The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Debasmita Jena

Inspirational

3.6  

Debasmita Jena

Inspirational

ଜାରଜ ର ଦୁଃଖ

ଜାରଜ ର ଦୁଃଖ

3 mins
11.8K


ଦୁନିଆ କହୁଛି ମୁଁ ଜାରଜ । ଜାରଜର ମାନେ ଜାଣିନଥିବା ବେଳେ ମୁଁ ପରିଚୟ ପାଇଲି ଜାରଜ ସନ୍ତାନ ।ଅର୍ଥାତ ମୋର ବାପା କିଏ ଜଣା ନାହିଁ, ମୁଁ ତ ଜାଣିନି ଆଉ କେହି ଜାଣିଥିବେ ବୋଲି ଆଶା ବି କରିନି । ପିଲା ବେଳେ ଯେବେ ମୁଁ ମୋ ମାକୁ ପଚାରେ ମୋ ବାପା କିଏ ତା ପାଦ ତଳୁ ମାଟି ଖସିଯାଏ,ତା ମୁଣ୍ଡରେ ଯେମିତି ବଜ୍ର ପଡେ । ତାର ଗମ୍ଭୀର ଚେହେରା ଆଉ ଢଳ ଢଳ ଆଖି ଦେଖି ଯେମିତି ମୁଁ ସବୁ ବୁଝିଯାଏ । ପ୍ରତି ଟି କ୍ଷେତ୍ରରେ ମୁଁ ଆଉ ମୋ ମା ମରି ମରି ବଂଚିଛୁ, ନିନ୍ଦା ଅପମାନ ଆଉ ସମସ୍ତଙ୍କ ଟାହି ଟାପରର ଶୀକାର ହେଇଚୁ । ଏ ସୁସ୍ଥ ସମାଜର ଆମେ ଅସୁସ୍ଥ,ଅସଭ୍ୟ,ଅସାମାଜିକ ମଣିଷ ଭାବେ ଛି ଛିକୁ ସଦରେ ଗ୍ରହଣ କରିଛୁ । ହେଲେ କାହିଁକି? ଏବେ ମୁଁ ବୁଝିବା ବୟସରେ ଉପନୀତ ହେଲା ପରେ ଏ ସମାଜର ବଡ଼ ପଣ୍ଡା ମାନଙ୍କୁ କିଛି ପଚାରିବାକୁ ସାହସ କରୁଛି । ହେ ଜ୍ଞାନୀ ଗୁଣି ଭଦ୍ର ସମାଜର ଭଦ୍ର ମଣିଷ ମନେ ବିନା ବାପାରେ ମୁଁ ସୃଷ୍ଟି ହେଲି କେମିତି? ଭଗବାନ ଙ୍କର ଏ ବିଚିତ୍ର ସୃଷ୍ଟି, ବିନା ପୁରୁଷ ଆଉ ନିରୀର ମିଳନରେ ସୃଷ୍ଟି ସର୍ଜନା ଅସମ୍ଭବ ,ତହେଲ ମୁଁ ଏଥିରୁ ବ୍ୟତିକ୍ରମ କେମିତି ହେଲି? ଯେଉଁମାନେ ମତେ ଜାରଜ ସନ୍ତାନର ଆଖ୍ୟା ଦେଉଛନ୍ତି ସେମାନେ କେବେ ଏଇ କଥା ବୁଝିଛନ୍ତି କି? ନିଜ ମନକୁ ପ୍ରଶ୍ନ କରିଛନ୍ତି କି? ଓଲଟି ବେଡି ଉପରେ କୋରଡ଼ା ମାଡ ଭଳି ଆମ ଉପରେ ଦାଉ ସାଧି ଛନ୍ତି । କେବେ ଥରେ ମୋ ମାର ଛାତି ତଳର ଯନ୍ତ୍ରଣାକୁ ଦେଖିଛନ୍ତି? କେତେ ରାତି କେତେ ଦିନ ସେ ମୁହଁ ଲୁଚେଇ କାନ୍ଦିଛି ତାର ହିସାବ ରଖିଛନ୍ତି? କେତେ ଅସହ୍ୟ ଯନ୍ତ୍ରଣା, ବିନା ଦୋଷରେ ସେ ଯୋଉ କଳଙ୍କର ବୋଝକୁ ମୁଣ୍ଡେଇ ମୁଣ୍ଡେଇ କାଳଙ୍କିନିର ଆଖ୍ୟା ପାଇଛି ତାର ସମ୍ମାନକୁ କିଏ ଫେରେଇଦେବେ । ବେଳେବେଳେ ମୋ ମାର ଅକୁହା ବେଦନା ଦେଖିଲେ ମତେ ଧିକ୍କାର ଲାଗେ, ଆଉ ନିଜେ ନିଜକୁ ପ୍ରଶ୍ନ କରେ, ସତରେ ଏ ଦୁନିଆ କେତେ ବେଇମାନ,କେତେ ଅସଭ୍ୟ । ନିଜର ସାମାନ୍ୟ ଲାଳସାକୁ ମେଣ୍ଟେଇବାକୁ ଜଣେ ନିରୀହ ନାରୀର ଇଜ୍ଜତ ଲୁଟିଲା ବେଳେ ଥରେ ଅଧେ ତାଙ୍କ ମା ଭଉଣୀ ଝିଅ କଥା ମାନେପଡ଼ିଲାଣି? ଯୋଉଠି ନିଜ ସନ୍ତାନକୁ ଦେଖି ନିଜର ହୃଦୟ ଭିତରୁ ଏତେ ଭଲପାଇବା ସ୍ନେହ ମମତା ଆସିପାରୁଛି ସେଇଠି ମୋ ପ୍ରତି ଏତେ ଅନ୍ୟାୟ କାହିଁକି? ମୁଁ ବି କାହାର ରକ୍ତ ରୁ ତିଆରି ନ? ମତେ ଦେଖି କଣ ସେଇ ପୁରୁଷର ହୃଦୟରେ ଥରେ ବି ସ୍ନେହ ଭଲପାଇବା ସୃଷ୍ଟି ହେଇନି? ଯଦି ନିଜ ପୁରୁଷତ୍ୱକୁ ଜାହିର କରିବା ପାଇଁ ଜଣେ ଅବଳା ସହ ଦୁଷ୍କର୍ମ କରିପାରିବାର ସାହସ ରଖିପାରୁଛି ସେଇଠି କଣ ସେଇ ଭୁଲକୁ ସ୍ୱୀକାର କରିବାର ପାରିବା ପଣିଆ ରଖିପାରୁନାହିଁ । ଧିକ ତା ପୁରୁଷ ପଣିଆ ଧିକ ତା ପୁରୁଷତ୍ୱ । ପୁରୁଷ ନୁହେଁ ସେ ତ କାପୁରୁଷ, ବରଂ ନପୁଂସକ ହେଇଥିଲେ ଭଲ ହେଇଥାନ୍ତା । ସେଇ ଗୋଟିଏ ଜିନିଷ ଖାଲି ଫରକ ଏତିକି ସାମାଜିକ ସ୍ୱୀକୃତିରେ ତୁମେ ସଂସାର କରୁଚ ଆଉ ଏଇଟା ସମାଜର ନୀତି ଵିରୁଦ୍ଧ । ଜଣେ ନାରୀ ସହିତ ତା ଇଚ୍ଛା ବିରୁଦ୍ଧରେ ଯେବେ ଜଣେ ପୁରୁଷ ତାର ଦେହର କ୍ଷୁଧା ମେଣ୍ଟାଇବାକୁ ଜୋର ଜବରଦସ୍ତି କରେ ସେତେବେଳେ କଣ ଥରେ ଭାବିପରେନି ସେ ବି ଜଣେ ନାରୀ ଠାରୁ ସୃଷ୍ଟି । ସେଇ ନାରୀର ଅମୁଲ୍ୟ ଦାନରେ ତାର ଜୀବନ ଗଢ଼ା । ଯେବେ ବି କିଛି ଏମିତ ହୁଏ ଏ ପୁରୁଷ ସମାଜ ଖାଲି ନାରୀକୁ କାହିଁକି ଦୋଷ ଦିଏ, ସବୁ ଭୁଲ କଣ ନାରୀ ର, ତାର ଜୀବନର ନିଜସ୍ୱ କେବଳ ତାର ସମ୍ମାନ ଆଉ ଇଜ୍ଜତ,ତା ଠୁ ସେତିକ ଲୁଟିବା ପରେ ବି ତାକୁ ଦିଆଯାଏ କଳଙ୍କିନୀର ଆଖ୍ୟା । ଯାହା କି ତା ପାଇଁ ସହିବା ଅସହ୍ୟ ହେଇପଡ଼େ ଆଉ ଶେଷରେ ଆତ୍ମହତ୍ୟା କରେ । ଯୋଉଠି ଜଣେ ଝିଅକୁ ସଂଯତରେ ରହିବାର ଶିକ୍ଷା ଦିଆଯାଏ, ତାକୁ ସବୁ କ୍ଷେତ୍ରରେ ଆୟତ୍ତ କରିବାକୁ ପରାମର୍ଶ ଆଉ ତାଗିଦ କରାଯାଏ ଯଦି ସେଇ ଜାଗାରେ ଗୋଟେ ପୁଅକୁ ଜଣେ ନାରୀ ପ୍ରତି ସମ୍ମାନ କେମିତି କରାଯାଏର ଶିକ୍ଷା ଦିଆହେଲେ ହୁଏତ ଏମିତ ହୁଅନ୍ତା ନାହିଁ । ମୋ ଭଳି ଜାରଜର ମହାନ ଉପାଧି ମୁଣ୍ଡେଇ ଜୀବନ ବଞ୍ଚିବାକୁ ହୁଅନ୍ତା ନାହିଁ ।


Rate this content
Log in

More oriya story from Debasmita Jena

Similar oriya story from Inspirational