କିଛି ଅକୁହା , କିଛି ଅବୁଝା -
କିଛି ଅକୁହା , କିଛି ଅବୁଝା -
ଜନତା କର୍ଫ୍ୟୁ ଜାରି କରା ଯାଇଥିବାବେଳେ ଘନଶ୍ୟାମ ବାବୁ ଓ ସଞ୍ଜୁ ଦେବୀ ଭାରୀ ଖୁସି ଥିଲେ ନାତି ପ୍ରତ୍ୟୁଷ ଆସି ପହଞ୍ଚି ଯାଇଥିଲା ସେମାନଙ୍କ ନିଃସଙ୍ଗ ଜୀବନରେ ରଙ୍ଗ ଭରି ହଷ୍ଟେଲ ବନ୍ଦ ପାପା,ମାମା ରହନ୍ତି ବିଦେଶରେ ତେଣୁ ଏମିତିକା ଏମର୍ଜେନ୍ସୀ ସମୟରେ ଜେଜେ ବାପା, ଜେଜେମାଙ୍କ ଘରକୁ ଆସିବାଟା ସ୍ଵାଭାବିକ କଥା ଚାରି ବେଡ୍ ରୁମ୍ ଥିବା ବଡ଼ ଘର ତାଙ୍କର ବାଲ୍କୋନୀ ଥିବା ସାମ୍ନା ପଟ ରୁମ୍ ଟା ପ୍ରତ୍ୟୁଷକୁ ମିଳିଥାଏ ପ୍ରାଇଭେସୀ ଅଧିକ ଅନ୍ଧାରର ସୁଯୋଗ ନେଇ ସିଗାରେଟ୍ ଟଣା ଯାଇପାରେ ମିଉଜିକ୍ ହାଇ ଭଲ୍ୟୁମ୍ ରେ ଶୁଣା ଯାଇ ପାରେ ଗର୍ଲ ଫ୍ରେଣ୍ଡ୍ ସହ ବିନା disturbance ରେ video call କରା ଯାଇ ପାରେ ଜେଜେ ଆଉ ମା ବି ଖୁସି ନାତି ଅଛି ପାଖରେ ରୋଷେଇଆକୁ କହି ଭଲ ଭଲ ଖାଦ୍ୟ ରନ୍ଧା ହେଲା ସନ୍ଧ୍ୟା ସମୟରେ ଘଣ୍ଟି ବଜାହେଲା, ତାଳି ମରା ହେଲା,ଜେଜେ ମା ଶଙ୍ଖ ବି ଫୁଙ୍କିଲେ ଖୁସି ମନରେ..ଦିନଟି ଖୁସିରେ କଟିଗଲା ।
TV ରେ ଭ଼ୟାବହ କରୋନା କଥା କେହି ଜଣେ କହୁଥିଲା ଏଇ ସମୟରେ ଦୁବାଇ ରୁ ପ୍ରତ୍ୟୁଷର ମମି,ପାପା ଆସି ଯାଇଥାନ୍ତେ ଯଦି କେତେ ଭଲ ହୋଇଥାନ୍ତା ଜେଜେମା ଭାବୁଥିଲେ କିନ୍ତୁ ସେମିତି କିଛି ହେବାର ନ ଥିଲା ନାତିର ସାନ୍ନିଧ୍ୟ ରେ ଖୁସି ଥିଲେ ବୟସ୍କ ଲୋକ ଦୁହେଁ କିନ୍ତୁ ପରେ ପରେ ଏକୋଇଶି ଦିନର ଲକ ଡାଉନ୍ ଘୋଷଣା କରା ହୋଇ ଗଲା ଚାକରାଣୀ,
ରୋଷେଇଆ ସବୁ ମନା କରିଦେଲେ ଆଉ ଆସି ପାରିବେନି ବୋଲି ସଞ୍ଜୁ ଦେବୀ ବୁଢ଼ୀ ଲୋକ, ଆଣ୍ଠୁ ଗଣ୍ଠି ବାତ ସହ ହାଇ ବିପି,ଠିକ୍ ସମୟରେ ଔଷଧ ପତ୍ର ନ ଖାଇଲେ ସେ ବିଛଣାରେ ପଡ଼ି ଯିବେ ସିନିଅର ସିଟିଜେନ୍ ଙ୍କ ପାଇଁ କରୋନା ଭୟ ଅଧିକ,ଘନଶ୍ୟାମ ବା
