ABADHOOT PANDA

Classics Inspirational

4  

ABADHOOT PANDA

Classics Inspirational

ଜଗନ୍ନାଥ ଦେଶ ଓଡିଶା

ଜଗନ୍ନାଥ ଦେଶ ଓଡିଶା

5 mins
212



ଓଡିଶା ଅର୍ଥାତ ଜଗନ୍ନାଥ ଦେଶ l ପ୍ରାଚୀନ କାଳରୁ ଅଦ୍ୟାବଧି ଅନେକ ନାମରେ ନାମିତ ଯଥା :- ଉଡ୍ର ଦେଶ, ମତ୍ସ୍ୟ ଦେଶ, କଳିଙ୍ଗ ଦେଶ, ଉତ୍କଳ ଦେଶ, ଓଡ଼ିଶା ଦେଶ ଇତ୍ୟାଦି l ଏଠିକାର ବାସିନ୍ଦା ଶାନ୍ତି ପ୍ରିୟ ଲୋକ l ଜଗନ୍ନାଥଙ୍କ ମହିମାରେ ବଳୀୟାନ ଆମ ରାଜ୍ୟ ପବିତ୍ର ଘୋଷ ଯାତ୍ରା ଦିନ ସମଗ୍ର ବିଶ୍ୱ ବାସୀଙ୍କୁ ଆହ୍ୱାନ ପୂର୍ବକ ବଡ଼ ଦାଣ୍ଡରେ ସ୍ଥାନ ପ୍ରଦାନ କରେ l ଆମ ରାଜ୍ୟର ଜଳବାୟୁ ଉଷ୍ଣ ଆର୍ଦ୍ର l ବଙ୍ଗୋପ ସାଗରର କୂଳବର୍ତ୍ତୀ l ଏଣୁ ମତ୍ସ୍ୟ ସମ୍ପଦରେ ପରିପୂର୍ଣ୍ଣ l ଆମର ସ୍ବର୍ଗତ ପିତାମହ ମହାପ୍ରଭୁଙ୍କ ତହସିଲଦାର ଭାବେ କର୍ତ୍ତବ୍ୟ ସମ୍ପାଦନ କରି ଆସୁଥିଲେ l ମୋର ମନେ ଅଛି ଦିନେ ମୋତେ ଜେଜେ କହିଥିଲେ ଆମ ରାଜ୍ୟ ବିଷୟରେ ଅନେକ ଉପାଦେୟ ତଥ୍ୟ l ସ୍ବର୍ଗତ ଠାକୁର ରାଜା ରାମଚନ୍ଦ୍ର ଦେବ ମଧ୍ୟ ବାର୍ତ୍ତାଳାପ ବେଳେ ସ୍ୱୀକାର କରିଥିଲେ ବୋଲି ମୁଁ ମାଟ୍ରିକ ପଢ଼ିଲା ବେଳେ ଜେଜେ ମୋତେ କହିଥିଲେ l ଯଥା : ଓଡ଼ିଶାର ଅନ୍ୟ ନାମ " ମତ୍ସ୍ୟ ଦେଶ " କାରଣ ଏଠାରେ ମଣିଷ ପାଇଁ ଆମିଷ ଖାଦ୍ୟ ମାଛ ପ୍ରଚୁର ପରିମାଣରେ ମିଳେ l ଏଠିକାର ପୂଜକ ମହାଶୟ ବାର ଦେଖି ଆମିଷ ଭକ୍ଷଣ କରି ଦିଅଁ ପୂଜା କରିବାର ବି ଦୃଷ୍ଟାନ୍ତ ରହିଛି ଆଉ କେବଳ ମାଛ ଖାଇବାକୁ ଗଜପତି ରାଜାଙ୍କର ଅନୁମତି ଅଛି l କେବଳ ମାଛ ଖାଇବେ କିନ୍ତୁ ମଟନ ବିଫ ପୋର୍କ ଡିମ୍ବ ଚଢେଇ ନୁହଁ l ମତ୍ସ୍ୟ ଦେଶ ଓ ବଙ୍ଗ ଦେଶର ପୂଜକମାନେ ଦକ୍ଷିଣ ଭାରତୀୟ ପୂଜକ ମାନଙ୍କ ଦ୍ୱାରା ଅତୀତରେ ଏହି କାରଣରୁ ମତ୍ସ୍ୟ ଓରଫ ଓଡିଶା ପ୍ରଦେଶ ଅନେକ ବାର ସମାଲୋଚିତ ହୋଇ ସାରିଛନ୍ତି l ତେଣୁ ଓଡିଶାର ବ୍ରାହ୍ମଣ ପୂଜକ ସମ୍ପ୍ରଦାୟ ଇଚ୍ଛା କଲେ ମାଛ ଖାଇ ପାରନ୍ତି କିଛି ଦୋଷ ନାହିଁ l


