STORYMIRROR

Jyoti Ranjan Rout

Inspirational

3  

Jyoti Ranjan Rout

Inspirational

ଜୀବନିକା

ଜୀବନିକା

3 mins
116

 ନବ ଗୋପାଳକୃଷ୍ଣ ଗ୍ରାମର ଅଧିବାସୀ । ତା ବାପା ଜୀବନରେ ବହୁତ୍ କଷ୍ଟ କରିଥିଲେ ଓ ପୁଅର ଭବିଷ୍ୟତ କୁ ଉଜ୍ବଳ କରିବା ପାଇଁ ବହୁତ ଚିନ୍ତା କରି ସେ ବହୁତ କଷ୍ଟ ର ସହିତ କାମ କରୁଥିଲେ । ଗାଁ ରେ ରହୁଥିବା କାରଣରୁ ସେ ବହୁତ୍ ପୁରୁଣା କାଳ କଥା ବିଶ୍ୱାସ କରୁଥିଲେ । ତାଙ୍କ ସ୍ତ୍ରୀଙ୍କ ନାମ ମେନକା । ସେ ବହୁତ୍ ସରଳ ଓ ଚାଲାଖ ଅଟନ୍ତି । ସେ ସବୁ କାମ କରିବା ଆଗରୁ ଭାବି ଚିନ୍ତି କରନ୍ତି । ସେ କେବେ ହେଲେ ଚାଟଶାଳୀରେ ପାଦ ନ ପକାଇଲେ ମଧ୍ୟ ସେ ବହୁତ୍ ବୁଦ୍ଧିମାନ। ସେଥିପାଇଁ ସେ ଖୁବ୍ ଚଞ୍ଚଳ ସବୁକଥାକୁ ମାନେ ରଖିବା ସହିତ ବୁଝି ମଧ୍ୟ ଯାଆନ୍ତି। ସେ ସବୁବେଳେ ସକାଳୁ ଉଠି ଠାକୁର ପୂଜା କରନ୍ତି ତ ସହିତ ସେ ମଧ୍ୟ ଘର କାମ ବହୁତ୍ ଜଲଦି ସାରି କୌଣସି ଗୋଟିଏ ଗ୍ରନ୍ଥ କିମ୍ବା ଶିକ୍ଷା ମୂଳକ ପୁସ୍ତକ ପଢନ୍ତି।  

ବାପା କାଠର ଦୁଃଖ ସହି କାମ କରି ପେଟ ପାଇଁ ଖାଇବା ଆଣନ୍ତି ତ ସହିତ ପୁଅର ପାଠ ପଢା ପାଇଁ ମଧ୍ୟ ବିଦ୍ୟାଳୟରେ ପଇସା ଜମା କରନ୍ତି । ସେ ଇଚ୍ଛା କରିଛନ୍ତି କି ପୁଅ ବଡ଼ ହୋଇ ଗୋଟିଏ ଭଲ ଅଫିସ୍ ରେ ଟିଏ ହେବ ତ ସହିତ ବାପାଙ୍କ କଷ୍ଟ ଦୂର କରିବ । କିନ୍ତୁ ହରି କେବେ ହେଲେ ବାପାଙ୍କ ପରିଶ୍ରମକୁ ବୁଝି ପାରେ ନାହିଁ ସଦାବେଳେ ପାଠ ପଢା ଛାଡ଼ି ଆଉ ସବୁ ଅଯଥା କାମରେ ଲାଗିଥାଏ। ଏଇ ଅଭ୍ୟାସ କାରଣରୁ ସେ ଦିନକୁ ଦିନ ବହୁତ୍ ଖରାପ ଦିଗକୁ ଗତି କରିବାକୁ ଲାଗିଲା ।

 ହରିର ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ତା ମସ୍ତିସ୍କ ମଧ୍ୟ ଖରାପ ଦିଗକୁ ଗତି କରିବାରେ ଲାଗିଥାଏ । ସେ କେବେ ତା ବାପାଙ୍କ କଷ୍ଟକୁ ବୁଝେନି ସବୁବେଳେ ପଇସା ପତ୍ର ଅଯଥା ଖର୍ଚ୍ଚ କରିବାରେ ଲାଗିଥାଏ । 