ବୁ ବଜାରରୁ ସଉଦା ପତ୍ର ଆଣିବା ବି କାଠିକର ନାତି ଟୋକା କୁ ନିତି ଚିକେନ୍,ମଟନ୍, ପ୍ରନ୍ ଦରକାର ଆଣିବ କିଏ,ରୋଷେଇ କରିବ କିଏ! ବୁଢ଼ା ବୁଢ଼ୀ ତ ଛତୁଆ, ଚୁଡ଼ା,କଦଳୀ ଖାଇକି ଚଳେଇ ଦେବେ ଗରମ୍ ପଖାଳ,ଡାଲି ଫୁଟା ଖାଇ ନେବେ,କିନ୍ତୁ ପ୍ରତ୍ୟୁଷ କୁ କେମିତି କଣ ଖୁଆଇବେ, ମୁଣ୍ଡରେ କିଛି ପଶୁ ନାହିଁ, ବୁଦ୍ଧି ବାଟ କିଛି ଦିଶୁ ନାହିଁ
ସ୍ଵିଗି /ଜମାଟୋରୁ ଖାଇବା ମଗା ଯାଇପାରେ କିନ୍ତୁ ଏବେ ସେ ସବୁ ଖାଇବା ମନା କଣ କରି ପାରିବେ, ଚିନ୍ତାରେ ପଡ଼ିଗଲେ ଦୁହେଁ "ଆରେ ବାବୁ!ତୁ ରସୁଲଗଡ଼ ରେ ତୋ ମାମୁଁ ଘରକୁ ପଳେଇ ଯିବୁ କି!" "ମାଇଁ ର ଅଫିସ୍ ତ ଏବେ ଛୁଟି ରହିବ ମାମୁଁ ବି ଘରେ ରହିବେ ସେଠି ଖାଇବା ପିଇବା ଟିକେ ଭଲରେ କରି ପାରିବୁ ତୁ!"ମନ ଦୁଃଖରେ ଜେଜେ, ଜେଜେମା କହୁଥିଲେ।
ଭୋର୍ ବେଳକୁ ଦୁବାଇ ରୁ ଫୋନ୍ ଆସିଲା ରାଗ ଓ ଅଭିମାନ ରେ ଫାଟି ପଡୁଥିଲା ପୁଅ ପଛରୁ ବୋହୁ ଚିତ୍କାର କରୁଥିଲା ଆମ ପୁଅକୁ କହି ଦେଲେ ମାମୁଁ ଘରକୁ ପଳା ! ଅସୁବିଧା ସମୟରେ ଜେଜେ ବାପା, ଜେଜେମା ନାତିକୁ ଟିକେ ଖାଇବାକୁ ଦେଇ ପାରିବେ ନାହିଁ ଆମ ପୁଅକୁ ଯଦି ଯା ବୋଲି କହିଲ, ଆମର ବି ଯିବା ଦରକାର ନାହିଁ ସେ ଘରକୁ ସେ ଦୁଆର ମାଡିବୁନି କେବେ ପ୍ରତ୍ୟୁଷ ଓଲା ଡାକି ମାମୁଁ ଘରକୁ ଚାଲିଗଲା ବୁଢ଼ା ବୁଢ଼ୀ ଛଳ ଛଳ ଆଖିରେ ଚାହିଁ ରହିଥିଲେ ସେମିତି ଦୀର୍ଘ ଶ୍ଵାସ ପକେଇ ଗଳି ମୁଣ୍ଡରେ ଅଦୃଶ୍ୟ ହୋଇ ଯାଉଥିବା ନାତିର ଗାଡ଼ି କୁ ଚାହିଁ ରହିଥିଲେ,ତଥାପି ବୁଝି ପାରୁ ନଥିଲେ,କଣ ଭୁଲ୍ କଥା ଟେ କହିଲେ ଯେ,ପୁଅ ଏତେ ବଡ଼ କଥା କହିଦେଲା ! ହେ ମହାପ୍ରଭୁ! ଦୁବାଇରେ ଭଲରେ ଥାଆନ୍ତୁ ପୁଅ,ବୋହୁ କଳି କାଳର ଏ କରୋନା କଣ ନ କଲା ସତରେ ।