ଆଉ ଗୋଟିଏ କଥା ମନରେ ଆସୁଛି ଯେ " ମେଦିନୀ " ମଧୁ କୈଟଭ ରାକ୍ଷସକୁ ଭଗବାନ ଶ୍ରୀ ବିଷ୍ଣୁ ସୁଦର୍ଶନ ଚକ୍ରରେ ଛେଦି ତାର ଶରୀରରେ ପୃଥିବୀର ଭୁପୃଷ୍ଠ ନିର୍ମାଣ କରିଥିଲେ ଯାହା ଉପରେ ଆମେ ବଞ୍ଚି ରହିଛୁ l ଆମ ଶରୀର ବି ମେଦିନୀ ଅର୍ଥାତ ଭୁମୃତ୍ତିକାର ଅର୍ଥାତ ଭୁଦେବୀ ( ପଞ୍ଚ ମହାଭୂତ ମଧ୍ୟରୁ ଅନ୍ୟତମ )କେବଳ ଅଂଶ ବିଶେଷ l ଈଶ୍ୱରଙ୍କ ଦୃଷ୍ଟି କୋଣରେ ମନୁଷ୍ୟର ଦୁଇଟି ଜାତି -ଗୋଟିଏ ପୁରୁଷ ଅନ୍ୟଟି ନାରୀ l ନହେଲେ ଗେଣ୍ଡା କୋଚିଆ ଶାମୁକା କୁକୁଟ କଇଁଛ ଖିଆ, ଦାସିଆ ବାଉରୀ ହାତରୁ ସର୍ବଜନୀନ ମହାପ୍ରଭୁ ବିଶ୍ଵନିୟନ୍ତା କେବେ ବି ଏତେ ବାଟରୁ ହାତ ବଢ଼େଇ ନଡ଼ିଆ ଝିଙ୍କି ନେଇ ନଥାନ୍ତେ କଦାପି l ଆମେ ତାଙ୍କରି ଦେଶର ଲୋକ ହୋଇ ସୁଦ୍ଧା ଆମ ମନରେ ଏତେ ବିକାର ଭାବନା କାହିଁକି ! ସେ ତ କେବେ ହେଲେ ଜାତି ସୃଷ୍ଟି କରିନାହାନ୍ତି l ତାଙ୍କର ସେବକଙ୍କୁ ସେ ମାଛ ତିଅଣ ଭୋଜନ କରି ତାଙ୍କ ସେବା କରିବାକୁ ଅନୁମତି ଦେଇ ଆସିଛନ୍ତି ଆଜି ଯାଏଁ l


