STORYMIRROR

Banasmita Panda

Tragedy Classics Inspirational

3  

Banasmita Panda

Tragedy Classics Inspirational

ଝିଅ /ବୋହୂ

ଝିଅ /ବୋହୂ

2 mins
468

ଝିଅ /ବୋହୂ 

ଖରା ଦିନ ଛୁଟିରେ ଗାଁ କୁ ଯାଇଥିଲି l ଗଲେ ବୋଉର ପ୍ରଥମ ଜିଦ ସାହି ପଡିଶା ଗୁରୁଜନ ଙ୍କୁ ଓଳିକି କରି ଆଗ ଆସେ ନ ହେଲେ ସଂସ୍କାର ବିହୀନ ଭାବିବେ l ଯେତେ ଥକା ଅନୁଭବ ହେଲେ ଭି ଦିନେ, ଦୁଇ ଦିନରେ ସାହିର ଗୋଟେ ରାଉଣ୍ଡ ବୁଲି ଆସେ l ପାଖ ଘର ସୁମିତ୍ରା ମାଉସୀଙ୍କ ଝିଅ ଅନୁ ମଧ୍ୟ୍ୟ ମୋ ସଙ୍ଗାତ, ଶୁଣିଲି ସେ ମଧ୍ୟ୍ୟ ଆସିଛି l ଖୁସିରେ ଧାଇଁ ଗଲି ଦେଖା କରିବାକୁ l ମୋତେ ଦେଖୀ ଅନୁ, ସୁମିତ୍ରା ମାଉସୀ ଏବଂ ତାଙ୍କ ବୋହୂ ମିଲା ବହୁତ ଖୁସି ହେଲେ l କିନ୍ତୁ କଥା କଥା ଭିତରେ ଦେଖିଲି ସୁମିତ୍ରା ମାଉସୀଙ୍କ ଆଣ୍ଠୁରେ ଅନେକ ବ୍ୟଥା l ବୋଧେ ଓଜନ ବଢିବା ଏବଂ ନିତି ନିୟମରେ ନ ରହିବାର ପରିଣାମ l ମୁଁ ଅନୁ କଥା ହେବା ପ୍ରସଙ୍ଗ ମଧ୍ୟରେ ଅନୁ କୁ ମୁଁ ମାଉସୀଙ୍କ ନିୟମିତ ଜୀବନ ଶୈଳୀରେ ପରିବର୍ତନ କଥା କହିବାରୁ ସେ ତୁରନ୍ତ ମାଉସୀଙ୍କୁ ତା ଉପଦେଶ ଦେବାକୁ ଆରମ୍ଭ କରିଦେଲା. ଏବଂ କିଛି ଯୋଗ, ବ୍ୟୟାମ ଏବଂ ଛୋଟ ମୋଟ ଘରର କାମ କାଯ୍ୟ ମଧ୍ୟ୍ୟ କରିବାକୁ ମାଉସୀଙ୍କୁ ଟିକେ ତାଗିଦ କରାଇଲା l ମାଉସୀ ସୁନା ପିଲା ପରି ଝିଅର କଥା ଶୁଣି ହସିଦେଇ କହିଲେ ହେଲା ହେଲା ତୁ ଯାହା କହିବୁ ମୁଁ ଏଥର ସେମିତି କରିବି l ସେହି ସମୟରେ ମିଲା ମାଉସୀଙ୍କ ବୋହୂ ଚା, ଜଳଖିଆ ଆଣି ମୋ ଚର୍ଚ୍ଚାରେ ହସି ଦେଇ କହିଲା ନାନୀ ମୁଁ ସେଇକଥା କେବେଠୁ ବୋଉଙ୍କୁ କହୁଛି, ହେଲେ ସେ ମୋର କୋଉ ଯେ ଶୁଣୁଛନ୍ତି l କିଛି କିଛି ଘର କାମ କଲେ ବୋଉଙ୍କ ସମସ୍ୟା କିଛି ଲାଘବ ହୁଅନ୍ତା l ସେହି ସମୟରେ ସୁମିତ୍ରା ମାଉସୀ ବହୁ ବିରକ୍ତି ଭାବ ଦେଖାଇ କହିଲେ ତୋତେ ଯେତିକି ପଚାର ଯିବ ସେତିକି କହିବୁ l ଅଧିକା ଗପିବା ଦରକାର ନାହିଁ l ଯଦି ଘର କାମ ମୁଁ କରିବି ତୋତେ କଣ ପାଇଁ ଆଣିଛି? ଏ ସବୁ ଶୁଣି ବିଚାରୀ ମିଲା ଦୁଃଖୀ ହୋଇ ଅପମାନ ବୋଧ କଲେ ଭି ଚୁପ ରହି ସାମାନ୍ୟ ହସରେ କଥା କୁ ଟାଳି ଦେଲା ଏବଂ କହିଲା ନାହିଁମ ବୋଉ ମୋ କଥାର ଏ ଅର୍ଥ ନ ଥିଲା l ସୁମିତ୍ରା ମାଉସୀ କଟାକ୍ଷ ନଜରରେ ଦେଖୀ କହିଲେ ମୁଁ ସବୁ ବୁଝୁଛି ତୋର ଅର୍ଥ କଣ ଥିଲା ଏବଂ କୋଉଠୁ ଏ ପାଠ ପଢୁଛୁ l ସୁମିତ୍ରା ମାଉସୀଙ୍କର ଦୋ ମୁହାଁ ବ୍ୟବହାର ଦେଖୀ ମୋ ସହ ଅନୁ ର ମଧ୍ୟ୍ୟ ଲଜ୍ୟାରେ ମୁଣ୍ଡ ମିଲାର ନିଷ୍କପଟ ଚିନ୍ତାଧାରା ଆଗରେ ନଇଁ ନଇଁ ପଡୁଥିଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy