ଜୀବେ ଦୟା
ଜୀବେ ଦୟା
ନନାଙ୍କ ମନ ଭଲ ନାହିଁ, ଘର ବିଲେଇଟା ମରିଗଲା ପରେ ଯେବେ ଦେଖାଗଲା ପର ବିଲେଇ ଅର୍ଥାତ ଅନ୍ୟ ବିଲେଇ ଟିଏ ପଶିଆସି କ୍ଷୀର ମାଛ ଇତ୍ୟାଦି ଖାଇବା ପଦାର୍ଥ ରେ ମୁଁହ ମାରୁଛି, ତ ଘରଣୀଙ୍କ ତାଗିଦାରେ ଦାଣ୍ଡ ପଟ ଗେଟେରେ ଥିବା ଫାଙ୍କକୁ ଯଥା ସମ୍ଭବ ବନ୍ଦ କରିଦେଲା ପରେ ବି ବିଲେଇଟା କୋୖପଟେ ଆସୁଛି ସନ୍ଧାନରେ ଜଣାପଡିଲା ପଡିଶା ଘର ପଟୁ ଅଳ୍ପ ବାହାରିଥିବା ଅଣଓସାରିଆ କାନ୍ଥିରେ ଆସି ଝରକା ଦେଇ ଆସୁଛି ତ ଝରକା ଦୁଇଟାକୁ ନନା ବନ୍ଦ କରିଦେଲେ, ଗଲା କଥା ସରିଲା, ଆଉ ଆସିବ ନା ଲୁଣ ଉପରେ ଝାଡା ପରିଶ୍ରା କରିବ ନା ଏଣେ ତେଣେ ବାନ୍ତି କରିବ ନା ଖାଦ୍ୟରେ ମୁଁହ ମାରିବ, ତଥାପି ନନା ଗୋଲେଇ ଘାଣ୍ଟି ହେଇ ଭାବୁଥିଲେ ପଛ ପଟେ ତ ଯେମିତି ଆସୁଥିଲା ଆସନ୍ତା ଯଦି ବିସ୍କୁଟ, ଆମିଷ ଗୋଳା ଭାତ ଖାଇଦେଇ ଯାଆନ୍ତା, ତ ବିଲେଇଟା ନିହାତି ବୋକୀ, ଏହା ଭାବି ଝରକା ଖୋଲି ବିସ୍କୁଟ ପକେଇ ଦେବାକୁ ବସନ୍ତି ତ ନନାଙ୍କ ଆଖି ବୁଜି ହେଇଗଲା, ଝରକା ତଳେ ଥିବା ବିରାଟ ଖୋଲା ଟାଙ୍କି ରେ ଖସିପଡି ବିଲେଇଟା ମରିଯାଇଛି ବୋଧେ, ଯାହା ଭାବୁଥିଲେ, ସତ ହେଲା, ବିଲେଇଟା ତ କ୍ଷୁଦ୍ରବୁଦ୍ଧି, ସେ କାଁହୁଁ ଜାଣିବ ପରିଣତି, ଝରକା ବନ୍ଦ ଅଛି ନଜାଣି ଡେଇଁଥିବ ତ ଭାରସାମ୍ୟ ରଖିନପାରି ପଡ଼ିଥିବ ଖୋଲା ଟାଙ୍କିରେ, ଉଠିନପାରି ମରିଛି, କାହାକୁ କହିବେ ଏକଥା, କେମିତି କଢ଼ା ହେବ ବିଲେଇ, ଗନ୍ଧରେ ବି ରହିହେବନି, ପରୋକ୍ଷରେ କି ଘୋର ପାପ l
ଅସ୍ତବ୍ୟସ୍ତ ହୋଇ ଭୋର ଭୋର ବାହାରିଗଲେ ମନ୍ଦିର, ସିଂହଦ୍ୱାରକୁ ଲାଗି ଡାହାଣ ପାର୍ଶ୍ୱରେ ଥିବା ପତିତପାବନଙ୍କୁ ସବୁଦିନ ଆଳତୀ ଅବକାଶର ଦାୟିତ୍ୱ ତାଙ୍କରି ମୁଣ୍ଡରେ, ଭକତ ସବୁ ଠୁଳ ହୋଇଗଲେଣି, ସକାଳ ଆଳତୀ ଆଘ୍ରାଣ କରି ଯିଏ ଯାହାର ବାହୁଡ଼ି ଗଲେଣି ହେଲେ ଏ କଣ ତିନିଦିନ ହେଲାଣି ପତିତ ପାବନଙ୍କୁ ମୁଁହ କରି କୁକୁର ଟା ସେମିତି ପଡ଼ିରହିଛି ବିକଳ ଆତୁର ଆଖି ଦେଖିଲେ ତାର ନନା ଙ୍କ ମନ ଟା କେମିତି କେମିତି ହେଇଯାଉଛି, ହେଲେ ଆଜି କାହିଁ ନନା ସଭିଙ୍କ ଅଲକ୍ଷରେ କୁକୁର ପାଖକୁ ଗଲେ, କିଏ କୁଆଡେ ଦେଖୁନି ତ?, ବୁଲି ବୁଲି ଚାହିଁ ବିସ୍କୁଟ ଖଣ୍ଡେ ଅଣ୍ଟାରୁ କାଢି ପକେଇଦେଲେ, ହେଲେ ଜଂତୁଟା ଖାଇବ କଣ ଗୋଡ଼ ଟିଏ ଅଳ୍ପ ଉଠେଇ କୁଁ କୁଁ ହେଉଛି, ତ ପାଖକୁ ଯାଇ ନନା ନଇଁପଡ଼ି ଯାହା ଦେଖିଲେ ଆଖିକୁ ବିଶ୍ୱାସ କରିପାରିଲେନି, ଲୁହା କଣ୍ଟା ଟିଏ ପଶି ରହିଛି, ଯିଏ ଯାହା ଭାବୁ ନନା ଆଜି ଲାଗି ଆସିଲେ କୁକୁରଟି ପାଖକୁ ଆଉଁସି ଦେଲେ ନିଜ ହାତରେ ଆଉ ଦୟା ପରବଶ ହୋଇ କଣ୍ଟା ଟିକୁ କାଢ଼ିଦେଇ ଅଣ୍ଟାରେ ଖୋସିଥିବା ଖୋସଣୀ ରୁ ବେଲପତ୍ର ଓ ତୁଳସୀ ପତ୍ର ମକଚି ରସ ଟିକକ ଲଗେଇ ଦେଲେ ସେ ଘା ସ୍ଥାନରେ ଆଉ କହିଲେ ଯା ବାବା ଯା, ପରମ ଆସ୍ୱାଶନାର ଚାହାଣୀ ଦେଇ କୁକୁରଟି ଚାଲିଗଲା ଖଣ୍ଡେ ବାଟ ଆଉ ଅନ୍ତର୍ପଣରେ ଘରକୁ ଆସି ପଇତା କରି ଦେଖନ୍ତି ସେଇ ବିଲେଇଟା, ତ ଦଉଡି ଯାଇ ଝରକା ଦେଇ ଖୋଲା ଟାଙ୍କିରେ ପଡ଼ିଥିବା ଛିଟ କପଡା ଦେଖି ଆଶ୍ୱସ୍ତ ହେବା ସହ ବିଲେଇଟାକୁ ଟିକେ ଆଉଁସି ଦେଲାବେଳେ ଭାବୁଥିଲେ କୁକୁରଟି କଥା, ତା ପରଠୁ କୁକୁରକୁ କେବେ ଦେଖିନଥିଲେ ବି ଏମିତି ଲାଗେ ଯେମିତି ଦୂରରୁ ବୁଲାକୁକୁର ମାନଙ୍କ ଭିତରୁ କେହିଜଣେ ତାକୁ ଚାହିଁରହିଛି କରୁଣ ଦୃଷ୍ଟିରେ, ନନାଙ୍କ ଛାତି ଭିତରେ ଏଇ କୁକୁର ଗୁଡ଼ାଙ୍କ ପ୍ରତି ଅହେତୁକ ମାୟାରେ ସେ ଜଡ଼ସଡ଼ ହୁଅନ୍ତି l