ମହର୍ଷି ଅଗସ୍ତ୍ୟ କୁଟିଳ ଅତାପୀ ବାତାପୀ ରାକ୍ଷସ ହାତରୁ ମାଂସ ଭକ୍ଷଣ କରି ଭଣ୍ଡ ଛେଳି ରୂପୀକୁ ଜୀର୍ଣ୍ଣ କଲେ l ଆମମନରେ ପ୍ରଶ୍ନ ଉଠି ପାରେ ଋଷି ହୋଇ ମାଂସ ଖାଇଲେ ! କାରଣ ତାଙ୍କର ଆଧ୍ୟାତ୍ମିକ ଶକ୍ତି ଏତେ ଥିଲା ଯେ ସେ ଅସମ୍ଭବକୁ ସମ୍ଭବ କରିପାରୁଥିଲେ l ସେ ଥିଲେ ପ୍ରକୃତ ବ୍ରାହ୍ମଣ ଯେ କି ବ୍ରହ୍ମ ଜାଣିଥିଲେ l ନିଜର ଉପାଧି ଆଉ ଜାତି ଭେଦ ପ୍ରତି ସେ ଉଦାସୀନ ଥିଲେ l ସେ ତତ୍ତ୍ୱ ଦର୍ଶୀ l ଜ୍ଞାନ ବିବେକ ବୁଦ୍ଧିରେ ପାରଙ୍ଗମ l ଖାଦ୍ୟ ରୁଚି ଓ ଶରୀର ତତ୍ତ୍ୱ ପରସ୍ପର ପରିପୂରକ l ପରମେଶ୍ୱର ବା ପରମାତ୍ମା ସମସ୍ତ ମନୁଷ୍ୟଙ୍କ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ବିନା ପକ୍ଷ ପାତରେ ଅନ୍ତରାତ୍ମା ଜାଣି ତଦନୁରୂପ ଫଳ ଦେଇଥାନ୍ତି l ଏଣୁ ସେ ଅନ୍ତର୍ଯ୍ୟାମୀ l ସେ ମଣିଷର ସାମାଜିକ ପ୍ରତିଷ୍ଠା ଶିକ୍ଷା ଗତ ଯୋଗ୍ୟତା ଆର୍ଥିକ ସ୍ୱଚ୍ଛଳତା, ଜାତିଗତ ବିଭେଦତା ଇତ୍ୟାଦିକୁ କେବେ ହେଲେ ଗୁରୁତ୍ୱ ଦିଅନ୍ତିନି ବରଂ ମନ ବିବେକ ଆତ୍ମାକୁ ଦେଖନ୍ତି l ନିରାମିଷ ଆହାରି କି ଆମିଷ ଆହାରି କି ଫଳ ଆହାରି କି ଧନୀ କି ଗରିବ ଜାଣିବାକୁ ଚାହାଁନ୍ତି ନାହିଁ କେବଳ ମଣିଷର ଭିତରର ଅସଲ ରୂପ ଟାକୁ ଦେଖନ୍ତି l ମଣିଷ ନିଜର ସାମାଜିକ ଚଳଣି ସୁବିଧା ପାଇଁ ଜାତି ପ୍ରଥା ସୃଷ୍ଟି କରିଥିଲା l ଅଭ୍ୟାସ ଦ୍ଵିତୀୟ ପ୍ରକୃତି l ଦୀର୍ଘ ହଜାର ହଜାର ବର୍ଷ ଧରି ଘନୀଭୂତ ଜାତି ପ୍ରଥା କାଳକ୍ରମେ ମଣିଷମାନଙ୍କ ବଂଶାଣୁରେ ପରିଣତ ହୋଇ ଚାରି ବର୍ଣ୍ଣ ସୃଷ୍ଟି କରି ବର୍ଣ୍ଣଗତ ବିଭେଦପୂର୍ଣ୍ଣ ମାନସିକତାକୁ ରୂପ ଦେଲା ଆମ ଆର୍ଯ୍ୟ ଭୂମିରେ l ପୁରୁଷ ଆଉ ସ୍ତ୍ରୀ ଦୁଇଟି ଜାତି ଅଛି ବୋଲି ମଣିଷ ଭୁଲିଗଲା l ସର୍ବ ପ୍ରଥମ ଜାଗତିକ ପୁରୁଷ ଓ ସ୍ତ୍ରୀ, ମନୁ ଓ ମନୁପତ୍ନୀ କିମ୍ବା ଅଦାମ ଓ ଇଭ ଈଶ୍ବରଙ୍କ ନିର୍ଦେଶରେ କାମ ବିକାର ଗ୍ରସ୍ତ ପୂର୍ବକ ମନୁଷ୍ୟ ବଂଶ ବିସ୍ତାର କଲେ l ଯୁଗ ଯୁଗ ଧରି ଉକ୍ତ ପ୍ରଜଜନ ପ୍ରକ୍ରିୟା ମନୁଷ୍ୟ ଜାତି ସୃଷ୍ଟି କରି ଚାଲିଲା l ଆମେ ସେହି ମହାନ ବିଶ୍ୱପରିବାରର ଆଦି ପିତା ମାତାଙ୍କ ବଂଶଧର l 


ମହାପ୍ରଭୁ ଜଗନ୍ନାଥ ତାଙ୍କ ପୂର୍ବ ଅବତାର ଶ୍ରୀରାମ ଚନ୍ଦ୍ର ରୂପରେ ଶବରୀ ହାତରୁ ଅଇଁଠା କୋଳି ଖାଇଥିଲେ l ତାଙ୍କ ମନରେ ଜାତିଗତ କୁତ୍ସିତ ମାନସିକତା ଆଦୌ l ଉଦାର ଚିତ୍ତରେ ସମସ୍ତ ବନ ଜାତି,ନର ମାଂସ ଭକ୍ଷୀ ଦୁଷ୍ଟ ଆତ୍ମା ଯୁକ୍ତ ରାକ୍ଷସ, ସମଗ୍ର ନାରୀ ସମାଜକୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଲିଙ୍ଗନ ବଦ୍ଧ କରିଥିଲେ l କାମାସକ୍ତ ଲମ୍ପଟ ରାବଣ ଯେ କି ମାତା ସୀତାଙ୍କ ସ୍ୱଇଚ୍ଛା ବିରୁଦ୍ଧରେ କାମ ନିବେଦନ ଅର୍ଥାତ ନିଜର ପତ୍ନୀ ଭାବେ ବଳ ପ୍ରୟୋଗ ପୂର୍ବକ ଉପଭୋଗ କରିବାକୁ ଚାହିଁ ଥିଲା ଠିକ ଆଧୁନିକ ସମାଜର ଉଚ୍ଚ ଶିକ୍ଷିତ, ଅଶିକ୍ଷିତ ନର ପୁଙ୍ଗବମାନଙ୍କ ସଦୃଶ l ଆମେ ମହାପ୍ରଭୁ ଶ୍ରୀରାମଙ୍କୁ ପୂଜା କରୁଛୁ ଭକ୍ତି କରୁଛୁ ଆମେ ହିନ୍ଦୁ ବୋଲି ଗର୍ବ କରୁଛୁ ଅଥଚ ତାଙ୍କର ମହାନ ଆଦର୍ଶକୁ ଜଳାଞ୍ଜଳି ଦେଇ ନାରୀ ଉତ୍ପୀଡ଼ନ କରି ଚାଲିଛୁ ବର୍ଷ ବର୍ଷ ଧରି l ଏହା ଆମର କି ରକମର ମାନସିକତା? ଆମେ ଜାତି ପ୍ରଥା ମାନୁଛୁ l ଅଥଚ ଯେତେବେଳେ ଆମେ ତୀବ୍ର ଯୌନ ଲିପ୍ସାରେ ବଶୀଭୂତ ହୋଇ ଜଣେ ଅବଳା ଯୁବତୀ ପ୍ରତି ପାଶବିକ ଅତ୍ୟାଚାର କରୁଛୁ ସେତେବେଳେ ଯୁବତୀଟିର ଜାତି କଣ ଭୁଲି ଯାଉଛୁ l ଏଇଟା ଆମର କି ରକମର ସନାତନୀ ମାନସିକତା?


ଅଜ୍ଞାତ ବାସ ବେଳେ ମହାସତୀ ଦ୍ରୌପଦୀଙ୍କୁ କିଚକ ବଳାତ୍କାର କରିବାକୁ ଉଦ୍ୟତ ହେଲା ଯେଉଁଟିକି ନାରୀର ଇଚ୍ଛା ବିରୁଦ୍ଧ କୁକର୍ମ l ପରିଣାମରେ କୀଚକ ପୁଂଶ୍ରେଷ୍ଠ ଭୀମସେନଙ୍କ ହାତରେ ନିଜର ଅମୁଲ୍ୟ ଜୀବନକୁ ପ୍ରଦାନ କଲା l ଆଜିର ଆଧୁନିକ ସମାଜରେ ସମ୍ପୂର୍ଣ୍ଣ ଦିବା ଲୋକରେ ଜଣେ ଅବଳା ଗଣ ଧର୍ଷଣର ଶିକାର ହେଉଛି l ସେହି ଅବଳାକୁ ପ୍ରତିରକ୍ଷା ପ୍ରଦାନ କରିବାର୍ଥେ, ଆମେ ହିନ୍ଦୁ ବୋଲି ହାମ ବଡ଼ା ପ୍ରଦର୍ଶନ କରୁଥିବା କେତେ ଜଣ ଭୀମସେନ ଅଣ୍ଟା ଭିଡ଼ି ଆଗେଇ ଆସୁଛନ୍ତି? ଏଇଟା ଆମର କି ରକମର ମାନସିକତା ? ସେତେବେଳେ ଆମର ଶ୍ରୀକୃଷ୍ଣ ଓ ଶ୍ରୀରାମ ଭକ୍ତି କୁଆଡ଼େ ଉଭେଇ ଯାଉଛି ? ପ୍ରାୟ ଚାଳିଶ ବର୍ଷ ତଳେ ଆକାଶ ବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ତଥା ସ୍ବର୍ଗତ ବ୍ରଜମୋହନ ମହାନ୍ତିଙ୍କ ଉପସ୍ଥାପିତ "ଆମରି କଥା " ପ୍ରତିଦିନ ସାନ୍ଧ୍ୟବେଳେ ଶୁଣୁଥିଲି l ଥରେ ସେ କହିଥିଲେ - ଏକଦା ମିଳିତ ଜାତିସଙ୍ଘରୁ ଏକ ଟିମ ଭାରତୀୟ ନାଗରିକଙ୍କ ମାନସିକତା ଉପରେ ରିସର୍ଚ୍ଚ କରିବାକୁ ଆମ ଦେଶକୁ ଆସିଥିଲେ l ରିସର୍ଚ୍ଚ ଶେଷ ହେଲା ପରେ ସେମାନେ ଫାଇନାଲ ରିପୋର୍ଟ ଦାଖଲ କରିଥିଲେ l ସେଥିରେ ସ୍ପଷ୍ଟ ଲେଖାଥିଲା - ପ୍ରତ୍ୟେକ ଭାରତୀୟ ସହଜାତ ବିକେନ୍ଦ୍ରିକ ମାନସିକତା ଯୁକ୍ତ l- ମୁଁ କେବଳ ଏହି ପ୍ରୋଗ୍ରାମ ଶୁଣିଥିଲି ମାତ୍ର ଏହା କେତେ ଦୂର ସତ୍ୟ ମୁଁ ଅବଶ୍ୟ ଜାଣିନି କିମ୍ବା ତଦନୁରୂପ ପ୍ରମାଣ ମୋ ପାଖରେ ନାହିଁ l ଯଦି ରିସର୍ଚ୍ଚ ଟିମର ଏପରି କମେଣ୍ଟ ସତ ହୋଇଥାଏ ତେବେ ହୁଏତ ଏହା ଆମ ପାଇଁ ସମ୍ମାନ ହାନିକାରକ କିମ୍ବା ଆମ ସାମ୍ପ୍ରତିକ ଯୁବା ପିଢ଼ିଙ୍କ ଉନ୍ମାଦଗ୍ରସ୍ତ ଚରିତ୍ର ସୁଧାରକ ହୋଇପାରେ l.......... ସର୍ବୋପରି ଆମର ବ୍ୟକ୍ତିଗତ ବିବେକ କହୁଛି ଯେ ଆମ ନିଜକୁ ସୁଧାରିବାକୁ ପରମେଶ୍ୱର ଆମକୁ ଯଥେଷ୍ଟ ସୁଯୋଗ ଦେଇଛନ୍ତି l ଆମେ ତାକୁ ସଦୁପଯୋଗ କରିବା ନିତ୍ୟାନ୍ତ ଜରୁରୀ l ବୃଥା ଜାତି ଭେଦ ମାନସିକତା ପୋଷଣ କରି ନିଜ ନିଜ ମଧ୍ୟରେ ସଂଘର୍ଷ ଲିପ୍ତ ରହି ରକ୍ତାକ୍ତ ହିନ୍ଦୁ ହିସାବରେ ବିଶ୍ୱ ଦରବାରରେ ନିଜକୁ ପ୍ରତିପାଦିତ କରିବା ଏକ ଅମାନବୀୟ ଚିନ୍ତାଧାରା ଓ କର୍ମ ନୁହେଁ ତ ଆଉ କ'ଣ ହୋଇପାରେ? ସୁତରାଂ ଆମ ମାନବୀୟ ବିବେକ ଆମକୁ ପରାମର୍ଶ ଦେଉଛି :- ଚାଲ ଭାଇମାନେ ଆମେ ସମସ୍ତେ ସ୍ୱଦେଶ ପ୍ରେମରେ ଆବଦ୍ଧ ରହି ପୁନଶ୍ଚ ଆମର ଅଖଣ୍ଡ ଏକତ୍ୱକୁ ଆହ୍ୱାନ କରିବା ସାମ୍ପ୍ରତିକ ଆନ୍ତରଦେଶୀୟ ସମସ୍ୟାକୁ ଆଖି ଆଗରେ ରଖି ଆଗେଇ ଯିବା ବୋଧହୁଏ ଆମର ଯଥାର୍ଥ ଦେଶ ପ୍ରେମର ନମୁନା ହୋଇ ପାରେ l ଆଉ ମଧ୍ୟ ଆମେ ଜାତି ଧର୍ମ ବର୍ଣ୍ଣ ଗତ ହୀନମନ୍ୟତା ଭୁଲି ମଣିଷକୁ ମଣିଷ ଦୃଷ୍ଟିରେ ଦେଖିବା ବିଧେୟ l ସର୍ବଦା ମନରେ ଉଦାର ଭାବ ପୋଷଣ କରି ସମଗ୍ର ମାନବ ଜାତିକୁ ଈଶ୍ୱର ସୃଷ୍ଟ ମନେକରି ଯଥା - ଗୋଟିଏ ପୁରୁଷ ଆଉ ଅନ୍ୟଟି ସ୍ତ୍ରୀ ଜାତି - ଆମର ଧର୍ମ ମାନବିକତା - ବୋଲି ଭାବିଲେ ବୋଧ ହୁଏ ଆମେ ସୁସ୍ଥ ମାନସିକତାକୁ ଅନ୍ତରକ୍ଷେପଣ କରିପାରିବା l ଜୟ ନୀଳାଦ୍ରି ବିହାରୀ ବିଶ୍ୱ ପ୍ରେମିକ ବଳିଆର ଭୁଜ ଉତ୍କଳ ମୁନିବ ଯୁଗାବତାରୀ ଦାରୁଭୂତ ମୁରାରୀ ଭକ୍ତ ବତ୍ସଳ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ବିଶ୍ୱଙ୍କ ମଙ୍ଗଳ କରନ୍ତୁ ବିନା ପକ୍ଷପାତରେ l ଏହା ହିଁ ଆମର ଶ୍ରୀ ଚରଣ ତଳେ ଅଶ୍ରୁଳ ପ୍ରାର୍ଥନା l ଓଁ ଶାନ୍ତି l



Rate this content
Log in

Similar oriya story from Classics