ସୋନିଆର ଜନ୍ମଦିନ
ସୋନିଆର ଜନ୍ମଦିନ
ଆଜି ସୋନିଆର ପଞ୍ଚମ ଜନ୍ମ ଦିନ ସୁନ୍ଦର ନୂଆ ଫ୍ରକ୍ ଟିଏ ଜେଜେମା ଆଣିଛନ୍ତି ମାମୁଁ ଲାଲ୍ ରଙ୍ଗର ଲୋଭନୀୟ କେକ୍ ପଠେଇ ଛନ୍ତି,ଯାହା ଉପରେ ସିଣ୍ଡ୍ରେଲା ପରି କଣ୍ଢେଇ ଟିଏ ଠିଆ ହୋଇଛି ଚକୋଲେଟ୍,ଚିପ୍ସ , ପପ୍ କର୍ନ୍, କଲର୍ ପେନ୍ସିଲ, ସ୍କେଚ ପେନ୍ ସବୁ ରଖା ହୋଇଚି ସୋନିଆର ସାଙ୍ଗମାନଙ୍କ ପାଇଁ ସକାଳୁ ମା ସୋନିଆକୁ ଉଠେଇ ଗାଧୁଆ ପାଧୁଆ କରେଇ ନୂଆ ଜାମାରେ ହଳଦୀ ଲଗେଇ ପିନ୍ଧେଇ ଦେଲେ ସୁନ୍ଦର ଭାବରେ ହେୟାର ବ୍ୟାଣ୍ଡ ଲଗେଇ ମୁଣ୍ଡ କୁଣ୍ଡେଇ ଦେଲେ ଆଜି ରବି ବାର ସ୍କୁଲ ନାହିଁ ସୋନିଆ ବଗିଚାରେ ବୁଲି ବୁଲି ଗୋଲାପ କଢ ସହ ଗପସପ କରୁ ଥାଏ ଅଜା ଆସି ପହଞ୍ଚି ଗଲେ ତାଙ୍କୁ ଦେଖି ସୋନିଆ ମୁହଁରେ ମଧୁର ହସ ଟିଏ ଖେଳି ଗଲା ପାଦ ଛୁଇଁ ପ୍ରଣାମ କଲା ଅଜାଙ୍କୁ ସେ କୁନି ଝିଅ ଟିଏ ହେଲେ ମଧ୍ୟ ଘରେ ତାକୁ ସଂସ୍କାର ଶିଖା ହୋଇଚି ବଡ଼ ମାନଙ୍କୁ ଦେଖିଲେ ପ୍ରଣାମ କରିବା ପାଇଁ ଅଜା ନାତୁଣୀକୁ ଆଦରରେ କୋଳେଇ ନେଲେ କହିଲେ,"ମା ସୋନିଆ!ମୋ ସହ ଆଜି ଗୋଟିଏ ଜାଗାକୁ ବୁଲି ଯିବୁ?" ସୋନିଆ ସହିତ ତାର ମା,ବାବା ମଧ୍ୟ ଅଜାଙ୍କ ସହିତ ଯିବାକୁ ବାହାରିଲେ ଗାଡ଼ିରେ ଯାଇ ସେମାନେ ପହଞ୍ଚିଲେ ଗୋଟିଏ ଗାଆଁରେ ଗାଆଁ ସାରା ଝାଟି ମାଟିର ଘର ଅଧା ଲଙ୍ଗଳା ଶିଙ୍ଗାଣି ବୁହା ଛୁଆ କେତୋଟି ଦୌଡ଼ି ଆସିଲେ ଅଜାଙ୍କ ପାଖକୁ ପ୍ରଣାମ କଲେ ଅଜା ସେମାନଙ୍କୁ ଗେହ୍ଲା କରି କହିଲେ,"ଚାଲ,ପିଲାଏ! ଆଜି ଆମେ ବଣ ଭୋଜି କରିବା
ଗାଆଁର ଧୂଳି ମାଟି ରାସ୍ତାରେ ଅଜା,ବାବା,ମା ଓ ବାବାଙ୍କ ହାତ ଧରି ଚାଲୁ ଥାଏ ସୋନିଆ ଛୁଆ ମାନେ ତାଙ୍କ ସହ ଖୁସିରେ ଡେଇଁ ଡେଇଁ ଚାଲୁ ଥାଆନ୍ତି ଘର ଭିତରୁ ଲୁଙ୍ଗି ପିନ୍ଧା ବଡ଼ ଲୋକମାନେ ବାହାରି ଆସି ଅଜାଙ୍କୁ ନମସ୍କାର କରୁ ଥାଆନ୍ତି ମୁଣ୍ଡରେ ଓଢଣା ଦେଇ ନାନୀ ମାନେ,ମାଉସୀମାନେ
ଓଳଗୀ ହେଉ ଥାଆନ୍ତି ଗାଆଁ ମୁଣ୍ଡ ବର ଗଛ ମୂଳରେ ଯେଉଁ ଚଉତରା ଅଛି,ସେଇଠି ସମସ୍ତେ ପହଞ୍ଚିଲେ ବଡ଼ ବଡ଼ ପଥର ପକେଇ ଚୁଲୀ ତିଆରି ହେଲା ଜାଳେଣି କାଠ ପକେଇ ଚୁଲୀ ଜଳେଇଲେ ମା,ମାଉସୀ ମାନେ ଅଜାଙ୍କ ଗାଡ଼ିରୁ ବୁହା ହୋଇ ଆସିଲା ଚାଉଳ ବସ୍ତା,ତେଲ ଟିଣ, ପରିବା ପତ୍ର ଇତ୍ୟାଦି