Sunanda Mohanty

Tragedy Fantasy Others

4  

Sunanda Mohanty

Tragedy Fantasy Others

ଝିଅଟିଏର ମନ କଥା

ଝିଅଟିଏର ମନ କଥା

2 mins
3



ସେଦିନ ରବିବାର ପରିବର୍ତ୍ତେ ଝିଅ ସ୍ୱାତୀ ଆସି ବୁଧବାର ପହଞ୍ଚିଥିଲା ବୋଉ ପାଖରେ ବୃଦ୍ଧାଶ୍ରମରେ କାରଣ ଏଣିକି ସେ ସପ୍ତାହର ସାତଦିନ ମାଆ ପାଖକୁ ଆସିବ ବୋଲି ନିଷ୍ପତ୍ତି ନେଇସାରିଥିଲା. ଘରେ ନିଜ ଶାଶୁ ଶଶୁରଙ୍କ ସେବା ଯତ୍ନ ଭିତରେ ସେ ମାଆ ପାଇଁ ସମୟ କାଢି ଆସିଥିଲା କାରଣ ଦିନକୁ ଦିନ ମାଆର ମାନସିକ ଓ ଶାରୀରିକ ଅବସ୍ଥା ଭଲ ରହୁନଥିଲା ବେଳେ ଭାଇର ବଦଳି ହୋଇଯାଇଥିଲା.ଭାଉଜଙ୍କର ମଧ୍ୟ ବଦଳି ହୋଇ ଭାଇ ଭାଉଜ ଅଲଗା ରହିବା ଦ୍ୱାରା ପିଲାଦୁହେଁ କେଉଁଠି ପଢିବେ ଚିନ୍ତାରେ ବ୍ୟସ୍ତ ଥିଲେ ସେମାନେ . ଏଣିକି ଝିଅ ସ୍ୱାତୀ ଭାବୁଥିଲା ପ୍ରକୃତରେ ଚାକିରିଆ ବୋହୁ କରିବା କେତେ ଦୂର ଉଚିତ?ସେ ଚାକିରୀ କରିନାହିଁ ବୋଲି ଶାଶୁ ଶଶୁରଙ୍କ ସେବା ଯତ୍ନ ନେଇପାରୁଛି ସତ ହେଲେ ପିଲା ଦୁହିଁଙ୍କୁ ବଡ଼ ଇଂରାଜି ମାଧ୍ୟମ ସ୍କୁଲରେ ପଢ଼ାଇବାକୁ ମନ କରି ଅସଫଳ ହୋଇ ଓଡ଼ିଆ ସ୍କୁଲରେ ପାଠ ପଢ଼ାଉଛି. ତାର ସ୍ୱାମୀଙ୍କ ଗୋଟେ ରୋଜଗାର ଭିତରେ ସେ ପିଲାଙ୍କ ପାଇଁ ଏତେ ଡୋନେଶନ ଦେଇ ପାଠ ପଢ଼େଇ ପାରିନି ବୋଲି ମନଦୁଃଖ କଲା ବେଳେ ତା ପିଲାଦୁହେଁ ଗାଁ ସରକାରୀ ସ୍କୁଲରେ ପାଠ ପଢି ଖୁବ ଭଲ ନମ୍ବର ରଖି ଆଗପଛ ହୋଇ ମାଟ୍ରିକ ପରୀକ୍ଷାରେ ଦଶ ଜଣଙ୍କ ଭିତରେ ଅଛନ୍ତି ବୋଲି ତା ଶୁନ୍ୟ ହୃଦୟ ପୂର୍ଣ୍ଣ ହୋଇଯିବା ବେଳେ ଭାଇର ପିଲାମାନେ ସବୁ ସୁବିଧା ପାଇ ଆଗକୁ ବଢିପାରୁନଥିବା କାରଣ ବୋଧହୁଏ ଭାଉଜଙ୍କ ଚାକିରୀ ବୋଲି ଏଣିକି ମନେ ହୁଏ ସ୍ୱାତୀର.