STORYMIRROR

Bharatabandhu Biswal

Tragedy Action Inspirational

3  

Bharatabandhu Biswal

Tragedy Action Inspirational

କାଳୀଦେଈ

କାଳୀଦେଈ

3 mins
363


ସେଦିନ ରବିବାର ସମୟ ଅପରାହ୍ନ ଚାରିଟା ବାଜିବାକୁ ଯାଉଥାଏ । ମୁଁ ଛକ ଆଡେ ଟିକିଏ ବୁଲାବୁଲି କରିବାକୁ ବାହାରୁଥାଏ । ଦୁଆର ମୁହଁରୁ ଡାକ ଶୁଭିଲା- କଣ ପୋଇଡଙ୍କ ଘରେ ଅଛୁ ? ଆଇଲୁ ମୁଁ ଟିକେ ତତେ ଦେଖିବି ।

   ହଠାତ୍ କାଳୀଦେଇର ଡାକ ଶୁଣି ଓ ଚେହେରାକୁ ଦେଖି ମୋ ଖୁସିର ସୀମା ରହିଲା ନାହିଁ । ଦୀର୍ଘ ଚାଳିଶ ବର୍ଷ ପରେ ମୁଁ ତାକୁ ଦେଖୁଛି । ମୋ ଠାରୁ ବୟସରେ ତିନି ଚାରି ବର୍ଷ ବଡ଼, ପଡିଶା ଘରର ସେ ଦାଦା ଝିଅ ଭଉଣୀ । ସେ ହିଁ କେବଳ ପିଲାଟି ଦିନରୁ ମୋତେ ସ୍ନେହରେ ପୋଇନାଡ଼ ବୋଲି ଡାକେ । ମୁଁ ଯେତେ ଖାଇଲେ ବି ମୋର ପତଳା ଦେହ ମୋଟାଶୋଟା ହେଉ ନଥିବା ଦେଖି ବୋଧେ ଏପରି ନାମରେ ଡାକିବାକୁ ସେ ଭାବିଥାଇପାରେ ।

  କାଳିଦେଇ କେଜାଣି କାହିଁକି ମୋତେ ଭାରି ଆପଣାର ଲାଗେ । ସେ କାହାକୁବି ଡ଼ରେନା । ସମସ୍ତଙ୍କୁ ମୁହେଁ ମୁହେଁ ଠିକ କଥା ଶୁଣାଇ ଦିଏ ,ସେଣିକି ତାକୁ ଯିଏ ଭଲ କହୁ କି ଖରାପ ସେଥି ପ୍ରତି ସେ ଆଦୌ ଖାତିର କରେ ନାହିଁ । ମୋ ଉପରେ ସିଏ ସବୁବେଳେ ନଜର ରଖିଥାଏ । କେଉଁଠି ଦୁଷ୍ଟ ପିଲାଙ୍କ ସହିତ ସାଙ୍ଗ ହେବା ଦେଖିଲେ କି କା ସହିତ ମିଶି ଚଗଲାମି କରୁଥିଲେ ସେ ସିଧା ମୋ ବୋଉ ପାଖରେ ଯାଇ କହିଦିଏ । ମୋ ବୋଉକୁ ପରେ ମୁଁ ପିଲାଦିନେ କାଳିଦେଈକୁ ବେଶୀ ଡରୁଥିଲି । ମୁଁ ପିଲାଦିନେ ଅଧିକ ଡରକୁଳା ଥିଲି ।ଏକୁଟିଆ ବସି ପଢିବାକୁ ଡରଲାଗେ ।ଏଣୁ ପ୍ରାୟତଃ ରାତିରେ ମୁଁ ତାଙ୍କର ଜେଜେ ବାପାଙ୍କ ଟୁଙ୍ଗୀ ଘରେ ବସି ପଢାପଢି କରେ ଓ ତାଙ୍କ ଠାରୁ ଭଲ ଭଲ ଗପ ଶୁଣିବା ପାଇଁ ତାଙ୍କରି ପାଖରେ ବି ଶୋଇଯାଏ । କାଳିଦେଈ ଖାଇ ସାରିବା ପରେ ଜେଜେଙ୍କୁ ଘସାମୋଡା କରିବାକୁ ଆସେ । ମୁଁ ଡରେ ଜେଜେଙ୍କ ପାଖରେ ଜାକି ହୋଇ ଶୋଇଥିବା ଯୋଗୁ କାଳିଦେଇ ମୋ ଗୋଡଟିକୁ ବି ମୋଡି ପକାଏ । ଏମିତି ଥରେ ଅଧେ ମଜା ଉଠାଇଲା ପରେ ମୁଁ ମୋଡା ଖାଇବା ଲୋଭରେ ବି ଗୋଡଟିକୁ ତା ଆଡକୁ ବଢାଇ ଦେଇଥାଏ । 