ବଡ଼ ବଡ଼ ପନିଖିରେ ପରିବା କାଟିବାକୁ ବସି ଗଲେ କେଇ ଜଣ କାକା ଶିଳରେ ମସଲା ବାଟି ପକେଇଲେ ଅପା ମାନେ ଛୁଆ ମାନଙ୍କୁ ଅଜା କେତେ ପ୍ରକାରର ଖେଳ ଶିଖାଇଲେ କାଗଜ,ରଙ୍ଗ ପେନ୍ସିଲ୍ ,ଚିତ୍ରବିଚିତ୍ର ଗପ ବହି ଦେଲେ ପିଲାଏ କାହାଣୀ ଶୁଣିଲେ ବଡ଼ ପିଲାଙ୍କୁ ଗାନ୍ଧୀ,ସୁଭାଷ,ମଧୁ ବାରିଷ୍ଟର,ଗୋପବନ୍ଧୁ, ଫକୀର ମୋହନଙ୍କ କଥା ଶୁଣାଇଲେ ସୋନିଆର ମା ଦାଦା,ବଡ଼ ବାପା ମାନଙ୍କ ସହ ଦେଶ ବିଦେଶର ଖବର,ଚାଷ ବାସ କଥା ଆଲୋଚନା କଲେ ବାବା ସୋନିଆ ସବୁ ଆଡ଼େ ବୁଲି ବୁଲି ଦେଖୁ ଥାଏ, ଶୁଣୁ ଥାଏ କିଛି ବୁଝୁ ଥାଏ କିଛି ବୁଝି ପାରୁ ନ ଥାଏ ତଥାପି ଖୁସି ମନରେ ସେଇ କୁନି ଛୁଆଙ୍କ ସହିତ ଖେଳୁ ଥାଏ ସୋନିଆ ରନ୍ଧା ରନ୍ଧି ଶେଷ ହେଲା ଖଲି ପତ୍ର, ଦନା ପକେଇ ସମସ୍ତଙ୍କ ସହ ଖାଇ ବସିଲେ ଅଜା,ନାତୁଣୀ ବାବା,ମା ଆଉ ଦୁଇ ଜଣ ଭାଇ ପରଷିଲେ ସବୁ ଦିନେ ଖାଇବା ବେଳେ କେଁ କଟର କରୁଥିବା ସୋନିଆ ଆଜି କେତେ ଖୁସିରେ ନିଜ ହାତରେ ଗପା ଗପ୍ ଖାଇ ଚାଲିଛି ତାର କୁନି ସାଙ୍ଗ ମାନେ ବି ଭାରି ଖୁସିରେ ଭୋଜୀ ଖାଉଛନ୍ତି ସମସ୍ତେ ଖାଇ ସାରିବା ପରେ ହଣ୍ଡା,ହାଣ୍ଡି,କରେଇ ଧୁଆ ହେଲା ଜାଗାଟି ସଫାସଫି ହୋଇ ଗଲା ପୁଣି ଦରି ପକାଇ ବସିଲେ ସମସ୍ତେ ଅଜା ଆଣିଥିଲେ ବସ୍ତାଏ ନୂଆ ପୁରୁଣା ବହି,କଲମ, ଖାତା ବାବା ଆଣିଥିଲେ ନୂଆ ପୁରୁଣା ଲୁଗା,ଧୋତି,ଗାମୁଛା, ସାର୍ଟ,ପ୍ୟାଣ୍ଟ ଆଣିଥିଲେ ଦୁଇଟି ପୁରୁଣା ଅଥଚ ଠିକ୍ ଚାଲୁ ଥିବା ହାତ ସିଲେଇ ମେସିନ୍ ସବୁ ଭାଇ,ଭଉଣୀ,ଅଜା, ଆଈ,ଦାଦା, ଖୁଡ଼ୀ,ମାଉସୀ,ନାନୀଙ୍କ ଭିତରେ ବଣ୍ଟା ହୋଇ ଗଲା ଜିନିଷ ସବୁ ଆହା!ସେମାନେ କେତେ ଖୁସି ସୋନିଆ ବୁଢ଼ୀଙ୍କ ଜନ୍ମ ଦିନ ବୋଲି ଶୁଣି ତା ଉପରେ ସମସ୍ତେ ଢାଳି ପକେଇଲେ ସ୍ନେହ ଆଉ ଆଶୀର୍ବାଦ..
ଅଜା,ସୋନିଆ ଆଉ ସବୁ କୁନି କୁନି ପିଲା ହାତ ଧରା ଧରି ହୋଇ କେତେ ଗୀତ ଗାଇ ନାଚିଲେ"ସୋନିଆ ମା! ଆଜିର ଜନ୍ମ ଦିନ ସେଲିବ୍ରସନ୍ କେମିତି ଲାଗିଲା?" ବାବା ପଚାରିଲେ
"ବହୁତ୍ ବଢିଆ ବହୁତ୍ ଭଲ ସବୁ ଥର ଏମିତି ମୋର ଜନ୍ମ ଦିନ ପାଳିବା,ମା!' ତାଳି ମାଡ଼ରେ ଉଛୁଳି ପଡ଼ିଲା ଗାଆଁ ଦାଣ୍ଡ ଖୁସିରେ ଝଲ ମଲ କରୁ ଥିଲା ସୋନିଆ ଆଉ ତାର ନୂଆ ସାଙ୍ଗ ସାଥିଙ୍କ କୁନି କୁନି ମୁହଁ ।
