STORYMIRROR

ABADHOOT PANDA

Classics

3  

ABADHOOT PANDA

Classics

ଜୟ ଶିବ ଶମ୍ଭୁ

ଜୟ ଶିବ ଶମ୍ଭୁ

2 mins
221


ପରମାତ୍ମା ଶିବ ସର୍ବବ୍ୟାପି ଏବଂ ସମଗ୍ର ବିଶ୍ୱର ମଙ୍ଗଳକାରୀ l ସମସ୍ତ ମନୁଷ୍ୟ ପଶୁ ପକ୍ଷୀ କୀଟ ପତଙ୍ଗମାନଙ୍କର ଶୁଭ ଚିନ୍ତକ ସର୍ବ ମଙ୍ଗଳ କାରୀ ସଦାଶିବ ସୃଷ୍ଟି ଆରମ୍ଭରୁ ମର୍ତ୍ତ୍ୟ ମଣ୍ଡଳରେ ବିରାଜମାନ l ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଭୁମଣ୍ଡଳ ବାସୀଙ୍କ ଦିଗଦର୍ଶକ ଏବଂ ସର୍ବ ବିଦ୍ୟା ଶାସ୍ତ୍ର ବିଜ୍ଞାନ ଦର୍ଶନ ର ସ୍ରଷ୍ଟା ଯୁଗ ପ୍ରବର୍ତ୍ତକ ମହା ଯୋଗେଶ୍ୱର ଶିବ ସଦା ଜାଗ୍ରତ l ସୃଷ୍ଟିର ମଙ୍ଗଳ ସାଧନାର୍ଥେ ସେ ନିଜକୁ ଅନେକ ସତ୍ତାରେ ବିଭକ୍ତ କରିଛନ୍ତି ଯଥା କାପାଳିକ, ଅଘୋରୀ, କର୍ଣ୍ଣ ପିଶାଚୀ, ନାଗା,ବଟ ଭୈରବ, କାଳ ଭୈରବ, ନାଟରାଜ, ଭୁତନାଥ, ପଶୁପତି ଆଦି ରୂପରେ l ନିଜର ଆରାଧ୍ୟ ଇଷ୍ଟ ପୁରୁଷୋତ୍ତମ ଶ୍ରୀରାମଙ୍କ ସାହାଯ୍ୟାର୍ଥେ ରୁଦ୍ରାଂଶ ମାରୁତି ରୂପରେ ଅବତୀର୍ଣ୍ଣ ଯିଏ କି ଅଦ୍ୟାବଧି ଜୀବିତ l ଅତି ଶୀଘ୍ର ଭକ୍ତମାନଙ୍କ ମନୋବାଞ୍ଛା ପୂର୍ଣ କରି ଯୁଗେ ଯୁଗେ ନିଜର ଆଶୁତୋଷ ନାମକୁ ସାର୍ଥକ କରି ଆସିଛନ୍ତି l ଅଧୁନା କଳି ଯୁଗରେ ମାରୁତି ରୂପରେ ଜାଗତିକ ମନୁଷ୍ୟସମାଜର ରକ୍ଷା କର୍ତ୍ତା ରୂପେ ଦାୟିତ୍ୱବହନ କରି ନିଜର ଶୁଦ୍ଧ ଅବତାରର ବିଶେଷତ୍ୱକୁ ପ୍ରତିପାଦିତ କରିଛନ୍ତି l କଳିଯୁଗର ଅଧିବାସୀଗଣଙ୍କୁ ସର୍ବ ସଙ୍କଟ ଓ ବ୍ୟାଧି ମୁକ୍ତ କରିବା ନିମିତ୍ତ ସହର ଗଳି କନ୍ଦି ଗ୍ରାମ ଦେଶ ତଥା ବିଦେଶରେ ସ୍ଥିତ ମାରୁତି ବିଗ୍ରହ ଧାରଣ ପୂର୍ବକ ସର୍ବତ୍ର ପୂଜିତ l ପକ୍ଷପାତି ଦୃଷ୍ଟକୋଣ ରହିତ ଆଧ୍ୟାତ୍ମିକ ଏବଂ ପରମାର୍ଥୀକ ଭାବ ଧାରାରେ ପର୍ଯ୍ୟବେକ୍ଷଣ କଲେ ଯେକେହି ଗୋଲକବାସୀ ଏହାର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିପାରିବେ l ମାରୁତି ନାମାନ୍ତରେ ବାୟୁବାହନ ଅର୍ଥାତ ସର୍ବ ମନୁଷ୍ୟଙ୍କ ପ୍ରାଣ ବାୟୁ ରୂପେ ହୃଦୟ କମଳରେ ସର୍ବଦା ବିରାଜିତ l ଜୀବ ଏବଂ ଉଦ୍ଭିଦ ଜଗତର ପ୍ରାଣ ଦାତା ସେହି ରୁଦ୍ରାଂଶ ସଙ୍କଟମୋଚନ ମାରୁତିଙ୍କୁ ଆମ୍ଭର କୋଟି କୋଟି ଭକ୍ତି ପୂର୍ଣ୍ଣ ପ୍ରଣାମ l ପ୍ରତ୍ୟହ ସନ୍ଧ୍ୟାରେ ଆମ୍ଭେ ରାମଧୁନ ଗାନ ପୂର୍ବକ ଯୁଗେଷ୍ଟ ଶ୍ରୀଗୁରୁ ମାରୁତିଙ୍କୁ ଆନ୍ତରିକ ଅନୁରୋଧ କରୁକି ,ଆମର ଏହି ସୌନ୍ଦର୍ଯ୍ୟମୟ ଧରତ୍ରୀକୁ ମହାପ୍ରଳୟକାରକ ଆସନ୍ନ ବିପର୍ଯୟ ଦୈବୀ ଦୁର୍ବିପାକ କବଳରୁ ରକ୍ଷା କରନ୍ତୁ l ହେ ମହାଶକ୍ତିର ଉତ୍ସ ମାରୁତି! ଆପଣ ରୁଦ୍ରାଂଶ ଏବଂ ଚିରଞ୍ଜୀବି l ଆପଣଙ୍କୁ କୋଟି କୋଟି ପ୍ରଣାମ l ନିଶ୍ଚୟ ଆମର ଡାକ ଶୁଣି ଧ୍ବଂସାତ୍ମକ ଅଚେତନ ମନୁଷ୍ୟଗଣଙ୍କ ଅନ୍ତରାତ୍ମାକୁ ଶୁଦ୍ଧ କରି ସେମାନଙ୍କ ଚିତ୍ତରେ ସକାରାତ୍ମକ ଊର୍ଜାର ସ୍ରୋତକୁ ପ୍ରବାହିତ କରାଇଲେ ଆମ୍ଭେମାନେ ଆପଣଙ୍କ ନିକଟରେ ଚିର ୠଣୀ ତଥା ଚିର କୃତଜ୍ଞ ରହିବୁ l


ପ୍ରତିବର୍ଷ ମହାଶିବରାତ୍ରି, ମହାଶୁଭକାରକ ଅଖଣ୍ଡ ଜ୍ୟୋତିର ପୃଷ୍ଠ ପୋଷକ l ସମଗ୍ର ବ୍ରହ୍ମାଣ୍ଡକୁ ନୈସ୍ବର୍ଗୀୟ ସ୍ନିଗ୍ଧ ଆଲୋକ ରଶ୍ମିରେ ଉଦ୍ଭାସକ l ଆମେ ଉକ୍ତ ପବିତ୍ର ଅବସରରେ ସେହି ଏକରୁ ଅନେକ ମହାଦୀପର ଜ୍ୟୋତିଗୁଡ଼ିକୁ 2021 ଶିବରାତ୍ରିର ପୂର୍ବ ସନ୍ଧ୍ୟା ରେ ସାଷ୍ଟାଙ୍ଗ ପ୍ରଣିପାତ କରି ଗୁହାରି କରୁ କି 2021 ସାରା ବିଶ୍ୱବାସୀଙ୍କ ମାନସପଟ୍ଟରୁ ଅଜ୍ଞାନରୂପୀ ଅନ୍ଧକାର ଦୂର କରି ଶାଶ୍ୱତ ଆଉ ପବିତ୍ର ସକାରାତ୍ମକ ଜ୍ଞାନର ଆଲୋକରେ ସେମାନଙ୍କର ଆନ୍ତରଚେତନାକୁ ଉଦ୍ଭାସିତ କରୁ l ବିଶ୍ୱପୃଷ୍ଠଭୂମିରେ ମାନବୀୟ ଚେତନା ଓ ସମ୍ବେଦନଶୀଳତା ରୂପକ ଅଖଣ୍ଡ ଜ୍ୟୋତିକୁ ପ୍ରଜ୍ବଳିତ କରି ଆମକୁ ଧନ୍ୟ ଏବଂ ଚିର ୠଣୀ କରନ୍ତୁ --- ହେ ଯୋଗାଧୀରାଜ ମହା ଯୋଗେଶ୍ୱର ପରମାତ୍ମା ଶିବ ଆପଣଙ୍କୁ ଆମର ଏତିକି ବିନତି l ଆପଣଙ୍କ ଆଜ୍ଞା ଶିରୋଧାର୍ଯ୍ୟ l ଓଁ ନମୋ ଶିବାୟ ଓଁ ଶ୍ରୀ ରୁଦ୍ରାତ୍ମକାୟ ହନୁମତେ ନମଃ l


Rate this content
Log in

Similar oriya story from Classics