କେହି ନୁହେଁ କାହାର
କେହି ନୁହେଁ କାହାର


"କେହି ନୁହେଁ କାହାର" କିନ୍ତୁ ନାରାୟଣ ସଭିଙ୍କର
ମୋର କାଶ ଆରମ୍ଭ ହେଇଗଲାଣି ଦୁର୍ବଳ ବି ଲାଗୁଚି। ମାମୁନି କହୁଛି "ବାପା ତମେ ଗୋଟେ କାମ କର ତମେ କରୋନା ଟେଷ୍ଟ କରିଦିଅ ଯଦି ତମକୁ କରୋନା ହେଇଥିବ ତେବେ ଆମକୁ ବି ହେଇଯିବ" ମୋ ଝିଅ କଥା ମାନି ହସ୍ପିଟାଲ କୁ ଯାଇ କରୋନା ଟେଷ୍ଟ କଲି କିନ୍ତୁ ପଜିଟିଭ ବାହାରିଲାନାହିଁ । ଏବେ ଘରକୁ ଫେରିବାକୁ ପଡିବ କିନ୍ତୁ ମୁଁ ଏ କଁଣ ଦେଖୁଛି ମୋ ସ୍ତ୍ରୀ ମୋ ଜିନିଷ ପତ୍ର ଆଉ ପୋଷାକ ସବୁ ଘର ପାଖ କୁଡ଼ିଆରେ ରଖିଦେଉଛି ମୁଁ ପଚାରିଲି "ସୀମା ମୋ ଜିନିଷପତ୍ର ଏଠିକି କାଇଁ ଆଣୁଛ"। "ହଁ ହଁ ଠିକ କରୁଛି ତମେ ଆଜିଠୁ ଏଇଠି ରହିବ ସମୟ ଯାହା ଚାଲିଛି ତମକୁ ତ କରୋନା ହେଇଛି ଯଦି ଆମକୁ ହେଇଯିବ ଭଲ ହେବ ତମେ ଏଇଠି ରୁହ"। ସୀମା ମୁଁ ମାନୁଛି କରୋନାର ଲକ୍ଷଣ ଗୁଡିକ ମୋଠି ଦେଖା ଯାଉଛି କିନ୍ତୁ ଡରନାଇଁ ଏବେ ଡାକ୍ତର ପରୀକ୍ଷା କରି କହିଲେ ମୁଁ କରୋନା ରୋଗୀଙ୍କ ଭିତରୁ ନୁଁହ ମୋର ବାସ ସାଧାରଣ କାଶ ହେଉଚି ଡାକ୍ତର ମେଡ଼ିସିନ ଦେଇଛନ୍ତି ମୁଁ ଖାଇଲେ ମୋର କାଶ ଶୀଘ୍ର ଭଲ ହେଇଯିବ। ସୀମା ଉତ୍ତରରେ କହିଲେ "ନାଇଁ ତୁମ ଜିନିଷପତ୍ର ଯେତେବେଳେ ଏ କୁଡ଼ିଆ କୁ ମୁଁ ଆଣିସାରିଛି ତମେ ଏଇଠି ରହିବ । ମାମୁନି ତୋ ବୋଉ କୁ ଟିକେ ବୁଝା ,ମାମୁନି ଉତ୍ତର ଦେଲା "ବାପା ତମେ ସେଇ କୁଡ଼ିଆରେ ରୁହ ମା ଠିକ କହୁଛି ତମେ ଶୀଘ୍ର ଭଲହେଇଯିବ ଆଉ ଶୀଘ୍ର ଏଘରକୁ ଆସିବ।
ଏତିକି କହି ମାଆ ଝିଅ ଚାଲିଗଲେ।
ମୁଁ କୁଡ଼ିଆ ଭିତରକୁ ଗଲି ଭାରି ଅପରିଷ୍କାର ଲାଗୁଥାଏ ମୁଁ ପାଖରେ ଥିବା ଝାଡୁରେ ଘରକୁ ପ୍ରଥମେ ସଫା କରିଲି
ଏକା ଏକା ଲାଗୁଥାଏ କୁଡ଼ିଆ ଭିତରେ । କୁଡିଆର କାନ୍ଥରେ ଏକ ନାରାୟଣଙ୍କ ଫୋଟୋ ଟଙ୍ଗା ହୋଇଥିଲା ନାରାୟଣଙ୍କୁ ପ୍ରଣାମ କଲି ଆଉ କହିଲି ପ୍ରଭୁ ସବୁ ଆପଣଙ୍କ ଇଚ୍ଛା ।
ସକାଳୁ କିଛି ଖାଇ ନଥିଲି ଭୋକ ପ୍ରବଳ ଲାଗୁଥାଏ ମୁଁ ଉଚ୍ଚ ସ୍ୱରରେ ଡାକିଲି "ମାମୁନି ବୋଉକୁ କହ ଖାଇବାକୁ ଆଣିବ ଭୋକ ଲାଗିଲାଣି" । ମାମୁନି କହିଲା "ହଁ ବାପା କହୁଛି କହୁଛି"। ମାମୁନି ଆଉ ସୀମା ମଧ୍ୟରେ କିଛି ସମୟ କଥା ହେଲେ ତାପରେ ମାମୁନି ବୋଉ ଖାଇବା ଥାଳିରେ ଖାଇବା ମାମୁନି ହାତରେ ପଠାଇଲେ ଯେତେଦୂର ମୁଁ ଶୁଣିଥିଲି ସୀମା ମାମୁନିକୁ ମୋଠୁ ଦୁରେଇ ରହିବାକୁ କହିଥିଲା ।