STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

କାବୁଲିବାଲା

କାବୁଲିବାଲା

2 mins
191


ପାଉଁରୁଟି ଓ ପାଉଁରୁଟି ପ୍ରସ୍ତୁତ ବିଭିନ୍ନ ପ୍ରକାର ବିସ୍କୁଟ ବୁଲି ବୁଲି କାବୁଲିବାଲା ବିକିବାକୁ ଆଣନ୍ତି ତ ତାଙ୍କଠୁ କିଣୁ କିଣୁ ବିଜୟ ବାବୁଙ୍କ ପରିବାର ସହ ସମ୍ପର୍କ ବଢିଥିଲା କାବୁଲିବାଲା ମଉସାଙ୍କର, କାରଣ ବିଜୟ ବାବୁ ଓ ରାଣୀମାଡାମଙ୍କର ଏକମାତ୍ର ଛୋଟ ପୁଅ ଯେବେ ପ୍ରଥମ କଥା କହିଲା, ତା ପାଟିରେ ଥିଲା "କାବୁଲମଶା", ତ ସମସ୍ତେ ହସିଉଠିଥିଲେ ଆଉ କାବୁଲିବାଲା ମଉସା କୋଳକୁ ଉଠେଇ କୁନାକୁ ଢେର ସାରା ଗେଲ କରିଥିଲେ, ଆଉ ତାଙ୍କଠୁ ପାଉଁରୁଟି କିଣା ହେଉ କି ନହେଉ କାବୁଲିବାଲା ନିହାତି ଆସନ୍ତି ସବୁଦିନ ବିଜୟ ବାବୁଙ୍କ ଘରକୁ ଆଉ ଖେଳନ୍ତି କିଛି ସମୟ କୁନା ସହ, ଦେଇଯାନ୍ତି ଅନେକ ବିସ୍କୁଟ ଓ କେକ, ତ ଆତ୍ମୀୟତା ବଢେ ଆଉ ହିନ୍ଦୁ ମୁସଲମାନର ଭେଦଭାବ ଦୁରେଇ ଏକାକାର ହୁଅନ୍ତି ବିଜୟବାବୁ ଓ କାବୁଲନିବାସୀ କାବୁଲିବାଲା l

 ଥରେ ଥରେ କାବୁଲିବାଲା ନିଜ ଦେଶକୁ ଚାଲିଯାନ୍ତି ତ ସଙ୍ଗରେ ନେଇଯାନ୍ତି ଜଗନ୍ନାଥଙ୍କ ଅତି ପ୍ରିୟ ଜଗନ୍ନାଥବଲ୍ଲଭ ଓ ଖଜା, ଆଉ ଫେରିଲାବେଳେ, କୁନା ପାଇଁ ନେଇ ଆସିଥାନ୍ତି ଢେରସାରା କାବୁଲ ସହରରେ ମିଳୁଥିବା ମିଠା, ନମକିନ ଓ ଖେଳନା ଓ ଡ୍ରେସ୍, ଏମିତି ବଢେ ଭାବ ଓ ମୈତ୍ରୀ,ବଢୁଥାଏ ମୁନା ଚନ୍ଦ୍ରକଳା ପରି, ଏଵେ ଏଵେ ସ୍କୁଲ ବି ଗଲାଣି, ହେଲେ କାବୁଲିବାଲା ମଉସାଙ୍କୁ ଦିନେ ନ ଦେଖିଲେ,ମୁନା ହୁଏ ଅସ୍ଥିର, ତ ସମ୍ପର୍କର ଡୋର ବଢ଼ି ବଢ଼ି ଚାଲିଥିଲା ବେଳେ, ହଠାତ କାବୁଲ ଉପରେ ତାଲିବାନୀ ଆକ୍ରମଣରେ ମର୍ମାହତ ହେଲେ କାବୁଲିବାଲା ତ ବିଜୟ ବାବୁ ଭରସା ଦିଅନ୍ତି, କାଳିଆ ଠାକୁର ଓ ଆଲ୍ହାଙ୍କୁ ଦୁହେଁ ମିଶି ଗୁହାରୀ କରନ୍ତି, ତ କାବୁଲିବାଲା ବାହାରନ୍ତି କାବୁଲ କାରଣରେ ସେ ଖାଲି କାନ୍ଦୁଥାନ୍ତି, ତ ବିଜୟବାବୁ ମଧ୍ୟ ତାଙ୍କ ସହ ବାହାରିଲେ, ତାଙ୍କ ପରିବାର କଣ ବିଜୟବାବୁଙ୍କର କେହି ନୁହନ୍ତି ବୁଝେଇ ରାଣୀ ଓ କୁନାକୁ ଛାଡି ଦୁହେଁ କାବୁଲ ଅଭିମୁଖେ ଚାଲିଲେ l

  ସେହିଦିନଠୁ ମାଆ ରାଣୀ ଓ ପୁଅ କୁନା ଚାହିଁ ରହିଛନ୍ତି ଦୁହିଁଙ୍କ ବାଟକୁ ଆଉ ଟିଭିରୁ ଆଫଗାନିସ୍ଥାନର ସମସ୍ତ ଘଟଣା ଶୁଣି ଦେଖି ଦେଶର ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ଲେଖି ଅପେକ୍ଷା କରିଛନ୍ତି, ଦୁହିଁଙ୍କ ଫେରିବା ବାଟକୁ l



Rate this content
Log in

Similar oriya story from Tragedy