ହୋଇଥାଏ ଉଟି, ଉଟିର ମନରମ ଦୃଶ୍ୟ ବହୁତ ଆକୃଷ୍ଟ କରୁଥାଏ ଆମକୁ, ସେଥିପାଇଁ ବୋଧେ ମନେ ମନେ କିଛି ଅଧିକା ନ ଭାବି ଉଟି ଟ୍ରାନ୍ସଫର ଲାଗି ଆମେ ବିନା ଦ୍ଵିଧାରେ ହଁ କରି ଦେଇଥିଲୁ ! ସତରେ ପହଞ୍ଚିବା ପରେ ଜାଣି ପାରିଥିଲି କେତେ ସୁନ୍ଦର ଏ ପୃଥିବୀ ! ଧରାପୃଷ୍ଠ କେତେଯେ ସୁସଜ୍ଜିତ ସେ ଗଢିଥିବା ଶିଳ୍ପୀ ଦ୍ୱାରା, ଉଟିରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ଅନୁଭବ କରି ପାରୁଥିବେ ! ମନେ ମନେ ଭାବୁଥିଲି ବୋଧେ ଏ କିଛି ଦିନ ମୋର ଏବଂ ସମୀରଙ୍କ ଜୀବନର ସବୁଠୁ ସୁନ୍ଦର ସ୍ମୃତି ବିଶିଷ୍ଟ ଦିନ ଗୁଡିକ ହେବ ! ଆଜି ଆର୍ମି କ୍ଲବରେ ଗୋଟେ ବିଶିଷ୍ଟ ପାର୍ଟୀର ଆୟୋଜନ କରାଯାଇଛି ! ସମୀରଙ୍କ ଆଗମନରେ ! ଉଭୟ ବହୁତ କିଛି ସମୟ ଖୁସିରେ ବିତାଇଲୁ ! ଅନେକ ନୂଆ ନୂଆ ବନ୍ଧୁ ମିଳନ ହେଲା ! ଅନୁ ସମୀରଙ୍କ ବନ୍ଧୁ ପ୍ରକାଶ ବାବୁଙ୍କ ଅର୍ଦ୍ଧାଙ୍ଗିନୀଙ୍କ ସହ ମୋର ଟିକେ ଅଧିକା ବନ୍ଧୁତା ହୋଇଗଲା ଏ ପାର୍ଟୀରେ ! ଭାରୀ ଚୁଲବୁଲି ଏବଂ ଖୋଲା ହୃଦୟର ! ବନ୍ଧୁତ୍ୱ ଲାଗି ସବଠୁ ଅଧିକା ମୁଖ୍ୟ କାରଣ ଥିଲା ଆମେ ଉଭୟ ଉଭୟଙ୍କ ପଡିଶା ଥିଲୁ, ବୋଧେ ସେଥିପାଇଁ ଅନୁ ସହ ମିଶି ମୋତେ ବହୁତ ଭଲ ଲାଗିଥିଲା ! ଏକୁଟିଆ ସମୟର ଗୋଟେ ଭଲ ବାନ୍ଧିବିଟିଏ ପାଇଥିଲି ! ପାର୍ଟୀର ମୁଖ୍ୟ ଆକର୍ଷଣରେ ଥିଲେ ସମୀରଙ୍କ ଆର୍ମି ମୁଖ୍ୟ ଅଧିକାରୀ ଶ୍ରୀଯୁକ୍ତ ଡ଼ି କେ ବର୍ମା ସାର ! ଆଉ ତାଙ୍କଠୁ ଆକର୍ଷଣୀୟ ବ୍ୟକ୍ତିତ୍ୱ ତାଙ୍କ ଅର୍ଦ୍ଧାଙ୍ଗିନୀ ଶ୍ରୀମତୀ ସରୋଜିନୀ ବର୍ମା ! ସମୀରଙ୍କ ସହ ତାଙ୍କ ସହ ଭେଟ ହେଲା ବେଳେ ମୁଁ ବିଶ୍ୱାସ କରିପାରି ନ ଥିଲି