ସେ ଭାବିନଥିଲେ କି ତା ଭାଗ୍ୟରେ ଏତେ ଦୁଃଖ ସହିବାକୁ ବାକିଥିଲା । ଯେତେବେଳେ ସେ ସବୁକିଛି ଜାଣିଲା ସେତେବେଳକୁ ସବୁ କିଛି ସରିସରିଥିଲା। ଆଉ ବୁଝିଁବ ନିମନ୍ତେ କିଛି ବାକି ନଥିଲା ଯେମିତି କଥାରେ ଅଛି ସିମେଣ୍ଟ ଲଗେଇଲା ବେଳେ କାନ୍ଥ ଭୁଶୁଡ଼ି ଯାଇଥିଲା କି ଯୋଉ କାନ୍ଥ ଆଉ କେବେ ବି ଫେରିଆସିବନି ।

 ହରି ବଡ ହେବା ସାଙ୍ଗରେ ତା ବାପା ଙ୍କ ସ୍ବାସ୍ଥ୍ୟ ଖରାପ ହେବାକୁ ଲାଗିଲା । ସେ ସବୁବେଳେ ପୁଅର ଭବିଷ୍ୟତ ଚିନ୍ତାରେ ବୁଡି ରହୁଥିଲେ ଅତ୍ୟଧିକ ଚିନ୍ତାରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହେଇ ସେ ମୃତ୍ୟୁ ବରଣ କରିଥିଲେ । ତା ପରେ ହରି ମୁଣ୍ଡରେ ବଜ୍ର ପଡ଼ିବ ଆରମ୍ଭ ହେଇଯାଇଥିଲା। ସେହିଦିନଠାରୁ ହରିକୁ ବହୁତ ସମସ୍ୟାର ସାମ୍ନା କରିବା ପାଇଁ ପଡିଲା। ତାର ମାଆ ମଧ୍ୟ ସ୍ଵାମୀଙ୍କ ମୃତ୍ୟୁ କୁ ନସହି ପାରି ସେ ମଧ୍ୟ ଖାଇବା ପିଇବା ଛାଡ଼ିଦେଇଥିଲେ ଓ ସେ ମଧ୍ୟ ସ୍ଵାମୀଙ୍କ ମୃତ୍ୟୁର ପାଞ୍ଚ ବର୍ଷ ପରେ ମୃତ୍ୟୁ ବରଣ କଲେ । ହରି ଏବେ ଏକୁଟିଆ । ବାପା ଥିଲେ ଯେ ସବୁ ଇଚ୍ଛା ସହଜରେ ପୂରଣ  ହେଇଯାଇଥିଲା କିନ୍ତୁ ବାପା ଚାଲିଯିବା ଠାରୁ ହରି ର ସବୁ ଇଚ୍ଛା ପୂରଣ କରିବା ପାଇଁ ମାଆ ସାମର୍ଥ୍ୟ ନଥିଲା । ମାଆ ଅତିକଷ୍ଟରେ ହରି ପେଟକୁ ମୁଠାଏ ଦାନା ଦବାବପାଇଁ ନିଜେ ବହୁତ୍ କଷ୍ଟ କରୁଥିଲା । ମାଆ ଚାଲିଗଲା ପରେ ହରି ପୁରା ଏକୁଟିଆ ହୋଇଗଲା ଏମିତିରେ ସେ ଖାଇବା ପାଇଁ ଗୋଟିଏ ଦାନା ହେଲେ ମଧ୍ୟ ପାଇଲା ନାହିଁ । ସେ ଏପର୍ଯ୍ୟନ୍ତ ମଧ୍ୟ ନିଜ ଭୁଲକୁ ବୁଝି ପାରିନଥିଲେ। 

