କେବେ ମିଳିବ ନ୍ୟାୟ
କେବେ ମିଳିବ ନ୍ୟାୟ
ଶ୍ରେୟାନ୍ ର ନାଁ କୁ ସାରା ସହର ଭଲ ଭାବରେ ଜାଣେ। ପିଲାବେଳୁ ଅତି ଗେହ୍ଲାରେ ଓ ଉଚିତ୍ ସଂସ୍କାର ଦେଇ ବଢି ଥିବା ଛୁଆ ଯେ ବଡ ହେଲେ ଖରାପ ବାଟକୁ ଯିବ ସେ କଥା କ'ଣ ବାପା ମା ଜାଣିଥିଲେ।ଶ୍ରେୟାନ୍ ଛୋଟବେଳୁ ପାଠ ଠାରୁ ଶାଠ ଯାଏଁ ସବୁଠାରେ ପ୍ରଥମ। ବାପା ମା ବି ବହୁତ ଧ୍ୟାନ ରଖନ୍ତି ତାର କାହିଁକିନା ପୂଜା ପାଠ କରି ବହୁତ ବର୍ଷ ପରେ ଶ୍ରେୟାନ୍ ର ଜନ୍ମ। ସେ ଯେତେବେଳେ ଜନ୍ମ ହେବାକୁ ଦୁଇ ମାସ ବାକି ଅଛି ଡକ୍ଟର ସଫା ସଫା କହିଦେଲେ ଏ ଛୁଆ ବଞ୍ଚିବା ସମ୍ଭବ ନୁହେଁ କିନ୍ତୁ ଶ୍ରେୟାନ୍ ର ବାପା ମନ୍ଦିରରେ ଯାଇ ଅଧିଆ ପଡିଥିଲେ କେତେଦିନ ପରେ ଶ୍ରେୟାନ୍ ଜନ୍ମ ହେଲା ଘରେ ଖୁସିର ଲହରୀ ଖେଳି ଯାଇଥିଲା।ବାପା ତାକୁ ଖୁସିରେ ସାଇ ବୋଲି ଡାକନ୍ତି।ଶ୍ରେୟାନ୍ ଜନ୍ମ ହେବା ଦୁଇ ବର୍ଷ ପରେ ଝିଅ ଟିଏ ଜନ୍ମ ହେଇଥିଲା ସେଥିପାଇଁ ଶ୍ରେୟାନ୍ କୁ ବହୁତ ଭଲ ପାଆନ୍ତି ବାପା ମା ।ଶ୍ରେୟାନ୍ ଆସିଲା ତା ପିଠିକୁ ଝିଅ ଟିଏ ଆସିଲା ବୋଲି ଶ୍ରେୟାନ୍ କୁ ବହୁତ ଭଲ ପାଆନ୍ତି ସମସ୍ତେ। ଏ ଭିତରେ ଶ୍ରେୟାନ୍ ବଡ଼ ହେଇ ଗଲାଣି ସବୁ କଥାରେ ଜିଦ୍ କରୁଛି । ଛୁଆ ଯେତେ ବି ବଡ ହେଉ ବାପା ମା ଆଖିରେ ସବୁବେଳେ ସେ ଛୋଟ। ଯା ପାଖରୁ ତା ପାଖରୁ ପଇସା ନେଇକି ଆସୁଛି ଦେବାର ନାଁ ଧରୁନି, କେଉଁ ଝିଅ କୁ ଦେଖିଲେ କମେଣ୍ଟ୍ କରୁଛି, ନିଶାରେ ସବୁବେଳେ ରହୁଛି, ୟାକୁ ତାକୁ ପଇସା ମାଗୁଛି ନଦେଲେ ଧମକ୍ ଦେଉଛି ସବୁ ଅଭିଯୋଗ ଆସୁଛି ବାପା ମା ପାଖକୁ କ'ଣ ବା କରିବେ ସେମାନେ କେତେ ବୁଝେଇବେ ତାକୁ କେବେ ସେ ଭଲ ବାଟକୁ ଆସିବ ସେଇ ସମୟକୁ ଅପେକ୍ଷା କରି ଆଖିରୁ ଲୁହ ଢାଳି ଜଗି ବସିଥାନ୍ତି ଶ୍ରେୟାନ୍ ର ବାପା ମା। ଶ୍ରେୟାନ୍ ଏବେ ଚାକିରୀ ପାଇଛି କାଳେ ସିଏ ସୁଧୁରି ଯିବ ବୋଲି ମନରେ ଆଶା ବାନ୍ଧିଛନ୍ତି ବାପା ମା। କିନ୍ତୁ ସିଏ କାହିଁକି ବଦଳିବ। ବାପା ମା ଙ୍କ କଥାକୁ ଅଣଦେଖା କରେ।