ଉଭୟଙ୍କ ଏତେ ସୁନ୍ଦର ମେଳାପୀ ବ୍ୟବହାରକୁ, କୌଣସି କ୍ଷେତ୍ରରେ ଲାଗୁ ନ ଥିଲା ଉଭୟଙ୍କ ଭିତରେ ଅଳ୍ପ କିଛି ଅହଂକାର କିମ୍ବା ଗର୍ବିତ ରୂପରେଖା ! ଖୁବ୍ ଖୁସି ଅନୁଭବ କରୁଥିଲି ମୁଁ ତାଙ୍କର ଅନ୍ୟମାନଙ୍କ ପ୍ରତି ଦାୟିତ୍ୱ ପୂର୍ବକ ସମସ୍ତ ବ୍ୟବହାର ପାଇଁ ! କାହିଁକି କେଜାଣି ସରୋଜିନୀ ମ୍ୟାଡ଼ାମଙ୍କ ପ୍ରତି ମୋର ଭାବନା ଏବଂ ସମ୍ମାନ ବଢ଼ି ଚାଲିଥିଲା ! ଅପୂର୍ବ ସୁନ୍ଦରୀତ ଥିଲେ ସେ କିନ୍ତୁ ବହୁତ ଗୁଣୀ ମଧ୍ୟ୍ୟ ! ଅନେକ ସମୟରେ ମୋର ଏବଂ ଅନୁର ସରୋଜିନୀ ମ୍ୟାଡ଼ାମଙ୍କ ସହ ଦେଖାହୂଏ, ବାରମ୍ବାର ନିଜ ଘରକୁ ସେ ଯିବା ପାଇଁ ନିମନ୍ତ୍ରଣ ଦିଅନ୍ତି, କିନ୍ତୁ କେବେ ସେମିତି ସମୟ କିମ୍ବା ମୌକା ମିଳିନାହିଁ ! କିନ୍ତୁ ଯେତେଥର ଦେଖା ହୋଇଛି ତାଙ୍କର ନିଜସ୍ୱ ବ୍ୟକ୍ତିତ୍ୱ ମୋତେ ଅନେକ ଆକୃଷ୍ଟ କରିଛି ! କାହିଁକିବା ନ ହେବ ଉଭୟ ସାର ଏବଂ ମ୍ୟାଡ଼ାମ ବହୁ ଉଚ୍ଚ, ନାମୀ ଏବଂ ଆଦର୍ଶ ପରିବାରଯୁକ୍ତ ବଂଶରୁ, ନିହାତି ମହାନତା ଏବଂ ଆଦର୍ଶ ରକ୍ତରେ ରହିବ ! ଏମିତି ଏକ ଦିନ ବୁକ ଷ୍ଟୋରରେ କିଛି ଗୋଟେ ପୁସ୍ତକର ସନ୍ଧାନରେ ଥିଲି ! ହଠାତ ସରୋଜିନୀ ମ୍ୟାଡ଼ାମଙ୍କ ସହ ଭେଟ ହୋଇଗଲା, ଖୁସିରେ ମୋ ଆଚରଣ ପୂର୍ବରୁ ସେ ମୋତେ ଆଲିଙ୍ଗନ କରି ଉଠିଲେ, ଏବଂ ଆସିବାର କାରଣ ପଚାରିଲେ ମୋ ବୋଟାନିକାଲ ଛାତ୍ରl ଥିଲି, ତାହାରି ଉପରେ ରିସର୍ଚ୍ଚ ମଧ୍ୟ ମୋର ଚାଲିଥିଲା ଡ଼କ୍ଟରେଟେ ପାଇଁ ସେଥିପାଇଁ କିଛି ପୁସ୍ତକ ଆବଶ୍ୟକ ଥିଲା ! ସବୁ ପୁସ୍ତକ ମିଳି ଯାଇଥିଲା କିନ୍ତୁ ଗୋଟେ ପୁସ୍ତକକୁ ଛାଡି, ଜାଣିବା ମାତ୍ରେ ତୁରନ୍ତ ମ୍ୟାଡ଼ାମ କହିଥିଲେ ଏ ପୁସ୍ତକଟି ଆମ ଘରେ ଅଛି,ତୁମେ କେଉଁଦିନ ଗୋଟେ ଆସି ନେଇଯିବ ! ମୁଁ ମଧ୍ୟ୍ୟ ବହୁତ ଖୁସି ହୋଇ ଯାଇଥିଲି କି ମୋର ଗୋଟେ ବଡ଼ ସମସ୍ୟା ମ୍ୟାଡ଼ାମ ଦୂର କରି ଦେଇଥିଲେ ! କିଛିଦିନ ପରେ ହଠାତ ଅନୁର ସକାଳୁ ସକାଳୁ ଫୋନ ଆସିଲା, କାରଣ ପଚାରିବାରୁ କହିଲା ଆଜି ବର୍ମା ସାରଙ୍କ ବହୁତ ବଡ଼ ରାଲି ବାହାରୁଛି ! ସହରର ଅନେକ ଜରାଶ୍ରମ ପରିଭ୍ରମଣ କରିବେ ! ଆସନ୍ତା ଛଅ ମାସ ପରେ ସେ ରିଟାୟାର୍ଡ଼ ହେଉଛନ୍ତି ଏବଂ ତା ପରେ ଇଲେକ୍ସନରେ ଷ୍ଟାଣ୍ଡ କରିବେ ! ଶୁଣି ବହୁତ ଖୁସି ଅନୁଭବ ହେଉଥାଏ, ଯାହାହେଉ ରାଜନୀତିରେ ଏପରି କିଛି ଗୁଣୀ ଏବଂ ମହାନ ବ୍ୟକ୍ତିତ୍ୱ ଆସିଲେ ନିହାତି ରାଜନୀତିର ପରିଭାଷା କିଛି ବଦଳିବ ! ଦେଶର ସାଧାରଣ ଜନତାଙ୍କୁ ମଧ୍ୟ୍ୟ କିଛି ସୁବିଧା ମିଳିବ ! ଏହା ଭାବୁ ଭାବୁ ମୋତେ ସରୋଜିନୀ ମ୍ୟାଡ଼ାମଙ୍କ ପୁସ୍ତକଟି ଦେବା କଥା ମନେ ପଡିଗଲା ଏବଂ ମୁଁ ଅନୁକୁ ରାଲି ଦେଖିବାକୁ ଯାଇ ପାରିବି ନାହିଁ ବୋଲି କହିଲି ଏବଂ ସରୋଜିନୀ ମ୍ୟାଡ଼ାମଙ୍କ ଘର ଅଭିମୁଖେ ବାହାରିଲି ! ପ୍ରଥମ ଥର ଯାଉଛି କଣ ଭାବିବେ, କଣ ନେବି ଭାବି କିଛିଟା ଅସଂଯତ ଅନୁଭବ କରୁଥିଲି ! ତଥାପି କିଛି ଫଳ ଏବଂ ମିଷ୍ଟlନ ସାଙ୍ଗରେ ନେଇ ଯିବା ଉଚିତ ମନେ କଲି ! ଦେଖୁ ଦେଖୁ ଗାଡି ସରୋଜିନୀ ମ୍ୟାଡ଼ାମଙ୍କ ବିଶାଳ ବଙ୍ଗଲୋ ପାଖରେ ପହଞ୍ଚି ଯାଇଥିଲା ! କିଛି ବାଟ ଭିତରକୁ ଯିବାପରେ ମ୍ୟାଡ଼ାମଙ୍କ ମାଳି ଆସି ପଚାରିଥିଲେ ଆସିବାର ଅଭିପ୍ରାୟ ! ସବୁ କହିଲା ପରେ ସେ ମୋତେ ବଗିଚାରେ ବସିବାକୁ ଏବଂ ଅପେକ୍ଷା କରିବାକୁ କହିଥିଲେ ! ସରୋଜିନୀ ମ୍ୟାଡ଼ାମଙ୍କ ଆସିବା ଭିତରେ ମୁଁ ତାଙ୍କ ବଗିଚାର ସୁନ୍ଦରତା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ! ଅନେକ ରକମର ଫୁଲ ଏବଂ ଫଳ ଗଛ, କିଛି ସୁନ୍ଦର ଧବଳ ରଙ୍ଗର କପୋତ, ସୁନ୍ଦର ସୁନ୍ଦର ବିଭିନ୍ନ ରଙ୍ଗରେ ରଙ୍ଗୀନ ପକ୍ଷୀ, ବିଶାଳ ସୁଈମିଙ୍ଗ ପୁଲ, ଦୋଳି, ଅନେକ ରଙ୍ଗର ଗୋଲାପ ଯେମିତି ଲାଗୁଥିଲା ଗୋଟେ ପରୀ ରାଇଜରେ ଆସି ଯାଇଛି ! କିଛି ସମୟ ବ୍ୟବଧାନ ମଧ୍ୟ୍ୟରେ ସରୋଜିନୀ ମ୍ୟାଡ଼ାମ ମଧ୍ୟ ଆସି ଯାଇଥିଲେ ! ମୋତେ ଦେଖି ବହୁତ ଖୁସି ହୋଇଗଲେ ! ତୁରନ୍ତ ଚା ଜଳଖିଆର ବ୍ୟବସ୍ତା କରିଲେ ! ନା କହିବା ସତ୍ୱେ ସେ କୋଉ ମୋ କଥା ଶୁଣୁଥାନ୍ତି ! ତଥାପି ଚା ପିଇବି ନିହାତି କହି ତାଙ୍କୁ ଟିକେ ଚୁପ କରାଇଲି ! ଚା କପ, ପ୍ଲେଟ ଦେଖି ତା ଦେହରେ ମଧ୍ୟ୍ୟ ପି ବାକୁ ସଂକୋଚ ଅନୁଭବ ହେଉଥାଏ ! ଏତେ ସୁନ୍ଦର ଏବଂ ପରିଷ୍କାର, ଗୋଟେ ଦାଗ ମଧ୍ୟ୍ୟ କୋଉଠି ଦେଖା ଯାଉନଥାଏ ! ନିଶ୍ଚୟ ସଂକୋଚ ଅନୁଭବ ହେବା ସ୍ୱାଭାବିକ,ଆମ ମଧ୍ୟବିତ ପରିବାର ମାନଙ୍କରେ ଏତେ ସବୁ ମେଣ୍ଟେନ କରିବା ସମ୍ଭବ ନୁହେଁ ! ପୁସ୍ତକଟି ବିଷୟରେ କହିବାରୁ ତାଙ୍କ ସେବକକୁ ଡାକି ଲାଇବ୍ରେରୀ ନେଇ ଯିବାକୁ ମୋତେ କହିଲେ ଏବଂ ମୋତେ କହିଲେ ଆଉ ଯଦି କିଛି ପୁସ୍ତକ ଦରକାର ସେଠାରେ ଦେଖିବ ଏବଂ ନେଇ ଉପଯୋଗ କରିପାର ଏବଂ ସେଇ ଉଦେଶ୍ୟରେ ଘର ମଧ୍ୟ୍ୟ ବୁଲି ଦେଖି ପାରିବ. ମୋତେ ସରୋଜିନୀ ମ୍ୟାଡ଼ାମଙ୍କ ଅlତିଥ୍ୟ ବହୁତ ମଧୁର ଅନୁଭବ ହେଉଥିଲା ! କିଛି ସମୟ ଭିତରେ ତାଙ୍କ ଘରର ପ୍ରତ୍ୟେକ ସାଜସଜ୍ଜା ମୋତେ ମୋହିତ କରିଥିଲା ! ଅତ୍ୟନ୍ତ ପରିଷ୍କାର, ଶାନ୍ତ ମାହଲ, କାନ୍ଥରେ ଅନେକ ପଥର କାରୁକାର୍ଯ୍ୟ, ବିଶାଳ ହସ୍ତକଳା