STORYMIRROR

Anuradha Nath

Tragedy

3  

Anuradha Nath

Tragedy

କାଲି ମୋ ଵାହାଘର

କାଲି ମୋ ଵାହାଘର

2 mins
387


୮-ପାଉଁଶ ତଳର ସ୍ୱପ୍ନ 


ହେଇ ତମେ ମାନେ ଭାଉଜଙ୍କ ଝିଆରୀ ସଵୁ ନା। ଯାହା ହେଉ ଆସିଗଲ ମତେ ଟିକିଏ ମେହେନ୍ଦି ଲଗାଇ ଦିଅ । ଶୁଣିଛି, ଯାହା ହାତର ମେହେନ୍ଦି ଯେତେ ଗାଢ ହୁଏ ତାର ଭାବି ସ୍ୱାମୀ ତାକୁ ସେତିକି ଭଲପାଏ। ମୋ ପାପୁଲି ମଝିରେ ଗୋଟିଏ ପାନ ପତ୍ର କରିଵ ଆଉ ସେଇଥିରେ ରତିକାନ୍ତଙ୍କ ନା ଲେଖିଦେଵ। ଆଜି ତାଙ୍କ ନାଁ ଧରିଦେଲି, କାଲି ଠୁ ଆଉ ଧରିଵିନି। କାଲି ମୋ ଵାହାଘର ହେଵ। ମତେ ସଜ କରିଦେଵ ତ? 


ଆମେ ଆଶ୍ଚର୍ଯ୍ୟ ହୋଇଗଲୁ ପିଉସୀଙ୍କ ନଣନ୍ଦ ରେଵ ମାଉସୀଙ୍କୁ ଦେଖି। ରିମା ଅପା ତାଙ୍କ ହାତରେ ମେହେନ୍ଦି ଲଗାଇଦେଲା। ଆଉ ସେ ଖୁସି ହୋଇ ଚାଲିଗଲେ। କିନ୍ତୁ ପିଉସୀଙ୍କ ଶାଶୁଙ୍କ ଆଖି ଭିଜି ଯାଇଥିଲା। ଆଉ ସେ ରେଵ ମାଉସୀଙ୍କ କାହାଣୀ କହିଲେ। 


ଆଜିକୁ ପନ୍ଦର ବର୍ଷ ତଳେ ପାଖ ଗାଁ ମଧୁ ଦାଶଙ୍କ ପୁଅ ରତି ସହିତ ରେଵ ମାଉସୀର ଵାହାଘର ଠିକ ହୋଇଥିଲା। ରେଵ ମାଉସୀ ଭଲ ପାଠ ପଢିଥିଲେ, ତଥାପି ଜୌତୁକ ଵାଵଦରେ ମଧୁ ଵାଵୁ ଏକ ଲକ୍ଷ ଟଙ୍କା ମାଗିଥିଲେ। ରେଵ ମାଉସୀଙ୍କ ଵାପା ତାଙ୍କ ସମସ୍ତ ଜମି ଵିକି ଟଙ୍କା ଏକ ସିନ୍ଦୁକରେ ରଖିଥିଲେ। ଵିଵାହ ଦୁଇଦିନ ପୂର୍ବରୁ ରେଵ ମାଉସୀଙ୍କ ମାମୁ ସେ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ଆଉ କଥାଟା ଚାରିଆଡ଼େ ପ୍ରଚାର ହୋଇଗଲା। 


ଵିଵାହ ପୂର୍ବ ଦିନ ମଧୁ ବାବୁ ଟଙ୍କା ନେଵାକୁ ଆସିଥିଲେ। କିନ୍ତୁ ସମସ୍ତ ଘଟଣା ଜାଣିବା ପରେ ଵିଵାହ ଭାଙ୍ଗି ଦେଲେ। ରେଵ ମାଉସୀଙ୍କ ଶଶୁର ତାଙ୍କ ଆଗରେ ବହୁତ ନେହୁରା ହୋଇଥିଲେ। କିନ୍ତୁ ସେ ମାନି ନଥିଲେ। ଆଉ ଯେଉ ଦିନ ରତିକାନ୍ତଙ୍କ ଵିଵାହ ରେଵ ମାଉସୀଙ୍କ ସହ ହେବାର ଥିଲା, ତାର ପୂର୍ବ ଦିନ , ରତିକାନ୍ତ ଅନ୍ୟ ଝିଅ ସହ ଵିଵାହ କରିନେଲା। 


ଏହି ଘଟଣା ପରେ ରେଵ ମାଉସୀଙ୍କ ଵାପା ମାନେ ମୋ ପିଉସୀଙ୍କ ଶଶୁର ଆତ୍ମହତ୍ୟା କରିଦେଲେ। ଆଉ ସେଇ ଦିନ ଠାରୁ ରେଵ ମାଉସୀ ଏମିତି ଵାୟାଣୀ ହେଇ ଯାଇଛି। ତା ପାଇଁ ସମୟ ସେଇଠି ରହି ଯାଇଛି। ଏହା ପରେ କେତେ କାଲି ଗଲାଣି। କିନ୍ତୁ ରେଵ ମାଉସୀ ସେଇଠି ରହି ଆସନ୍ତା କାଲିର ଅପେକ୍ଷା କରିଛି। 


ରେଵ ମାଉସୀ କାହାଣୀ ବହୁତ ଯନ୍ତ୍ରଣା ଦାୟକ। ତଥାପି ସେ ହାରିଵା ଶିଖିନି। ଅପେକ୍ଷାର ସଞ୍ଜବତୀ ଧରି ରତିକାନ୍ତଙ୍କ ଆସିଵା ଵାଟକୁ ଚାହିଁଛି। ଭାରି ଦୁଃଖ ଲାଗେ ଯେଉଁ ମାନେ ନିଜ ପୁତ୍ର ବଦଳରେ ଯୌତୁକ ମାଗନ୍ତି। ସେମାନେ ଵୁଝି ପାରନ୍ତି ନାହିଁ, ଯିଏ ଦେଉଛି ତା ପାଇଁ ଏସବୁ କେତେ କଷ୍ଟକର ....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy