Debasmita Jena

Inspirational

3  

Debasmita Jena

Inspirational

କଳା ଜ୍ୱାଇଁ

କଳା ଜ୍ୱାଇଁ

3 mins
484


ସେଦିନ କଟକ ର ଏକ ଘରୋଇ ହସ୍ପିଟାଲରେ ବନ୍ଦିତା ର ଦେଖା ହେଲା ବିନୟ ଙ୍କ ସହିତ । ନିଜକୁ ଟିକେ ଅସହଜ ବୋଧ କରି ଆଡେଇ ହେଇ ତାଙ୍କୁ ବାଟ ଦବାକୁ ଉଦ୍ୟତ ହେବା ବେଳେ ହସି ହସି ବିନୟ କହିଲେ କୁଆଡେ ଆସିଥିଲ କି? ସବୁ ଠିକ ଠାକ ନା? ବାକ ଶୂନ୍ୟ ହେଇ ହଁ ଭରିଦେଲା ବନ୍ଦିତା । ଆଉ ତମେ? ମୁଁ ମୋ wife ବିନି ଙ୍କୁ ଚେକ ଅପ ପାଇଁ ଆଣିଥିଲି । ବହୁତ ଜଲଦି ଆମେ ବାପା ମା ହେବାକୁ ଯାଉଛୁ,ଖୁସି ଭରା ଓଠ ରେ କହିଲେ ବିନୟ । ଜୀବନର ଏଇଟା ଗୋଟାଏ ବଡ଼ ଖୁସି ଆଉ ସୌଭାଗ୍ୟ ର କଥା,ଅଭିନନ୍ଦନ ତୁମକୁ । ଧନ୍ୟବାଦ, ଆଉ ତୁମ ଖବର କଣ? ତମ ମିଷ୍ଟର କାହିଁ ଦେଖା ଯାଉ ନାହାଁନ୍ତି । ଆଉ ପିଲା ପିଲି?? ପଚାରିଲେ ବିନୟ । ହଁ ଖବର ସବୁ ଭଲ , ଆଉ ମୋ ମିଷ୍ଟର ଏଇ ଜଷ୍ଟ ମତେ ଛାଡିକି ଟିକେ ମେଡ଼ିସିନ ଷ୍ଟୋର କୁ ଯାଇଛନ୍ତି । ଆଉ ପିଲା ପାଇଁ ଆମେ ଚେଷ୍ଟା କରିନୁ, ଏଇ ତ ବାହାଘର, ସମୟ ଆସୁ, କଥାରେ କଥାରେ ସବୁ କିଛି ଯେମିତି ଲୁଚେଇ ଦେଉଥାଏ ବନ୍ଦିତା । ହଉ ତାହେଲେ ମୁଁ ଆସୁଛି କହି ବିନୟ ସେଠାରୁ ଚାଲିଗଲେ । ଦୀର୍ଘ ନିଶ୍ଵାସ ମାରି ଦମ କି ବସିଗଲା ବନ୍ଦିତା । 2 ବର୍ଷ ପଛକୁ ଫେରିଗଲା ଟିକେ । ଏ ହେଉଛନ୍ତି ବିନୟ , ଯାହା ସାଥିରେ ବନ୍ଦିତା ର ବାହାଘର ହେବାର ଥିଲା, ପ୍ରାୟତଃ ସବୁ ଠିକ ସାରିଥିଲା, ଅତ୍ୟନ୍ତ ଶାନ୍ତ, ଭଦ୍ର ଆଉ ସରଳିଆ ପିଲା ହେଉଛନ୍ତି ବିନୟ । ଲେଖା ରେ ଯୋଖା ରେ କୋଉ ସମ୍ପର୍କିୟ ହେବେ,ସେଇ ହିସାବ ରେ ବାହାଘର ପ୍ରସ୍ତାବ ଆସିଥିଲା । ଫୋଟୋ ଦେଖି ଉଭୟ ପରିବାର ସମ୍ମତି ପ୍ରକାଶ କରିଥିଲେ, ଆଉ ତାପରେ ଦେଖା ଚାହଁ, ସବୁ କଥା ବି ଛିଣ୍ଡିଥିଲା, କେବଳ ନିର୍ବନ୍ଧ ବାକି ଥିଲା । ନିର୍ବନ୍ଧ ପୂର୍ବ ରାତିରେ ହିଁ ସବୁ କିଛି ବଦଳି ଯାଇଥିଲା । ବନ୍ଦିତା ର ବୋଉ କୁ କିଏ କହିଦେଲେ ଯେ ପିଲା ଟା ପୁରା କଳା, ତମ ଝିଅ ସହ ଯୋଡି ଜମିବନୀ । ଯେମିତି ଜବରଦସ୍ତି ନେଇକି ଥୋଇ ଦେଲା ପରି ଲାଗିବ । ବାସ ଏଇ କୁମନ୍ତ୍ରଣା ରେ ସେଦିନ ରାତି ରେ ମହାଭାରତ । ତା ବୋଉ ର ଏକା ଜିଦ ସେ କଳା ଜ୍ୱାଇଁ କରିବନି । ବାହାଘର ସେଠି ହବନି । ବାପା ତାର କଥା ଦେଇଛନ୍ତି ଆଉ ବାହାଘର ଭାଙ୍ଗିବା ଅସମ୍ଭବ । ବାପା ବୋଉ ଙ୍କ ଭିତରେ ଭୀଷଣ ଝଗଡା । ଦୁହେଁ ଦୁହିଁଙ୍କ ଜିଦ ରେ ଅଟଳ । ଶେଷରେ ବୋଉ ର ଜିଦ ରହିଲା କାହିଁକି ନା ବୋଉ ଆତ୍ମହତ୍ୟା କରିବ ବୋଲି ଡରେଇ ଦେଲା । ବିଚରା ବନ୍ଦିତା ର ବାପା ଅନ୍ୟ ଉପାୟ ନପାଇ କିଛି ଆଳ ଦେଖେଇ ବିନୟ ସହିତ ବାହାଘର cancel କଲେ । ଲୋକ ହସା ହେଲେ, ସେଦିନ ଠାରୁ ବାପା ବୋଉ ଙ୍କ ଭିତରେ ଭଲ ସମ୍ପର୍କ ନାହିଁ । ବୋଉ ର ପସନ୍ଦ ରେ ଗୋରା ତକ ତକ ରାଜକୁମାର ପରି ବଲିଷ୍ଠ ଚେହେରା ଯୁକ୍ତ ବିକାଶ ଙ୍କ ସହିତ ବିବାହ ହେଲା ବନ୍ଦିତା ର । ପ୍ରଥମେ ପ୍ରଥମେ ସବୁ ଭଲ ରେ ଚାଲିଲା ହେଲେ ଧୀରେ ଧୀରେ ସେଇ ଗୋରା ଚେହେରା ପଛ ର କଳା କାରନାମା ସବୁ ସହିବାକୁ ପଡିଲା ବନ୍ଦିତା କୁ । ସ୍ୱାମୀ ନୁହେଁ ନର ପିଶାଚ । ନିତି ରାତିରେ ମଦ ପିଇ ବନ୍ଦିତା ସହିତ ଜୋର ଜବରଦସ୍ତ କରି ନିଜ ସ୍ୱାମୀ ପଣିଆ ଜାହିର କରେ । ମା ହବାର ସୌଭାଗ୍ୟ ମିଳିନି ଏଯାଏଁ । ଯୋଉଠି ବିନୟ ବାପା ହବା ଖୁସି ବାଣ୍ଟୁଛି ସେଇଠି ବନ୍ଦିତା ନିଜ ମାତୃତ୍ୱ କୁ ବଳୀ ଦବା ପାଇଁ ଯାଇଥିଲା । ଏଇଟା କୁ ଲଗେଇ 3 ଥର ଗର୍ଭପାତ । ବିକାଶ ଏତେ ଶୀଘ୍ର ବାପା ହବାକୁ ଚାହାନ୍ତି ନାହି ଖାଲି ଉପଭୋଗ କରିବାକୁ ଚାହାନ୍ତି । ସ୍ତ୍ରୀ ନୁହେଁ କେବଳ ଶଯ୍ୟା ସଙ୍ଗିନୀ ସେ ବିକାଶ ପାଇଁ । ମୁହଁ ଖୋଲିଲେ ଅତ୍ୟାଚାର ଆହୁରି ବଢିଯାଏ, ସେସବୁ ମନେ ପଡିଲେ ଲୋମ ମୁଳ ଶିହରି ଯାଏ । ଓଠ ଥରି ଥରି ନିଜ ଭାବନା ରୁ ବିରତ ନେଲା ବନ୍ଦିତା । ଆଗରେ ଦେଖିଲା ବେଳକୁ ପୁଣି ବିନୟ ଙ୍କ ଚେହେରା । ବନ୍ଦିତା ର ଆଖି ଛଳ ଛଳ, ମନ ଗମ୍ଭୀର ଆଉ ଉଦାସ ଚେହେରା ଦେଖି ବିନୟ ହୁଏତ କିଛି ବୁଝିପାରିଲେ, ନିଜ ସହଧର୍ମିଣୀ ବିନି ଙ୍କ ସହ ପରିଚୟ କରାଇଲେ । ବିନି ସବୁ ଜାଣିସରିଥିଲା । ହସି ହସି କହିପକାଇଲା ଏମିତ ସ୍ୱାମୀ ଭାଗ୍ୟରେ ଥିଲେ ମିଳେ । ମୁଁ ବହୁତ lucky । ରଙ୍ଗ ସିନା କଳା ହେଲେ ହୃଦୟ ଟା ପୁରା ସଫା । ବନ୍ଦିତା ମନେ ମନେ ଭାବୁଥିଲା ସେଦିନ ଯଦି ବୋଉ ଜିଦ ନକରିଥାନ୍ତା ହୁଏତ ଆଜି ଏମିତ ଦିନ ଦେଖିବାକୁ ପଡି ନଥାନ୍ତା ।


Rate this content
Log in

Similar oriya story from Inspirational