ଓଡିଆ ଶିଶୁ ଗପ

Children

2.5  

ଓଡିଆ ଶିଶୁ ଗପ

Children

କାଉର ଦୁଃସାହସ

କାଉର ଦୁଃସାହସ

1 min
7.1K


ଦିନେ ଛଂଚାଣ ଗୋଟିଏ ଛୋଟ ମେଣ୍ଢାଛୁଆକୁ ପଡିଆରୁ ଟେକି ନେଇ ଗଛ ଉପରେ ଆରାମ୍ରେ ବସି ଖାଇଲା । ଠିକ୍ ଏହି ସମୟରେ ଆଉ ଗୋଟିଏ ଗଛ ଉପରେ ବସି କାଉଟି ଏସବୁ ଦେଖୁଥିଲା । ଏହା ଦେଖି ସେ କାଉଟି ଭାବିଲା ଯେ ଏପରି ଶିକାର କରିବା ପ୍ରକୃତରେ ଗୋଟେ ଭଲ ଉପାୟ । ସେ ମଧ୍ୟ ଏହିପରି ଶିକାର କରି ଖାଇବ ।

ଦିନେ ସେ କାଉଟି ଗୋଟିଏ ବଡ ମେଣ୍ଢା ଉପରେ ବସି ତାକୁ ତା’ର ଗୋଡରେ ଉଠାଇବାକୁ ଚେଷ୍ଟା କଲା । ଏଥିରେ ଓଲଟି ସେ କାଉର ଗୋଡ ମେଣ୍ଢାବାଳରେ ଗୁଡାଇ ହୋଇଗଲା । ଯେତେ ଚେଷ୍ଟା କଲେ ବି ସେ କାଉଟି ମେଣ୍ଢାକୁ ମୋଟେ ଉଠାଇ ପାରିଲା ନାହିଁ କିମ୍ବା ତା’ର ଗୋଡକୁ ମେଣ୍ଢାବାଳରୁ ଛଡାଇ ପାରିଲା ନାହିଁ ।

ଏହା ଦେଖି ମେଣ୍ଢାର ଜଗୁଆଳ ଆସି କାଉକୁ ବାଡେଇ ବାଡେଇ ମାରିଦେଲା ।

କୌଣସି କାର୍ଯ୍ୟ କରିବା ଆଗରୁ ନିଜର ଶକ୍ତି କେତେ ଜାଣିବା ଦରକାର ।


Rate this content
Log in

Similar oriya story from Children