ହଠାତ୍ ସେ ଦିନେ ତା ପୁରୁଣା ବନ୍ଧୁ ନବକୁ ଦେଖିଲା । ନବ ତାକୁ ଅତି ଦୟନୟ ଅବସ୍ଥାରେ ଦେଖି ତାକୁ ତା ପରିସ୍ଥିତି ସମ୍ପର୍କରେ ପଚାରିଲା । ନବ ପଚାରିବାରୁ ସେ ନବକୁ କୁଣ୍ଢାଇ ଖାଇବାକୁ କିଛି ମାଗିଲା। ନବ ତା ଭୋକ କଷ୍ଟ ସହିପରିଲ ନାହିଁ ସେ ତାକୁ ନେଇ କିଛି ଖାଇବା ପାଇଁ ଦେଲା ଓ ତା ସାଙ୍ଗରେ ସେ ବିଷୟରେ କଥା ହେଲା ସେ ନବକୁ ତା ପରିସ୍ଥିତି ଜହ୍ନ । ନବ ତା କଥା କଥାକୁ ବୁଝି ତାକୁ ସହରକୁ ନେବା ପାଇଁ ନିଶ୍ଚିତ କାଳ ଓ ହରି କୁ ତାର ନିଷତି ମାଗିଲା କିନ୍ତୁ ହରି ଏବେ ମଧ୍ୟ କୌଣସି କାମ କରିବା ପାଇଁ ପ୍ରସ୍ତୁତ ନଥିଲା । ସେ କହିଲା କି ସେ ଗାଁ ରେ ନିଜ ଜୀବନ ବିତାଇଦେବ । ଏହା ଶୁଣି ନେବା ହରି କୁ କିଛି ପଇସା ଦେଇ ସହରକୁ ପୁଣି ଚାଲିଗଲା। ହରି ଏତେ ଦିନ ପରେ ପଇସା ଦେଖି ସେ ପଇସା ର ପୂର୍ବ ଭଳି ଖର୍ଚ୍ଚ କରିଦେଲା । ଓ ଦୁଇଦିନ ପାରେ ସେ ତାର ପୂର୍ବ ଅବସ୍ଥା କୁ ଫେରିଆସିଲ। । ସେ ଖାଇବା ପାଇଁ ନ rପାଇ ଭକ ରେ ଛଟପଟ ହୋଇ ତ ବାପା ଓ ମାଆ ଙ୍କ କଥା ମାନେ ପକାଇଲା । 

ଓ ସେ ତାର ଜୀବନର ବଡ଼ ଭୁଲକୁ ବୁଝି ପାରିଲା । ସେ ସେଦିନ ବହୁତ୍ କାନ୍ଦିଲା ଓ ତାର ତ ବାପା ଙ୍କ କଥା ତାର ବହୁତ୍ ମନେପଡ଼ିଲା। ସେ ତାର ଭୁଲ ପାଇଁ ଭଗବାନଙ୍କୁ ବହୁତ୍ କ୍ଷମା ମାଗିଲା । ଓ ସେ ତା ବାପା ଓ ମାଆଙ୍କ ଇଚ୍ଛା ପୂରଣ ପାଇଁ ପ୍ରତିଜ୍ଞା କଲା।

ସେ ତା ସାଙ୍ଗରେ ନେବା ସାହାଯ୍ୟରେ ସହରରେ ଗୋଟିଏ ଛୋଟ ଦୋକାନଟିଏ କାଳ ଓ ସେ ନିଜେ ଗାଁ ଜିନିଷ ସହରରେ ବହୁତ୍ ମୂଲ୍ୟରେ ବିକ୍ରି କରି ବହୁତ କଷ୍ଟ ଫଳରେ ଗୋଟିଏ ବଡ କମ୍ପାନୀ ଖୋଲିଲା ଓ ଗୋଟିଏ ବଡ଼ ଅଫିସର୍ ହେଇ ତ ବାପାଙ୍କ ଇଚ୍ଛା ପୁରଣ କଲା ତା ସହିତ ସେ ତା ବାପା ଓ ମାଙ୍କ ନାମରେ ଗୋଟିଏ ଆୟୋଜନ ବଡ ବିଦ୍ୟାଳୟ ଖୋଲିଲା ଓ ସେଠାରେ ଉନ୍ନତ ଶିକ୍ଷା ସହିତ ଭଲ ସଂସ୍କାର ପାଇଁ ମଧ୍ୟ କାଳ ଓ ସେଠାରେ ଗରିବ ବର୍ଗର ଛାତ୍ର ଛାତ୍ରୀଙ୍କ ପାଇଁ ମାଗଣାରେ ପାଠ ପଢାଇଲା। ଏହିପରି ସେ ଜୀବନ ଲିଭାଇ ଜୀବନିକା ଗଠନ କରିଦେଇଥିଲା ।

             

               


Rate this content
Log in

Similar oriya story from Inspirational