ହେଲେ ମଧ୍ୟ ସେ ସେକଥା କେବେ ପ୍ରକାଶ କରେନି କିନ୍ତୁ ବୋଉର ଦୁଃଖ ଦେଖି ହେଉନି. ଏମିତି ଭାବୁ ଭାବୁ ସେ ପହଞ୍ଚି ଯାଇଥିଲା ଆଶ୍ରମରେ. କିନ୍ତୁ ଯାହା ଦେଖିଲା ସ୍ତମ୍ବିଭୂତ ହୋଇପଡ଼ିଲା. ଆୟା ବୋଉକୁ ଘୋଷାଡି ନେଉଥିଲା ତଳକୁ. ଖଟରୁ ବେଡ଼ସିଟ ବଦଳାଇ ପୁଣି ଘୋଷାଡି ଶୁଆଇ ଦେଲାବେଳେ ଯନ୍ତ୍ରଣାରେ ବୋଉ ମୁହଁ ଭାରି କଷ୍ଟ ପାଇବା ପରି ପ୍ରତେୟମାନ ହେଉଥିଲା. ଚାହୁଁ ଚାହୁଁ ବୋଉ ତଳକୁ ଖସିପଡିବାରୁ ଆୟା କହୁଥିଲା ମରୁନି ବୁଢ଼ୀଟା ଯାହା ଦରମା ଗଣ୍ଡାକ ପାଇବା ପାଇଁ ଏମାନଙ୍କ ଯୋଗୁଁ ହଇରାଣ ହେଉଛି ମଣିଷ. ସେ ଏସବୁ କହିବା ପୂର୍ବରୁ ବୋଉକୁ ଧରିନେଇଥିଲା ଝିଅ ସ୍ୱାତୀ କିନ୍ତୁ ଡାକୁଥିଲା ପ୍ରଭୁହେ ମୋ ବୋଉକୁ ସତରେ ନେଇଯାଅ. ତା କଷ୍ଟ ଆଉ ସହି ହେଉନି.ତା ପରଦିନ ରଥଯାତ୍ରା ଥିଲା. ଶାଶୁ ଶଶୁରଙ୍କ ସେବା ଯତ୍ନ ସହ ତାଙ୍କୁ ଟିଭିରେ ରଥଯାତ୍ରାର ଧାରାବିବରଣୀ ଦେଖିବା ଶୁଣିବାରେ ସାହାୟକ ହେଉ ହେଉ ପ୍ରବଳ ବର୍ଷା ହେଉଥିଲା ତ ସ୍ୱାତୀର ବୋଉ ପାଖକୁ ଯିବା ବିଳମ୍ବ ହୋଇଯାଇଥିଲା. ଠିକ ଯିବାକୁ ବାହାରିବା ପୂର୍ବରୁ ବୋଉ ଚାଲିଯିବା ଖବର ପାଇଥିଲା ସ୍ୱାତୀ. ବୋଉର ଦଶାହକାମ ବେଳେ ଭାଇ କହୁଥିଲା ତୋ ଶାଶୁ ଶଶୁର ବୋଉଠୁ ବହୁତ ବଡ଼ ନା ସ୍ୱାତୀ?ସ୍ୱାତୀର କିନ୍ତୁ ବୋଉର ଶେଷ ସେଇ କେଇପଦ କଥା ମୋ ପିଲାଙ୍କୁ ବାର୍ଦ୍ଧକ୍ୟ ଦେଵନାହିଁ ପ୍ରଭୁ ଅନେଶତ ବର୍ଷ ଯାଏଁ ହାତ ଗୋଡ଼ ଚଳାଇ ରଖିବ ତାଙ୍କର ହେ ପ୍ରଭୁ କହି ମୁଣ୍ଡିଆ ମାରିବା ଦୃଶ୍ୟ ସହ କଥା ପ୍ରତିଧ୍ୱନିତ ହେଉଥିଲା ଆଖି କାନରେ. ଆଖିରୁ ଅଶ୍ରୁ ନିଗିଡି କାନରେ ପଶୁଥିଲା ତ ଭାଇର ଉତ୍ତର ଦେଇପାରନଥିଲା ସ୍ୱାତୀ ।


Rate this content
Log in

Similar oriya story from Tragedy