ଯୁକ୍ତ boର୍ଡ, ସ୍ଥାନେ ସ୍ଥାନେ ବିରାଟ ବିରାଟ ବିଭିନ୍ନ ରଙ୍ଗର ଫୁଲ ଗୁଲଦସ୍ତl, ଦାମୀ ମଖମଲି କାର୍ପଟ, ବିଭିନ୍ନ ହସ୍ତକଳା ଯୁକ୍ତ ସୌନ୍ଦର୍ଯ୍ୟମୟ ସାମଗ୍ରୀ, ବଡ଼ ବଡ଼ କାଚ ୱାସ, ବିଶାଳ କାଚମୟ କବାଟ, ଝରକା, ସୁନ୍ଦର ହସ୍ତ କାରୁକାଯ୍ୟ ଯୁକ୍ତ  ପରଦା, ପିତଳ ଏବଂ କଂସା ଯୁକ୍ତ ବିରାଟ ବିରାଟ ସିନ୍ଦୁକ, କାଠ କବାଟ ଗୁଡାକ କି ଅପୂର୍ବ ଖୋଳ କାରୁକାଯ୍ୟ ଆଖି ଖୋସି ହେଇ ଯାଉଥିଲା ! ଏପରି ଭାବରେ ଡାଇନିଙ୍ଗ ମଧ୍ୟ୍ୟ ବଡ କାଚ ଆଲମାରୀ ଭିତରେ ବହୁ ମୂଲ୍ୟବାନ କ୍ରକେରି ଆଇଟମ ରେ ସଜ୍ଜିତ, ବିଶାଳ ଡାଇନିଙ୍ଗ ଟେବୁଲ,ନିହାତି ଅତି କମରେ ଆଠ ଜଣ ବସିବେ ! ପିଲା ଦୁଇ ଜଣଙ୍କ ରୁମରେ ମଧ୍ୟ୍ୟ ପଢିବା, ଶୋଇବା, ଗେମ ଖେଳିବା ବିଭିନ୍ନ ସୁବିଧା କରାଯାଇଥାଏ ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ମଧ୍ୟ୍ୟ ଥାଏ. ବହୁ ଦାମୀ ବେଡ଼ ଏବଂ ଚାଦରରେ ସଜ୍ଜିତ ହୋଇଥାଏ ! ଦେଖୁ ଦେଖୁ ଲାଇବ୍ରେରୀ ଆସି ଯାଇଥିଲା, ସେବକ ଜଣକ ମୋତେ ସେଠି ଛାଡି ତାଙ୍କ କାମରେ ପଳାଇ ଯାଇଥିଲେ ! ମୁଁ ବୁଲି ବୁଲି ଅନେକ ପୁସ୍ତକ ସେଠାରେ ପାଇଥିଲି ଯାହା ମିଳିବା ବୋଧେ ବହୁତ କଷ୍ଟ ! ସତରେ ଗୋଟେ ବିଶାଳ ବିଦ୍ୟାର ଭଣ୍ଡାର ଲାଗୁଥିଲା ମୋତେ ସେ ଲାଇବ୍ରେରୀ ! ସମସ୍ତ ପ୍ରକାର ଏବଂ ବିଦେଶର ଅନେକ ରିସର୍ଚ୍ଚ କପି ମୋତେ ସେଠି ମିଳିଥିଲା ! ପ୍ରକୃତରେ ମୋର ମନେ ମନେ ସରୋଜିନୀ ମ୍ୟାଡ଼ାମଙ୍କ ପ୍ରତି ଆହୁରି କୃତଜ୍ଞତା ବଢ଼ି ଯାଇଥିଲା ଏବଂ ତାଙ୍କର ଉଦାରତା ଦେଖି ମୁଁ ବିଭୋର ହୋଇ ଯାଇଥିଲି ! ପର ଉପକାର ବୋଧେ ତାଙ୍କର ଏକ ଅମୁଲ୍ୟ ଗୁଣ ଥିଲା ଏବଂ ସେ ବେଶ ସେଥିପାଇଁ ଉଚିତ ବ୍ୟକ୍ତିତ୍ୱ ମଧ୍ୟ୍ୟ ଥିଲେ ! ହଠାତ ବୁଲୁ ବୁଲୁ ମୋର ଷ୍ଟୋର ରୁମ ପରି ଏକ ଜାଗାରେ ନଜର ପଡିଲା, ଟିକେ ଭିତରକୁ ଯାଇ ଦେଖିଲି ଜଣେ କ୍ଷୀଣ କାୟା ଯୁକ୍ତ ମହିଳା ବେଡ଼ ଉପରେ ଶୋଇଥିଲେ, ବହୁତ ମଇଳା ଲୁଗା ଏବଂ ଅପରିଷ୍କାର ବେଡ଼ ଉପରେ, ଭାବିଲି ନିହାତି କେହି ପୁରୁଣା ସେବିକା,ଶେଷ ସମୟରେ ମ୍ୟାଡ଼ାମ ତାଙ୍କର ଦେଖାଶୁଣା ଦାୟିତ୍ୱ ନେଇଛନ୍ତି ! ଏହା ଭିତରେ ସେଠି ପଡ଼ିଥିବା ଟେବୁଲ ଉପରେ ମହାନ ବୋଟାନିକ ପ୍ରଫେସର ବି କେ ବର୍ମାଙ୍କ ପୁସ୍ତକ ଉପରେ ମୋର ନଜର ପଡିଗଲା, ମୁଁ ପୁସ୍ତକଟିକୁ ହାତରେ ନେଉ ନେଉ ମହିଳା ଜଣଙ୍କ ମୁଖମଣ୍ଡଳ ଏବଂ ଆଖି ଯୋଡିକ ତେଜିଆନ ହୋଇ ଉଠିଲା, ପାଖକୁ ହାତ ଠାରି ଡାକିଲେ ଏବଂ ମୁଁ ମଧ୍ୟ୍ୟ କିଛି ଭାବିବା ପୂର୍ବରୁ ତାଙ୍କ ପାଖରେ ପହଞ୍ଚି ଯାଇଥିଲି ! ମୋତେ ଧୀର ନମ୍ର ସ୍ୱରରେ କହିଲେ ମୋ ପୁଅ ରାହୁଲର ବାପଙ୍କ ବହି...... ବୁଝିବାକୁ ବାକି ନ ଥିଲା ସରୋଜିନୀ ମ୍ୟାଡ଼ାମଙ୍କ ସ୍ୱାମୀଙ୍କୁ ସେ ରାହୁଲ ବୋଲି ସମ୍ବୋଧିତ ସେ କରୁଥିଲେ ! ଏବଂ ତାଙ୍କ ବୃଦ୍ଧା ହାତ ମୋ ହାତ ଉପରେ ରଖି ପଚାରିଲେ ତୁମେ ତାଙ୍କୁ ଜାଣିଛ? ମୋ ପାଖରେ କିଛି ଶବ୍ଦ ନ ଥିଲା କିଛି ଲୁହ ଯାହା କୋହରେ ମୁଁ ଚାପି ଧରିଥିଲି ଛାତି ଭିତରେ, ତଥାପି କହିଲି ଆଜ୍ଞା ସେ ଆମ ଗୁରୁ ଥିଲେ, କଲେଜରେ ତାଙ୍କ ବହି ପଢି ପଢି ଆଜି ମୁଁ ମଧ୍ୟ୍ୟ ଜଣେ ପ୍ରଫେସର ! ଆମ ପରି ହଜାର ହଜାର ପିଲା ତାଙ୍କ ନିକଟରେ ଋଣୀ, ନିଜ ଗୁରୁଙ୍କ ଅର୍ଦ୍ଧାଙ୍ଗିନୀଙ୍କୁ ଶେଷ ସମୟରେ ଏପରି ଅବସ୍ଥାରେ ଦେଖି ହୃଦୟ ଭିତରେ କଣ ଗୋଟେ ହୋଇ ଯାଉଥିଲା ! ଆଉ କିଛି