Satyajit Swain

Tragedy

2  

Satyajit Swain

Tragedy

ଝଡ଼ ପରର ନୀରବତା

ଝଡ଼ ପରର ନୀରବତା

1 min
297



ନିଉଜ଼ ଚାନେଲ ରାତିଦିନ ଖାଲି ବାତ୍ୟାର ଖବର ଦେଖାଉଛନ୍ତି, ପୁଣି ସତର୍କ ସୂଚନାବି ପ୍ରଦାନ କରାଯାଉଛି । ମନରେ ଗୋଟେ ଡର ବସା ବାନ୍ଧିଲାଣି । କେତେବେଳେ କଣ ହେଇଯିବ କିଛି କହି ହେବନି । ଘରେ ଦୁଇ ଝିଅ ସେମିତି ବସିଛନ୍ତି, ବାପା ବି କୁଆଡେ ଯାଇନାହାନ୍ତି ।ବୋଉର ଦେହଟା ଖରାପ । ମୁଣ୍ଡ କିଛି ଆଉ କାମ କରୁନି । ରାତି ପାହିଲେ ବାତ୍ୟା କୁଆଡେ ଆସି ପହଁଞ୍ଚିବ । ଆଖିରେ ନିଦ ନାହିଁ ।

ସକାଳୁ ବାତ୍ୟାର ପ୍ରକୋପ ଆରମ୍ଭ ହୋଇଗଲା । ପାଞ୍ଚ, ଛଅ ଘଣ୍ଟାର ପବନ ସବୁ ଧ୍ବଂସ କରିଦେଇଗଲା । ଧନୀ ଗରିବ ସବୁ ସମାନ । ଏଣେ ବୋଉ ଦେହଟା ଅଧିକ ଖରାପ ହୋଇଗଲାଣି, ଡାକ୍ତର ଖାନା ନେଇ ବାପା ଯାଇଛନ୍ତି ।

 ଆଜିକାଲି ସାହାଯ୍ୟ ମିଳିବା ବହୁତ କଷ୍ଟ । ଝିଅମାନେ ବାପାଙ୍କ ଅପେକ୍ଷାରେ । ବାପା ବୋଉ ଆସି ପହଁଞ୍ଚିଲେ, ହେଲେ କିଛି ସମୟ ପରେ ବୋଉ ଶୋଇଗଲା ଚିରନିଦ୍ରାରେ । ଯେମିତି ସବୁକିଛି ଅଟକିଗଲା ଦୁଇ ଝିଅଙ୍କ ପାଇଁ । ଚାରିଆଡ ହୋଇଗଲା ଶୂନଶାନ । ଆଖିରେ ଲୁହ ଥିଲା କିନ୍ତୁ ପାଟିରୁ ଶବ୍ଦ ବାହାରୁନଥିଲା । ଝଡ଼ ଥମିଯାଇଥିଲା ଆଉ ଏବେ ଥିଲା ଝଡ଼ ପରର ନୀରବତା......... 




Rate this content
Log in

Similar oriya story from Tragedy