STORYMIRROR

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଜଣଙ୍କର ଭଲରେ ଆର ଜଣଙ୍କର ବିପତ୍ତି

ଜଣଙ୍କର ଭଲରେ ଆର ଜଣଙ୍କର ବିପତ୍ତି

1 min
15K


ଜଣେ ଲୋକର ଦୁଇଟି ଝିଅ ଥିଲେ । ସେ ଲୋକଟି ତା’ର ବଡ ଝିଅକୁ ଜଣେ ଚାଷୀକୁ ଓ ସାନ ଝିଅକୁ ଗୋଟିଏ କୁମ୍ଭାରକୁ ବାହା ଦେଲା ।

କିଛିନିନ ପରେ ସେ ଲୋକଟି ତା’ ଝିଅମାନଙ୍କ ଘରକୁ ବୁଲି ବାହାରିଲା । ପ୍ରଥମେ ସେ ତା ବଡ ଝିଅ ଘରକୁ ଗଲା ଓ ଝିଅକୁ ଖୁସିରେ ଥିବାର ଦେଖି ସେ ଲୋକଟି କହିଲା, “ଭଗବାନ ତୋତେ ତ ବେଶ୍ ଭଲରେ ରଖିଛନ୍ତି । ତାହେଲେ କହ ମୁଁ ଭଗବାନଙ୍କ ପାଖରେ ତୋ ପାଇଁ ଆଉ କ’ଣ ପ୍ରାର୍ଥନା କରିବି?” ଏକଥା ଶୁଣି ସେ ବଡ ଝିଅ କହିଲା, “ଆମର ତ ସବୁ ଭଲ, ଭଲ ବର୍ଷା ହେଲେ ଫସଲ ଟିକେ ଭଲ ହୁଅନ୍ତା ତେଣୁ ତୁମେ ଭଗବାନଙ୍କୁ ଏବର୍ଷ ଭଲ ବର୍ଷା ହେବା ପାଇଁ ପ୍ରାର୍ଥନା କରିବ ।”

ତାପରେ ବାପ ଯାଇ ତାଙ୍କ ସାନ ଝିଅ ଘରେ ପହଁଚିଲେ, ସେଠାରେ ମଧ୍ୟ ଝିଅକୁ ଭଲରେ ଥିବା ଦେଖି ସେ ବି ଭାରି ଖୁସି ହେଲେ । ପଚାରିବାରୁ ସାନ ଝିଅ କହିଲା, “ଖରା ଭଲକରି ହେଲେ ମାଟି ହାଣ୍ଡି ସବୁ ଭଲକରି ଶୁଖିଯାନ୍ତା । ସେଥିପାଇଁ ଭଗବାନଙ୍କ ପାଖରେ ଏ ବର୍ଷ ଯେପରି ଭଲ ଖରାହୁଏ ସେ ନିମିତ ପ୍ରାର୍ଥନା କରିବେ” । ଏଣେ ବାପ ଏହାଶୁଣି ବହୁତ ବ୍ୟସ୍ତ ହୋଇ ପଡିଲା । କାହିଁକିନା ତା’ଦୁଇଝିଅଙ୍କର ଦରକାର ପୂରା ବିପରୀତ । ଜଣଙ୍କର ଭଲ ପାଇଁ ପ୍ରାର୍ଥନା କଲେ ତେଣେ ଅନ୍ୟ ଜଣଙ୍କର କ୍ଷତି ହେବ ।

ତୁମେ କେବେବି ସମସ୍ତଙ୍କୁ ଖୁସି କରିପାରିବ ନାହିଁ ।


Rate this content
Log in

Similar oriya story from Children