ମୁଁ ପଚାରିଲି ମାମୁନି ଖାଇବା ଆଣିବାରେ ଏତେ ଡେରି କାହିଁ ହେଲା ।"ନାଁ ବାପା ସେ କିଛି ନୁହଁ ଆଉ ହଁ ଶୁଣ ଆଜିଠୁ ଏ ବାସନ ତମର ୟାକୁ ଆଉ କେହି ବ୍ୟବହାର କରିବେନି ତୁମେ ୟାକୁ ନିଜେ ଧୋଇବ ଆଉ ଏଥିରେ ଆଜିଠୁ ଖାଇବ", "ଠିକ ଅଛି ମାମୁନି। ଖାଇବା ଖାଇ ସାରି ମୁଁ ଟିକେ ବିଶ୍ରାମ କଲି କାଶ ବଢ଼ିବାକୁ ଲାଗିଲାଣି ଦେହ ବି ଦୁର୍ବଳ ତା ସହ ଏ ମାନସିକ ଯନ୍ତ୍ରଣା। ସମୟ ସହିତ ମୋ ପରିବାରର ବ୍ୟବହାର ମୋ ପାଇଁ କଷ୍ଟସାଧ୍ୟ ଥିଲା । ତିନି ଚାରିଦିନ ପରେ ମୋର ଜ୍ଵର ବି ବଢିଗଲା ଡ଼ାକ୍ତର ଦେଇଥିବା ମେଡ଼ିସିନ ବି ସରି ଆସିଲାଣି ମୁଁ ନାରାୟଣଙ୍କୁ କେବଳ ଡାକୁଥାଏ । କିଛି ଦିନ ବିତିଗଲା ମୋତେ କରୋନା ହୋଇନାହିଁ ଏହା ମୁଁ ପ୍ରମାଣ କରି ପାରିଲିନି କାରଣ ମୋର କାଶ ଜମା ବି କମୁନଥାଏ। ସେଲ୍ଫ କ୍ବାରାଣ୍ଟିଂନରେ ମଧ୍ୟ ଚଉଦ ଦିନ ପାଖେଇ ଆସିଲାଣି କିନ୍ତୁ କାଶ ଭଲ ହଉନି। ଦିନେ ରାତିରେ ଭାବିଲି କରୋନା ମତେ ହେଇନି କିନ୍ତୁ ସୀମା ଆଉ ମାମୁନି ମତେ ସବୁବେଳେ ସନ୍ଦେହ କରୁଛନ୍ତି ମୋ ସହ ପଶୁ ଭଳି ବ୍ୟବହାର କରୁଛନ୍ତି ମୁଁ ଆଉ ବଞ୍ଚିବାକୁ ଚାହୁଁନି ମୁଁ ଆତ୍ମହତ୍ୟା କରିବି ଏତିକି ଭାବିବା ଭିତରେ ମୋ ଦୃଷ୍ଟି କାନ୍ଥରେ ଥିବା ନାରାୟଣଙ୍କ ଉପରେ ପଡ଼ିଲା ଆଉ କେହି ଜଣେ ଧୀର ସ୍ୱରରେ ମତେ କହିଲେ "ଏ ମାୟା ସଂସାରରେ କେହି ନୁହେଁ କାହାର କିନ୍ତୁ ନାରାୟଣ ସଭିଙ୍କର" ଆତ୍ମହତ୍ୟା କର ନାହିଁ ତୁମେ ସଂସାରର ବନ୍ଧନରେ ବାନ୍ଧି ହୋଇଯାଇଛ ସେଥି ପାଇଁ ତୁମକୁ କଷ୍ଟ ହେଉଛି ।
ଏ ସଂସାରରେ ଏ କରୋନା ଭଳି ରୋଗ ଦେଇ ମୁଁ ତୁମକୁ ବୁଝେଇବାକୁ ଚାହୁଁଚି ଯେ ମାୟା ବନ୍ଧନରେ ବାନ୍ଧିହେଲେ ଏପରି ଦୁଃଖ ମିଳିଥାଏ ତୁମେ ଚିନ୍ତା କରନି ମୋ ଉପରେ ବିଶ୍ୱାସ ରଖ ସବୁ ଠିକ ହେଇଯିବ" ଏତିକି କହି ସେ ଚାଲିଗଲେ। ତା ପରଦିନ ମୁଁ ସମୂର୍ଣ୍ଣ ଠିକ ହୋଇ ଯାଇଥିଲି ପତ୍ନୀ ଆଉ ଝିଅ ମୋତେ କୁଡିଆରୁ ଘରକୁ ଆବୋରି ନେଇଗଲେ କିନ୍ତୁ ମୁଁ ସବୁ ବୁଝି ସାରିଥିଲି ବାସ ମାୟା ସଂସାରର ମାୟା ନାଟକ ଉପରେ ମୋର ବିଶ୍ୱାସ ଉଠିଯାଇଛି ଯେପରି ନାଟକ କରୁଥିଲି ସେମିତି ଆଜୀବନ କରିବି ବୋଲି ନିର୍ଣ୍ଣୟ ନେଲି । ଆଉ ନିଜ ଜୀବନକୁ ଭଗବାନଙ୍କ ପାଖରେ ସମର୍ପି ଦେଲି । ସୀମା ଆଉ ମାମୁନି ବହୁତ କ୍ଷମା ମାଗିଲେ ମୁଁ କ୍ଷମା କରିଦେଲି ଆଉ ମାୟା ସଂସାର ଉପରୁ ମୋର ପୁରା ବିଶ୍ୱାସ ଉଠାଇ ଦେଲି।