କାଳିଦେଈର ହସହସ କଥା ଆତ୍ମିୟପଣ ମୋତେ ପିଲାଟି ଦିନେ ଏତେ ବାନ୍ଧି ରଖିଥିଲା ଯେ ସେ କେବେ କେଉଁ ବନ୍ଧୁଘର ଗଲେ ମୋତେ ଆଦୈ। ଭଲ ଲାଗେ ନାହିଁ । ତାକୁ ଭାରି ଖୋଜା ଲାଗେ । 

କାଳିଦେଈର ଭଲ ନାଆଁ ଆଶାଲତା ।ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପାଠଶାଠ ବି ଅଧିକ ପଢିପାରି ନଥିଲା । ଗରିବ ବାପ ଛେଉଣ୍ଡ ହୋଇଥିବାରୁ ପାଖ ଗାଁର ଏକ ସାଧାରଣ ଚାଷ ବାସ କରୁଥିବା ପିଲା ସହିତ ତାର ବିବାହ ହୋଇଥିଲା । ମୋର ମନେଅଛି କାଳିଦେଈ ଖୁଡୀ ଏବଂ ତାର ଭାଈଙ୍କୁ ତା ପାଇଁ ଧାରକରଜ କରି  କୈ।ଣସି ମୂଲ୍ୟବାନ ଅଳଙ୍କାର ଦେବାକୁ ମନାକରିଦେଇଥିଲା । ସେ ବର° ଗରିବ ଟିକୁ ବାହା ଦିଅନ୍ତୁ ତାର ଆପତ୍ତି ନାହିଁ, କିନ୍ତୁ ତା ପାଇଁ କାହାକୁ କଷ୍ଟସହିବାକୁ ହେଲେ ସେ ଅବିବାହିତ ରହିବ ପଛେ ଆଦୈ। ବେଦୀରେ ବସିବ ନାହିଁ ବୋଲି କହିଥିଲା ।

କାଳୀଦେଈ ଜାଣିଥିଲା ତାର ପ୍ରକୃତ ଅଳଙ୍କାର ହେଉଛି ତାର ସତ୍ ସାହସ,ସେବା ପରାୟଣତା ଓ ନିଜ ଭିତରେ ଥିବା କଷ୍ଟ ସହିଷ୍ଣୁ ପାରିବା ପଣିଆ । ମୁଁ ଆଖି ଆଗରେ କାଳୀଦେଈକୁ ଦେଖି ବୁଝି ପାରୁଥିଲି ସେ ଜୀବନର କଠୋର ପରୀକ୍ଷାରେ ଶୁଦ୍ଧ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହୋଇ ପାରିଛି । କାଳୀଦେଈ ସହିତ କଥାବାର୍ତ୍ତାରୁ ଜାଣିଲି ଗାଁ ଭିତରେ ଏବେ ତାର ସ୍ୱାମୀ ଜଣେ ଉନ୍ନତ ଚାଷୀ ।ଦୁଇ ଦୁଇଟି ନିଜର ଟ୍ରାକ୍ଟର । ପିଲାମାନେ ବି ନିଜ ନିଜ ବ୍ୟବସାୟରେ ଭଲ ପ୍ରତିଷ୍ଠିତ । ସହରରେ ଜାଗା କିଣି ଭଲ କୋଠାଘରଟିଏ କରିଛନ୍ତି । ଠିକ କିଆନାଳି ପୋଲ ପରେ ରାମ ମନ୍ଦିରକୁ ଲାଗି ପ୍ଲଟ ନମ୍ବର ୧୨୨୧ ,ଆଶାଲତା ଭବନ ,ବାଟ ପାଇବାକୁ ମୋଟେ କଷ୍ଟ ଲାଗିବନି କହି କାଳୀଦେଈ ମୋତେ ଘରକୁ ଯିବାକୁ କହିଥିଲା ।

 ଅବସ୍ଥା ଚକ୍ରର ପରିବର୍ତ୍ତନ ପଛରେ କାଳୀଦେଈର ରହିଥିବା ତ୍ୟାଗ ଓ ଅକ୍ଳାନ୍ତ ପରିଶ୍ରମ କଥାକୁ ଉପଲବ୍ଧି କରି ମୁଁ ହତବାକ ହୋଇଥିଲି । କାଳୀଦେଈର ସ୍ୱାମୀ ଓ ମାଆ ପ୍ରତି ତାର ସନ୍ତାନମାନଙ୍କ ରହିଥିବା ବିରଳ ସମ୍ମାନବୋଧ କଥା ଶୁଣି ମୁଁ ଭାବପ୍ରବଣ ହୋଇ ଉଠୁଥିଲି ଓ ମୋର ଆଖି ଆନନ୍ଦାଶ୍ରୁରେ ଛଳଛଳ ହୋଇଯାଇଥିଲା । ସୁତୀର୍ଥ ଆଶାଲତା ଭବନକୁ ନିଶ୍ଚିତ ମୁଁ ଯିବି ବୋଲି କାଳୀଦେଈକୁ ପ୍ରତିଶ୍ରୁତି ଦେଇଛି ।

   


Rate this content
Log in

Similar oriya story from Tragedy