କହିବା ଶୁଣିବା ପୂର୍ବରୁ ସରୋଜିନୀ ମ୍ୟାଡ଼ାମ ଆସି ପହଞ୍ଚି ଯାଇଥିଲେ ଏବଂ ଏ ଅପରିଷ୍କାର ରୁମକୁ କାହିଁକି ଆସିଛ ବୋଲି ପଚାରି ମୋତେ ବାହାରକୁ ବାଟ କଢାଇ ନେଇଥିଲେ ! ରହି ରହି ବୃଦ୍ଧାଙ୍କ ବିଷୟରେ କିଛି ପଚାରିବା ପୂର୍ବରୁ ସେ କହିଥିଲେ ସେ ଆମର ପୁରୁଣା ସେବିକା,ବାହାରେ ଯୋଉ ମାଳିକୁ ଭେଟିଲ ତାର ମା, ଅସୁବିଧା ଜନିତ ତାଙ୍କୁ ଏଠି ରଖାଯାଉଛି, ତୁମକୁ ତାଙ୍କ ବ୍ୟତୀତ ମୋର ଅନୁମାନ ସବୁ ଏଠିକାର ମୂଲ୍ୟବାନ ଧାତୁରେ ସୁ ସଜ୍ଜିତ ବଙ୍ଗଲୋ ନିହାତି ଭଲ ଲାଗିଥିବ ! ସରୋଜିନୀ ମ୍ୟାଡ଼ାମଙ୍କ ପ୍ରତ୍ୟେକ କଥାରେ ମୁଁ ହଁ ମାରି ଚାଲିଥାଏ ଏବଂ ଏତେ ବଡ଼ ସୁ ସଜ୍ଜିତ ବଙ୍ଗଲୋ ଏବଂ ସେଠାରେ ରହୁଥିବା ଲୋକଙ୍କ ଉପରେ ପଡ଼ିଥିବା ଅପରିଷ୍କାର ଅଳନ୍ଦୁ ଗୁଡିକ ମୋତେ ସଫା ସଫା ଦେଖା ଯାଉଥାଏ ! ସେ ଦିନ ସରୋଜିନୀ ମ୍ୟାଡ଼ାମଙ୍କୁ କୃତଜ୍ଞତା ଜଣାଇ ଚୁପଚାପ ଘରକୁ ଫେରି ଆସିଥିଲି ଏବଂ ଘରେ ପହଞ୍ଚୁ ପହଞ୍ଚୁ ଅନୁର ଫୋନ ଆସିଥିଲା ତୁ ଆଜି ବର୍ମା ସାରଙ୍କ ରାଲି ଦେଖିବାକୁ ଆସିଲୁନି, କେତେ ସମ୍ମାନ ତାଙ୍କୁ କରାଗଲା ସହରର ପ୍ରତ୍ୟେକ ଜରାଶ୍ରମ ତରଫରୁ କି ପୁଷ୍ପ, କି ଅଭିନନ୍ଦନ, କି ଶୁଭେଚ୍ଛା......... ତୁ ଦେଖିଥିଲେ ଆଖି ଖୋସି ହୋଇ ଯାଇଥାନ୍ତା, ସେ କହି ଚାଲିଥାଏ ମୁଁ ଫୋନ ଟି ରଖିଦେଲି ! ଆଉ ସମ୍ଭାଳି ପାରି ନ ଥିଲି କୋହକୁ, ଛାତିଟା ଫାଟି ଫାଟି ଯାଉଥିଲା, ଚିତ୍କାର କରି କାନ୍ଦି ଉଠିଥିଲି କିଛି ଲୁହ ବୋହିଯାଉ ଭାବି !


Rate this content
Log in

More oriya story from Banasmita Panda

Similar oriya story from Tragedy