ସବୁବେଳେ ଯାହା ଠୁ ପଇସା ଆଣେ ଫେରେଇଲେ ଫେରାଏ ନହେଲେ ନାହିଁ। ଯେଉଁ ସାଙ୍ଗଠୁ ସବୁ ବେଳେ ପଇସା ଆଣି ତାକୁ ଡରେଇ ଶ୍ରେୟାନ୍ ପଇସା ଫେରେଇ ନଥାଏ ସେଇ ସାଙ୍ଗଟି ଜଣେ ଖ୍ୟାତନାମା ଠିକାଦାର ସିଏ ଅଚାନକ କାହିଁକି କେଜାଣି ଆଜି ଏତେ ଶ୍ରଦ୍ଧା ରେ ଶ୍ରେୟାନ୍ କୁ ଡାକିଛି ସେଇ ୫ ମହଲା ବିଶିଷ୍ଟ ନୂଆ ଘର ପାଖକୁ। ଶ୍ରେୟାନ୍ ପହଞ୍ଚି ଗଲା ସେଇ ଘର ପାଖକୁ କେତେ ମହଲା ହେଇ ସାରିଲାଣି ଆହୁରି କେତୋଟି ମହଲା ର କାମ ଚାଲିଛି । ସେଇ ଘର କାମ ଦେଖିବା ପାଇଁ ଦୁଇ ଜଣ ଉପରକୁ ଗଲେ ହଠାତ୍ ପଛରୁ କିଏ ଜଣେ ଆସି ଶ୍ରେୟାନ୍ କୁ ଧକ୍କା ଦେଲା ଦେଖୁ ଦେଖୁ ସେ ପଡ଼ିଗଲା ସାଙ୍ଗେ ସାଙ୍ଗେ ତା ଉପରେ ସିମେଣ୍ଟ ମିଶ୍ରିତ ମସଲା ଢାଳି ଦିଆ ହେଲା। ବହୁତ ଖୋଜା ଖୋଜି ପରେ ମଧ୍ୟ ତାର ଠିକଣା ମିଳିଲାନି। ବାପା ମା ଙ୍କୁ ଅଣଦେଖା କରେ କେତେବେଳେ ବି କୁଆଡେ ଯାଏ କହିକି ଯାଏନି।ବାଳୁଙ୍ଗା ମାନଙ୍କ ନାଁ ଉଠିଲେ ଲୋକ ଶ୍ରେୟାନ୍ କୁ ହିଁ ଆଗେ ଜାଣନ୍ତି। ସେ ଯାହା ବି ହେଉ ବାପା ମା ଆଜି ବି ଅନେକ ଦିନ ପରେ ମଧ୍ୟ ତାକୁ ଖୋଜି ହେଉଛନ୍ତି ସବୁଆଡେ ଚାହିଁ ରହୁଛନ୍ତି ତା ଫେରିବା ବାଟକୁ କେତେ ବେଳେ ସିଏ ଆସି ଚମକାଇ ଦେବ ବୋଲି ଭାବୁଛନ୍ତି କିନ୍ତୁ ନା । ଅଚାନକ ଭୂମିକମ୍ପ ଆଜି ସାରା ସହର କୁ ଥରାଇ ଦେଇଛି ବଡ଼ ବଡ଼ ଘର ସବୁ ଭାଙ୍ଗି ଚୁର୍ ମାର୍ ହେଇ ଯାଇଛି । ଗୋଟିଏ ଘର ଭିତରୁ କିଛି କଙ୍କାଳ ଆଜି ପୋଲିସ୍ କୁ ମିଳିଛି। ସବ୍ ଟେଷ୍ଟ ପରେ ଜାଣିବାକୁ ମିଳିଲା ଯେ ଅନେକ ବର୍ଷ ତଳେ ଶ୍ରେୟାନ୍ ନିଖୋଜ୍ ଥିଲା ତାକୁ ହତ୍ୟା କରାଯାଇଛି ଆଉ ଏଇଟା ତା କଙ୍କାଳ। ଘନ ଘନ ନ୍ୟୁଜ୍ ଦେଉଛି ଯେଉଁ ଭଙ୍ଗା ଘରୁ କଙ୍କାଳ ଉଦ୍ଧାର କରା ହେଇଛି ବାରମ୍ବାର ତାକୁ ସବୁ ଚ୍ୟାନେଲ ରେ ପ୍ରସାରଣ କରା ଯାଉଛି। ଶ୍ରେୟାନ୍ ର ମା, ବାପା ଓ ଭଉଣୀ ର ଆଉ ଧୈର୍ଯ୍ୟ ନାହିଁ। ଶ୍ରେୟାନ୍ ର ହତ୍ୟାକାରୀକୁ ଦଣ୍ଡ ମିଳୁ କିନ୍ତୁ ଆଜି ବି ଶ୍ରେୟାନ୍ ର ହତ୍ୟାକାରୀ ଖୋଲା ଆକାଶ ତଳେ ଖୁସି ରେ ବୁଲୁଛି ଆଉ ଶ୍ରେୟାନ୍ ର ଫାଇଲ୍ ଚାପି ରହି ଯାଇଛି ସମସ୍ତଙ୍କ ତଳେ ନ୍ୟାୟ ପାଇବା ଆଶାରେ।
